Jump to content

ଉପାଳୀ ଅପରାଜିତା

ଉଇକିପିଡ଼ିଆ‌ରୁ
(ଓପାଲୀ ଅପରାଜିତାରୁ ଲେଉଟି ଆସିଛି)
ଉପାଳୀ ଅପରାଜିତା
ଜନ୍ମ
ଶିକ୍ଷାକାର୍ଣ୍ଣଗି ମେଲନ୍ ବିଶ୍ୱବିଦ୍ୟାଳୟ; ଡେଲାହାଉସି ବିଶ୍ୱବିଦ୍ୟାଳୟ, କାନାଡା, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ରିଶି ଭ୍ୟାଲି ସ୍କୁଲ୍
ବୃତ୍ତିପରାମର୍ଶଦାତା, ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ନୀତି ଏବଂ ଆନ୍ତର୍ଜାତୀୟ ସମ୍ପର୍କ
ପୁରସ୍କାରରୋଟାରି ଫାଉଣ୍ଡେସନ ଆମ୍ବାସଡରିଆଲ୍ ସ୍କଲାର୍, ନ୍ୟାସନାଲ୍ ସାଇନସ୍ ଟ୍ୟାଲେଣ୍ଟ ସ୍କଲାର୍, ନ୍ୟାସନାଲ୍ ସ୍କଲାର୍, କାନାଡା କାଉନସିଲ୍ ଆର୍ଟସ୍ ଆୱାର୍ଡ୍, ଚାନସେଲରସ୍ ପ୍ରାଇଜ୍ ଫର୍ ଡିବେଟିଂ, ସିନିଅର୍ ପରଫରମିଂ ଆର୍ଟସ୍ ଫେଲୋସିପ୍, ଶାସ୍ତ୍ରୀ ଇଣ୍ଡୋ-କାନାଡିଆନ୍ ଇନଷ୍ଟିଚ୍ୟୁଟ୍
ୱେବସାଇଟhttp://www.cicerotransnational.com

ଉପାଳୀ ଅପରାଜିତା ଜଣେ ନାୟିକା ଓ ଓଡ଼ିଶୀ ଏବଂ ଭାରତନାଟ୍ୟମ ନୃତ୍ୟ ନୃତ୍ୟନିର୍ଦ୍ଦେଶିକା । ସେ ଆଗରୁ ବିଶ୍ୱ ନେତାଙ୍କ ପାଇଁ ଓ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ନୀତି ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପରେ ଜଣେ ବରିଷ୍ଠ ପରାମର୍ଶଦାତା ଥିଲେ ।

ଉପାଳୀ ଅପରାଜିତା ରିଶି ଭ୍ୟାଲି ସ୍କୁଲ୍ରେ ଅଧ୍ୟୟନ କରିଥିଲେ । ସେ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, କାନାଡ଼ାର ଡେଲାହାଉସି ବିଶ୍ୱବିଦ୍ୟାଳୟର ରୋଟାରି ଫାଉଣ୍ଡେସନ୍ ଆମ୍ବାସଡାରିଆଲ୍ ସ୍କଲାର୍ ଥିଲେ ଓ ଆମେରିକାର କାର୍ଣ୍ଣଗି ମେଲନ୍ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ସେ ଐତିହାସିକ ଭାରତୀୟ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ବିଧୁ ଭୁଷଣ ଦାସ ଓ ପ୍ରଫେସର ପ୍ରଭାତ ନଳିନୀ ଦାସଙ୍କ ଝିଅ । ରିଶି ଭ୍ୟାଲିଠାରେ ସେ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଲୀଳା ନାଇଡୁଙ୍କ ଧରମ ଝିଅ ହେଲେ । ସେ କାର୍ଣ୍ଣଗି ମେଲନ୍ ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପିକା ଥିଲେ ଓ ସେଠାରେ ସେ ଏହାର ଐତିହାସିକ ପ୍ରତିଷ୍ଠାତା ଓ ସଭାପତି ତଥା ଲୋକ ସଭାର କିଛି ନେତାଙ୍କର ପରାମର୍ଶଦାତା ରିଚାର୍ଡ଼ ସାଇରେଟ୍ଙ୍କଦ୍ୱାରା ୧୯୯୦ ମସିହାରେ ନିଯୁକ୍ତ ହୋଇଥିଲେ । ସେ ୨୦୦୭ ମସିହାରୁ ଏସିଆର ପ୍ରଥମ ପୋଷଣୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଯୋଗିତାର ମଧ୍ୟ ପ୍ରତିଷ୍ଠାତା ହୋଇଥିଲେ ଯାହା ପୃଥିବୀରେ ପୋଷଣୀୟତା ବୃଦ୍ଧି କରିବା ପାଇଁ ଶିଳ୍ପାୟନ ମାଧ୍ୟମରେ ବଜାରକୁ ନୂତନ, ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଆଣିଥାଏ । ଏହି ପ୍ରତିଯୋଗିତା ପରେ ଏକ ଆନ୍ଦୋଳନରେ ପରିଣତ ହେଲା ଓ ବିଶ୍ୱବ୍ୟାପୀ ପ୍ରାୟ ୬୦,୦୦୦ ଛାତ୍ର ଏଥିରେ ଅଂଶଗ୍ରହଣ କରିଛନ୍ତି । ଭାରତର ଭାରତୀୟ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ (ଆଇ.ଆଇ.ଟି.) ଏହାର ଶିକ୍ଷା ସମ୍ବନ୍ଧୀୟ ଅଂଶୀଦାର ।[][][]