କିରଣ ଦୁବେ
କିରଣ ଦୁବେ (ଜନ୍ମନାମ: ସମିତା ଦୁବେ, ଜନ୍ମସ୍ଥାନ: ଗୋରଖପୁର)[୧] ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି ।[୨] କାହାନୀ ଘର୍ ଘର୍ କୀ, କ୍ୟୁଁକି ଶାଶ୍ ଭି କଭି ବହୂ ଥି, ଜସ୍ସି ଜୈସି କୋଇ ନେହିଁ[୩][୪] ଓ ବାବୁଲ କା ଆଙ୍ଗନ୍ ଛୁଟେ ନା ଭଳି ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ଅଭିନୟ ପାଇଁ ସେ ଜଣାଶୁଣା ।[୫]
ଶିକ୍ଷା ଓ ଅଭିନୟ ଜୀବନ
[ସମ୍ପାଦନା]କିରଣ ଗୋରଖପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ଡେରାଡୁନରେ ତାଙ୍କ ପିଲାଦିନ କଟିଥିଲା । ପୁଣେରେ କଲେଜରେ ପଢ଼ିବା ସମୟରେ, ସେ ୧୯୯୪ ମସିହାରେ ମିସ୍ ପୁଣେରେ ଅଂଶଗ୍ରହଣ କରିଥିଲେ । ଏହାପରେ, ସେ ୨୦୦୧ ମସିହାରେ, ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ସଂସାର ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୬] ସେ ଓଷୋଙ୍କର ଜଣେ ଅନୁସରଣକାରୀ ।[୭] ଫେର୍ଗୁସନ୍ କଲେଜ, ପୁଣେରୁ ସ୍ନାତକ ପରେ, ୨୦୦୯ ମସିହାରେ, ଅଭିନୟରୁ ଦୂରେଇ ଯାଇଥିଲେ ଏବଂ ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ଯୋଗ ଦେଇଥିଲେ । ଆମେରିକାରୁ ପାଠପଢ଼ା ସାରି ଫେରିବା ପରେ, ୨୦୧୩ ମସିହାରେ, ଜେଟ୍ ସେଟ୍ ଗୋରେ କାମ କରିଥିଲେ ।[୮]
ପୁରସ୍କାର
[ସମ୍ପାଦନା]୨୦୧୫ ମସିହାରେ, ସେ ହ୍ୱେୟାର୍ ଇଜ୍ ସି ନାଓ? ନାମକ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମର ସହ-ପ୍ରଯୋଜନା କରିଥିଲେ ଏବଂ ଅଭିନୟ କରିଥିଲେ ।[୯][୧୦] ଏହା ପାଇଁ ତାଙ୍କୁ ୱାର୍ଲଡ୍ ମ୍ୟୁଜିକ୍ ଆଣ୍ଡ୍ ଇନ୍ଡିପେଣ୍ଡେଣ୍ଟ ଫିଲ୍ମ ଫେଷ୍ଟିଭାଲ୍ରେ, ତାଙ୍କୁ ପୁରସ୍କାର ମିଳିଥିଲା ।[୧୧] ୨୦୧୭ ମସିହାରେ, ହଲିଉଡ଼୍ ଫିଲ୍ମ କମ୍ପିଟିସନ୍ରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୩][୪][୧୨] ଇଡ୍ଲିୱାଇଲ୍ଡ୍ ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ ଅଫ୍ ଚାଇନ୍, ୨୦୧୭ରେ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା ।[୧୩]
ଆଧାର
[ସମ୍ପାଦନା]- ↑ "What's in a name!". TellyChakkar (in ଇଂରାଜୀ). 13 April 2006. Retrieved 25 October 2023.
- ↑ Cine Blitz (in ଇଂରାଜୀ). Vol. 29. Blitz Publications. 2003. Retrieved 25 October 2023.
- ↑ ୩.୦ ୩.୧ Bakshi, Tania Saili (2 April 2017). "Kiran Dubey Wins The Best Actress Award For Her Hollywood Film 'Where Is She Now?'". NDTV. Dehradun. Retrieved 25 October 2023.
- ↑ ୪.୦ ୪.୧ "Kiran Dubey makes her way to Hollywood". The Times of India. 18 April 2017. Retrieved 25 October 2023.
- ↑ Nair, Ranjini (16 June 2008). "Kiran Dubey in Babul Ka Aangann Chootey Na." India Forums (in ଇଂରାଜୀ). Retrieved 25 October 2023.
- ↑ D, Johny (28 March 2006). "Kiran Dubey: From ramp to television". Hindustan Times (in ଇଂରାଜୀ). Mumbai. Retrieved 16 November 2023.
- ↑ Shetty, Anjali (11 September 2017). "'I am a follower of Osho'". Hindustan Times (in ଇଂରାଜୀ). Retrieved 25 October 2023.
- ↑ "No rat-race for Kiran". DNA India (in ଇଂରାଜୀ). 21 November 2013. Retrieved 25 October 2023.
- ↑ "अब हॉलीवुड में धमाल मचा रही ये बॉलीवुड एक्ट्रेस, जल्द इस नई फिल्म में आएंगीं नजर". Amar Ujala (in ହିନ୍ଦୀ). 8 March 2018. Retrieved 25 October 2023.
- ↑ "किरन दूबे की हाॅलीवुड मूवी सीरीज जल्द होगी रिलीज". Time Witness (in ହିନ୍ଦୀ). 7 March 2018. Retrieved 25 October 2023.
- ↑ "WMIFF | 2016 Winners". World Music & Independent Film Festival (in ଇଂରାଜୀ). Retrieved 25 October 2023.
- ↑ "हॉलीवुड ने भी किया दून की बिटिया किरन दूबे की एक्टिंग का सम्मान". Khabar Uttarakhand News (in ହିନ୍ଦୀ). Dehradun. 2 April 2017. Retrieved 25 October 2023.
- ↑ "Awards – IIFC 2017". Idyllwild International Festival of Cinema. Archived from the original on 20 October 2017. Retrieved 25 October 2023.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କିରଣ ଦୁବେ