କଳ୍ପନା ଦତ୍ତ

ଉଇକିପିଡ଼ିଆ‌ରୁ
କଳ୍ପନା ଦତ୍ତ (কল্পনা দত্ত)
ବ୍ୟକ୍ତିଗତ ସବିଶେଷ
ଜନ୍ମ(1913-07-27)୨୭ ଜୁଲାଇ ୧୯୧୩[ଆଧାର ଲୋଡ଼ା]
ଶ୍ରୀପୁର, ବୋଲଖାଲି ଉପଜିଲ୍ଲା, ଚିତ୍ରକୋଣ୍ଡା ଜିଲ୍ଲା, ବଙ୍ଗଳା ପ୍ରଦେଶ, ବ୍ରିଟିଶ ଭାରତ (ବର୍ତ୍ତମାନ ବାଂଲାଦେଶ)
ମୃତ୍ୟୁ୮ ଫେବୃଆରୀ ୧୯୯୫(1995-02-08) (ବୟସ ୮୧)
କଲିକତା (ବର୍ତ୍ତମାନ କୋଲକାତା, ପଶ୍ଚିମବଙ୍ଗ, ଭାରତ
ରାଜନୀତିକ ଦଳଭାରତୀୟ ରିପବ୍ଲିକାନ ଆର୍ମି, ଚିତ୍ରକୋଣ୍ଡା ଶାଖା
୧୯୪୦ ପରଠାରୁ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ
ପେଷାଭାରତୀୟ ସ୍ୱାଧୀନତା ଆନ୍ଦୋଳନ କାର୍ଯ୍ୟକର୍ତ୍ତା

କଳ୍ପନା ଦତ୍ତ (୨୭ ଜୁଲାଇ ୧୯୧୩ - ୮ ଫେବୃଆରୀ ୧୯୯୫), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ କାର୍ଯ୍ୟକର୍ତ୍ତା ତଥା ସୂର୍ଯ୍ୟ ସେନଙ୍କ ନେତୃତ୍ୱରେ ସଶସ୍ତ୍ର ସ୍ୱାଧୀନତା ଆନ୍ଦୋଳନର ସଦସ୍ୟ ଥିଲେ, ଯାହା ୧୯୩୦ ମସିହାରେ ଚିତ୍ରକୋଣ୍ଡା ଉପରେ ଆକ୍ରମଣ କରିଥିଲା ।[୧] ପରେ ସେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗ ଦେଇଥିଲେ ଏବଂ ୧୯୪୩ ମସିହାରେ ଭାରତର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ପୁରନ ଚାନ୍ଦ ଯୋଶୀଙ୍କୁ ବିବାହ କରିଥିଲେ ।[୨]

ପ୍ରାରମ୍ଭ ଜୀବନ[ସମ୍ପାଦନା]

କଳ୍ପନା ଦତ୍ତ (ସାଧାରଣତ ଦତ୍ତା ମଧ୍ୟ ବନାନ କରାଯାଇଥାଏ) ବ୍ରିଟିଶ ଭାରତର ବଙ୍ଗଳ ପ୍ରଦେଶର ଚିତ୍ରକୋଣ୍ଡା ଜିଲ୍ଲାର ଶ୍ରୀପୁରର[୩] ବୈଦ୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବିନୋଦ ବିହାରୀ ଦତ୍ତଗୁପ୍ତା ଜଣେ ସରକାରୀ କର୍ମଚାରୀ ଥିଲେ । ୧୯୨୯ ମସିହାରେ ଚିତ୍ରକୋଣ୍ଡାରେ ମାଟ୍ରିକ ପରୀକ୍ଷା ଦେବା ପରେ ସେ କଲିକତା ଯାଇ ବିଜ୍ଞାନ ଅଧ୍ୟୟନ ପାଇଁ ବେଥୁନ କଲେଜରେ ଯୋଗ ଦେଇଥିଲେ । ସେ ଛାତ୍ରୀ ସଂଗଠନ (ମହିଳା ଛାତ୍ର ସଂଘ)ରେ ଯୋଗ ଦେଇଥିଲେ । [୪]

ପରବର୍ତ୍ତୀ ଜୀବନ[ସମ୍ପାଦନା]

କଳ୍ପନା ଦତ୍ତ ୧୯୪୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆରେ ଯୋଗ ଦେଇଥିଲେ । ସେ ୧୯୪୩ ବେଙ୍ଗଲ ଦୁର୍ଭିକ୍ଷ ଏବଂ ବଙ୍ଗଳା ବିଭାଜନ ସମୟରେ ରିଲିଫ କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ ।

ପରେ, ସେ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନରେ ଯୋଗ ଦେଇଥିଲେ ଯେଉଁଠାରେ ସେ ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ୮ ଫେବୃଆରୀ ୧୯୯୫ ମସିହାରେ କଲିକତାରେ ମୃତ୍ୟୁ ବରଣ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. Chandra, Bipan; Mukherjee, Mridula; Mukherjee, Aditya; Mahajan, Sucheta; Panikkar, K.N. (2016) [First published 1987]. India's Struggle for Independence (Revised and updated ed.). Penguin Books. p. 253. ISBN 978-0-14-010781-4.
  2. "Kalpana Joshi, 81; Struggled for India". The New York Times. 26 February 1995. Archived from the original on 2010-12-10. Retrieved 19 May 2010.
  3. Sailesh Kumar Bandyopadhyay (2012), "Dutta, Kalpana", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
  4. Jain, Simmi (2003). Encyclopaedia of Indian Women through the Ages. Vol. 3. Delhi: Kalpaz Publications. p. 106. ISBN 81-7835-174-9.
  5. Nikhil Chakravartty, Kalpana Dutt's obituary in Mainstream, 18 February 1995.