କଳାହାଣ୍ଡି (କବିତା)
କଳାହାଣ୍ଡି ଭାରତୀୟ କବି ତପନ କୁମାର ପ୍ରଧାନଙ୍କ ଲିଖିତ ଏକ ଓଡ଼ିଆ କବିତା ସଙ୍କଳନ ।[୧][୨] ଏହି କବିତା ସଙ୍କଳନର ଇଂରାଜୀ ଅନୁବାଦ ନିମନ୍ତେ ପ୍ରଧାନ ୨୦୦୭ ମସିହାରେ ସାହିତ୍ଯ ଏକାଡେମୀ ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୩]
ଏହି କବିତାର ଇଂରାଜୀ ଅନୁବାଦ ପ୍ରଧାନଙ୍କ ଲିଖିତ କଳାହାଣ୍ଡିର ଅକୁହା କାହାଣୀ ପୁସ୍ତକରେ ଉପଲବ୍ଧ ।[୪][୫] ଏଥିରେ ଅସାଧୁ ରାଜନେତା, ସରକାରୀ ଅଫିସର ଓ ଠିକାଦାରଙ୍କଦ୍ୱାରା ଗରିବ ଆଦିବାସୀ ଜନତାର ଆର୍ଥିକ, ଶାରୀରିକ ଓ ଯୌନ ଶୋଷଣର ଚିତ୍ର ବର୍ଣ୍ଣିତ ହୋଇଛି । ପୁସ୍ତକରେ ଶୀର୍ଷକ କବିତା ବ୍ଯତୀତ କଳାହାଣ୍ଡି ସମ୍ବନ୍ଧିତ ଅନ୍ଯାନ୍ଯ ପୁରସ୍କୃତ କବିତା ଯଥା ହିସାବ, ଆସିବାର ବେଳା, ଜୋଙ୍କ ନଦୀର ପୋଲ, ସିନାପାଲି ରାସ୍ତାରେ, ମନେରଖିଛି କଳାହାଣ୍ଡି ଆଦି ସ୍ଥାନୀତ ।[୬] ଏହି କବିତା ଅନେକ ବିଶ୍ବବିଦ୍ଯାଳୟର ଇଂରାଜୀ ସାହିତ୍ଯ ପାଠ୍ଯକ୍ରମରେ ଅନ୍ତର୍ଭୁକ୍ତ।[୭] [୮] ସମାଲୋଚକମାନେ କବିତାଟିକୁ ଏକ ବିଦ୍ରୋହର ସ୍ବର ରୂପେ ଆଖ୍ଯାୟିତ କରିଛନ୍ତି।[୯] ଏହି କବିତାଟିର ତୁଳନା ଅନ୍ଯାନ୍ଯ ଆଧୁନିକ ଭାରତୀୟ କବିତା ସହ ମଧ୍ଯ କରା ଯାଇଛି।[୧୦][୧୧][୧୨] [୧୩]
ଆଧାର
[ସମ୍ପାଦନା]- ↑ ""କଳାହାଣ୍ଡି" - ତପନ କୁମାର ପ୍ରଧାନ". ଇଣ୍ଡିୟାନ୍ ଲିଟରେଚର୍. ସାହିତ୍ଯ ଏକାଡେମୀ. doi:10.2307/23347624. JSTOR 23347624.
- ↑ "ସାହିତ୍ଯ ଏକାଡେମୀ ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣ". Archived from the original on 8 February 2022. Retrieved 9 February 2022.
- ↑ "ସାହିତ୍ଯ ଏକାଡେମୀ ସ୍ୱର୍ଣ୍ଣ ଜୟନ୍ତୀ ପୁରସ୍କାର". Indian Literature (ଭାରତୀୟ ସାହିତ୍ଯ). ସାହିତ୍ଯ ଏକାଡେମୀ. 51 (6): 45-51. 1 November 2007. JSTOR 23339956. Retrieved 9 February 2022.
- ↑ Kalahandi - The Untold Story. Kohinoor Books. 1 August 2020. pp. ୨୯୮. Retrieved 10 February 2022.
- ↑ "ଗୁଗୁଲ ବୁକ୍ସ - କଳାହାଣ୍ଡି ଦ ଅନଟୋଲ୍ଡ ଷ୍ଟୋରୀ". Retrieved 9 February 2022.
- ↑ (ଇଂରାଜୀ) ପ୍ରଧାନ, ତପନ କୁମାର (25 March 2020). କଳାହାଣ୍ଡି - ଦ ଅନଟୋଲଡ୍ ଷ୍ଟୋରୀ. ନୂଆଦିଲ୍ଲୀ: କୋହିନୂର ବୁକ୍ସ. ISBN 978-81-94579717.
- ↑ (ଇଂରାଜୀ) "ମଦୁରାଇ ବିଶ୍ବବିଦ୍ଯାଳୟ - ଇଂରାଜୀ ସାହିତ୍ଯ ପାଠ୍ଯକ୍ରମ". Retrieved 20 September 2022.
- ↑ (ଇଂରାଜୀ) "ସିକ୍କିମ ବିଶ୍ବବିଦ୍ଯାଳୟ - ଭାରତୀୟ ଇଂରାଜୀ ସାହିତ୍ଯ ପାଠ୍ଯକ୍ରମ" (PDF). Archived from the original (PDF) on 4 October 2022. Retrieved 20 September 2022.
- ↑ (ଇଂରାଜୀ) ତାୟାଡେ, ଡଃ ଏସ. ବି. (2021). "ତପନ କୁମାର ପ୍ରଧାନଂକ କଳାହାଣ୍ଡି ଓ ଖାପସ୍ ଡିକ୍ଟାଟ କବିତାରେ ନାରୀ - ବିଦ୍ରୋହର ସ୍ବର". ଲାଂଗ ଲିଟ ବୁକ୍ସ. ନ. 3: 119-125. ISSN 2349-5189.
- ↑ (ଇଂରାଜୀ) "ଭାରତୀୟ ସାହିତ୍ଯରେ କାଥାର୍ସିସ୍ - କଳାହାଣ୍ଡି କବିତା". Boloji.com. 29 April 2012.
- ↑ "ପୋଏମ୍ ହଣ୍ଟର ୱେବସାଇଟରେ କଳାହାଣ୍ଡି କବିତାର ଆଲୋଚନା". Retrieved 8 February 2022.
- ↑ (ଇଂରାଜୀ) ଡାଃ ନାଗେଶ୍ୱର ପଟ୍ଟନାୟକ (1 January 2010). "Naxalite Turned Leader (ନକ୍ସାଲବାଦୀ ନେତା)". ଇକୋନମିକ୍ ଟାଇମସ୍.
- ↑ ସନ୍ଦୀପ ୱାସଲେକର (8 February 2010). "ମାନୁଆଲ୍ ଅଫ୍ କାଉଣ୍ଟର୍ ଟେରରିଜମ୍". ଫୋର୍ବସ୍ ଇଣ୍ଡିଆ.
ବାହାର ଲିଙ୍କ
[ସମ୍ପାଦନା]- Pradhan, Dr Tapan Kumar (2020). Kalahandi. New Delhi: Kohinoor Books. ISBN 978-81-94579717.
- Pradhan, Tapan Kumar (2007). ""Equation"". Indian Literature. 51 (6). ISSN 0019-5804. JSTOR 23347623.