କାରାକୁମ ମରୁଭୂମି

ଉଇକିପିଡ଼ିଆ‌ରୁ
ଅନ୍ତରିକ୍ଷରେ କାରାକୁମ ମରୁଭୂମି - ଡାହାଣରେ (କୌସ୍ପିୟନ ସାଗର) ଦେଖା ଯାଉଅଛି ଏବଂ ଚିତ୍ରର ବାମ ପାର୍ଶ୍ୱର ଉପରେ (ଆମୂ ଦରିୟା)ର ରେଖା
ତୁର୍କମେନିସ୍ଥାନରେ କାରାକୁମର ଏକ ଦୃଶ୍ୟ


କାରାକୁମ ମରୁଭୂମି (ତୁର୍କମେନ: Garagum; ରୂସୀ: Каракумы; ଇଂରାଜୀ: Karakum) ମଧ୍ୟ ଏସିଆରେସ୍ଥିତ ଏକ ମରୁଭୂମି ଅଟେ । "ତୁର୍କମେନିସ୍ଥାନ" ଦେଶର ୭୦% ପ୍ରତିଶତ ଯାଗା ଏହି ମରୁଭୂମି କ୍ଷେତ୍ରରେ ଆସିଥାଏ । "କାରାକୁମ" ଶବ୍ଦର ଅର୍ଥ - "କଳା ବାଲି" ହୋଇଥାଏ । ଏଠାରେ ଆବାଦି ବହୁତ କମ ଘନ ହୋଇଥାଏ ଏବଂ ଖୁବକମ ସମସ୍ତ ୬.୫ ବର୍ଗ କିମିରେ ଏକ ବ୍ୟକ୍ତି ମିଳିଥାଏ । ଏଠାରେ ବର୍ଷା ପାଖାପାଖି ୧୦ ବର୍ଷରେ ମାତ୍ର ଥରେ ହୋଇଥାଏ । ଏହ ବିଶ୍ୱର ସବୁଠାରୁ ବଡ଼ ବାଲିଯୁକ୍ତ ରେଜିସ୍ଥାନମାନଙ୍କ ମଧ୍ୟରେ ଗୋଟିଏ ଅଟେ ।[୧]

ହଳଦିଆ ରଙ୍ଗ ହୋଇଥିବା ଅଂଶ କାରାକୁମ ଅଟେ

ଭୂଗୋଳ[ସମ୍ପାଦନା]

ସବୁ ମିଶାଇ କାରାକୁମର କ୍ଷେତ୍ରଫଳ ୩,୫୦,୦୦୦ ବର୍ଗ କିମି ଅଟେ । ତୁର୍କମେନିସ୍ତାନର ଅଧିକତର କ୍ଷେତ୍ର ଏହି ମରୁଭୂମିରେ ଆସିଥାଏ । କାରାକୁମ (କୌସ୍ପିୟନ ସାଗର)ର ପୂର୍ବରେ ଏବଂ (ଅରଳ ସାଗର)ର ଦକ୍ଷିଣରେ ରହିଥାଏ । ଉତ୍ତର - ପୂର୍ବରେ ଆମୂ ଦରିୟା ଏବଂ (କିଜିଲ କୁମ ମରୁଭୂମି) ରହିଛି ।[୨] ଆଧୁନିକ ଯୁଗରେ ଅରଳ ସାଗରର ମୂଳରୁ ସେହି ଝରଣାର ବହୁତ ଅଂଶ ଏହି ମରୁଭୂମିର କବଳରେ ଆସିଗଲାଣି , ଏବଂ କିଛି ଲୋକ ଏହି ଭାଗକୁ "ଅରଳ କାରାକୁମ" କହିବାକୁ ଲାଗିଲେ । ଏହା ପାଖାପାଖି ୪୦,୦୦୦ ବର୍ଗ କିମି (୧୫,୪୪୦ ବର୍ଗ ମିଲି)ରେ ବିସ୍ତୃତ ହୋଇଛି ।[୩] ଅରଳର ସୁଖି ଯାଇଥିବା ଚଟାଣ ଉପରେ କୃଷି କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ପ୍ରକାର କୀଟନାଶକ ପଦାର୍ଥ ମିଶା ଯାଇଥିଲା, ଯାହା ନହରରୁ ବୋହି ହୋଇ ଏଠାକୁ ଆସି ଯାଇଥିଲା । ଏବେ ଏହା ଏକ ମାସ ଧୂଳିରେ ମିଶି ଯାଇଛି ଏବଂ ପବନ ସହିତ ଉଡି ହଜାର ମାଇଲ ଦୂର ପର୍ଯ୍ୟନ୍ତ ପ୍ରଦୂଷଣ ନେଇଯାଇ ଥାଏ । ଅରଳ କାରାକୁମରୁ ଉଡୁ ଥିବା କୀଟମରା ପଦାର୍ଥ "ଆଣ୍ଟାର୍କାଟିକା"ରେ "ପେଙ୍ଗୁଇନ" ମାନଙ୍କ ରକ୍ତରେ ମିଳି ସାରିଛି । ଏଠାର ଧୂଳି ଗ୍ରୀନଲ୍ୟାଣ୍ଡର "ହିମାନିୟୋ(ଗ୍ଲୋଶିୟରୋ)"ରେ ଏବଂ "ବେଲାରୂସ"ର କ୍ଷେତରେ ମିଳି ସାରିଛି । [୪]

ମାନବୀୟ ଗତିବିଧି[ସମ୍ପାଦନା]

କାରାକୁମ ଯାଗା ଭିତରେ "ବୋଲ୍ସୋଈ" ପର୍ବତ ଶୃଙ୍ଗ ଆସିଥାଏ ଯେଉଁଥିରେ ପାଷାଣ ଯୁଗ (ପ୍ରସ୍ତର ଯୁଗ) ମନୁଷ୍ୟ ମାନଙ୍କ ବସବାସର ଅବଶେଷ ମିଳିଛି । ଆଧୁନିକ ଯୁଗରେ ଏହା ଦୁନିଆର ଦ୍ୱିତୀୟ ସବୁଠାରୁ ଲମ୍ବା ନହର ଅଟେ , ଯାହାକୁ "କାରାକୁମ ନହର" କୁହାଯାଏ । ଏହା ୧,୩୭୫ କିମି ଲମ୍ବା ଅଟେ କିନ୍ତୁ ସମୟ ସହିତ ଏଥିରୁ ପାଣି ଯାଗା-ଯାଗାରୁ ବିଭାଗ ହେବାରେ ଲାଗିଲା , ଯାହାଦ୍ୱାରା ବହୁ ଛୋଟ ଝରଣା ତିଆରି ହେଲା । ଏହାର ପାଣି ମରୁଭୂମିର ତଳ ସ୍ତର ଲୁଣକୁ ଉପରକୁ ନେଇ ଆସିଥାଏ ।

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Climate change and terrestrial carbon sequestration in Central Asia, R. Lal, Psychology Press, 2007, ISBN 978-0-415-42235-2, ... The Karakum ('Black Sand' in Turkic) desert occupies 70% of Turkmenistan and is, with 350000 km2 one of the world's largest sand deserts. The Kyzylkum ('Red Sand') desert, with an area of about 300000km2 in both Uzbekistan and Kazakhstan ...
  2. Geographic perspectives on Soviet Central Asia, Robert A. Lewis, Robert R. Churchill, Amanda Tate, Psychology Press, 1992, ISBN 978-0-415-07592-3, ... The greatest of these deserts is the Kara Kum (“Black Sands” in Turkic), which stretches more than 350000 square kilometers. It lies between the mountains and the Amudar'ya. On the west it touches the pre-Caspian lowland ...
  3. Earth Lab: Exploring the Earth Sciences, Claudia Owen, Diane Pirie, Grenville Draper, Cengage Learning, 2010, ISBN 978-0-538-73700-5, ... Storm winds sweep the dried lakebed, now called the Aral-Karakum Desert, carrying at least 150000 metric tons of salt and dust to the surrounding area, and producing severe, negative effects on agriculture and human health ...
  4. Adventure capitalist: the ultimate investor's road trip, Jim Rogers, Random House Digital, Inc., 2003, ISBN 978-0-375-50912-4, ... The Aral's distinctive poisons, rising to high layers in the atmosphere and carried around the globe, have been found in the blood of penguins in the Antarctic and have fallen on glaciers in Greenland, forests in Norway, and fields in Belorussia ...