Jump to content

କୀର୍ତନିଆ ବନ୍ଦର , ଓଡିଶା

ଉଇକିପିଡ଼ିଆ‌ରୁ

କୀର୍ତନିଆ ବନ୍ଦର , ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ବହିଯାଉଥିବା । ସୁବର୍ଣରେଖା ନଦୀର ମୁହାଣଠାରେ ଗଭୀର ଜଳ ଥିବା ସମୁଦ୍ରକୂଳରେ ଅବସ୍ଥିତ .

କୀର୍ତନିଆ ବନ୍ଦରକୁ ସଂଯୋଗ କରୁଥିବା ସୁବର୍ଣରେଖା ନଦୀର ଗତିପଥର ସଟେଲାଇଟ ଚିତ୍ର

 

ପ୍ରଚ୍ଛଦପଟ

[ସମ୍ପାଦନା]

ଦୀର୍ଘ ୪୦ ବର୍ଷ ଧରି ଓଡ଼ିଶାରେ କେବଳ ପାରାଦୀପ ବନ୍ଦର ବୃହତ ବନ୍ଦର ହିସାବରେ ଥିବା ସହ ଗୋପାଳପୁରଠାରେ ଏକ କ୍ଷୁଦ୍ର ପୋତାଶ୍ରୟ ଥିଲା । କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ଏହି ଚିତ୍ର ବଦଳିବାକୁ ଆରମ୍ଭ କଲା । .

ଓଡ଼ିଶାର ସମୁଦ୍ର ତଟ ଦୀର୍ଘ ୪୮୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ଏହି ତଟ ମଧ୍ୟରୁ ୧୩ ଜାଗାକୁ ବନ୍ଦର ନିର୍ମାଣ ପାଇଁ ଉପଯୁକ୍ତ ବୋଲି ଚିହ୍ନଟ କରା ଯାଇଛି । ବେସରକାରୀ ସହାୟତାରେ ଏହି ସ୍ଥାନ ମାନଙ୍କରେ ବନ୍ଦର ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ୨୦୦୪ ମସିହାରୁ ନୂତନ ବନ୍ଦର ନୀତି ଗ୍ରହଣ କରାଯାଇ ଏଠି ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । 

ଏହି ନୀତି ଅନୁସାରେ ଧାମରାଠାରେ ଏକ ବୃହତ ବନ୍ଦର ସହ ସୁବର୍ଣ୍ଣ ରେଖା ମୁହାଣରେ କୀର୍ତନିଆ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି । ଏହା ସହିତ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବନ୍ଦର ଓ ଭଦ୍ରକ ନିକଟସ୍ଥ ଚୂଡାମଣି ବନ୍ଦର କାର୍ଯ୍ୟକ୍ଷମ ହେଲେ ଓଡ଼ିଶା ଦେଶରେ ସମୁଦ୍ର ପଥରେ ଆମଦାନୀ , ରପ୍ତାନି କରୁଥିବା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ । ସମଦ୍ରା ତଟ ନ ଥିବା ନିକଟବର୍ତୀ ରାଜ୍ୟ, ଯଥା   ଛତିଶଗଡ଼ , ମଧ୍ୟ ପ୍ରଦେଶ , ଝାରଖଣ୍ଡ , ବିହାର ଆଦି ମଧ୍ୟ ଏହି ସବୁ ବନ୍ଦର ଦେଇ ଆମଦାନୀ ଓ ରପ୍ତାନି କରି ପାରିବେ । 

ଭୌଗୋଳିକ ଅବସ୍ଥିତି 

[ସମ୍ପାଦନା]

କୀର୍ତନିଆ ବନ୍ଦରର ଅବସ୍ଥିତି ହେଲା  21°33′40″N 87°19′45″E / 21.561210°N 87.329280°E / 21.561210; 87.329280 

ବନ୍ଦର ଉନ୍ନୟନ 

[ସମ୍ପାଦନା]

କୀର୍ତନିଆ ବନ୍ଦରର ଉନ୍ନତିକରଣ ପାଇଁ ଓଡ଼ିଶା ସରକାର ଚେନ୍ଣେଇସ୍ଥିତ କ୍ରିଏଟିଭ୍ ବନ୍ଦର ଉନ୍ନୟନ କମ୍ପାନୀ ସହ ୫୦ ବର୍ଷ ପାଇଁ ରାଜିନାମା କରିଛନ୍ତି । ଏହି ରାଜିନାମା ଭିତରେ ବନ୍ଦରର ନିର୍ମାଣ ସହ ପରିଚାଳନା , ବନ୍ଦରକୁ ରେଳ ପଥ ସଂଯୋଗ , ଜାତୀୟ ରାଜପଥ NH -୫ରୁ ସଡକପଥ ସଂଯୋଗ ଅନ୍ତର୍ଭୁକ୍ତ । ବନ୍ଦର କାର୍ଯ୍ୟକାରୀ ହେଲେ ଏହା ଦେଇ ବାର୍ଷିକ ୧ କୋଟି ଟନର ପରିବହନ ପ୍ରଥମ ପର୍ଯ୍ୟାୟରୁ ହେଇ ପାରିବ । 

ତେବେ କିଛି ଆଇନଗତ ବିବାଦ ଗ୍ରସ୍ତ ହେଇପଡିଥିବାରୁ ଏହି ପ୍ରକଳ୍ପର କାମ ଧିମେଇ ଯାଇଛି । 

ଆଧାର ସବୁ 

[ସମ୍ପାଦନା]