Jump to content

ପାଇରିଫର୍ମିସ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Piriformis syndromeରୁ ଲେଉଟି ଆସିଛି)
ପାଇରିଫର୍ମିସ ସିଣ୍ଡ୍ରୋମ (Piriformis syndrome)
ଡିପ ଗ୍ଲୁଟିଆଲ ସିଣ୍ଡ୍ରୋମ (Deep gluteal syndrome)[]
ଦେହରେ ପାଇରିଫର୍ମିସ ସିଣ୍ଡ୍ରୋମର ସ୍ଥାନ
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics), ସ୍ପୋର୍ଟ୍ସ ମେଡିସିନ (sports medicine)
ଲକ୍ଷଣପିଚା ଯନ୍ତ୍ରଣା ଯାହା ବସିଲେ ଅସ‌ହ୍ୟ ହୋଇଯାଏ ।[]
ଅବଧିଦୀର୍ଘକାଳୀନ[]
କାରଣଆଘାତ, ସ୍ପାଜ୍ମ ଓ ଅତିବ୍ୟବ‌ହାର । []
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଉପରେ ପର୍ଯ୍ୟବସିତ[]
ସଠିକ ରୋଗ ନିର୍ଣ୍ଣୟପିଆଇଡି (Herniated disc), ବୃକ୍‌କ ପଥର ରୋଗ, ଏସଆଇ ଗଣ୍ଠି ଅକର୍ମଣ୍ୟ (SI joint dysfunction)[][]
ଔଷଧଏନଏସଏଆଇଡି NSAIDs, କର୍ଟିକୋସ୍ଟିରଏଡ steroids, ବୋଟୁଲିନମ ଟକ୍ସିନ (botulinum toxin) ଇଞ୍ଜେକସନ []
ଚିକିତ୍ସାଲକ୍ଷଣ ସୃଷ୍ଟି କରୁଥିବା କାମ ନ‌କରିବା, ସ୍ଟ୍ରେଚିଙ୍ଗ (stretching) ଓ ଔଷଧ [][]
ପୁନଃପୌନିକଅଜ୍ଞାତ (୨୦୧୭)[]

ପାଇରିଫର୍ମିସ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Piriformis syndrome) ଏକ ବେମାରୀ ଯାହା ପାଇରିଫର୍ମିସ ମାଂସପେଶୀ (piriformis muscle) ଚାରିପାଖରେ ସିଆଟିକ ସ୍ନାୟୁ (sciatic nerve) ଚାପିହେବା ଫଳରେ ହେଉଥିବା ବିଶ୍ୱାସ କରାଯାଏ ।[][] ପିଚା ଯନ୍ତ୍ରଣା ଓ ପିଚାରୁ (buttock) ଗୋଡ଼ ପର୍ଯ୍ୟନ୍ତ କାଲୁଆ ଅନୁଭବ ହୋଇଯାଏ ।[][] ବସିଲେ ଓ ଦୌଡ଼ିଲେ ଯନ୍ତ୍ରଣା ଅସ‌ହ୍ୟ ହୋଇଯାଏ ।[]

ଗ୍ଲୁଟିଆଲ ମାଂସପେଶୀ (gluteal muscle) ଆଘାତପ୍ରାପ୍ତ ହେଲେ, ପାଇରିଫର୍ମିସ ପେଶୀ ସ୍ପାଜ୍ମ ହେଲେ ବା ଅତି ବ୍ୟବ‌ହାର (overuse injury) କଲେ ଓ ଗଠନ ବ୍ୟତିକ୍ରମ ଥିଲେ ଏହି ରୋଗ ହୋଇପାରେ । [] କେତେକ ଖେଳାଳୀଙ୍କର ଏହି ରୋଗ ହେବା ମଧ୍ୟ ଜଣାଯାଏ ।[] କୌଣସି ନିର୍ଣ୍ଣୟାତ୍ମକ ପରୀକ୍ଷା ନଥିବାରୁ ଏହି ରୋଗ ଚିହ୍ନିବା କଷ୍ଟକର ହୁଏ ।[][] କେତେକ ପରୀକ୍ଷା ନିର୍ଣ୍ଣୟରେ ସାହାଯ୍ୟକାରୀ ହୁଏ ।[] ମେଡିକାଲ ଇମେଜିଙ୍ଗରେ (Medical imaging) ସାଧାରଣ ଦେଖାଯାଏ ।[] ପିଆଇଡି (Herniated disc) ରୋଗ ଏହିଭଳି ଲକ୍ଷଣ ସୃଷ୍ଟିକରେ । []

ଲକ୍ଷଣ ସୃଷ୍ଟି କରୁଥିବା କାମ ନ‌କରିବାକୁ ଉପଦେଶ ଦିଆଯିବା ସ‌ହିତ ସ୍ଟ୍ରେଚିଙ୍ଗ (stretching), ଫିଜିଓଥେରାପି (physiotherapy) ଓ ଏନଏସଏଆଇଡି NSAIDs ଦିଆଯାଏ ।[][] ଏଥିରେ ଉପଶମ ନହେଲେ କର୍ଟିକୋସ୍ଟିରଏଡ steroid ବା ବୋଟୁଲିନମ ଟକ୍ସିନ (botulinum toxin) ଇଞ୍ଜେକସନ ଦିଆଯାଇପାରେ ।[] ସାଧାରଣତଃ ଅପରେଶନ ନିମନ୍ତେ ଉପଦେଶ ଦିଆଯାଏନାହିଁ । [] ଏ ରୋଗ ସାଧାରଣ ବା ଅଳ୍ପ ସାଧାରଣ, ଏ ବିଷୟରେ ମତୈକ୍ୟ ନାହିଁ ।[][]

  1. Martin, HD; Reddy, M; Gómez-Hoyos, J (July 2015). "Deep gluteal syndrome". Journal of Hip Preservation Surgery. 2 (2): 99–107. doi:10.1093/jhps/hnv029. PMC 4718497. PMID 27011826.
  2. 1 2 3 4 5 6 7 8 9 10 11 Cass, SP (January 2015). "Piriformis syndrome: a cause of nondiscogenic sciatica". Current Sports Medicine Reports. 14 (1): 41–4. doi:10.1249/JSR.0000000000000110. PMID 25574881.
  3. 1 2 3 4 5 6 7 8 9 "Piriformis Syndrome". Merck Manuals Professional Edition (in କାନାଡିୟ ଇଂରାଜୀ). October 2014. Retrieved 30 December 2017.
  4. 1 2 3 4 Hopayian, K; Danielyan, A (23 August 2017). "Four symptoms define the piriformis syndrome: an updated systematic review of its clinical features". European Journal of Orthopaedic Surgery & Traumatology: Orthopedie Traumatologie. 28 (2): 155–164. doi:10.1007/s00590-017-2031-8. PMID 28836092.
  5. 1 2 3 4 Miller TA, White KP, Ross DC (September 2012). "The diagnosis and management of Piriformis Syndrome: myths and facts". The Canadian Journal of Neurological Sciences. Le Journal Canadien des Sciences Neurologiques. 39 (5): 577–83. doi:10.1017/s0317167100015298. PMID 22931697.

ଅଧିକ ପଢ଼ନ୍ତୁ

[ସମ୍ପାଦନା]

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ