କାବିଲ

ଉଇକିପିଡ଼ିଆ‌ରୁ

କାବିଲ ହେଉଛି ଏକ ଅପରାଧ ଭିର୍ତ୍ତିକ ଚଳଚ୍ଚିତ୍ର । ଏହାର ନିର୍ଦ୍ଦେଶକ ହେଉଛନ୍ତି ସଞ୍ଜୟ ଗୁପ୍ତା । ଏହି ଚଳଚ୍ଚିତ୍ରର କାହାଣୀକୁ ବିଜୟ କୁମାର ମିଶ୍ର ଲେଖିଛନ୍ତି । ଏହାର ପ୍ରଯୋଜକ ହେଉଛନ୍ତି ରାକେଶ ରୋଶନ । ଏହା ଫିଲ୍ମକ୍ରାଫ୍ଟ ବ୍ୟାନରରେ ନିର୍ମାଣ କରାଯାଇଛି ।

ଏହି କାହାଣୀଟି ୨ଟି ଦୃଷ୍ଟିହୀନ ଯୁବକ ଯୁବତୀଙ୍କ ପ୍ରେମର କାହାଣୀକୁ ନେଇ ନିର୍ମିତ । ଏଥିରେ ହ୍ରତିକ ରୋଶନ ଓ ୟମି ଗୌତମ ମୁଖ୍ୟ ଅଭିନୟ କରିଛନ୍ତି । ଏହାର ସଙ୍ଗୀତ ରାକେଶ ରୋଶନଙ୍କଦ୍ୱାରା ଲେଖା ହୋଇଥିଲା ।

ଏହି ଚଳଚ୍ଚିତ୍ରଟି ୨୦୧୭ମସିହା ଜାନୁଆରୀ ୨୫ରେ ପ୍ରେକ୍ଷାଳୟକୁ ଆସିଥିଲା । ଏହି ଚଳଚ୍ଚିତ୍ରଟି ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ପ୍ରେକ୍ଷାଳୟକୁ ଆସିଥିଲା କିନ୍ତୁ ଏହାର ନାମ ଥିଲା ବଲମ । ଏହି ଚଳଚ୍ଚିତ୍ରଟି ବହୁତ ଚର୍ଚ୍ଚିତ ହୋଇଥିଲା । ବହୁତ ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା । ଏହି ଚଳଚ୍ଚିତ୍ରର ସଙ୍ଗୀତ ଗୁଡ଼ିକ ବହୁତ ସୁନ୍ଦର ହୋଇଥିଲା ।

ଏହି ଚଳଚ୍ଚିତ୍ରଟି ରଇଜ ଚଳଚ୍ଚିତ୍ର ସହିତ ଦର୍ଶକଙ୍କ ସମ୍ନାକୁ ଆସିଥିଲା । ଏହି ଚଳଚ୍ଚିତ୍ରଟି ବହୁତ ଲୋକପ୍ରିୟ ହୋଇଥିଲା । ଓ ବକ୍ସ ଅଫିସରେ ୧୭୬.୦୭କୋଟି ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରଟି ୨୦୧୭ ଫେବ୍ରୁଆରୀ ୨ ତାରିଖରେ ପାକିସ୍ତାନରେ ମଧ୍ୟ ପ୍ରେକ୍ଷାଳୟକୁ ଆସିଥାନ୍ତା କିନ୍ତୁ ଉରି ଆକ୍ରମଣ ପରଠାରୁ ଭାରତୀୟ ଚଳଚ୍ଚିତ୍ର ପାକିସ୍ତାନରେ ବ୍ୟାନ କରାଯାଇଛି ।