କର୍ନିଆଲ ଆବ୍ରାଜନ

ଉଇକିପିଡ଼ିଆ‌ରୁ
କର୍ନିଆଲ ଆବ୍ରାଜନ
କର୍ନିଆଲ ଆବ୍ରାଜନ ହୋଇଥିବା ସ୍ଥାନ ଫ୍ଲୋରେସିନ (fluorescen) ସ୍ଟେନ‌ଦ୍ୱାରା ଅଭିରଞ୍ଜିତ ହୋଇଛି ।
ବିଭାଗଆଶୁ ଚିକିତ୍ସା[*]
ଲକ୍ଷଣଆଖିରେ ଯନ୍ତ୍ରଣା, ଆଲୋକ ସମ୍ବେଦନଶୀଳତା (light sensitivity)[୧]
ଆକ୍ରାନ୍ତ ସମୟଦୃତ[୨]
ଅବଧି୩ ଦିନରୁ କମ୍ .[୧]
କାରଣସାମାନ୍ୟ ଆଘାତ, କଣ୍ଟାକ୍ଟ ଲେନ୍ସ ବ୍ୟବ‌ହାର[୧]
ରୋଗ ନିର୍ଣ୍ଣୟ ପଦ୍ଧତିସ୍ଲିଟ ଲ୍ୟାମ୍ପ (slit lamp) ପରୀକ୍ଷା[୧]
ସଠିକ ରୋଗ ନିର୍ଣ୍ଣୟକର୍ନିଆଲ ଅଲସର (corneal ulcer), ଗ୍ଲୋବ ରପଚର (globe rupture)[୧]
ପ୍ରତିକାରଚକ୍ଷୁ ସୁରକ୍ଷା (eye protection)[୧]
ପୁନଃପୌନିକଯୁକ୍ତରାଷ୍ଟ୍ରରେ ପ୍ରତି ୧୦୦୦ ଜଣରେ ୩ ଜଣ ।[୧]

କର୍ନିଆଲ ଆବ୍ରାଜନ ବା ସ୍ୱଚ୍ଛପଟଳ ଆଞ୍ଚୁଡ଼ା (ଇଂରାଜୀ ଭାଷାରେ Corneal abrasion) ଏକ ପ୍ରକାର ଆଘାତ ଯାହା ଆଖିର କର୍ନିଆ (cornea) ବା ସ୍ୱଚ୍ଛପଟଳର ବାହ୍ୟ ସ୍ତରରେ ଥାଏ ।[୩] ଏହି ଆଘାତ ହେଲେ ଆଖିରେ ଯନ୍ତ୍ରଣା ଓ ଲାଲ ରଙ୍ଗ ହୁଏ, ଆଲୋକ ସମ୍ବେଦନଶୀଳ ହୋଇଯାଏ ଓ ଆଖିରେ ବାହ୍ୟବସ୍ତୁରେ ଥିବା ଭଳି ଲକ୍ଷଣ ଦେଖାଯାଏ । ଅଧିକାଂଶ ଲୋକଙ୍କର ୩ ଦିନ ମଧ୍ୟରେ ଏହା ଉପଶମ ହୋଇଯାଏ । [୧]

ଅଧିକାଂଶ କେଶ୍ ନ‌ଖଦ୍ୱାରା ବା କଣ୍ଟାକ୍ଟ ଲେନ୍ଶ (contact lens) ବ୍ୟବ‌ହାର ଯୋଗୁ ହୁଏ । କାମ କରିବା ସମୟରେ ୨୫% କେଶ୍ ହୁଏ । ଫ୍ଲୋରେସିନ ରଙ୍ଗ ଦେବାପରେ ସ୍ଲିଟ ଲ୍ୟାମ୍ପ ମାଧ୍ୟମରେ ଚକ୍ଷୁ ଦେଖି ଏହା ନିର୍ଣ୍ଣୟ କରାଯାଏ । ଅନ୍ୟାନ୍ୟ ଉଲ୍ଲେଖନୀୟ ଅବସ୍ଥା ଯେପରିକି କର୍ନିଆଲ ଅଲସର, ଗ୍ଲୋବ ରପଚର (globe rupture), ରିକରେଣ୍ଟ ଇରୋଜନ ସିଣ୍ଡ୍ରୋମ (recurrent erosion syndrome) ଓ ବାହ୍ୟ ବସ୍ତୁ (foreign body) ଇତ୍ୟାଦି ଥିବା ସନ୍ଦେହ ପରୀକ୍ଷା କରି ଦୂର କରିବା ଆବଶ୍ୟକ ହୁଏ ।[୧]

ଏହି ଅବସ୍ଥା ନ ହେବା ନିମନ୍ତେ ଚକ୍ଷୁ ସୁରକ୍ଷା (eye protection) ପ୍ରତି ଦୃଷ୍ଟି ଦେବା ପ୍ରଥମ କର୍ତ୍ତବ୍ୟ । ଆଣ୍ଟିବାୟୋଟିକ (antibiotic) ମଲମ ଲଗେଇ ଏହାର ଚିକିତ୍ସା କରାଯାଏ । କଣ୍ଟାକ୍ଟ ଲେନ୍ଶ ବ୍ୟବ‌ହାର ହେଉଥିବା ଆଖିରେ ଫ୍ଲୋରୋକୁଇନୋଲିନ (fluoroquinolone) ଆଣ୍ଟିବାୟୋଟିକ ଲଗେଇବାକୁ ସୁପାରିସ କରାଯାଏ । ଯନ୍ତ୍ରଣା ଉପଶମ ନିମନ୍ତେ ପାରାସେଟାମୋଲଏନଏସଏଆଇଡି ଇତ୍ୟାଦି ଦିଆଯାଏ; ସାଇକ୍ଲୋପେଣ୍ଟୋଲେଟ (cyclopentolate) ଦେଇ ଆଖି ପିତୁଳା ପାରାଲିସିସ କରିଦିଆଯାଏ । [୧] ସାମାନ୍ୟ ଆଞ୍ଚୁଡ଼ା ନିମନ୍ତେ ଆଖି ପ୍ୟାଚ (eye patching) ଦେଲେ ତାହାର ଉପକାରୀତାର କୌଣସି ପ୍ରମାଣ ମିଳୁନାହିଁ ।[୪]

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ୧,୦୦୦ହଜାର ଲୋକରେ ୩ଜଣଙ୍କୁ ଏହି ଆଘାତ ଜନିତ ଅବସ୍ଥା ଭୋଗିବାକୁ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ବେଶୀ ଆଘାତଗ୍ରସ୍ତ ହୁଅନ୍ତି । ୨୦ରୁ ୪୦ ବର୍ଷ ବୟସ ମଧରେ ଏହି ଅଧିକ ଦେଖାଯାଏ । ଅବସ୍ଥା ଜଟିଳ ହେଲେ ବ୍ୟାକ୍ଟେରିଆଲ କେରାଟାଇଟିସ (bacterial keratitis), କର୍ନିଆଲ ଅଲସର (corneal ulcer) ଓ ଆଇରାଇଟିସ (iritis) ବେମାରୀ ହୁଏ । [୧] କେବଳ ୮% ଆଘାତ ଜଟିଳ ହୁଏ । [୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Ahmed, Faheem; House, Robert James; Feldman, Brad Hal (1 September 2015). "Corneal Abrasions and Corneal Foreign Bodies". Primary Care. 42 (3): 363–375. doi:10.1016/j.pop.2015.05.004. ISSN 1558-299X. PMID 26319343.
  2. FNP-C, Maria T. Codina Leik, MSN, APRN, BC (2013). Family Nurse Practitioner Certification Intensive Review: Fast Facts and Practice Questions, Second Edition (in ଇଂରାଜୀ) (2 ed.). Springer Publishing Company. p. 112. ISBN 9780826134257.{{cite book}}: CS1 maint: multiple names: authors list (link)
  3. "Corneal Abrasion". nei.nih.gov. National Eye Institute. Archived from the original on 2016-11-07. Retrieved 2016-11-06.
  4. Lim, CH; Turner, A; Lim, BX (26 July 2016). "Patching for corneal abrasion". The Cochrane database of systematic reviews. 7: CD004764. PMID 27457359.
  5. Smolin, Gilbert; Foster, Charles Stephen; Azar, Dimitri T.; Dohlman, Claes H. (2005). Smolin and Thoft's The Cornea: Scientific Foundations and Clinical Practice (in ଇଂରାଜୀ). Lippincott Williams & Wilkins. p. 798. ISBN 9780781742061.