କାନାମାଇସିନ ଏ
| Clinical data | |
|---|---|
| AHFS/Drugs.com | monograph |
| Pregnancy category |
|
| Routes of administration | ପାଟିରେ, ଶିରାଭ୍ୟନ୍ତରରେ (intravenous), ମାଂସପେଶୀରେ (intramuscular) |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | ପାଟିରେ ଦେଲେ ଅଳ୍ପ ମିଳେ । |
| Metabolism | ଅଜ୍ଞାତ |
| Elimination half-life | ୨ ଘଣ୍ଟା ୩୦ ମିନିଟ |
| Excretion | ମୂତ୍ରରେ ଅପରିବର୍ତ୍ତନିୟ ଭାବରେ |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| ChEBI | |
| ChEMBL | |
| PDB ligand | |
| ECHA InfoCard | 100.000.374 |
| Chemical and physical data | |
| Formula | C18H36N4O11 |
| Molar mass | 484.499 |
| 3D model (JSmol) | |
| |
| |
| (verify) | |
କାନାମାଇସିନ ଏ (ଇଂରାଜୀ ଭାଷାରେ Kanamycin A, ଅନ୍ୟ ନାମ କାନାମାଇସିନ kanamycin), ଏକ ଆଣ୍ଟିବାୟୋଟିକ ଯାହା ସାଂଘାତିକ ବ୍ୟାକ୍ଟେରିଆ ସଂକ୍ରମଣ (bacterial infections) ଓ ଯକ୍ଷ୍ମା ରୋଗର ଦିଆଯାଏ । ଏହା ପ୍ରଥମ ଧାଡ଼ିର ଚିକିତ୍ସା ଔଷଧ ନୁହେଁ । ଏହା ପାଟିରେ (by mouth), ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ (injection into a muscle) ଦିଆଯାଏ । ଏହି ଔଷଧ ଅଳ୍ପ ଦିନ ନିମନ୍ତେ ଦିଆଯାଏ, ସାଧାରଣତଃ ୭ରୁ ୧୦ ଦିନ ନିମନ୍ତେ । ଭୁତାଣୁ ସଂକ୍ରମଣରେ (en:viral infections) ଏହା କାମକରେନାହିଁ । [୧]
ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣ ଓ ନିୟନ୍ତ୍ରଣ ସମସ୍ୟା ଉପୁଜେ । ବୃକ୍କ ସମସ୍ୟା ମଧ୍ୟ ହୋଇପାରେ। ଏହା ଶିଶୁ ପ୍ରତି ବିପଦଜନକ ହୋଇଥିବାରୁ ଗର୍ଭାବସ୍ଥାରେ ଦିଆଯାଏନାହିଁ ।[୧] ସ୍ତନ୍ୟପାନ (breastfeeding) ସମୟରେ ଏହା ଅସୁବିଧା କରିବା ଜଣାଯାଇନାହିଁ ।[୨] ଏହା ଆମିନୋଗ୍ଲାଇକୋସାଇଡ (aminoglycoside) ପରିବାରର ଏକ ସଦସ୍ୟ । ବିଜାଣୁ/ବ୍ୟକ୍ଟେରିଆ ବଞ୍ଚିବା ନିମନ୍ତେ ଆବଶ୍ୟକ ହେଉଥିବା ପ୍ରୋଟିନ ତିଆରିକୁ ଏହି ଔଷଧ ଅବରୋଧ କରେ ।[୧]
ସନ ୧୯୫୭ରେ ହାମାଓ ଉମେଜାୱା (Hamao Umezawa) ପ୍ରଥମେ ସ୍ଟ୍ରେପ୍ଟୋମାଇସେସ କାନାମାଇସେଟିକସ୍ରୁ କାନାମାଇସିନ ପ୍ରସ୍ତୁତ କରିଥିଲେ ।[୧][୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ସନ ୨୦୧୪ରେ ଏହାର ଏକ ଡୋଜର ମୂଲ୍ୟ ୧.୫୨ ଆମେରିକୀୟ ଡଲାର ଥିଲା ।[୫] ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବସାୟୀକ ଭିତ୍ତିରେ ଆଉ ମିଳୁନାହିଁ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Kanamycin Sulfate". The American Society of Health-System Pharmacists. Retrieved 6 December 2016.
- ↑ "Kanamycin (Kantrex) Use During Pregnancy". www.drugs.com. Retrieved 7 December 2016.
- ↑ Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 302. ISBN 9780471899792.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Kanamycin Sulfate". International Drug Price Indicator Guide. Retrieved 7 December 2016.[permanent dead link]