କିରଣ ଜନଜାନି
କିରଣ ଜନଜାନି | |
---|---|
ଜନ୍ମ | ୧୨ ମାର୍ଚ୍ଚ ମୁମ୍ବାଇ, ଭାରତ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୯୮ – ଏବେଯାଏଁ |
ବୈବାହିକ-ସାଥୀ | ରିତୁ ଜନଜାନୀ |
କିରଣ ଜନଜାନି ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ହମ୍ ନେ ଲି ହୈ ଶପଥରେ ତାଙ୍କ ଅଭିନୀତ ଚରିତ୍ର ଉଜ୍ୱଳ ମିଶ୍ର ପାଇଁ ସେ ଜଣାଶୁଣା । ସେ ଏଣ୍ଡ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ସନ୍ତୋଷୀ ମାଆ,[୧] ଜୀ ଟିଭିରେ ପ୍ରସାରିତ ୟେ ତେରି ଗଲିୟାଁ ଭଳି ଧାରାବାହିକରେ କାମ କରିଛନ୍ତି ।[୨]
ଜୀବନୀ
[ସମ୍ପାଦନା]କିରଣ ୧୨ ମାର୍ଚ୍ଚରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ସେ କୋଲେଜିଓ କସ୍ମୋପଲିଟାନୋ ଡି କଲମ୍ବିଆରେ ପଢ଼ୁଥିଲେ ଏବଂ ମୁମ୍ବାଇର ଶ୍ରୀ ଭିଲେ ପାର୍ଲେ କେଲାବାନି ମଣ୍ଡଳସ୍ ନାର୍ସୀ ମୋଞ୍ଜୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଷ୍ଟଡିଜ୍ରୁ ସ୍ନାତକ କରିଛନ୍ତି । ସେ ମେକ୍ଅପ୍ ଡିଜାଇନର୍ ରୁତି କେ ଜେନଜାନୀଙ୍କୁ ବିବାହ କରିଛନ୍ତି । ସେ ଅନେକ ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରିଛନ୍ତି । ରିୟା ସେନଙ୍କ ସହ ସେ ଫାଲଗୁନି ପଠକଙ୍କ ଗୀତ ୟାଦ୍ ପିଆ କି ଆନେ ଲାଗିରେ ଅଭିନୟ କରିଥିଲେ ଏବଂ ହ୍ୟାରି ଆନନ୍ଦଙ୍କ ଆଲବମ ଚାହତରେ "ଦିଲ୍ ଦିଲ୍ ନହିଁ ରାହା ମେରା" ଗୀତରେ ମଧ୍ୟ ଅଭିନୟ କରିଥିଲେ । କିରଣ ତାଙ୍କ ଝିଅଙ୍କର ଜନ୍ମ ପରେ ତାଙ୍କ ନାମ କରଣଉଦୟ ଜେନଜାନିକୁ ବଦଳାଇଥିଲେ ।[୩] ଅବଶ୍ୟ ଏବେ ବି କଥାଚିତ୍ର ଜଗତରେ ସେ କିରଣ ଭାବରେ ପରିଚିତ ।
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା |
---|---|---|
୨୦୧୨ | ହମ୍ ନେ ଲି ହୈ ଶପଥ | ବିକାଶ ନନ୍ଦ |
୨୦୧୨ | ସିଆଇଡି | ଇନ୍ସପେକ୍ଟର ବର୍ଦ୍ଧନ/ମଣ୍ଟି |
୨୦୧୫ | ଦିଲ୍ କି ବାତେଁ ଦିଲ୍ ହି ଜାନେ | ରାମଙ୍କ ବନ୍ଧୁ |
ପ୍ୟାର୍ ତୁନେ କ୍ୟା କିୟା | ସନ୍ଦୀପ | |
୨୦୧୫ – ୨୦୧୭ | ସନ୍ତୋଷୀ ମାଆ | ଉଜ୍ୱଳ ମିଶ୍ର |
୨୦୧୮ | ଇସ୍କବାଜ୍ | ଅଭିମନ୍ୟୁ ରାହେଜା |
ଉଡ଼ାନ୍ | ର ଏଜେଣ୍ଟ ଅଭୟ | |
ୟେ ତେରି ଗଲିୟାଁ | ଅରିନ୍ଦମ୍ ମଜୁମଦାର |
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୨୧ | ମୈ ମୁଲାୟମ୍ ସିଂହ ଯାଦବ | ସଞ୍ଜୟ ଗାନ୍ଧୀ | |
୨୦୧୪ | ସିଟି ଅଫ୍ ଡ୍ରିମ୍ସ | ||
୨୦୧୦ | ବେନି ଆଣ୍ଡ ବବ୍ଲୁ | ରଣବୀର | |
ଲାଇଫ୍ ଏକ୍ସପ୍ରେସ୍ | ନିଖିଲ ଶର୍ମା |
ଆଧାର
[ସମ୍ପାଦନା]- ↑ "Kiran Janjani: Who says mythological shows are only about Gods". The Times of India. 2015-12-17. ISSN 0971-8257. Retrieved 2023-08-11.
- ↑ https://www.facebook.com/iwmbuzz (2018-08-13). "I took up the role in Yeh Teri Galiyan mainly because of its emotional layering: Kiran Janjani". IWMBuzz (in ଆମେରିକୀୟ ଇଂରାଜୀ). Retrieved 2023-08-11.
{{cite web}}
:|last=
has generic name (help); External link in
(help)|last=
- ↑ "Karanuday Jenjani: Why shouldn't an actor ask for work? Of course, there is a way of asking". Times Of India. Bombay Times. Retrieved 21 February 2021.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କିରଣ ଜନଜାନି