କଳ୍ପନା ଚାୱଲା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କଳ୍ପନା ଚାୱଲା
ମାର୍ଚ୍ଚ ୨୦୦୨ ରେ କଳ୍ପନା ଚାୱଲା
ଜନ୍ମ ମାର୍ଚ୍ଚ ୧୭, ୧୯୬୨
କର୍ଣ୍ଣଲ, ପଞ୍ଜାବ, ଭାରତ
(ବର୍ତ୍ତମାନ ର ହରିୟାଣା, ଭାରତ)
ମୃତ୍ୟୁ ୧ ଫେବୃଆରୀ, ୨୦୦୩ (୪୦ ବର୍ଷ)
Aboard Space Shuttle Columbia over Texas, U.S.
Alma mater Punjab Engineering College
University of Texas at Arlington
University of Colorado at Boulder
Time in space ୩୧ ଦିନ, ୧୪ ଘଣ୍ଟା, ୫୪ ମିନିଟ୍[୧]
Selection 1994 NASA Group
ଅଭିଯାନ STS-87, STS-107
Mission insignia Sts-87-patch.png STS-107 Flight Insignia.svg
ପୁରସ୍କାର Congressional Space Medal of Honor

କଳ୍ପନା ଚାୱଲା (ମାର୍ଚ୍ଚ ୧୭, ୧୯୬୨[୨][୩] – ଫେବୃଆରୀ ୧, ୨୦୦୩) ହେଉଛନ୍ତି ଭାରତ ରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ।[୩] ସେ ୧୯୯୭ ମସିହା ରେ ପ୍ରଥମ ଥର ପାଇଁ କଲମ୍ବିଆ ମହାକାଶଯାନ ରେ ମହାକାଶ କୁ ଯାତ୍ରା କରିଥିଲେ। ଏହି ମହାକାଶ ଯାନ ରେ ସେ mission specialist ଏବଂ primary robotic arm operator ଭାବେ ଯାଇଥିଲେ। ୨୦୦୩ ମସିହା ରେ କଲମ୍ବିଆ ମହାକାଶଯାନ ଦୁର୍ଘଟଣା (Space Shuttle Columbia disaster) ରେ ପ୍ରାଣ ହରାଇ ଥିବା ସାତ ଜଣ ମହାକାଶଚାରୀ ଙ୍କ ମଧ୍ୟରେ କଳ୍ପନା ଅନ୍ୟତମ।[୪] ସେ ପଞ୍ଜାବ ଇଞ୍ଜିନିୟରିଂ କଲେଜ୍‌ରୁ ଏରୋନଟିକାଲ୍ ଇଞ୍ଜିନିୟରିଂ ରେ ସ୍ନାତକ ଡିଗ୍ରୀ ଏବଂ ଆମେରିକାଟେକ୍ସାଜ୍ ୟୁନିଭର୍ସିଟି ରୁ ଏରୋସ୍ପେଶ୍ ଇଞ୍ଜିନିୟରିଂ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୮୮ ରେ ସେ ଆମେରିକାକଲରାଡୋ ୟୁନିଭର୍ସିଟି ରୁ ପି.ଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ।[୫] ସେ ଜିନ୍-ପେରୀ ହ୍ୟାରିସନ୍ ଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ। ୧୯୯୭ ମସିହା ନଭେମ୍ବର ମାସ ୧୯ ତାରିଖରେ ମହାକାଶକୁ ଯାତ୍ରାକରି ସେ ଭାରତ ରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।[୬] ପୁନଶ୍ଚ ୨୦୦୩ ରେ କଲମ୍ବିଆ ମହାକାଶଯାନ ଯୋଗେ ସେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ। କିନ୍ତୁ ପୃଥିବୀ କୁ ଫେରିବା ବାଟରେ ଅର୍ଥାତ ୨୦୦୩ ମସିହା ଫେବୃୟାରୀ ମାସ ୧ ତାରିଖରେ ସେହି ମହାକାଶଯାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏବଂ କଳ୍ପନା ସେହି ମହାକାଶରେ ହିଁ ଲୀନ ହୋଇଯାଇଥିଲେ ı[୭] ତେବେ ତାଙ୍କ ସ୍ମୃତିରେ ଆମ ଦେଶର ପ୍ରଥମ ପାଣିପାଗ ସମ୍ପର୍କିତ ସୂଚନା ଦେଉଥିବା କୃତ୍ରିମ ଉପଗ୍ରହକୁ "କଳ୍ପନା-୧" ନାମରେ ନାମିତ କରାଯାଇଛି ı[୮]

ଜନ୍ମ ଏବଂ ପରିବାର[ସମ୍ପାଦନା]

କଳ୍ପନା ଚାୱଲା ୧୯୬୨ ମହିହା ମାର୍ଚ୍ଚ ମାସ ୧୭ ତାରିଖ ରେ ହରିୟାଣା ର କର୍ଣ୍ଣଲ ସହରରେ ଜନ୍ମ ଗ୍ରହଣ କରିଥିଲେ।[୯] ତାଙ୍କ ପିତା ଙ୍କ ନାମ ଥିଲା ବନାରସୀ ଲାଲ୍ ଚାୱଲା ଏବଂ ମାତା ଙ୍କ ନାମ ଥିଲା ସଂଜ୍ୟୋତୀ। ସେ ଚାରି ଭାଇ ଭଉଣୀ ଥିଲେ। କଳ୍ପନା ତାଙ୍କ ପରିବାର ରେ ସବୁଠାରୁ ସାନ ଥିଲେ ଏବଂ ତାଙ୍କର ଦୁଇ ଭଉଣୀ ଓ ଜଣେ ଭାଇ ଥିଲେ। ଭାରତ-ପାକିସ୍ତାନ ବିଭାଜନ ସମୟ ରେ ହୋଇଥିବା ଦଙ୍ଗା ରେ ତାଙ୍କ ପିତା ଙ୍କ ପୂର୍ବପୁରୁଷ ମାନେ ପାକିସ୍ତାନ ରୁ ଭାରତ ଚାଲି ଆସିଥିଲେ। ସେତେବେଳେ ସେମାନ‌ଙ୍କ ପାଖରେ କେବଳ ଆଶା ଏବଂ ବିଶ୍ୱାସ ଛଡ଼ା ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ନ ଥିଲା। ପିଲାବେଳେ କଳ୍ପନା ଙ୍କ ଡାକ ନାମ ମଣ୍ଟୁ ଥିଲା। ତାଙ୍କ ଜନ୍ମ ସମୟ ରେ ତାଙ୍କ ପରିବାର ଆର୍ଥିକ କ୍ଷେତ୍ର ରେ ସ୍ୱଚ୍ଛଳ ଥିଲା। ତେବେ କଳ୍ପନା ଏବଂ ତାଙ୍କ ଭାଇ-ଭଉଣୀ ମାନ‌ଙ୍କର କଠିନ ପରିଶ୍ରମ ତ‌ଥା ଅଧ୍ୟବସାୟ ବଳରେ ତାଙ୍କ ପରିବାର ର ଅବସ୍ଥା ଉନ୍ନତ ରୁ ଉନ୍ନତ‌ତର ହୋଇଯାଇଥିଲା। ୨୦୦୩ ମସିହା ରେ କଲମ୍ବିଆ ମହାକାଶଯାନ ରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ India Today ଖବର କାଗଜ କୁ ଏକ ସାକ୍ଷାତକାର ଦେଇ କ‌ହିଥିଲେ, "କଠିନ ପରିଶ୍ରମ ଦ୍ୱାରା ଜୀବନ ରେ ସବୁ ପ୍ରକାର ପରିସ୍ଥିତି ରେ ବିଜୟ ଲାଭ କରାଯାଇ ପାରେ ବୋଲି ତାଙ୍କ ପରିବାର ର ସମସ୍ତେ ବିଶ୍ୱାସ କରନ୍ତି। ତାଙ୍କ ପରିବାର ର ଏହି ଦୃଷ୍ଟିକୋଣ ହିଁ ତାଙ୍କୁ ସବୁ ବାଧା ସତ୍ତ୍ୱେ ନିଜ ସ୍ୱପ୍ନ କୁ ଅନୁସରଣ କରିବାକୁ ପ୍ରେରଣା ଯୋଗାଇଛି।" କଳ୍ପନା ଙ୍କ ପରିବାର ର ସାହ‌ସ ଏବଂ ଶିକ୍ଷା କିପରି ତାଙ୍କ ଯୁବ ମାନସିକତା ଉପରେ ଗଭୀର ପ୍ରଭାବ ପକାଇଥିଲା, ଏହା ତାଙ୍କର ଏହି ଉକ୍ତି ରୁ ସ୍ପଷ୍ଟ ଭାବେ ଜଣାଯାଏ।

ବାଲ୍ୟକାଳ ଏବଂ ପ୍ରାରମ୍ଭିକ ଶିକ୍ଷା[ସମ୍ପାଦନା]

ସେ ସମୟ ରେ ଝିଅ ତ‌ଥା ମହିଳା ମାନ‌ଙ୍କୁ ନେଇ କର୍ଣ୍ଣଲ ର ଲୋକ ମାନେ ଖୁବ୍ ରକ୍ଷଣଶୀଳ ମନୋଭାବ ପୋଷଣ କରୁଥିଲେ। କିନ୍ତୁ ପୁଅ ହେଉ ବା ଝିଅ, ବନାରସୀ ଲାଲ୍ ଚାୱଲା ନିଜ ପିଲା ମାନ‌ଙ୍କ ଶିକ୍ଷା କୁ ନେଇ ବେଶ୍ ଯତ୍ନବାନ ଥିଲେ। କଳ୍ପନା ଙ୍କ ମା' ସଂଜ୍ୟୋତୀ ନିଜ ଝିଅ ମାନ‌ଙ୍କୁ ସବୁ ପ୍ରକାର ର ସ‌ହାୟତା ଓ ସମର୍ଥନ ଯୋଗାଇ ଦେଉଥିଲେ ଏବଂ ସର୍ବଦା ନିଜ ସ୍ୱପ୍ନ ତ‌ଥା ଲକ୍ଷ୍ୟ ଦିଗ ରେ ଅଗ୍ରସର ହେବା ପାଇଁ ସେମାନ‌ଙ୍କୁ ପ୍ରୋତ୍ସାହିତ କରୁଥିଲେ।

କଳ୍ପନା ନିଜ ଘର ପାଖ ବିଦ୍ୟାଳୟ ଟାଗୋର୍ ବାଲ୍ ନିକେତନ୍ ଠାରେ ନିଜର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କ ଶିକ୍ଷକ, ବନ୍ଧୁ ତ‌ଥା ପରିଚିତ ବ୍ୟକ୍ତି ମାନ‌ଙ୍କ ମତ ରେ ସେ ଜଣେ ଶାନ୍ତ ଶିଷ୍ଟ କିନ୍ତୁ ଖୁସ୍ ମିଜାଜ୍ ର ଝିଅ ଥିଲେ। ବିଭିନ୍ନ ସାହାସିକ ପଦକ୍ଷେପ ନେବାରେ ତାଙ୍କର ବିଶେଷ ରୁଚି ଥିଲା। ଖୁବ୍ କମ୍ ବୟସରେ ମଧ୍ୟ କଳ୍ପନାଙ୍କର ସୁନ୍ଦର ଆଖି, ଉଜ୍ଜ୍ୱଳ ହ‌ସ ତ‌ଥା ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଏବଂ ସମାଜ ପାଇଁ କିଛି କରିବାର ଅଦମ୍ୟ ଇଚ୍ଛା ଅନ୍ୟ ମାନ‌ଙ୍କୁ ବଶୀଭୂତ କରିପାରୁଥିଲା। ନିଜର ତୀକ୍ଷ୍ଣ ବୁଦ୍ଧି ଏବଂ ଚତୁରତା ଯୋଗୁଁ ସେ ସର୍ବଦା ଶ୍ରେଣୀ ର ପ୍ରଥମ ପାଞ୍ଚ ଜଣ ବିଦ୍ୟାର୍ଥୀ ଙ୍କ ମଧ୍ୟରେ ରହୁଥିଲେ। ସେ ଯେ କେବଳ ସୁନ୍ଦର ଓ କଠିନ ପରିଶ୍ରମୀ ଥିଲେ ତାହା ନୁହେଁ, ସେ ମଜା ମସ୍ତି କୁ ମଧ୍ୟ ଖୁବ୍ ଭଲ ପାଉଥିଲେ। ତାଙ୍କର ଏହି ମଜା ମସ୍ତି କରିବା ଅଭ୍ୟାସ ପାଇଁ ସେ ନିଜ ସାଙ୍ଗ ମାନ‌ଙ୍କ ସ‌ହ ଯାଉଥିବା ବଣଭୋଜି ଗୁଡ଼ିକୁ ଅତ୍ୟନ୍ତ ଉପଭୋଗ୍ୟ କରିପାରୁଥିଲେ। ଯେ କୌଣସି କାମ କରିବା ପାଇଁ କଳ୍ପନା ଉତ୍ସାହର ସ‌ହ ଆଗଭର ହୋଇ ବାହାରି ପଡ଼ୁଥିଲେ। ମାତ୍ର ୧୪ ବର୍ଷ ବୟସ ରେ ସେ କାର୍ ଚଳାଇବା ଶିଖିଯାଇଥିଲେ।

କଳ୍ପନା ଙ୍କୁ ଆରମ୍ଭ ରୁ ଉଡ଼ାଜାହାଜ ଖୁବ୍ ଭଲ ଲାଗୁଥିଲା। ସେ ବିଦ୍ୟାଳୟ ରେ ଚିତ୍ରାଙ୍କନ ଏବଂ ହସ୍ତ ଶିଳ୍ପ ଶ୍ରେଣୀ ଗୁଡ଼ିକରେ ପ୍ରାୟତଃ ଉଡ଼ାଜାହାଜ ର ଚିତ୍ର ଓ ମଡେଲ୍ ତିଆରି କରୁଥିଲେ। ବିଦ୍ୟାଳୟ ରୁ ଘରକୁ ଫେରିଲା ବେଳେ ପ୍ରାୟ ସମୟ ସେ ନିଜ ସାଇକେଲ୍ ରଖିଦେଇ ଘଣ୍ଟା ଘଣ୍ଟା ବସି ପ୍ରଶିକ୍ଷଣ ଦେବା ବ୍ୟବ‌ହାର କରାଯାଉଥିବା ଉଡ଼ାଜାହାଜ ଗୁଡ଼ିକୁ ଆକାଶ ରେ ଉଡ଼ିବାର (take off) ଏବଂ ତଳକୁ ଓହ୍ଲାଇବାର (land) ଦୃଶ୍ୟ ଦେଖୁଥିଲେ। ଏହି ଦୃଶ୍ୟ ଦେଖିବା ସମୟରେ ସେ ଅତ୍ୟନ୍ତ ଆନ‌ନ୍ଦିତ ତ‌ଥା ଉତ୍‌ଫୁଲ୍ଲିତ ହୋଇଯାଉଥିଲେ। ଉଡ଼ାଜାହାଜ ପ୍ରତି ତାଙ୍କର ରୁଚି କୁ ଦେଖି ତାଙ୍କ ବାପା ଅନେକ ସମୟରେ ତାଙ୍କୁ ପ୍ରଶିକ୍ଷକ ଉଡ଼ାଜାହାଜ ଗୁଡ଼ିକରେ ବସାଇବା ପାଇଁ ସ୍ଥାନୀୟ ଉଡ଼ାଜାହାଜ ଚାଳକ ସଂଘ କୁ ନେଇ ଯାଉଥିଲେ। ଗ୍ରୀଷ୍ମ ଋତୁ ରେ ରାତି ର ତାରକା ବିମଣ୍ଡିତ ସୀମାହୀନ ଆକାଶ କୁ ଦେଖିବା କଳ୍ପନାଙ୍କର ସବୁଠାରୁ ପ୍ରିୟ ରୁଚି ଥିଲା। ଆକାଶ ଗଙ୍ଗା (The Milky Way) ଏବଂ ବେଳେ ବେଳେ ଆକାଶରେ ଦୃଶ୍ୟମାନ ହେଉଥିବା ଉଲ୍‌କା ପିଣ୍ଡ (The Shooting Star) ତାଙ୍କ ମନ‌କୁ ଆଶ୍ଚର୍ଯ୍ୟ ଓ ଅନଂଖ୍ୟ ପ୍ରଶ୍ନ ରେ ଭରି ଦେଉଥିଲା। କଳ୍ପନା ଯେ ଦିନେ ବଡ଼ ହେଲେ ସୀମାହୀନ ନୀଳ ଆକାଶକୁ ଛୁଇଁବାକୁ ଚେଷ୍ଟା କରିବେ, ଏହା ତାଙ୍କ ବାଲ୍ୟକାଳ ର ରୁଚି ମାନ‌ଙ୍କରୁ ହିଁ ଜଣା ପଡ଼ୁଥିଲା।[୧୦]

ଉଚ୍ଚଶିକ୍ଷା ଏବଂ ବିବାହ[ସମ୍ପାଦନା]

କଳ୍ପନା ଖୁବ୍ ଭଲ ନମ୍ବର ରଖି ବିଦ୍ୟାଳୟ ପାଠ ପଢ଼ା ଶେଷ କରିଥିଲେ। ବିଦ୍ୟାଳୟ ପଢ଼ା ଶେଷ କରି ସାରିଲା ବେଳକୁ ସେ ନିଜ ଜୀବନ ର ଲକ୍ଷ୍ୟ ସ୍ଥିର କରି ସାରିଥିଲେ। ସେ ଏରୋସ୍ପେଶ୍ ଇଞ୍ଜିନିୟର୍ (Aerospace Engineer) ହେବାକୁ ଚାହୁଁଥିଲେ। କର୍ଣ୍ଣଲ ଠାରେ ଥିବା ଦୟଲ୍‌ସିଂହ କଲେଜ୍ ରୁ ନିଜର ଉଚ୍ଚ ମାଧ୍ୟମିକ ପାଠ ପଢ଼ା ଶେଷ କରି ସେ ଚଣ୍ଡିଗଡ଼ ଠାରେ ଥିବା ପଞ୍ଜାବ ଇଞ୍ଜିନିୟରିଂ କଲେଜ୍ ବା Punjab Engineering College (PEC) ରେ ନାମ ଲେଖାଇଥିଲେ। ପ୍ରଥମେ ପ୍ରଥମେ କଳ୍ପନା ଙ୍କ ରକ୍ଷଣଶୀଳ ପରିବାର ତାଙ୍କୁ ନିଜ ସ‌ହର ବାହାରକୁ ଛାଡ଼ିବାକୁ ରାଜି ହେଉ ନ ଥିଲେ। କିନ୍ତୁ ନିଜର ଶାନ୍ତ ସ୍ୱଭାବ ଏବଂ ଦୃଢ଼ ନିଶ୍ଚୟ ବଳରେ ସେ ନିଜ ପରିବାର ଲୋକ ଙ୍କୁ ରାଜି କରାଇବାରେ ସଫଳ ହୋଇଥିଲେ।

ଯଦିଓ କଳ୍ପନା ଙ୍କ ଶିକ୍ଷକ ମାନେ ତାଙ୍କୁ ସିଭିଲ୍ ଇଞ୍ଜିନିୟରିଂ (Civil Engineering), ମେକାନିକାଲ୍ ଇଞ୍ଜିନିୟରିଂ (Mechanical Engineering) କିମ୍ବା ଏଲେକ୍‌ଟ୍ରିକାଲ୍ ଇଞ୍ଜିନିୟରିଂ (Electrical Engineering) ରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଇଥିଲେ; କିନ୍ତୁ ସେ PEC ଠାରେ ଏରୋନଟିକାଲ୍ ଇଞ୍ଜିନିୟରିଂ (Aeronautical Engineering) ବିଭାଗ ରେ ହିଁ ନାମ ଲେଖାଇଥିଲେ। ସେତେବେଳେ ଏରୋନଟିକାଲ୍ ଇଞ୍ଜିନିୟରିଂ (Aeronautical Engineering) ପଢ଼ୁଥିବା ଆଠ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ସେ ଏକମାତ୍ର ଝିଅ ଥିଲେ। PEC ରେ ପଢ଼ୁଥିବା ସମୟ ରେ କଳ୍ପନା ତାଙ୍କ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଦେଇ ଥିଲେ। ତାଙ୍କ ଜୀବନ ରେ ଯେବେ ବି ତାଙ୍କୁ ଏକାଧିକ ବିକଳ୍ପ ମାନ‌ଙ୍କ ମଧ୍ୟ ରୁ କୌଣସି ଗୋଟିଏ କୁ ବାଛିବାକୁ ପଡ଼ୁଥିଲା, ସେ ସର୍ବଦା ନିର୍ଭୀକ ଭାବରେ ସବୁଠାରୁ କଠିନ ବିକଳ୍ପଟିକୁ ହିଁ ବାଛୁଥିଲେ। ତାଙ୍କର ଏହି ସ୍ୱଭାବ ଏବଂ ଦୃଢ଼ ନିଶ୍ଚୟ ବଳରେ ସେ ନିଜ ଶ୍ରେଣୀ ରେ ସବୁଠାରୁ ଉପରକୁ ଉଠି ପାରିଥିଲେ।

କଳ୍ପନା ଜଣେ ଖୁବ୍ ଭଲ ତ‌ଥା ଅନପେକ୍ଷିତ ବ୍ୟକ୍ତି ଥିଲେ ବୋଲି ତାଙ୍କ କଲେଜ୍ ର ସାଙ୍ଗ ମାନେ ମତ ଦିଅନ୍ତି। ସେ ତାଙ୍କର ଅଧିକାଂଶ ସମୟ ଶ୍ରେଣୀଗୃହ, ପାଠାଗାର କିମ୍ବା ପ୍ରୟୋଗଶାଳା ରେ ବିତାଉଥିଲେ। ତ‌ଥାପି କଲେଜ୍ ର ବାର୍ଷିକ କ୍ରୀଡ଼ା ଉତ୍ସବ, ଅନ୍ୟାନ୍ୟ ଉତ୍ସବ ତ‌ଥା ଏରୋ ଏବଂ ଆଷ୍ଟ୍ରୋ ସମାଜ (Aero and Astro Society) ର ବିଭିନ୍ନ କାର୍ଯ୍ୟକ୍ରମ ରେ ସେ ଅତ୍ୟନ୍ତ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିଲେ। PEC ରେ କଳ୍ପନା ଉଡ଼ାଜାହାଜ ରେ ବ୍ୟବ‌ହୃତ ହେଉଥିବା ସାମଗ୍ରୀ, ଉଡ଼ାଜାହାଜ ର ଗତି ତ‌ଥା ସିଦ୍ଧାନ୍ତ ମୂଳକ ଏରୋଡାଇନାମିକ୍‌ସ୍ (Theoretical Aerodynamics) ସମ୍ପର୍କ ରେ ଜ୍ଞାନ ଆହରଣ କରିଥିଲେ। ଏହି ଜ୍ଞାନ ତାଙ୍କୁ ତାଙ୍କର ଭବିଷ୍ୟତ ପାଠ ପଢ଼ା ଏବଂ ତାଙ୍କ ମହାକାଶଚାରୀ ଜୀବନ ରେ ଖୁବ୍ ସ‌ହାୟକ ହୋଇଥିଲା।

ନିଜର ସ୍ନାତକ ପାଠପଢ଼ା ସରିଲା ବେଳକୁ କଳ୍ପନା ଚାୱଲା ଉଚ୍ଚଶିକ୍ଷା ପାଇଁ ସଂଯୁକ୍ତ ରାଷ୍ଟ୍ର ଆମେରିକା କୁ ଯିବା ପାଇଁ ଚିନ୍ତା କରି ସାରିଥିଲେ। ବ‌ହୁତ ଚିନ୍ତା କରିବା ପରେ ସେ ଆର୍ଲିଙ୍ଗ୍‌ଟନ୍ ଠାରେ ଥିବା ଟେକ୍ସାଜ୍ ବିଶ୍ୱବିଦ୍ୟାଳୟ ରେ ନାମ ଲେଖାଇବାକୁ ସ୍ଥିର କରିଥିଲେ। ଏହି ବିଶ୍ୱବିଦ୍ୟାଳୟ ରେ ପାଠପଢ଼ା ଏବଂ ଗବେଷଣା ପାଇଁ ପ୍ରକୃଷ୍ଟ ସୁଯୋଗ ଥିବାରୁ ସେ ଏହାକୁ ବାଛିଥିଲେ। ଟେକ୍ସାଜ୍ ରେ ନାମ ଲେଖାଇବା ପାଇଁ ମନୋନୀତ ହେବା ପରେ ସେ ଖୁବ୍ ଖୁସି ଥିଲେ। କିନ୍ତୁ ପୂର୍ବଥର ପରି ଏଥର ମଧ୍ୟ ତାଙ୍କ ପରିବାର ଏହି ଯୁବତୀ ଜଣଙ୍କୁ ବିଦେଶ କୁ ଛାଡ଼ିବା ପାଇଁ ରାଜି ହେଲା ନାହିଁ। ତେବେ କଳ୍ପନା ପୁନର୍ବାର ନିଜ ପରିବାର କୁ ରାଜି କରାଇବାରେ ସଫଳ ହୋଇଯାଇଥିଲେ। ଶେଷରେ ୧୯୮୨ ମସିହା ରେ କଳ୍ପନା ନିଜ ଛୋଟ ସ‌ହରଟିକୁ ଛାଡ଼ି ସଂଯୁକ୍ତ ରାଷ୍ଟ୍ର ଆମେରିକା କୁ ଯାଇଥିଲେ।[୧୧]

ଟେକ୍ସାଜ୍ ବିଶ୍ୱବିଦ୍ୟାଳୟ ରେ କଳ୍ପନା ନିଜର ସ୍ନାତକୋତ୍ତର ଡିଗ୍ରୀ ବା ଏମ୍.ଏସ୍. (Master of Science) ଡିଗ୍ରୀ ସମ୍ପୂର୍ଣ୍ଣ କରିଥିଲେ। ସେତେବେଳେ ଏହି ଡିଗ୍ରୀ ର ଖୁବ୍ ଚାହିଦା ଥିଲା। ନିଜର ଦୃଢ଼ ନିଶ୍ଚିତ ଲକ୍ଷ୍ୟ ତ‌ଥା ପ୍ରବଳ ମେଧା ବଳରେ ସେ ସେଠାରେ ମଧ୍ୟ ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇଯାଇଥିଲେ।

୧୯୮୩ ମସିହା ଡିସେମ୍ବର ମାସରେ କଳ୍ପନା ଜିନ୍-ପେରୀ ହ୍ୟାରିସନ୍ ନାମକ ଜଣେ ଫ୍ରେଞ୍ଚ୍-ଆମେରିକୀୟ ବ୍ୟକ୍ତି ଙ୍କୁ ବିବାହ କରିଥିଲେ। ଜିନ୍ କଳ୍ପନା ଙ୍କ ଟେକ୍ସାଜ୍ ର ସାଙ୍ଗ ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ତେବେ କଳ୍ପନା ଙ୍କ ରକ୍ଷଣଶୀଳ ପରିବାର କଳ୍ପନା ଙ୍କ ବିବାହ ଖବର ଶୁଣି ଦୁଃଖିତ ହୋଇଥିଲା। କିନ୍ତୁ ଝିଅ ର ପସନ୍ଦ ଓ ନିର୍ଣ୍ଣୟ ଉପରେ ବିଶ୍ୱାସ ରଖି କଳ୍ପନା ଙ୍କ ପରିବାର ଲୋକ ମାନେ ତାଙ୍କୁ ନିଜର ଆଶୀର୍ବାଦ ଏବଂ ଶୁଭେଚ୍ଛା ଦେଇଥିଲେ। କଳ୍ପନା ଙ୍କ ଜୀବନର ପ୍ରତିଟି ନିର୍ଣ୍ଣୟ ରେ ତାଙ୍କ ପରିବାର ତରଫରୁ କିଛି ମାତ୍ରାରେ ତିକ୍ତ‌ତା ରହିଥିଲେ ସୁଦ୍ଧା ସେ ସର୍ବଦା ନିଜ ପରିବାର କୁ ନିଜ ନିର୍ଣ୍ଣୟ ରେ ରାଜି କରାଇବାକୁ ସକ୍ଷମ ହୋଇଥିଲେ।

ସ୍ନାତୋକତ୍ତର ଡିଗ୍ରୀ ଶେଷ କରିବା ପରେ କଳ୍ପନା ନିଜ ସ୍ୱାମୀଙ୍କ ସ‌ହ କଲରାଡୋ ର ପାହାଡ଼ିଆ ଅଞ୍ଚଳକୁ ଚାଲିଗଲେ। କଲରାଡୋ ବିଶ୍ୱବିଦ୍ୟାଳୟ ରେ ସେ ପ୍ରଥମେ ମେକାନିକାଲ୍ ଇଞ୍ଜିନିୟରିଂ (Mechanical Engineering) ରେ ପି.ଏଚ୍.ଡି. କରିବା ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟ ରେ ସେ ନିଜ ବିଭାଗ ଏରୋସ୍ପେଶ୍ ଇଞ୍ଜିନିୟରିଂ (Aerospace Engineering) କୁ ପରିବର୍ତ୍ତନ କରିଦେଇଥିଲେ।[୧୨] ସେ ଭଲ ଭାବରେ ଜାଣିଥିଲେ ଯେ ଏରୋସ୍ପେଶ୍ ଇଞ୍ଜିନିୟରିଂ (Aerospace Engineering) କୁ ବୃତ୍ତି ରୂପେ ଆପଣାଇବା ପାଇଁ ତାଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ତ‌ଥାପି ସେ ଏରୋସ୍ପେଶ୍ ଇଞ୍ଜିନିୟରିଂ (Aerospace Engineering) ରେ ହିଁ ପି.ଏଚ୍.ଡି. କରିବା ପାଇଁ ଠିକ୍ କରିଥିଲେ। ତାଙ୍କର ଏହି ନିର୍ଣ୍ଣୟ ତାଙ୍କର ଆଭ୍ୟନ୍ତରୀଣ ଦୃଢ଼ତା ତ‌ଥା ସ୍ପଷ୍ଟ ଉଦ୍ଦେଶ୍ୟ ର ପରିଚାୟକ। ତାଙ୍କର କଲରାଡୋ ର ଜଣେ ପ୍ରିୟ ବନ୍ଧୁ ମିରିଆମ୍ କୁହନ୍ତି ଯେ କଳ୍ପନା ଜଣେ ଶାନ୍ତ ଶିଷ୍ଟ ଝିଅ ହୋଇ ମଧ୍ୟ ସାହସ ଓ ଆତ୍ମ‌ବିଶ୍ୱାସ ସ‌ହିତ ନିଜ ଦୃଷ୍ଟିକୋଣ କୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରି ନିଜ ଶିକ୍ଷକ ତ‌ଥା ବୟୋଜ୍ୟେଷ୍ଠ ଗବେଷକ ମାନ‌ଙ୍କୁ ଚକିତ କରିଦେଉଥିଲେ।

ବୃତ୍ତି[ସମ୍ପାଦନା]

୧୯୮୮ ମସିହା ରେ କଳ୍ପନା ନାସା (NASA) ର Ames Research Center ଠାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ।। ସେଠାରେ ସେ Computational fluid dynamics (CFD) କୁ ବ୍ୟବ‌ହାର କରି ମହାକାଶଯାନକୁ ମହାକାଶକୁ ପ୍ରେରଣ କରିବା ଏବଂ ତାହାକୁ ପୃଥିବୀରେ ଅବତରଣ କରିବା (Vertical/Short Takeoff and Landing concepts) ଉପରେ ଗବେଷଣା କରିଥିଲେ। ୧୯୯୩ ମସିହାରେ ଉପସଭାପତି ତ‌ଥା ଏକାଧିକ ବସ୍ତୁର ଗତି (simulation of moving multiple body problems) ଉପରେ ବିଶେଷଜ୍ଞତା ଥିବା ଗବେଷକ (Research Scientist) ଭାବରେ ସେ Overset Methods, Inc ରେ ଯୋଗ ଦେଇଥିଲେ।[୧୩] ସେ ମଧ୍ୟ ଉଡ଼ାଜାହାଜ (airplane), ଗ୍ଲାଇଡର୍ (glider), ଏକ ବା ଏକାଧିକ ଇଞ୍ଜିନ୍ ଯୁକ୍ତ ଉଡ଼ାଜାହାଜ (single-engine airplane, multi-engine airplane) ଏବଂ ପାଣିଜାହାଜ (seaplane) ଇତ୍ୟାଦି ଚଳାଇବା ପାଇଁ ପ୍ରଶିକ୍ଷଣ ଦେଉଥିଲେ।[୧୪] ସେ ୧୯୯୧ ମସିହା ଏପ୍ରିଲ ମାସରେ ଆମେରିକାର ନାଗରିକ‌ତ୍ୱ ଗ୍ରହଣ କରିଥିଲେ। ଏହା ପରେ ସେ ନାସାରେ ମହାକାଶଚାରୀ (NASA Astronaut Corps) ହେବା ପାଇଁ ଆବେଦନ କରିଥିଲେ।[୩] ୧୯୯୫ ମସିହା ମାର୍ଚ୍ଚ ମାସରେ ତାଙ୍କୁ ନାସାରେ ମହାକାଶଚାରି ଭାବେ ସ୍ୱୀକୃତି ମିଳିଥିଲା ଏବଂ ୧୯୯୬ ମସିହାରେ ତାଙ୍କୁ ତାଙ୍କର ପ୍ରଥମ ମହାକାଶଯାତ୍ରା ପାଇଁ ମନୋନୀତ କରାଯାଇଥିଲା। ମହାକାଶରେ ଯାତ୍ରା କରିବା ସମୟରେ ସେ କ‌ହିଥିଲେ, "You are just your intelligence"; ଅର୍ଥାତ୍ "ତୁମ ବୁଦ୍ଧିମତା ହିଁ ତୁମର ପରିଚୟ"।

୧୯୯୭ ମସିହା ନଭେମ୍ବର ୧୯ ତାରିଖରେ ସେ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଥିଲେ। ତାଙ୍କ ଦଳରେ ସମୁଦାୟ ଛଅ ଜଣ ସଦସ୍ୟ ଥିଲେ ଏବଂ ତାଙ୍କ ମହାକାଶଯାନର ନାମ ଥିଲା କଲମ୍ବିଆ ଏସ୍.ଟି.ଏସ୍.-୮୭ (Space Shuttle Columbia flight STS-87)। ଚାୱଲା ମହାକାଶ ଯାତ୍ରା କରିଥିବା ପ୍ରଥମ ଭାରତୀୟ ମହିଳା ତ‌ଥା ଦ୍ୱିତୀୟ ଭାରତୀୟ ବ୍ୟକ୍ତି ଥିଲେ। ଭାରତର ପ୍ରଥମ ମହାକାଶଯାତ୍ରୀ ହେଉଛନ୍ତି ରାକେଶ ଶର୍ମା। ସେ ୧୯୮୪ ମସିହାରେ ସୋୟୁଜ୍ ଟି-୧୧ (Soyuz T-11) ନାମକ ମହାକାଶଯାନରେ ମହାକାଶକୁ ଯାତ୍ରା କରିଥିଲେ। ନିଜର ପ୍ରଥମ ମହାକାଶଯାତ୍ରାରେ କଳ୍ପନା ମହାକାଶରେ ୧୦.୬୭ ନିୟୁତ କିଲୋମିଟର ବା ୧୦.୪ ନିୟୁତ ମାଇଲ୍ ଯାତ୍ରା କରିଥିଲେ। ଏହି ଦୂରତା ପ୍ରାୟ ୨୫୨ ଥର ପୃଥିବୀ ଚାରିପଟେ ବୁଲି ଆସିବା ସ‌ହ ସମାନ। ଏହି ଦୂରତା ଅତିକ୍ରମ କରିବାକୁ ତାଙ୍କୁ ୩୭୨ ଘଣ୍ଟା ଲାଗିଥିଲା।[୧୩] ଏହି ଯାତ୍ରା କାଳରେ ସେ ୱିନ୍‌ଷ୍ଟନ୍ ସ୍କଟ୍ (Winston Scott) ଓ ଟାକାଓ ଡୋଇ (Takao Doi) ଙ୍କ ସ‌ହ ମହାକାଶଯାନରୁ ବାହାରକୁ ଯାଇ ବିଗିଡ଼ି ଯାଇଥିବା ସ୍ପାର୍ଟାନ୍ କୃତ୍ରିମ ଉପଗ୍ରହ (Spartan satellite) ଟିକୁ ନେଇଆସିଥିଲେ। ନାସାର କର୍ମକର୍ତ୍ତାମାନେ ଚାୱଲାଙ୍କ ସ‌ହ ମିଶି ମହାକାଶଯାନରେ ଥିବା ତ୍ରୁଟି, ସଫ୍ଟଓୟାର୍ ତ‌ଥା ଏହାର କାର୍ଯ୍ୟ କରିବା ପ୍ରଣାଳୀ ଉପରେ ଟିକିନିଖି ଯାଞ୍ଚ କରିଥିଲେ। ଏହି ଯାଞ୍ଚ କରିବାକୁ ସେମାନ‌ଙ୍କୁ ପାଞ୍ଚ ମାସ ଲାଗିଥିଲା। ଏହି ଯାଞ୍ଚ ସରିଲା ପରେ ଚାୱଲାଙ୍କୁ ମହାକାଶଯାନରେ ଯାନ୍ତ୍ରିକ ବିଭାଗ ସମ୍ଭାଳିବାର ଦାୟିତ୍ୱ ଦିଆଯାଇଥିଲା। ଏହି ଦାୟିତ୍ୱକୁ ସୁଚାରୁ ରୂପେ ସମ୍ଭାଳିଥିବାରୁ ତାଙ୍କୁ ତାଙ୍କ ସ‌ହକର୍ମୀମାନେ ପୁରସ୍କୃତ ମଧ୍ୟ କରିଥିଲେ।

ମହାକାଶଯାନ ସିମୁଲେଟର୍ (space shuttle simulator) ରେ କଳ୍ପନା ଚାୱଲା

୨୦୦୨ ମସିହାରେ ସେ ଦ୍ୱିତୀୟ ଥର ମହାକାଶଯାତ୍ରା ପାଇଁଁ ମନୋନୀତ ହୋଇଥିଲେ । ଏଥର ସେ ଏସ୍.ଟି.ଏସ୍.-୧୦୭ (STS-107) ମିଶନ୍ ପାଇଁ ଯାତ୍ରା କରିଥିଲେ । ମହାକାଶଯାନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ବାହାରିବାରୁ ଏହି ମହାକାଶଯାତ୍ରାରେ ବାରମ୍ବାର ବିଳମ୍ବ ହୋଇଥିଲା । ୨୦୦୨ ମସିହା ଜୁଲାଇ ମାସରେ ଉକ୍ତ ମହାକାଶଯାନଟିର ଇଞ୍ଜିନ୍‌ରେ ଏକ ଫାଟ ମଧ୍ୟ ଆବିଷ୍କାର କରାଯାଇଥିଲା । ଶେଷରେ ୨୦୦୩ ମସିହା ଜାନୁୟାରୀ ମାସ ୧୬ ତାରିଖରେ କଳ୍ପନା କଲମ୍ବିଆ ମହାକାଶଯାନ (Space Shuttle Columbia) ରେ ଏସ୍.ଟି.ଏସ୍.-୧୦୭ (STS-107) ମିଶନ୍ ପାଇଁ ମହାକାଶକୁ ଯାତ୍ରା କରିଥିଲେ । କିନ୍ତୁ ଏହି ମିଶନ୍‌ଟି ତାଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ଏହି ମିଶନ୍‌ରେ ମାଇକ୍ରୋ-ଗ୍ରାଭିଟି (micro-gravity) ଉପରେ ଗବେଷଣା କରିବାର ଦାୟିତ୍ୱ କଳ୍ପନାଙ୍କୁ ଦିଆଯାଇଥିଲା । ଏଥିପାଇଁ କଳ୍ପନା ଏବଂ ତାଙ୍କ ଦଳ ପୃଥିବୀ ତ‌ଥା ମହାକାଶ ବିଜ୍ଞାନ, ଯାନ୍ତ୍ରିକ ଉନ୍ନତି ଏବଂ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଭିତ୍ତି କରି ପ୍ରାୟ ୮୦ ଟି ଗବେଷଣାତ୍ମକ ପରୀକ୍ଷା କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ଚାୱଲା କଲମ୍ବିଆ ମହାକାଶଯାନ ଦୁର୍ଘଟଣା (Space Shuttle Columbia disaster) ରେ ମୃତ୍ୟୁବରଣ କରିଥିଲେ । ୨୦୦୩ ମସିହା ଫେବୃୟାରୀ ମାସ ୧ ତାରିଖ ଦିନ ଟେକ୍ସାଜ୍ ବିଶ୍ୱବିଦ୍ୟାଳୟର ଉପରିଭାଗରେ ପୃଥିବୀର ବାୟୁମଣ୍ଡଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ କଲମ୍ବିଆ ଯାନ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସମସ୍ତ ସାତ ଜଣ ମହାକାଶଚାରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଦିନ ମହାକାଶଯାନଟି କେପ୍ କାନାଭେରାଲ୍ (Cape Canaveral) ଠାରେ ଅବତରିତ ହେବାର ଥିଲା । ଦୁର୍ଘଟଣା ସମୟରେ ଯାନଟି ପୃଥିବୀ ପୃଷ୍ଠରୁ ୨,୦୭,୧୩୫ ଫୁଟ ଉଚ୍ଚତାରେ ଥିଲା ।[୧୫] କମ୍ପ୍ୟୁଟର୍ ତଥା ଟେଲିଭିଜନ ପର୍ଦ୍ଦାରେ ମହାକାଶଯାନଟି ଅତି କ୍ଷୁଦ୍ର ଦେଖାଯାଉଥିଲା । ଏହି ସମୟରେ ହଠାତ୍ ଜୋର୍‌ରେ ଶବ୍ଦ କରି ମହାକାଶଯାନଟି ଆକାଶରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ମହାକାଶଯାନଟି ପୃଥିବୀ ପୃଷ୍ଠରେ ଅବତରଣ କରିବାର ମାତ୍ର ଅଳ୍ପ କିଛି ସମୟ ପୂର୍ବରୁ ଏହି ଦୁର୍ଘଟଣାଟି ଘଟିବାରୁ ନାସାର ୨୮ତମ ମିଶନ୍ ଏସ୍‌.ଟି.ଏସ୍-୧୦୭ (STS-107) ଅସମ୍ପୂର୍ଣ୍ଣ ରହିଯାଇଥିଲା ।[୧୬] ପୃଥିବୀ ପୃଷ୍ଠରେ ଅବତରଣ କରିବାର ମାତ୍ର ୧୬ ମିନିଟ୍ ପୂର୍ବରୁ ମହାକାଶଯାନଟିରେ ଏହି ଦୁର୍ଘଟଣା ଘଟିବାରୁ ସେହି ଯାନରେ ଥିବା କଳ୍ପନାଙ୍କ ସମେତ ଅନ୍ୟ ସବୁ ମହାକାଶଚାରୀ ଅସମୟରେ ମୃତ୍ୟୁବରଣ କରିଥିଲେ ।

ପୁରସ୍କାର[ସମ୍ପାଦନା]

କଳ୍ପନାଙ୍କ ମୃତ୍ୟୁ ପରେ ତାଙ୍କୁ ଦିଆଯାଇଥିବା ପୁରସ୍କାର ଗୁଡ଼ିକ ହେଉଛି:

ସମ୍ମାନ[ସମ୍ପାଦନା]

  • Asteroid 51826 Kalpanachawla, କଲମ୍ବିଆରେ ଯାତ୍ରା କରିଥିବା ମହାକାଶଚାରୀ ଦଳରେ କଳ୍ପନାଙ୍କ ନାମ ।[୧୭]
  • ୨୦୦୩ ମସିହା ଫେବୃୟାରୀ ମାସ ୫ ତାରିଖରେ ଭାରତର ପ୍ରଧାନ ମନ୍ତ୍ରୀ ଘୋଷଣା କରିଥିଲେ ଯେ ପାଣିପାଗ ସୂଚନା ଦେଉଥିବା କୃତ୍ରିମ ଉପଗ୍ରହ ଶୃଙ୍ଖଳା MetSatର ପୁନଃ ନାମକରଣ କରାଯାଇ ଏହାର ନାମ "କଳ୍ପନା" ("Kalpana") ରଖାଯିବ । ଭାରତ ଦ୍ୱାରା ପ୍ରେରଣ କରାଯାଇଥିବା ଏହି ଶୃଙ୍ଖଳାର ପ୍ରଥମ ଉପଗ୍ରହ "MetSat-1"କୁ ୨୦୦୨ ମସିହା ସେପ୍ଟେମ୍ବର ମାସ ୧୨ ତାରିଖରେ "କଳ୍ପନା-୧" ("Kalpana-1") ନାମରେ ନାମିତ କରାଯାଇଥିଲା ।[୧୮]
  • ନିୟୁ ୟର୍କ ସ‌ହରର କୁଇନ୍‌ସ୍‌ଠାରେ ଅବସ୍ଥିତ ଜ୍ୟାକ୍‌ସନ୍ ହାଇଟ୍‌ସ୍‌ର ୭୪ତମ ରାସ୍ତାକୁ କଳ୍ପନାଙ୍କ ସମ୍ମାନରେ Kalpana Chawla Way ନାମରେ ନାମିତ କରାଯାଇଛି ।[15]
  • ଯୁବ ମହିଳା ବୈଜ୍ଞାନିକମାନ‌ଙ୍କୁ ପୁରସ୍କୃତ କରିବା ପାଇଁ ୨୦୦୪ ମସିହାରୁ କର୍ଣ୍ଣାଟକ ସରକାର Kalpana Chawla Award ନାମକ ପୁରସ୍କାର ପ୍ରଦାନ କରୁଛନ୍ତି ।[16]
  • ନାସା ଏକ ସୁପର୍ କମ୍ପ୍ୟୁଟର୍ ଚାୱଲାଙ୍କୁ ଉତ୍ସର୍ଗ କରିଛି ।[17]
  • Florida Institute of Technology ର Columbia Village Suites ନାମକ ଛାତ୍ର-ଛାତ୍ରୀମାନ‌ଙ୍କ ପାଇଁ ନିର୍ମିତ ଏକ ଆପାର୍ଟମେଣ୍ଟରେ ପ୍ରତ୍ୟେକ ହଲ୍‌କୁ ଜଣେ ଜଣେ ମହାକାଶଚାରୀଙ୍କ ନାମରେ ନାମିତ କରାଯାଇଛି । ଏହି ହଲ୍‌ଗୁଡ଼ିକ ମଧ୍ୟରେ ଚାୱଲାଙ୍କ ନାମରେ ନାମିତ ହଲ୍‌ଟିଏ ମଧ୍ୟ ଅଛି ।
  • The NASA Mars Exploration Rover mission has named seven peaks in a chain of hills, named the Columbia Hills, after each of the seven astronauts lost in the Columbia shuttle disaster. One of them is Chawla Hill, named after Chawla.
  • Steve Morse from the band Deep Purple created the song "Contact Lost" in memory of the Columbia tragedy along with her interest in the band. The song can be found on the album Bananas.[18]
  • Novelist Peter David named a shuttlecraft, the Chawla, after the astronaut in his 2007 Star Trek novel, Star Trek: The Next Generation: Before Dishonor.[19]
  • The Kalpana Chawla ISU Scholarship fund was founded by alumni of the International Space University (ISU) in 2010 to support Indian student participation in international space education programs.[20]
  • The Kalpana Chawla Memorial Scholarship program was instituted by the Indian Students Association (ISA) at the University of Texas at El Paso (UTEP) in 2005 for meritorious graduate students.[21]
  • The Kalpana Chawla Outstanding Recent Alumni Award at the University of Colorado, given since 1983, was renamed after Chawla.[22]
  • The University of Texas at Arlington, where Chawla obtained a Master of Science degree in aerospace engineering in 1984, opened a dormitory named Kalpana Chawla Hall in 2004.[23] In addition, the university dedicated the Kalpana Chawla Memorial on May 3, 2010, in Nedderman Hall, one of the primary buildings in the College of Engineering.[24]
  • The girls' hostel at Punjab Engineering College is named after Chawla. In addition, an award of INR twenty-five thousand, a medal, and a certificate is instituted for the best student in the Aeronautical Engineering department.[25]
  • The Government of Haryana established the Kalpana Chawla Planetarium in Jyotisar, Kurukshetra.[26]
  • The Indian Institute of Technology, Kharagpur, named the Kalpana Chawla Space Technology Cell in her honor.[27][28]
  • Delhi Technological University named a girls' hostel block after Chawla.[29]
  • A military housing development at Naval Air Station Patuxent River, Maryland, has been named Columbia Colony, and includes a street named Chawla Way.
  • Hostel blocks in Maulana Azad National Institute of Technology, Sagar Institute of Research & Technology, VIT University and Pondicherry University have been named after Chawla.[30][31]

ଅଧିକ ଜାଣିବା ପାଇଁ ପଢ଼ନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Life facts". NASA. Retrieved February 27, 2014. 
  2. Salwi, Dilip M (20 February 2004). "Did you know Kalpana was called Monto?". Rediff.com. Archived from the original on 7 May 2004. https://web.archive.org/web/20040507215916/http://www.rediff.com/news/2004/feb/20spec.htm. Retrieved 19 March 2016. 
  3. ୩.୦ ୩.୧ ୩.୨ ଛାଞ୍ଚ:Cite magazine
  4. "Kalpana Chawla". Retrieved 2012-05-24. 
  5. Salim Rizvi (December 11, 2006). "Indo-US astronaut follows Kalpana's footsteps". New York: BBC. http://news.bbc.co.uk/2/hi/south_asia/6169111.stm. "Almost four years after the death of the first Indian-American astronaut Kalpana Chawla in the Columbia space shuttle disaster, Nasa has sent another woman of Indian origin into space." 
  6. Chawla, Kalpana (1984), MS Thesis Optimization of cross flow fan housing for airplane wing installation., University of Texas at Arlington 
  7. http://www.preservearticles.com/201103034359/biography-of-indian-astronaut-kalpana-chawla.html
  8. http://kalpanachawla.tripod.com/id16.html
  9. Salwi, Dilip M (20 February 2004). "Did you know Kalpana was called Monto?". Rediff.com. Archived from the original on 7 May 2004. https://web.archive.org/web/20040507215916/http://www.rediff.com/news/2004/feb/20spec.htm. Retrieved 19 March 2016. 
  10. Reaching For The Stars, By Kalpana Chawla (2011), Invitation To English - 2, Orissa State Bureau of Textbook Preparation and Production, Bhubaneswar 
  11. Chawla, Kalpana (1984), MS Thesis Optimization of cross flow fan housing for airplane wing installation., University of Texas at Arlington 
  12. Chawla, Kalpana (1988), PhD Thesis Computation of dynamics and control of unsteady vortical flows., University of Colorado at Boulder 
  13. ୧୩.୦ ୧୩.୧ "Kalpana Chawla (PH.D)". Biographical Data. NASA. Retrieved September 14, 2014. 
  14. "Kalpana Chawla". I Love India. Retrieved September 14, 2014. 
  15. Reaching For The Stars, By Kalpana Chawla (2011), Invitation To English - 2, Orissa State Bureau of Textbook Preparation and Production, Bhubaneswar 
  16. Correspondent, A. "Space Shuttle Explodes, Kalpana Chawla dead". Rediff. 
  17. "Tribute to the Crew of Columbia". NASA JPL. Retrieved 2007-06-10. 
  18. "ISRO METSAT Satellite Series Named After Columbia Astronaut Kalpana Chawla". Spaceref.com. Retrieved 2007-06-10. 

ବାହାର ଲିଙ୍କ[ସମ୍ପାଦନା]