କକ୍ସିଡିନିଆ

ଉଇକିପିଡ଼ିଆ‌ରୁ
Coccydynia
Coccyx pain, coccygodynia, coccygeal pain, coccalgia, tailbone pain[୧][୨]
The location of the coccyx (in red) at the lower aspect of the sacrum of the pelvis
ବିଭାଗRheumatology
ଲକ୍ଷଣTailbone pain[୨]
କାରଣInjury, infection, cancer, referred pain[୨]
ବିପଦ କାରକObesity, childbirth[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by medical imaging[୧]
ସଠିକ ରୋଗ ନିର୍ଣ୍ଣୟPilonidal cyst, piriformis syndrome , hemorrhoids, pelvic floor disorder[୧][୨]
ଚିକିତ୍ସାAvoiding sitting, using cushions, pain medication, surgery[୨]
PrognosisGenerally good[୨]
ପୁନଃପୌନିକCommon[୩]

କକ୍ସିଡିନିଆ ରୋଗରେ ମେରୁଅସ୍ଥିର ନିମ୍ନ ଶେଷ (coccyx: ଗୁଦାସ୍ଥି, ପୁଚ୍ଛାସ୍ଥି) ଅଞ୍ଚଳରେ ବା ପିଠିର ସର୍ବନିମ୍ନ ଅଂଶରେ ଯନ୍ତ୍ରଣା ହୁଏ ।[୧] [୨] ସାଧାରଣତଃ ବସିବା ସମୟରେ, ଅନ୍ତନଳୀ ଗତି କରିବା ସମୟରେ (bowel movement) କିମ୍ବା ବସିବା ପରେ ଉଠିବା ସହିତ ଯନ୍ତ୍ରଣା ବୃଦ୍ଧି ପାଇଥାଏ ।[୧] ପିଠିର ଅନ୍ୟ ଅଂଶରେ ଯନ୍ତ୍ରଣା ବା ଯନ୍ତ୍ରଣାର ବିକିରଣ ସାଧାରଣତଃ ଅନୁପସ୍ଥିତ ଥାଏ ।[୧]

ଏହି ରୋଗର କାରଣଗୁଡିକ ମଧ୍ୟରେ ଆଘାତ, ସଂକ୍ରମଣ, କର୍କଟ କିମ୍ବା ପ୍ରକ୍ଷେପିତ ଯନ୍ତ୍ରଣା ଯୋଗୁ ହୋଇପାରେ ।[୨] ଆଘାତର ପ୍ରକାର ମଧ୍ୟରେ କଣ୍ଟ୍ୟୁଜନ, ଭଙ୍ଗା, ସ୍ଥାନାନ୍ତର ଏବଂ ଲିଗାମେଣ୍ଟ ଆଘାତ ଅନ୍ତର୍ଭୁକ୍ତ ।[୨] ମେଦବହୁଳତା ଏବଂ ପ୍ରସବ ଯୋଗୁ ବିପଦ ରହିପାରେ ।[୧] [୨] ପେଟର ପାକ-ଅନ୍ତନଳୀ ବା ମୂତ୍ର ତ‌ଥା ଜନନାଙ୍ଗ ପ୍ରଣାଳୀରୁ ପ୍ରକ୍ଷେପିତ ଯନ୍ତ୍ରଣା ହୁଏ ।[୨] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥନ କରାଯାଇପାରେ ।[୧]

ଚିକିତ୍ସାରେ ବସିବା, କୁଶନ ବା ଗଦି ବ୍ୟବହାର କରିବା ଏବଂ ଯନ୍ତ୍ରଣା ନିବାରକ ଔଷଧ ବ୍ୟବହାର ବର୍ଜନ କରାଯାଏ ।[୨] ଫିଜିଓଥେରାପି କିମ୍ବା ମିଥାଇଲପ୍ରେଡନିସୋଲୋନ୍ ଏବଂ ବାପିଭିକେନ ଇଞ୍ଜେକ୍ସନ ସାହାଯ୍ୟକାରୀ ହୋଇପାରେ।[୧] କକ୍ସିକ୍ସ ଅପସାରଣ ପାଇଁ କ୍ୱଚିତ୍ ଅସ୍ତ୍ରୋପଚାର କରାଯାଇପାରେ । [୨] ଚିକିତ୍ସା ନିର୍ବିଶେଷରେ ଅଧିକାଂଶ ଲୋକ କିଛି ସପ୍ତାହରୁ କିଛି ମାସ ମଧ୍ୟରେ ଭଲ ହୋଇଯାଆନ୍ତି। [୨]

କକ୍ସିଡିନିଆ ଏକ ସାଧାରଣ ରୋଗ ଅଟେ ।[୩] ଏହି ରୋଗ ପ୍ରାୟ ୪୦ବର୍ଷ ବୟସରେ ଆରମ୍ଭ ହୋଇଥାଏ ଏବଂ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହି ଶବ୍ଦଟି ୧୮୫୯ ମସିହାରେ ସିମ୍ପସନ୍ ଆରମ୍ଭ କରିଥିଲେ ।[୨] ଏହି ରୋଗ ଅବସ୍ଥାର ବର୍ଣ୍ଣନା ପ୍ରାୟ ୧୫୦୦ ମସିହାରୁ ଆରମ୍ଭ ହୋଇଛି ।[୩]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Patel, R; Appannagari, A; Whang, P.G. (May 2008). "Coccydynia". Current Reviews in Musculoskeletal Medicine. 1 (3–4): 223–226. doi:10.1007/s12178-008-9028-1. PMC 2682410. PMID 19468909.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Mabrouk, A; Alloush, A; Foye, P (January 2022). "Coccyx Pain". PMID 33085286. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ Lirette, LS; Chaiban, G; Tolba, R; Eissa, H (2014). "Coccydynia: an overview of the anatomy, etiology, and treatment of coccyx pain". The Ochsner journal. 14 (1): 84–7. PMID 24688338.