କୁଞ୍ଜରାଣୀ ଦେବୀ

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ପୂରା ନାମନାମେଇରାକପମ ଦେବୀ କୁଞ୍ଜରାଣୀ
ଜନ୍ମ (1968-03-01) ୧ ମାର୍ଚ୍ଚ ୧୯୬୮ (ବୟସ ୫୬)
ଓଜନ47.30 kg (104.3 lb)
Sport
ଦେଶ ଭାରତ
କ୍ରୀଡ଼ାଭାରତ୍ତୋଳନ
Teamଜାତୀୟ ଦଳ
Updated on ୧୩ ସେପ୍ଟେମ୍ବର ୨୦୧୬.

କୁଞ୍ଜରାଣୀ ଦେବୀ ଜଣେ ଭାରତୀୟ ମହିଳା ଭାରତ୍ତୋଳନକାରୀ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ୧ ମାର୍ଚ୍ଚ ୧୯୬୮ରେ ମଣିପୁରର ଇମ୍ଫାଲଠାରେ କାଇରଙ୍ଗ ମଲାଇ ଲେଇକାଇ ନାମକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୮ ମସିହାରେ ସ୍କୁଲରେ ପଢୁଥିବା ସମୟରେ ଖେଳକୁଦରେ ପ୍ରଥମେ ଆଗ୍ରହ ପ୍ରକାଶ କରିଥିଲେ । ଇମ୍ଫାଲରୁ ସେ ନିଜର ସ୍ନାତକ ପଢ଼ା ସାରିବା ବେଳକୁ ଭାରତ୍ତୋଳନ ତାଙ୍କର ନିଶା ପାଲଟି ସାରିଥିଲା । ପରେ ସେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ବିଭାଗରେ ଯୋଗ ଦେଇଥିଲେ । ତା ଛଡା ସେ ୧୯୯୬ରୁ ୧୯୯୮ ଯାଏଁ ପୁଲିସ ଚମ୍ପିୟାନସିପରେ ପତାକା ଧାରଣ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେହି ସମୟସୀମା ମଧ୍ୟରେ ସେ ଭାରତୀୟ ପୁଲିସ ବାହିନୀର ଅଧିନାୟିକା ମଧ୍ୟ ରହିଥିଲେ ।

କ୍ରୀଡ଼ା ଜୀବନ[ସମ୍ପାଦନା]

ସମ୍ମାନ[ସମ୍ପାଦନା]

ଦେବୀ ୧୯୯୦ ଅର୍ଜୁନ ପୁରସ୍କାର ବିଜୟିନୀ ହୋଇଥିଲେ ଓ ଲିଆଣ୍ଡ ପେସଙ୍କ ସଙ୍ଗେ ୧୯୯୬-୯୭ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଜିତିଥିଲେ ।[୧] ସେହି ବର୍ଷ ସେ କେକେ ବିର୍ଲା ଖେଳ ପୁରସ୍କାର ମଧ୍ୟ ଜିତିଥିଲେ । ଭାରତ ସରକାର ତାଙ୍କୁ ୨୦୧୧ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ । [୨]

ସେ ୫୦ରୁ ଅଧିକ ବିଶ୍ୱସ୍ତରୀୟ ପୁରସ୍କାରରେ ବିଜୟିନୀ । ସେ ମେଲବର୍ଣ୍ଣରେ ଅନୁଷ୍ଠିତ ୨୦୦୬ କମନ୍ସ ୱେଲ୍‌ଥ ଗେମ୍ସରେ ୪୮ କେଜି ମହିଳା ଭାରତ୍ତୋଳନରେ ମୋଟ ୧୬୬ କେଜି ଉତ୍ତୋଳନ କରି (୭୨ କେଜି ସ୍ନାଚରେ ଓ ୯୪ କେଜି କ୍ଲିନ ଆଣ୍ଡ ଜର୍କରେ ସମେତ) ସ୍ୱର୍ଣ୍ଣ ଜିତିଥିଲେ ।[୩]

ଆଧାର[ସମ୍ପାଦନା]

  1. Rizvi, Taus (୧ ଅଗଷ୍ଟ ୨୦୧୬). "www.dnaindia.com/sport/report-rio-2016-saikhom-mirabai-chanu-will-have-podium-finish-2240161". DNA. Retrieved 12 April 2017. {{cite news}}: Check date values in: |date= (help)
  2. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.
  3. "Kunjarani Devi wins gold at Commonwealth". Times of India. ୧୬ ମାର୍ଚ୍ଚ ୨୦୧୬. Retrieved 12 April 2017. {{cite news}}: Check date values in: |date= (help)