ଉପାଳୀ ଅପରାଜିତା
ଉପାଳୀ ଅପରାଜିତା | |
---|---|
ଜନ୍ମ | |
ଶିକ୍ଷା | କାର୍ଣ୍ଣଗି ମେଲନ୍ ବିଶ୍ୱବିଦ୍ୟାଳୟ; ଡେଲାହାଉସି ବିଶ୍ୱବିଦ୍ୟାଳୟ, କାନାଡା, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ରିଶି ଭ୍ୟାଲି ସ୍କୁଲ୍ |
ବୃତ୍ତି | ପରାମର୍ଶଦାତା, ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ନୀତି ଏବଂ ଆନ୍ତର୍ଜାତୀୟ ସମ୍ପର୍କ |
ପୁରସ୍କାର | ରୋଟାରି ଫାଉଣ୍ଡେସନ ଆମ୍ବାସଡରିଆଲ୍ ସ୍କଲାର୍, ନ୍ୟାସନାଲ୍ ସାଇନସ୍ ଟ୍ୟାଲେଣ୍ଟ ସ୍କଲାର୍, ନ୍ୟାସନାଲ୍ ସ୍କଲାର୍, କାନାଡା କାଉନସିଲ୍ ଆର୍ଟସ୍ ଆୱାର୍ଡ୍, ଚାନସେଲରସ୍ ପ୍ରାଇଜ୍ ଫର୍ ଡିବେଟିଂ, ସିନିଅର୍ ପରଫରମିଂ ଆର୍ଟସ୍ ଫେଲୋସିପ୍, ଶାସ୍ତ୍ରୀ ଇଣ୍ଡୋ-କାନାଡିଆନ୍ ଇନଷ୍ଟିଚ୍ୟୁଟ୍ |
ୱେବସାଇଟ | http://www.cicerotransnational.com |
ଉପାଳୀ ଅପରାଜିତା ଜଣେ ନାୟିକା ଓ ଓଡ଼ିଶୀ ଏବଂ ଭାରତନାଟ୍ୟମ ନୃତ୍ୟ ନୃତ୍ୟନିର୍ଦ୍ଦେଶିକା । ସେ ଆଗରୁ ବିଶ୍ୱ ନେତାଙ୍କ ପାଇଁ ଓ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ନୀତି ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପରେ ଜଣେ ବରିଷ୍ଠ ପରାମର୍ଶଦାତା ଥିଲେ ।
ଜୀବନ
[ସମ୍ପାଦନା]ଉପାଳୀ ଅପରାଜିତା ରିଶି ଭ୍ୟାଲି ସ୍କୁଲ୍ରେ ଅଧ୍ୟୟନ କରିଥିଲେ । ସେ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, କାନାଡ଼ାର ଡେଲାହାଉସି ବିଶ୍ୱବିଦ୍ୟାଳୟର ରୋଟାରି ଫାଉଣ୍ଡେସନ୍ ଆମ୍ବାସଡାରିଆଲ୍ ସ୍କଲାର୍ ଥିଲେ ଓ ଆମେରିକାର କାର୍ଣ୍ଣଗି ମେଲନ୍ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ସେ ଐତିହାସିକ ଭାରତୀୟ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ବିଧୁ ଭୁଷଣ ଦାସ ଓ ପ୍ରଫେସର ପ୍ରଭାତ ନଳିନୀ ଦାସଙ୍କ ଝିଅ । ରିଶି ଭ୍ୟାଲିଠାରେ ସେ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଲୀଳା ନାଇଡୁଙ୍କ ଧରମ ଝିଅ ହେଲେ । ସେ କାର୍ଣ୍ଣଗି ମେଲନ୍ ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପିକା ଥିଲେ ଓ ସେଠାରେ ସେ ଏହାର ଐତିହାସିକ ପ୍ରତିଷ୍ଠାତା ଓ ସଭାପତି ତଥା ଲୋକ ସଭାର କିଛି ନେତାଙ୍କର ପରାମର୍ଶଦାତା ରିଚାର୍ଡ଼ ସାଇରେଟ୍ଙ୍କଦ୍ୱାରା ୧୯୯୦ ମସିହାରେ ନିଯୁକ୍ତ ହୋଇଥିଲେ । ସେ ୨୦୦୭ ମସିହାରୁ ଏସିଆର ପ୍ରଥମ ପୋଷଣୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଯୋଗିତାର ମଧ୍ୟ ପ୍ରତିଷ୍ଠାତା ହୋଇଥିଲେ ଯାହା ପୃଥିବୀରେ ପୋଷଣୀୟତା ବୃଦ୍ଧି କରିବା ପାଇଁ ଶିଳ୍ପାୟନ ମାଧ୍ୟମରେ ବଜାରକୁ ନୂତନ, ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଆଣିଥାଏ । ଏହି ପ୍ରତିଯୋଗିତା ପରେ ଏକ ଆନ୍ଦୋଳନରେ ପରିଣତ ହେଲା ଓ ବିଶ୍ୱବ୍ୟାପୀ ପ୍ରାୟ ୬୦,୦୦୦ ଛାତ୍ର ଏଥିରେ ଅଂଶଗ୍ରହଣ କରିଛନ୍ତି । ଭାରତର ଭାରତୀୟ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ (ଆଇ.ଆଇ.ଟି.) ଏହାର ଶିକ୍ଷା ସମ୍ବନ୍ଧୀୟ ଅଂଶୀଦାର ।[୧][୨][୩]