ଓଲଟ ଜରାୟୁ

ଉଇକିପିଡ଼ିଆ‌ରୁ
ଓଲଟ ଜରାୟୁ (Uterine inversion)
ସମ୍ପୁର୍ଣ୍ଣ ଓଲଟ ଜରାୟୁ (Complete inverted uterus)
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Obstetrics)
ଲକ୍ଷଣପ୍ରସବପର ରକ୍ତସ୍ରାବ (Postpartum bleeding), ଉଦର ଯନ୍ତ୍ରଣା, ଯୋନୀପଥରେ ଗୋଟାଳି, ନିମ୍ନ ରକ୍ତଚାପ (low blood pressure)[୧]
ବିପଦ କାରକପ୍ଲାସେଣ୍ଟା ବିଚ୍ୟୁତ ହେବା ପୂର୍ବରୁ ନାହି ନାଡ଼କୁ (umbilical cord) ଟାଣିଲେ ବା ଜରାୟର ଉପର ଭାଗକୁ ଠେଲିଲେ, ଜରାୟୁ ଆଟୋନି (uterine atony), ପ୍ଲାସେଣ୍ଟା ପ୍ରିଭିଆ (placenta previa), କନେକ୍ଟିଭ ତନ୍ତୁ ବେମାରୀ (connective tissue disorders) [୧]
ରୋଗ ନିର୍ଣ୍ଣୟ ପଦ୍ଧତିଜରାୟୁ ଭିତର ପାଖ ଦୃଷ୍ଟି ଗୋଚର ହେଲେ [୨]
ସଠିକ ରୋଗ ନିର୍ଣ୍ଣୟଜରାୟୁ ଫାଇବ୍ରଏଡ (Uterine fibroid), ଜରାୟୁ ଆଟୋନି (uterine atony), ରକ୍ତସ୍ରାବ ବେମାରୀ (bleeding disorder), retained placenta[୧]
ଔଷଧଅକ୍ସିଟୋସିନ (Oxytocin), ଆଣ୍ଟିବାୟୋଟିକ (antibiotics)[୧]
ଚିକିତ୍ସାମାନ‌କ ରିସସିଟେସନ (resuscitation), ଜରାୟୁର ଦୃତ ପୁନଃସ୍ଥାପନ [୧]
Prognosis~୧୫% ମୃତ୍ୟୁ ସଙ୍କଟ[୩]
ପୁନଃପୌନିକ୬,୦୦୦ ପ୍ରସବରେ ଜଣକୁ [୧]

ଓଲଟ ଜରାୟୁ (ଇଂରାଜୀ ଭାଷାରେ Uterine inversion) ନାମ ଦିଆଯାଏ ଯେତେବେଳେ ପ୍ରସବ (childbirth) ସମୟରେ ଜରାୟୁର (uterus) ଭିତର ପାଖ ବାହାରକୁ ଆସିଯାଏ ।[୧] ଏପରି ହେଲେ, ପ୍ରସବପର ରକ୍ତସ୍ରାବ (Postpartum bleeding), ଉଦର ଯନ୍ତ୍ରଣା, ଯୋନୀପଥରେ ଗୋଟାଳି, ନିମ୍ନ ରକ୍ତଚାପ (low blood pressure) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୧] ଗର୍ଭ ସ‌ହିତ କୌଣସି ସମ୍ପର୍କ ନଥାଇ କ୍ୱଚିତ ଓଲଟ ଜରାୟୁ ଥାଇପାରେ । [୪]

ପ୍ଲାସେଣ୍ଟା ଜରାୟୁରୁ ବିଚ୍ୟୁତ ହେବା ପୂର୍ବରୁ ନାହି ନାଡ଼କୁ (umbilical cord) ଟାଣିଲେ ବା ଜରାୟର ଉପର ଭାଗକୁ ଠେଲିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[୧] ଅନ୍ୟାନ୍ୟ ସଙ୍କଟ କାରକ ମଧ୍ୟରେ ଜରାୟୁ ଆଟୋନି (uterine atony), ପ୍ଲାସେଣ୍ଟା ପ୍ରିଭିଆ (placenta previa), କନେକ୍ଟିଭ ତନ୍ତୁ ବେମାରୀ (connective tissue disorders) ଯୋଗୁ ମଧ୍ୟ ଏହା ହୋଇପାରେ ।[୧] ଯୋନୀପଥ (vagina) ମଧ୍ୟରେ ବା ବାହାରେ ଜରାୟୁର ଅଭ୍ୟନ୍ତର ଦୃଷ୍ଟି ଗୋଚର ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨][୫]

ପ୍ରଥମେ ମାନ‌କ ରିସସିଟେସନ (resuscitation) ଓ ଜରାୟୁର ଦୃତ ପୁନଃସ୍ଥାପନ କରିବାକୁ ଅଗ୍ରାଧିକାର ଦିଆଯାଏ ।[୧] ହାତ ସାହାଯ୍ୟରେ ପୁନଃସ୍ଥାପନ ନହୋଇପାରିଲେ ଅପରେଶନ କରାଯାଏ ।[୧] ଜରୟୁର ପୁନଃସ୍ଥାପନ ହୋଇସାରିଲେ ଅକ୍ସିଟୋସିନ (Oxytocin) ଓ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୧] ପ୍ଲାସେଣ୍ଟ ଲାଗିରହିଥିଲେ କାଢ଼ିଦିଆଯାଏ । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Bhalla, Rita; Wuntakal, Rekha; Odejinmi, Funlayo; Khan, Rehan U (January 2009). "Acute inversion of the uterus". The Obstetrician & Gynaecologist. 11 (1): 13–18. doi:10.1576/toag.11.1.13.27463.
  2. ୨.୦ ୨.୧ Mirza, FG; Gaddipati, S (April 2009). "Obstetric emergencies". Seminars in perinatology. 33 (2): 97–103. doi:10.1053/j.semperi.2009.01.003. PMID 19324238.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Gan2016 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. Mehra, R; Siwatch, S; Arora, S; Kundu, R (12 December 2013). "Non-puerperal uterine inversion caused by malignant mixed mullerian sarcoma". BMJ case reports. 2013. doi:10.1136/bcr-2013-200578. PMID 24334469.
  5. Apuzzio, Joseph J.; Vintzileos, Anthony M.; Berghella, Vincenzo; Alvarez-Perez, Jesus R. (2017). Operative Obstetrics, 4E (in ଇଂରାଜୀ). CRC Press. p. PT822. ISBN 9781498720588.