କୀଚକ

ଉଇକିପିଡ଼ିଆ ରୁ
Jump to navigation Jump to search

ହିନ୍ଦୁ ମହାକାବ୍ୟ ମହାଭାରତର ବର୍ଣ୍ଣନା ଅନୁଯାୟୀ କୀଚକ ହେଉଛନ୍ତି ରାଜା ବିରାଟଙ୍କଦ୍ୱାରା ଶାସିତ ମତ୍ସ୍ୟ ଦେଶର ସେନାପତି । ସେ ଥିଲେ ଅତ୍ୟନ୍ତ ପରାକ୍ରମୀ । ସେ ବିରାଟ ରାଜ୍ୟକୁ ଅନେକ ଥର ଶତ୍ରୁମାନଙ୍କ କବଳରୁ ରକ୍ଷା କରିଥିଲେ । ପାଣ୍ଡବମାନଙ୍କର ଅଜ୍ଞାତବାସ ସମୟରେ ସେ ଦ୍ରୌପଦୀଙ୍କୁ ହଇରାଣ କରୁଥିବାରୁ ତାଙ୍କୁ ଭୀମ ହତ୍ୟା କରିଥିଲେ । କୀଚକଙ୍କ ଭଉଣୀ ସୁଦେଷ୍ଣାଙ୍କର ଏକ ସୁନ୍ଦରୀ ଝିଅ ଉତ୍ତରା ଏବଂ ପୁତ୍ର ଉତ୍ତମ କୁମାର ଥିଲେ । ପରେ ଉତ୍ତରା ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କୁ ବିବାହ କରିଥିଲେ ।

ରାଜା ରବି ବର୍ମାଙ୍କ ଏକ ତୈଳ ଚିତ୍ରରେ କୀଚକ ଏବଂ ସୈରୀନ୍ଧ୍ରି

ସେ ରାଣୀ ସୁଦେଷ୍ଣାଙ୍କର[୧] ସାନ ଭାଇ ଥିଲେ । ରାଜା ବିରାଟଙ୍କ ତତକାଳୀନ ରାଜ୍ୟ ବିରାଟନଗର ବର୍ତ୍ତମାନ ପୂର୍ବ ନେପାଳର ମୋରାଙ୍ଗ ଜିଲ୍ଲାରେ ଅଛି । ଯେଉଁଠାରେ କୀଚକଙ୍କୁ ହତ୍ୟା କରାଯାଇଥିଲା ସେହି ସ୍ଥାନ, ଯାହାର ନାମ କିଚକ-ବଦ୍ଧ, ବିରାଟନଗରଠାରୁ କିଛି କିଲୋମିଟର ଦୂରରେ ଥିବା ବର୍ତ୍ତମାନର ଝାପା ଜିଲ୍ଲାରେ ଅବସ୍ଥିତ । ଝାପାରେ 'ଅର୍ଜୁନଧାରା' ନାମକ ଏକ ଅନ୍ୟ ସ୍ଥାନ ମଧ୍ୟ ଅଛି । କୀମ୍ବଦନ୍ତୀ ଅନୁସାଅରେ, ପାଣ୍ଡବମାନେ ରାଜା ବିରାଟଙ୍କ ଲୁଟ ହୋଇଥିବା ଗୋରୁମାନଙ୍କୁ ରକ୍ଷା କରିଥିଲେ ଏବଂ ଯେତେବେଳେ ସେମାନେ ଗୋରୁମାନଙ୍କ ସହ ଫେରୁଥିଲେ, ସେତେବେଳେ ସେମାନେ ଶୋଷିଲା ଥିଲେ । ଅର୍ଜୁନ ତାଙ୍କ ଗାଣ୍ଡିବ ଧନୁଦ୍ୱାରା ଏହି ପୋଖରୀ ତିଆରି କରି ସେମାନଙ୍କୁ ଜଳ ଯୋଗାଇଥିଲେ ।

ଜନ୍ମ[ସମ୍ପାଦନା]

ସୁତାସ ଏବଂ ମାଲବ୍ୟର ରାଜା କେକୟଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି କୀଚକ । ଉପକୀଚକ ନାମରେ ତାଙ୍କର ୧୦୫ ଜଣ କନିଷ୍ଠ ଭ୍ରାତା ଥିଲେ ଏବଂ ଏକ ସୁଦେଷ୍ଣା ନାମରେ ଏକ ଭଉଣୀ ମଧ୍ୟ ଥିଲେ । ସମସ୍ତେ ବାଣାସୁରର ଔରସରୁ ଜନ୍ମ ହୋଇଥିଲେ । ସୁଦେଷ୍ଣା ବିରାଟଙ୍କୁ ବିବାହ କରିବା ପରେ କୀଚକ ବିରାଟଙ୍କ ଶାଳକ ହୋଇଥିଲେ ।

ଅଜ୍ଞାତ ବାସର ପୌରାଣିକ ଗାଥା[ସମ୍ପାଦନା]

ଅଜ୍ଞାତ ବାସ କାଳରେ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ ଯେତେବେଳେ ରାଜା ବିରାଟଙ୍କ ପ୍ରାସାଦରେ ସୈରୀନ୍ଧ୍ରି (ମହିଳା ଚାକର) ଭାବରେ ଛଦ୍ମନାମ ନେଇ ରହିଥିଲେ, କୀଚକ ଥରେ ଏହି ମାଳିନୀକୁ ଦେଖି ପାଗଳ ଭାବରେ ତାଙ୍କ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଇଚ୍ଛା କଲା, କିନ୍ତୁ ଛଦ୍ମବେଶୀ ଦ୍ରୌପଦୀ ମନା କଲେ । କୀଚକ, ରାଣୀ ସୁଦେଷ୍ଣାଙ୍କୁ ମାଳିନୀଙ୍କ ପ୍ରତି ଥିବା ଦୁର୍ବଳତା ବିଷୟରେ ପ୍ରକାଶ କରିଥିଲେ ଏବଂ ତାଙ୍କ ପାଇଁ ମଦ୍ୟ ପରଷିବାକୁ ସୈରୀନ୍ଧ୍ରୀଙ୍କୁ ପଠାଇବାକୁ ଅନୁରୋଧ କରିଥିଲେ । ସୈରୀନ୍ଧ୍ରୀ ମଦ ପରିବେଷଣ କରୁଥିବାବେଳେ କୀଚକ ସୈରୀନ୍ଧ୍ରୀଙ୍କୁ ଭେଟି ତାଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିଲେ । ସୈରୀନ୍ଧ୍ରୀ କିନ୍ତୁ କାନ୍ଦି କାନ୍ଦି ତାଙ୍କୁ ଠେଲିଦେଇ ଚାଲିଗଲେ । କୀଚକ ଦ୍ରୌପଦୀଙ୍କୁ ଗୋଡାଇଥିଲେ ଏବଂ ତାଙ୍କ କେଶ ଟାଣି ତାଙ୍କୁ ଏକ କୋଠରୀଙ୍କୁ ନେଇ ତାଙ୍କ ଇଚ୍ଛା ବିରୁଦ୍ଧରେ ଏବଂ ତାଙ୍କ ଛଦ୍ମବେଶୀ ସ୍ୱାମୀ ଯୁଧିଷ୍ଠିର (ସେହି ସମୟରେ କଙ୍କ ଥିଲେ)ଙ୍କ ସମ୍ମୁଖରେ ଆଲିଙ୍ଗନ କରିବାକୁ ଚେଷ୍ଟା କଲେ । ଯୁଧିଷ୍ଠିର କିମ୍ବା ରାଜା ବିରାଟ ମଧ୍ୟ ତାଙ୍କୁ ବାଧା ଦେଇପାରି ନଥିଲେ କାରଣ କୀଚକ ରାଜ୍ୟ ଭିତରେ ଅତ୍ୟନ୍ତ ଶକ୍ତିଶାଳି ଥିଲେ । ତେବେ, କ୍ରୋଧରେ ବିଚଳିତ ଭୀମଙ୍କୁ ଏହାର ପ୍ରତିଶୋଧ ନେବାକୁ ତତକ୍ଷଣାତ ଯୁଧିଷ୍ଠିର ଗୁପ୍ତ ନିର୍ଦ୍ଦେଶ ଦେଇଥିଲେ ।

ଅପମାନିତ ଦ୍ରୌପଦୀ ରାତିରେ ଯୁଧିଷ୍ଠିରଙ୍କ ଭାଇ ଭୀମଙ୍କ ସହିତ ପରାମର୍ଶ କରିଥିଲେ, ଯିଏ ରାଜପ୍ରାସାଦରେ ଛଦ୍ମବେଶୀ ରାନ୍ଧୁଣିଆଭାବେ କାର୍ଯ୍ୟରତ ଥିଲେ । ମିଳିତ ଭାବେ, ସେମାନେ ଏକ ଯୋଜନା ପ୍ରସ୍ତୁତ କଲେ ଯେଉଁଥିରେ ଛଦ୍ମବେଶୀ ଦ୍ରୌପଦୀଙ୍କ ସହ କୀଚକଙ୍କ ଏକ ଅନ୍ଧାର କୋଠରୀରେ ଭେଟିବାର ବ୍ୟବସ୍ଥା କରାଯିବ ଏବଂ ସେହି ସମୟରେ ଲୁଚି ରହିଥିବା ଭୀମ ତାଙ୍କୁ ଆକ୍ରମଣ କରିବେ । ଯୋଜନା ମୁତାବକ ସୈରୀନ୍ଧ୍ରୀଙ୍କ ପ୍ରେମରେ ପାଗଳ କୀଚକ ଯେତେବେଳେ ଅନ୍ଧାର କୋଠରୀରେ ପ୍ରବେଶ କରନ୍ତି, ସୈରୀନ୍ଧ୍ରିଙ୍କ ସ୍ଥାନରେ ଲୁଚି ରହିଥିବା ଭୀମ ତାଙ୍କୁ ଖାଲି ହାତରେ ଆକ୍ରମଣ କରି ହତ୍ୟା କରି ଶବକୁ ପ୍ରାୟ ଉଭାନ କରିଦେଇଥିଲେ ।[୨]

ଅଜ୍ଞାତ ବାସ ସମୟରେ ଦୁର୍ଯୋଧନ ପାଣ୍ଡବଙ୍କୁ ଖୋଜି ବାହାର କରିବା ପାଇଁ ବରାବର ଚେଷ୍ଟା କରୁଥିଲେ । ତାଙ୍କର ଇଚ୍ଛା ଥିଲା ଅଜ୍ଞାତବାସ ସମୟରେ ଯଦି ସେମାନେ ଧରାପଡିଯାଅନ୍ତି, ପଣ ଅନୁସାରେ ସେମାନଙ୍କୁ ଆଉଥରେ ଅଜ୍ଞାତବାସ ପୁନରାବୃତ୍ତି କରିବାକୁ ପଡିବ । ଏପରି ସମୟରେ ଗୁପ୍ତଚରଦ୍ୱାରା ପ୍ରାପ୍ତ କୀଚକର ମୃତ୍ୟୁ ଖବର ତାଙ୍କ ମନରେ ଏକ ଗୁରୁତର ସନ୍ଦେହ ସୃଷ୍ଟି କରିଥିଲା । ସେ ଜାଣିଥିଲେ ଯେ କୀଚକ ଜଣେ ସାମାନ୍ୟ ଯୋଦ୍ଧା ନ ଥିଲେ, ତାଙ୍କ ଦେହରେ ଦଶ ହଜାର ହାତୀର ଶକ୍ତି ଥିଲା । ସେ ମଧ୍ୟ ଜାଣିଥିଲେ ଯେ ସେଇଥିପାଇଁ ଦ୍ରୋଣାଚାର୍ଯ୍ୟ, ଭୀଷ୍ମ, ଦୁର୍ଯୋଧନ, ବଳରାମ, କର୍ଣ୍ଣ ଏବଂ ଭୀମସେନ ଏହି ଛଅ ରଥୀ(ମହାନ ଯୋଦ୍ଧା)ଙ୍କ ମଧ୍ୟରୁ ହିଁ କେହି ଜଣେ ତାଙ୍କୁ ହତ୍ୟା କରିପାରିବ । ଏଭଳି ସମୟରେ, ଯେତେବେଲେ କି ଅନ୍ୟ ପାଞ୍ଚ ଜଣ କୌରବଙ୍କ ନିକଟରେ ଉପସ୍ଥିତ ଅଛନ୍ତି, ତେଣୁ କୀଚକ ବଦ୍ଧରେ ଭୀମସେନର ହାତ ଥିବା ନେଇ ସେ ନିଶ୍ଚିତ ହୋଇଗଲେ ଏବଂ ଏହି କାରଣରୁ ମତ୍ସ୍ୟ ଦେଶକୁ ଆକ୍ରମଣ କରିବାକୁ ନିଶ୍ଚିତ କଲେ ।[୩]

ଆଧାର[ସମ୍ପାଦନା]

  1. SAWANT, SHIVAJI (1 September 2017). "SRIKRISHNA : THE LORD OF THE UNIVERSE". www.books.google.co.in (in ଇଂରାଜୀ). Retrieved 16 December 2020.
  2. "Mahabharata: The Killing of Keechaka". Anandatirtha Prathishtana (in ଇଂରାଜୀ). 14 March 2011. Retrieved 16 December 2020.
  3. "The Mahabharata, Book 4: Virata Parva: Kichaka-badha Parva: Section XXII". www.sacred-texts.com. Retrieved 16 December 2020.