Jump to content

କନ୍ଦସ୍ଵାମୀ ମନ୍ଦିର, ଜର୍ଜଟାଉନ

କନ୍ଦସ୍ୱାମୀ ମନ୍ଦିର, ଜର୍ଜ ଟାଉନTamil: கந்த கோட்டம் திருக்கோவில்
Kandha Swāmi Temple (கந்த ஸ்வாமி திருக்கோவில்)
Mutthu Kumāra Swāmi deva sthānam (முத்து குமார ஸ்வாமி தேவ ஸ்தானம்)
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictChennai district
ଦେବାଦେବୀThiru Kandha Swāmi (Murugan)


Shri Deivānai, Shri Valli
Thiru Mutthu Kumāra Swāmi


Shri Deivānai, Shri Valli
Festivalsādi Kirutthigai, Panguni Utthiram.
Location
ସ୍ଥାନParry's corner (Old: George town), Chennai city
StateTamil Nadu
CountryIndia
କନ୍ଦସ୍ଵାମୀ ମନ୍ଦିର, ଜର୍ଜଟାଉନ is located in Chennai
କନ୍ଦସ୍ଵାମୀ ମନ୍ଦିର, ଜର୍ଜଟାଉନ
Location in Chennai city
ଭୌଗଳିକ ଅବସ୍ଥିତି13°05′38″N 80°17′02″E / 13.0939°N 80.2839°E / 13.0939; 80.2839
Architecture
TypeDravidian architecture
Completed1670s CE, early 1800s CE
Website
kandhakottam.tnhrce.in

କନ୍ଦସ୍ୱାମୀ ମନ୍ଦିର (Tamil: கந்த சுவாமி கோவில்) ଭାରତର ତାମିଲନାଡୁ ପ୍ରଦେଶରେ ଥିବା ଚେନ୍ନାଇର ଜର୍ଜ ଟାଉନରେ[] ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ଯାହା ପ୍ରଭୁ ମୁରୁଗାନଙ୍କୁ ସମର୍ପିତ ହୋଇଛି । ଏହାକୁ ‘ମୁଥୁ କୁମାର ସ୍ୱାମୀ ଦେବସ୍ଥାନମ(Tamil: முத்து குமார சுவாமி ஸ்தானம்) ଓ ଲୋକପ୍ରିୟ ଭାବରେ କନ୍ଧ କୋଟ୍ଟମ (Tamil: கந்த கோட்டம்)[] ମଧ୍ୟ କୁହାଯାଏ । ଏହାକୁ ତାମିଲନାଡୁ ସରକାରର ହିନ୍ଦୁ ରେଲିଯିଅସ ଆଣ୍ଡ ଚାରିଟେବଳ ଏଣ୍ଡାଓମେଣ୍ଟ ଡିପାର୍ଟମେଣ୍ଟ (Tamil: முத்து குமார சுவாமி ஸ்தானம்) ପରିଚାଳନା କରନ୍ତି । ବିଭିନ୍ନ ଶିକ୍ଷାପ୍ରଦ ଅନୁଷ୍ଠାନମାନଙ୍କରେ ଯେପରିକି ପ୍ରାଥମିକ, ସେକେଣ୍ଡାରୀ ଓ କଲେଜରେ[] କନ୍ଧ କୋଟ୍ଟମ ତରଫରୁ ଗୀତ ଓ ସଙ୍ଗୀତ ଶିକ୍ଷା ଦିଆଯାଏ । ମନ୍ଦିର ତରଫରୁ ନିଶୁଳ୍କ କ୍ଲିନିକ ସେବା[] ଓ ଔଷଧ[] ମଧ୍ୟ ଦିଆଯାଏ ।

ଇତିହାସ

[ସମ୍ପାଦନା]

ମୂଳ ମନ୍ଦିରଟି ୧୬୭୦ ମସିହାରେ ‘ମାରି ଚେଟ୍ଟିଆର’ ତୋଳେଇଥିଲେ ।[] ବର୍ତ୍ତମାନର[] ମନ୍ଦିର ପ୍ରାକ ୧୮୦୦ ଶତାବ୍ଦୀରେ ପଥରରେ ତିଆରି ହୋଇଥିଲା ।[] ଏହା ପରେ ମନ୍ଦିରର ଅନେକ ଥର ନବୀକରଣ କରାଯାଇଛି ଓ ଏହା ନିକଟବର୍ତ୍ତୀ ଇଲାକାରେ ସର୍ବ ଶ୍ରେଷ୍ଠ ମନ୍ଦିର ଭାବରେ ବିବେଚନା କରାଯାଏ । ଆଠ ଏକର ଜାଗା ଉପରେ ମନ୍ଦିର ନିର୍ମିତ ହୋଇଛି ।[] ମନ୍ଦିର ଜଳାଶୟକୁ ସାରବାନ ପୋଇଗଇ ଓ ସ୍ଥଳ ବିରୁକ୍ଷମ ବୃକ୍ଷକୁ ମାଗିଜହମ ଗଛ କହନ୍ତି ।

ପ୍ରସ୍ତର ଖୋଦେଇ[] ଅନୁସାରେ ମୁରୁଗାନଙ୍କର ମୂଳ ବିଗ୍ରହ ଆବିଷ୍କୃତ [] ହୋଇଥିଲା ଓ ଶ୍ରୀ କନ୍ଧ ସ୍ୱାମୀ ମନ୍ଦିର ପାଖରେ ଥିବା ଏକ ଟାଙ୍କିରୁ ଅଣାଯାଇଥିଲା । ଚେନ୍ନଇ – ମହାବଳିପୁରମ ରାସ୍ତାରେ ଏହି ବିଖ୍ୟାତ ମନ୍ଦିର ୧୬୭୦ ମସିହାରେ ବିଗ୍ରହ ସ୍ଥାପନ କରାଯାଇଥିଲା ।[]

ଦେବତା

[ସମ୍ପାଦନା]
ମୁଥୁ କୁମାର ସ୍ୱାମୀ ସହିତ ପତ୍ନୀ ଦେବାନୀ ଓ ବଲ୍ଲୀଙ୍କର ଉତ୍ସବ ବିଗ୍ରହ

୨୭ ଜାନୁଆରୀ ୨୦୧୭ରେ ଥିରୁ ପୋରୁରରୁ ପୁନରୁଦ୍ଧାର ହୋଇଥିବା ‘ଶ୍ରୀ କାର୍ତ୍ତିକେୟ କନ୍ଧ ସ୍ୱାମୀ’[] ଉଚ୍ଚତା ପ୍ରାୟ ୨ ଫୁଟ । ଶ୍ରୀ ଦେବସେନା ଓ ଶ୍ରୀ ବଳି ମୁଖ୍ୟ ଠାକୁରଙ୍କ ଦୁଇ ପାଖରେ ଅଛନ୍ତି ।

ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ହଲ ଅଛି ଯାହାକୁ ପରିବେଦନ ମଣ୍ଡପମ କୁହାଯାଏ । ମଣ୍ଡପ ଦୁଇ ପାଖରେ ଗଣେଶଙ୍କର ଏକ ଠିଆ ହୋଇଥିବା ଓ ଏକ ବସିଥିବା ମୂର୍ତ୍ତି ଅଛି । ମଣ୍ଡପ ସାମନାରେ ଏକ ଧ୍ୱଜ ସ୍ତମ୍ଭ ଅଛି । ମଣ୍ଡପରେ ଗଣେଶ, ମିନାକ୍ଷୀ, ଇଦୁମ୍ବନ, ରାମଲିଙ୍ଗ ସ୍ୱାମୀଗଲ[] ଓ ପମ୍ବନ ସ୍ୱାମୀଗାଲ[] ପ୍ରତିମୂର୍ତ୍ତି ମିଳିଥାଏ ।

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. Location, contact details Archived 2020-02-22 at the Wayback Machine. from kandhakottam.tnhrce.in retrieved 2017-01-27. Address: Kandha Kottam Temple, #44, Rasappa Chetty Street, Flower Bazār, Park Town, Chennai - 600 003, TamilNadu, India.
  2. "Official Website of Arulmigu Kandhakottam Temple - Home". kandhakottam.tnhrce.in (in ବ୍ରିଟିଶ୍‌ ଇଂରାଜୀ). Archived from the original on 2017-02-02. Retrieved 2017-01-27.
  3. 1 2 3 "Social Activities of temple". Official temple website. Archived from the original on 2 February 2017. Retrieved 26 January 2017.
  4. 1 2 3 4 5 "History of Kandha kottam temple". Kandha kottam temple official website. Archived from the original on 2 February 2017. Retrieved 26 January 2017.
  5. 1 2 Kandha kottam temple official website photo gallery Archived 2020-02-22 at the Wayback Machine. retrieved 2017-01-27; shows photos of gopurams, vigragams and shrines.
  6. 1 2 3 Kantha kottam temple photo gallery Archived 2022-11-26 at the Wayback Machine. at temple.dinamalar.com, retrieved 2017-01-27; shows photos of image depicting main idol discovery in Thiruporur, temple tank, idols of Vallalār, Pāmban swāmi.