କାଗଜ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଭିନ୍ନ ଭିନ୍ନ ପ୍ରକାର କାଗଜ: କାର୍ଟନ, ଟିସୁ କାଗଜ
କାଗଜ
Paper (Chinese characters).svg
ଚୀନା ଅକ୍ଷରରେ "କାଗଜ" ଲେଖାଯାଇଛି ପରମ୍ପରା ଅନୁସାରେ (ଉପର ଚିତ୍ର) ଓ ସରଳୀକୃତ (ତଳ ଚିତ୍ର) ।
Traditional Chinese
Simplified Chinese

କାଗଜ ଏକ ପତଳା ପଦାର୍ଥ ଯାହା କାଠ, ବାଉଁଶ, ଛିଣ୍ଡା କପଡ଼ା ବା ଘାସର ମଣ୍ଡରେ ଥିବା ଓଦା ସେଲ୍ୟୁଲୋଜ୍ ତନ୍ତୁକୁ ଏକତ୍ର ଚିପି, ଶୁଖେଇ ନମନୀୟ ଚାଦର ଆକାରରେ ପ୍ରସ୍ତୁତ କରାଯାଏ । ଏହି ଅନୁପମ ପଦାର୍ଥକୁ ଲେଖିବା, ଛପେଇବା, ପୋଛାପୋଛି କରିବା ଓ ଅନେକ ପ୍ରକାରର ଔଦ୍ୟୋଗିକ ଓ ନିର୍ମାଣ କାମରେ ବ୍ୟବ‌ହାର କରାଯାଏ ।

ମଣ୍ଡରୁ କାଗଜ ପ୍ରସ୍ତୁତି ପ୍ରଥମେ ଚୀନ ଦେଶରେ ଦ୍ୱିତୀୟ ଶତାବ୍ଦୀରେ (ସନ ୧୦୫) ବିକାଶ ହେବା,[୧] ଓ ଏହା ହାନ କୋର୍ଟ ହିଜଡ଼ା କାଇ ଲୁନଙ୍କ (Han court eunuch Cai Lun)ଦ୍ୱାରା ପ୍ରସ୍ତୁତ ହୋଇଥିବା କୁହାଯାଉଥିଲେ ମଧ୍ୟ ସେଠାରୁ ମିଳୁଥିବା କାଗଜ ଟୁକୁଡ଼ାରୁ ଏହା ଖ୍ରୀ:ପୂ: ଦ୍ୱିତୀୟ ଶତାବ୍ଦୀରେ ପ୍ରସ୍ତୁତ ହୋଇଥିବା ଜଣାଯାଏ ।[୨] ଅଧୁନା ମଣ୍ଡ ଓ କାଗଜ ଉଦ୍ୟୋଗ ସାରା ପୃଥିବୀରେ ଅଛି, ଚୀନ ଦେଶରେ ସର୍ବାଧିକ ଓ ତା ପରକୁ ଯୁକ୍ତରାଷ୍ଟ୍ର ଆମେରିକା ଅଛି ।

ଇତିହାସ[ସମ୍ପାଦନା]

Hemp ବେଷ୍ଟନ କାଗଜ, ଚୀନ, circa 100 BC.

ଚୀନରେ ମିଳିଥିବା ଆଧୁନିକ କାଗଜର ପୂର୍ବବର୍ତ୍ତୀ ସର୍ବ ପୁରାତନ ପ୍ରତ୍ନତାତ୍ତ୍ୱିକ ଟୁକୁଡ଼ା ପ୍ରାୟ ଦ୍ୱିତୀୟ ଶତାବ୍ଦୀର ବୋଲି ଜଣାଯାଏ । ମଣ୍ଡ ତିଆରି ପ୍ରକ୍ରିୟା ଦ୍ୱିତୀୟ ଶତାବ୍ଦୀରେ ହାନ ବଂଶର ହିଜଡ଼ା କାଇ ଲୁନଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ଜଣାଯାଏ । [୨] ପୂର୍ବରୁ ବ୍ୟବ‌ହୃତ ସିଲ୍କ ବଦଳରେ କାଗଜ ବ୍ୟବ‌ହୃତ ହେବାରୁ ଚୀନ ପ୍ରଚୁର ପରିମାଣର ସିଲ୍କ ରପ୍ତାନୀ କରିବାଦ୍ୱାରା ସେଠାରେ ସୁବର୍ଣ୍ଣ ଯୁଗକୁ ସାହାଯ୍ୟପ୍ରାପ୍ତ ହୋଇଥିଲା ।

ଚୀନରୁ କାଗଜର ଜ୍ଞାନ ଓ ବ୍ୟବ‌ହାର ମଧ୍ୟପ୍ରାଚ୍ୟରୁ ମଧ୍ୟଯୁଗୀୟ ୟୁରୋପକୁ ୧୩ଶ ଶତାବ୍ଦୀରେ ବ୍ୟାପିଯାଇଥିଲା ଓ ସେଠାରେ ପ୍ରଥମ ଜଳଶକ୍ତି ଚାଳିତ କାଗଜ କଳ ତିଆରି ହୋଇଥିଲା ।[୩] କାଗଜ ପ୍ରଥମେ ବାଗଦାଦ୍ ସ‌ହର ମାଧ୍ୟମରେ ପଶ୍ଚିମ ପୃଥିବୀ ସ‌ହ ପରିଚିତ ହୋଇଥିବା ଯୋଗୁ ତାହାକୁ ପ୍ରଥମେ ବାଗଦାତିକସ୍ ନାମ ଦିଆଯିଥିଲା । [୪] ଊନବିଂଶ ଶତାବ୍ଦୀରେ କାଗଜ ମୂଲ୍ୟ ଅହେତୁକ ଭାବରେ କମିଯିବାରୁ ଖବର ବିନିମୟ ବଢ଼ିଲା ଓ ଏହାଦ୍ୱାରା ସାଂସ୍କୃତିକ ବିନିମୟ ସୁଗମ ହେଲା । ସନ ୧୮୪୪ରେ କ୍ୟାନାଡ଼ା ଓ ଜର୍ମାନୀର ଉଦ୍‌ଭାବକ ଯଥାକ୍ରମେ ଚାର୍ଲସ୍ ଫେନେର୍ଟି ଓ ଏଫ୍ ଜି କେଲର ସ୍ୱତନ୍ତ୍ର ଭାବେ କାଠ ମଣ୍ଡରୁ ତନ୍ତୁ ତିଆରି କରିବା ଉପାୟ ପ୍ରସ୍ତୁତ କରିଥିଲେ ।[୫]

ଶବ୍ଦ ବିନ୍ୟାସ[ସମ୍ପାଦନା]

Further information: ପାପିରସ୍

ସାଇପେରସ୍ ପାପିରସ୍ (ଇଂରାଜୀ ଭାଷାରେ Cyperus papyrus) ବୃକ୍ଷକୁ ଗ୍ରୀକ୍ ଭାଷାରେ କୁହାଯାଉଥିବା (Greek πάπυρος ବା papuros) ପାପୁରସ୍ ଶବ୍ଦରୁ ଲାଟିନ ଭାଷାରେ ପାପିରସ୍ ଶବ୍ଦ ଗ୍ରହଣ କରାଯାଇଥିଲା ଓ ପେପର ବା କାଗଜ ଶବ୍ଦ ସେଠାରୁ ଆସିଥିଲା ।[୬][୭] ପାପିରସ୍ ଏକ ମୋଟା କାଗଜ ଭଳି ପଦାର୍ଥ ଯାହା ସିପେରସ୍ ପାପିରସ୍ ଗଛରୁ ତିଆରି କରାଯାଉଥିଲା ଓ ପୁରାତନ ମିଶର ତ‌ଥା ଅନ୍ୟାନ୍ୟ ଭୁମଧ୍ୟସାଗରୀୟ ସଂସ୍କୃତିରେ ଇତିହାସ ଲେଖିବାକୁ ବ୍ୟବ‌ହାର କରାଯାଉଥିଲା ।[୮] ପାପିରସ୍ ଶବ୍ଦରୁ ପେପର ସଂଗୃହିତ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରସ୍ତୁତି ସମ୍ପୁର୍ଣ୍ଣ ଅଲଗା । ପ୍ରକୃତିରୁ ନିଆଯାଇଥିବା ଗଛ ତ‌ନ୍ତୁକୁ ପତଳା ବା ଲାମିନେସନ୍ କରି ପାପିରସ୍ ତିଆରି କରାଯାଏ କିନ୍ତୁ ଗଛ ତନ୍ତୁକୁ ଭିଜେଇ ଓ ମାସେରେସନ୍ କରି ତାହାର ଗୁଣ ପରିବର୍ତ୍ତନ କରି କାଗଜ ପ୍ରସ୍ତୁତ କରାଯାଏ । [୨]

କାଗଜ ତିଆରି[ସମ୍ପାଦନା]

ମୂଳ ଲେଖା: କାଗଜ ତିଆରି

ରାସାୟନିକ ମଣ୍ଡ ତିଆରି[ସମ୍ପାଦନା]

ମୂଳ ଲେଖାଗୁଡ଼ିକ: kraft process, sulfite process, ଏବଂ ସୋଡ଼ା ମଣ୍ଡ

କାଠରୁ ମଣ୍ଡ ପ୍ରସ୍ତୁତ କରିବାକୁ ହେଲେ ଲିଗ୍‌ନିନ୍‌କୁ ରାସାୟନିକ ମଣ୍ଡ ପ୍ରକ୍ରିୟାରେ ସେଲ୍ୟୁଲୋଜଠାରୁ ପୃଥକ୍ କରିବାକୁ ହୁଏ ଯାହାଦ୍ୱାରା ସେଲ୍ୟୁଲୋଜ ତନ୍ତୁର ଦୈର୍ଘ୍ୟ ସୁରକ୍ଷିତ ରହେ । ଏହାକୁ 'କାଠ ରହିତ କାଗଜ, ବୃକ୍ଷ-ରହିତ କାଗଜ ଦ୍ୱନ୍ଦରେ ରହିବେ ନାହିଁ' କୁହାଯାଏ; କାରଣ ଏହା ସ‌ହିତ ସମୟ କ୍ରମେ ନଷ୍ଟ ହୋଇଯାଉଥିବା ଲିଗନିନ୍ ନ ଥାଏ । ଏହାକୁ ବ୍ଲିଚ କରି ଧଳା କରିହୁଏ କିନ୍ତୁ ଏହାଦ୍ୱାରା ୫% ତନ୍ତୁ ନଷ୍ଟ ହୋଇଯାଏ; ତୁଳାରୁ କାଗଜ ପ୍ରସ୍ତୁତ କରିବା ନିମନ୍ତେ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏନି କାରଣ ଏଥିରେ ୯୦% ସେଲ୍ୟୁଲୋଜ ପୂର୍ବରୁ ଥାଏ ।

The microscopic structure of paper: Micrograph of paper autofluorescing under ultraviolet illumination. The individual fibres in this sample are around 10 µm in diameter.

ତିନି ପ୍ରକାର ରାସାୟନିକ ପଦ୍ଧତି ଅଛି: ସନ ୧୮୪୦ରୁ ସଲ୍‌ଫାଇଟ ପଦ୍ଧତି ୨ୟ ବିଶ୍ୱ ଯୁଦ୍ଧ ପର୍ଯ୍ୟନ୍ତ ମୂଖ୍ୟ ପଦ୍ଧତି ଥିଲା । କ୍ରାଫ୍ଟ ପଦ୍ଧତି ସନ ୧୮୭୦ରେ ଉଦ୍‌ଭାବନ କରାଯାଇଥିଲେ ମଧ୍ୟ ସନ ୧୮୯୦ରେ ପ୍ରଥମେ ବ୍ୟବ‌ହାର କରାଯାଇ ଥିଲା ଓ ଏହା ଅଧୁନା ସର୍ବାଧିକ ବ୍ୟବ‌ହୃତ ପଦ୍ଧତି । ଏହାର ଏକ ସୁବିଧା ଅଛି: ଲିଗନିନ୍ ସ‌ହିତ ରାସାୟନିକ ପ୍ରକ୍ରିୟାରେ ଉତ୍ତାପ ସୃଷ୍ଟି ହୁଏ ଯାହା ଜେନେରେଟର ଚଲେଇବା ନିମନ୍ତେ ବ୍ୟବ‌ହାର କରାଯାଏ । ପାର୍ଶ୍ୱବର୍ତ୍ତୀ କାଗଜ କଳମାନଙ୍କୁ ବା ଇଲେକ୍‌ଟ୍ରିସିଟି ଗ୍ରିଡ୍‌କୁ ଏହା ବିଦ୍ୟୁତ୍ ଯୋଗାଣ କରେ । ଏହାର ଆଉ ଏକ ସୁବିଧା ହେଉଛି ଯେ ଏହି ପଦ୍ଧତିଦ୍ୱାରା ସମସ୍ତ ଇନଅର୍ଗାନିକ ପଦାର୍ଥ ଉଦ୍ଧାର ଓ ପୁନଃ ବ୍ୟବ‌ହାର କରାଯାଇପାରେ । ଆଉ ଏକ ପଦ୍ଧତି ହେଲା ସୋଡ଼ା ମଣ୍ଡ ପଦ୍ଧତି ଯାହା ଅଧିକ ସିଲିକେଟ୍ ଥିବା ପଦାର୍ଥ ଯେପରିକି ନଡ଼ା, କଠିନ କାଠ ଓ ବିଗ୍ୟାସ ଇତ୍ୟାଦି ବ୍ୟବ‌ହାର କରି ମଣ୍ଡ ତିଆରି କରାଯାଏ ।

ମେସିନ୍ ମଣ୍ଡ[ସମ୍ପାଦନା]

ଦୁଇ ପ୍ରକାର ମେସିନ୍ ମଣ୍ଡ ଅଛି: ଥର୍ମୋମେକାନିକାଲ (ଟିଏମ୍‌ପି/TMP) ଓ କାଠଚୁନା ମଣ୍ଡ (ଜିଡବ୍ଲ୍ୟୁ/GW) । ଟିଏମ୍‌ପି ପ୍ରଣାଳୀରେ କାଠ ଛୋଟ ଛୋଟ ଖଣ୍ଡ କରି ବିରାଟ ଗରମ ବାଷ୍ଫ ରିଫାଇନେରୀରେ ଭର୍ତ୍ତି କରିଦିଆଯାଏ ଯେଉଁଠାରେ କାଠ ଖଣ୍ଡମାନ ଚିପି ଦିଆଯାଏ ଓ ଦୁଇ ଲୌହ ଡିସ୍କ ମଝିରେ ତନ୍ତୁରେ ପରିବର୍ତ୍ତନ କରାଯାଏ । କାଠଚୁନା ପ୍ରଣାଳୀରେ କାଠ ଗଣ୍ଡିମାନ ଗ୍ରାଇଣ୍ଡରରେ ଭର୍ତ୍ତି କରିଦିଆଯାଏ ଓ ସେଠାରେ ଘୁର୍ଣ୍ଣାୟମାନ ପ୍ରସ୍ତରରେ ଚିପି ହୋଇ ତନ୍ତୁରେ ପରିଣତ ହୁଅନ୍ତି । ଏହି ପ୍ରଣାଳୀରେ ଲିଗନିନ୍ ନିଷ୍କାସନ କରାଯାଏ ନାହିଁ, ଏଣୁ ଏହାର ଉତ୍ପାଦନ ଅଧିକ ହୁଏ (>95%), କିନ୍ତୁ ଏହି କାଗଜ ସମୟକ୍ରମେ ହଳଦିଆ ଓ ଭଙ୍ଗୁର ହୋଇଯାଏ । ଏଥିରେ ଅନତିଦୀର୍ଘ ତନ୍ତୁ ବାହାରେ, ଏଣୁ କାଗଜ ଦୁର୍ବଳ ହୁଏ । ଏହି ପ୍ରଣାଳୀରେ ଅତ୍ୟଧିକ ବିଦ୍ୟୁତ୍ ଖର୍ଚ୍ଚ ହେଉଥିଲେ ମଧ୍ୟ ରାସାୟନିକ ପ୍ରଣାଳୀ ଅପେକ୍ଷା କମ୍ ଖର୍ଚ୍ଚ ହୁଏ ।

ଡି-ଇଙ୍କ୍‌ଡ୍ ମଣ୍ଡ[ସମ୍ପାଦନା]

ଉଭୟ ରାସାୟନିକ ଓ ମେକାନିକାଲ ଉପାୟରେ ପ୍ରସ୍ତୁତ ମଣ୍ଡକୁ କାଗଜ ରିସାଇକ୍ଲିଙ୍ଗ ପଦ୍ଧତି ବ୍ୟବ‌ହାର କରେ; ମଣ୍ଡ ସ‌ହିତ ପାଣି ମିଶାଯାଏ ଓ କାଗଜର ଉଦ୍‌ଜାନ ବଣ୍ଡକୁ ଭାଙ୍ଗିଦେଇ ତନ୍ତୁ ଅଲଗା କରାଯାଏ । ଅଧିକାଂଶ ରିସାଇକ୍ଲ କାଗଜରେ ମାନ ରକ୍ଷା ନିମନ୍ତେ କିଛି ନୁତନ ତନ୍ତୁ ରଖାଯାଏ; ଏହାର ମାନ ପୂର୍ବ କାଗଜ ଭଳି ସମାନ ବା ତା'ଠାରୁ କମ୍ ଥାଏ ।

ତିନି ଶ୍ରେଣୀର ରିସାଇକ୍ଲ ତନ୍ତୁ ମିଳେ:-

  • କାରଖାନାରେ ନଷ୍ଟ ବା ପରିତ୍ୟକ୍ତ - ନିଜ କାରଖାନାରୁ ପ୍ରସ୍ତୁତ ଯେ କୌଣସି ନିମ୍ନ ମାନର କାଗଜକୁ ପୁନଃ ମଣ୍ଡ ଓ କାଗଜ ତିଆରି ନିମନ୍ତେ ପଠାଯାଏ । ଏହି ଭଳି କାଗଜ ବିକ୍ରି କରାଯାଏ ନାହିଁ ।
  • ଉପଭୋକ୍ତା ପୂର୍ବ ପରିତ୍ୟକ୍ତ ବେକାର ଜିନିଷ – ଖାଲଖମା ଭର୍ତ୍ତି କରିବାକୁ ଥିବା ପରିତ୍ୟକ୍ତ କାଗଜ ବା ଅନ୍ୟାନ୍ୟ ଅନୁପ‌ଯୁକ୍ତ କାରଖାନା ପ୍ରସ୍ତୁତ କାଗଜକୁ ନେଇ ରିସାଇକ୍ଲ କରାଯାଏ ।[୯]
  • ଉପଭୋକ୍ତା ପର ବେକାର ଜିନିଷ - ଅଫିସରୁ ବାହାରୁଥିବା, ମାଗାଜିନ କାଗଜ ଓ ଖବରକାଗଜ ଇତ୍ୟାଦିର ତନ୍ତୁ ବ୍ୟବ‌ହାର କରି ତନ୍ତୁ ତିଆରି କରାଯାଏ । ଏହି ପ୍ରକାର କାଗଜରେ ପୂର୍ବରୁ କାଳିରେ ଛପା ହୋଇଥାଏ । ଏହାକୁ ରିସାଇକ୍ଲ କରାଯାଏ ବା ଡି-ଇଙ୍କ ପଦ୍ଧତିରେ ତନ୍ତୁ ତିଆରି କରାଯାଏ ।

ରିସାଇକ୍ଲ ହୋଇ ପ୍ରସ୍ତୁତ କରାଯାଇ ଥିବା କାଗଜ ସାଧାରଣତଃ ଟାଣ ନୁହେଁ ।

ପ୍ର‌ଯୁକ୍ତ[ସମ୍ପାଦନା]

ମଣ୍ଡରେ ତନ୍ତୁ ବ୍ୟତୀତ ଚକ୍ ବା ଚୀନା ମାଟି ଥାଏ ଯାହା ଛାପା ବା ଲେଖାର ମାନ‌କୁ ଉନ୍ନତ କରାଏ । ସାଇଜିଙ୍ଗ ନିମନ୍ତେ ଅଧିକ ଜିନିଷ ମିଶାଯାଏ ଓ/ବା ପ୍ରସ୍ତୁତି ସମୟରେ ପରେ କାଗଜରେ ପ୍ରୟୋଗ କରାଯାଏ ଯାହା କାଳି ବା ରଙ୍ଗ ଯଥେଷ୍ଟ ମାତ୍ରାରେ ଅବଶୋଷିତ କରିପାରିବ ।

କାଗଜ ପ୍ରସ୍ତୁତି[ସମ୍ପାଦନା]

ମୂଳ ଲେଖାଗୁଡ଼ିକ: କାଗଜ କଳ ଏବଂ କାଗଜ ତିଆରି

ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ମଣ୍ଡକୁ କାଗଜ କଳରେ ଭର୍ତ୍ତି କରିଲେ କାଗଜ ୱେବ ତିଆରି ହୁଏ ଓ ତାହାକୁ ଚିପି ଦିଆଯାଏ ଓ ଶୁଖେଇଦିଆଯାଏ ।

ଚିପିଦେବାଦ୍ୱାରା ବଳପ୍ରୟୋଗ ପୂର୍ବକ ଜଳ ବାହାର କରିଦିଆଯାଏ । ଏହି ଜଳକୁ ଏକ ବିଶେଷ ଧରଣର ବେଲ୍‌ଟ ସାହାଯ୍ୟରେ ସଂଗ୍ରହ କରାଯାଏ । ହାତ ତିଆରି କାଗଜକୁ ବ୍ଲଟିଙ୍ଗ କାଗଜ ସାହାଯ୍ୟରେ ଶୁଖାଯାଏ ।

ଶୁଖେଇବା ନିମନ୍ତେ ବାୟୁ ଓ ଉତ୍ତାପଜ ବ୍ୟବ‌ହାର କରାଯାଏ । ପୂର୍ବକାଳରେ ଶୁଖେଇବା ନିମନ୍ତେ ଲୁଗା ଶୁଖେଇବା ଭଳି ଝୁଲେଇ ରଖାଯାଉଥିଲା । ଅଧୁନା ଅନେକ ପ୍ରକାରର ମେସିନ ବ୍ୟବ‌ହାର କରାଯାଉଛି । ଏହାକୁ ଯନ୍ତ୍ର (steam heated can dryer) ସାହାଯ୍ୟରେ ୪୦ଟି ପାତ୍ରକୁ(can) ପର୍ଯ୍ୟୟକ୍ରମେ ପ୍ରାୟ ୨୦୦ (୨୦୦ °F (୯୩ °C)) ପର୍ଯ୍ୟନ୍ତ ଉତ୍ତପ୍ତ କରାଯାଏ ଓ ଏହାଦ୍ୱାରା ଜଳୀୟ ବାଷ୍ପ ପରିମାଣ ୬%ରୁ କମ ହୋଇଯାଏ ।

ସମାପନ[ସମ୍ପାଦନା]

ସାଇଜ ପ୍ରକ୍ରିୟାଦ୍ୱାରା କାଗଜର ଭୌତିକ ଗୁଣ ପରିବର୍ତ୍ତନ କରାଯାଇ ବିଭିନ୍ନ କାର୍ଯ୍ୟରେ ବ୍ୟବ‌‌ହାର କରାଯାଏ ।

ଏହି ସ୍ଥଳରେ କାଗଜକୁ ଅନ‌କୋଟେଡ କାଗଜ କୁହନ୍ତି । କାଗଜର ଏକ ବା ଉଭୟ ପାର୍ଶ୍ୱରେ ପତଳା କ୍ୟାଲ୍‌ସିଅମ କାର୍ବୋନେଟ ବା ଚୀନା କର୍ଦ୍ଦମ ଦିଆଯାଇ ତାହାକୁ କୋଟେଡ କାଗଜ କରାଯାଏ ଯାହା ଉଚ୍ଚ ରିଜୋଲ୍ୟୁସନ ଯୁକ୍ତ ହାଫ୍‌ଟୋନ ନିମନ୍ତେ ଉପ‌ଯୁକ୍ତ ହୁଏ । କାଲେଣ୍ଡରିଙ୍ଗ ପଦ୍ଧତିରେ କୋଟେଡ ବା ଅନ‌କୋଟଡ କାଗଜକୁ ପଲିସ୍ କରାଯାଏ । କୋଟେଡ କାଗଜକୁ ମାଟ୍ଟେ, ସେମି-ମାଟ୍ଟେ ବା ସିଲ୍କ ଓ ଗ୍ଲସ ଏହି ତିନି ଭାଗରେ ବିଭକ୍ତ କରାଯାଏ । ଛାପା ଛବିରେ ସର୍ବାଧିକ ଅପ୍ଟିକାଲ ଡେନସିଟି ମିଳେ ।

ତାହା ପରେ କାଗଜକୁ ପ୍ରିଣ୍ଟିଙ୍ଗ ପ୍ରେସରେ ବ୍ୟବ‌ହାର କରିବାକୁ ଗଲେ ରିଲରେ ପରିଣତ କରାଯାଏ ବା ତାକୁ କାଟି ସିଟ୍‌ରେ ପରିଣତ କରାଯାଏ । କାଗଜର ତନ୍ତୁ ମେସିନ ଚାଲୁଥିବା ଦିଗରେ ତିଆରି ହୁଏ । ସିଟ୍‌ଗୁଡ଼ିକ ଲଙ୍ଗ-ଗ୍ରେନ ଭାବରେ କଟାଯାଏ ।

ପ୍ରୟୋଗ[ସମ୍ପାଦନା]

ବ୍ୟବ‌ହାର ଅଭିପ୍ରାୟ ଅନୁସାରେ ବିଭିନ୍ନ ଗୁଣର କାଗଜ ପ୍ରସ୍ତୁତ କରାଯାଏ ।

ସନ ୧୯୮୬ର ହିସାବରୁ ଦେଖାଯାଏ ପୃଥିବୀର ଦୂରସଞ୍ଚାରରେ କାଗଜ ଚିଠିର ଭାଗ ୦.୦୫% ଥିଲା ଯାହା ଡିଜିଟାଲ ଟେକନୋଲୋଜି ପ୍ରଭାବରୁ କମିବାକୁ ଲାଗିଛି ।[୧୦] 

ପ୍ରକାର, ମୋଟେଇ ଓ ଓଜନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Hogben, Lancelot. "Printing, Paper and Playing Cards". Bennett, Paul A. (ed.) Books and Printing: A Treasury for Typophiles. New York: The World Publishing Company, 1951. pp. 15–31. p. 17. & Mann, George. Print: A Manual for Librarians and Students Describing in Detail the History, Methods, and Applications of Printing and Paper Making. London: Grafton & Co., 1952. p. 77
  2. ୨.୦ ୨.୧ ୨.୨ Tsien 1985, p. 38
  3. Burns 1996, pp. 417f.
  4. Murray, Stuart A. P. The Library: An illustrated History. Skyhorse Publishing, 2009, p. 57.
  5. Burger, Peter. Charles Fenerty and his Paper Invention. Toronto: Peter Burger, 2007. ISBN 978-0-9783318-1-8 pp. 25–30
  6. πάπυρος, Henry George Liddell, Robert Scott, A Greek-English Lexicon, on Perseus
  7. papyrus, on Oxford Dictionaries
  8. "Papyrus definition". Dictionary.com. Retrieved 20 November 2008. 
  9. Natural Resource Defense Council
  10. "The World’s Technological Capacity to Store, Communicate, and Compute Information", especially Supporting online material, Martin Hilbert and Priscila López (2011), Science (journal), 332(6025), 60-65; free access to the article through here: martinhilbert.net/WorldInfoCapacity.html