କାବେରୀ ବୋଷ

ଉଇକିପିଡ଼ିଆ‌ରୁ
କାବେରୀ ବୋଷ‌
কাবেরী বসু
Born (1938-03-28) ୨୮ ମାର୍ଚ୍ଚ ୧୯୩୮ (ବୟସ ୮୫)[୧]
Died୧୮ ଫେବୃଆରୀ ୧୯୭୭(1977-02-18) (ବୟସ ୩୮)
Nationalityଭାରତୀୟ
Occupationଅଭିନେତ୍ରୀ
Years active୧୯୫୫–୧୯୭୫
Notable workରାଜକଲମ, ଅରାନ୍ୟେର ଦିନ ରାତ୍ରିରେ
Spouse
ଅଜିତ ଚଟୋପାଧ୍ୟାୟ
(m. ୧୯୫୬)
Awardsବେଙ୍ଗଲ ଫିଲ୍ମ ଜର୍ନାଲିଷ୍ଟ ଆସୋସିଏସନ‌ଦ୍ୱାରା ଶ୍ରେଷ୍ଠ ସହ ଅଭିନେତ୍ରୀ (୧୯୭୧)

କାବେରୀ ବୋଷ (୨୮ ମାର୍ଚ୍ଚ ୧୯୩୮ - ୧୮ ଫେବୃଆରୀ ୧୯୭୭) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।

ତାଙ୍କର ଉଲ୍ଲେଖନୀୟ କଥାଚିତ୍ରଗୁଡ଼ିକ ମଧ୍ୟରେ ନାଗର ଦାର୍ପଣେ (୧୯୭୫), ଜେ ଜେଖାନେ ଦରିୟେ (୧୯୭୪), ଆମି ସେ ଓ ସାଖା (୧୯୭୪), ଅରାନ୍ୟେର ଦିନ ରାତ୍ରି (୧୯୭୦), ଶ୍ୟାମଳି (୧୯୫୬), ମଧୁମାଳତି (୧୯୫୭), ରଇକମାଳ (୧୯୫୫), ଦେବିମାଲିନି (୧୯୫୫), ପରଦିନ (୧୯୫୬), ଏବଂ ଶଙ୍କର ନାରାୟଣ ବ୍ୟାଙ୍କ (୧୯୫୬) ଆଦି ଅନ୍ୟତମ । ସେ ଶ୍ୟାମଳିରେ ଜଣାଶୁଣା ବଙ୍ଗଳା ଅଭିନେତା ଉତ୍କଳ କୁମାରଙ୍କ ସହ ଅଭିନୟ କରିଥିଲେ ଏବଂ ଅରାନ୍ୟେର ଦିନ ରାତ୍ରିରେ ଖ୍ୟାତନାମା ନିର୍ଦ୍ଦେଶକ ସତ୍ୟଜିତ୍ ରାୟଙ୍କ ସହ କାମ କରିଥିଲେ ।[୨][୩]

୧୯୩୮ ମସିହାର ମାର୍ଚ୍ଚ ୨୮ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ।

୧୯୫୫ ମସିହାରେ ସେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ରାଜକମଲ, ଯାହାର ନିର୍ଦ୍ଦେଶନା ଦେଇଥିଲେ ସୁବୋଧ ମିତ୍ର । ରାଜକଲମ ସହିତ ସେ ଗୋଟିଏ ବର୍ଷର ୭ଟି କଥାଚିତ୍ରରେ କାମ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

କାବେରୀ ୧୯୫୬ ମସିହାରେ ଅଜିଟ ଚଟ୍ଟୋପାଧ୍ୟାୟଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ଏବଂ ମୁମ୍ବାଇ ଚାଲି ଯାଇଥିଲେ । ଗୋଟିଏ ପୁଅ ଓ ଦୁଇଟି ଝିଅ ସହିତ ତାଙ୍କର ତିନିଜଣ ସନ୍ତାନ ଥିଲେ । କଥାଚିତ୍ର ଜଗତରୁ ୧୨ ବର୍ଷ ଦୂରେଇ ରହିବ ପରେ ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶିତ କଥାଚିତ୍ର ଅରାନ୍ୟେର ଦିନ ରାତ୍ରିରେ ଅଭିନୟ କରିଥିଲେ, ଯାହାକି ୧୯୭୦ ମସିହାରେ ମୁକ୍ତିଲାଭ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କ ଅଭିନୟକୁ ସମୀକ୍ଷକମାନେ ପ୍ରସଂଶା କରିଥିଲେ । ଏହି କଥାଚିତ୍ରଟିର ସଫଳତା ପରେ ମଧ୍ୟ ଅଭିନୟ କ୍ଷେତ୍ରରେ ସେ ସେତେଟା ସକ୍ରିୟ ରହିନଥିଲେ ।[୪]

୧୯୭୦ ଜୁନ ୧୨ ତାରିଖରେ କାବେରୀ, ତାଙ୍କ ସ୍ୱାମୀ ଓ ତାଙ୍କ ସାନ ଝିଅ ଦାର୍ଜିଲିଂରୁ ଯିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଯେଉଁଥିରେ ସେ ଗୁରୁତର ଆହାତ ହୋଇଥିଲେ, ମାତ୍ର ତାଙ୍କ ଝିଅ ଓ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ।[୫]

ମୃତ୍ୟୁ[ସମ୍ପାଦନା]

୧୯୭୬ ମସିହାରେ, ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ୧୯୭୭ ଫେବୃଆରୀ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "সিনেমা কাবেরীকে ভালবেসেছিল, কিন্তু সিনেমা তাঁর সয়নি". anandabazar.com (in Bengali). Retrieved 14 January 2021.
  2. ୨.୦ ୨.୧ "Suchitra Sen". filmsack (in ଆମେରିକୀୟ ଇଂରାଜୀ). Archived from the original on 6 April 2017. Retrieved 12 December 2017.
  3. "Subodh Mitra's RAIKAMAL (1955) Bengali Classic: Uttam Kumar - Kaberi Bose | WBRi | Washington Bangla Radio on internet". Retrieved 12 December 2017.
  4. "সিনেমা কাবেরীকে ভালবেসেছিল, কিন্তু সিনেমা তাঁর সয়নি". www.anandabazar.com (in Bengali). Retrieved 2023-05-30.
  5. "দুর্ঘটনায় একা হয়ে যাওয়া, আদরের উপোস! কাবেরী বসুকে যেভাবে চিনেছি". inscript.me (in ଇଂରାଜୀ). Retrieved 2023-05-30.

ବାହାର ଲିଙ୍କ୍[ସମ୍ପାଦନା]