Jump to content

ଓଡ଼ିଶା ଗୋହତ୍ୟା ନିଷେଧ ଅଧିନିୟମ, ୧୯୬୦

ଉଇକିପିଡ଼ିଆ‌ରୁ


ଓଡ଼ିଶା ଗୋହତ୍ୟା ନିଷେଧ ଅଧିନିୟମ, ୧୯୬୦ ଓଡ଼ିଶା ରାଜ୍ୟରେ ଗୋହତ୍ୟା ରୋକିବା ନିମିତ୍ତ ଓଡ଼ିଶା ବିଧାନ ସଭାଦ୍ୱାରା ପ୍ରଣୀତ ଏକ ଅଧିନିୟମ ।[]

ପୃଷ୍ଠଭୂମି

[ସମ୍ପାଦନା]

ଭାରତୀୟ ସମ୍ବିଧାନର ଧାରା ୪୮ରେ ପ୍ରଦତ୍ତ 'Directive Principle of State Policy' ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପଶୁହତ୍ୟା ରୋକିବା ନିମନ୍ତେ ପ୍ରୟାସ କରିବେ ।[] ଏଥି ସହିତ ପଶୁଧନର ରକ୍ଷଣାବେକ୍ଷଣ ପାଇଁ ଯଥା ସମ୍ଭବ ପଦେକ୍ଷେପ ନେବେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଗୋଧନର ରକ୍ଷଣାବେକ୍ଷଣ ନିମିତ୍ତ ଉପରୋକ୍ତ ଅଧିନିୟମ ଲାଗୁ କରିଥିଲେ ।

ହିନ୍ଦୁ ମତରେ ଗାଇକୁ ଗୋମାତା ରୂପରେ ପୂଜା କରୁଥିବାରୁ ଗୋହତ୍ୟା ନିଷେଧ ଅତ୍ୟନ୍ତ ଜରୁରୀ ଏବଂ ଗାଇକୁ ଜାତୀୟ ପଶୁ ଭାବେ ସମ୍ମାନ ଦେବା ଉଚିତ ବୋଲି ମଧ୍ୟ ଅଲ୍ଲହାବାଦ ଉଚ୍ଚ ନ୍ୟାୟାଳୟ ଏକ ରାୟରେ ଉଲ୍ଲେଖ କରିଛନ୍ତି ।[]

ଅଧିନିୟମ ସଂପର୍କରେ

[ସମ୍ପାଦନା]

ବିଶେଷ ଧାରା ଓ ଉପଧାରା

[ସମ୍ପାଦନା]
  • ଏହି ଅଧିନିୟମର ଧାରା ୩ ଅନୁଯାୟୀ ଗୋହତ୍ୟା କରିବା ନିଷେଧ କରାଯାଇଛି, ଅର୍ଥାତ୍ ଉକ୍ତ ଧାରାରେ ପ୍ରଦତ୍ତ କେତେକ ବିଶେଷ ପରିସ୍ଥିତି ବ୍ୟତୀତ, ଗୋହତ୍ୟା ଆଇନତଃ ଏକ ଅପରାଧ ।
  • ଏହି ଅଧିନିୟମର ଧାରା ୪ରେ ବର୍ଣ୍ଣିତ ଅଛି ଯେ କେଉଁ ବିଶେଷ ପରିସ୍ଥିତିରେ ଧାରା ୩ ଲାଗୁ ହେବ ନାହିଁ ।
  • ଏହି ଅଧିନିୟମର ଧାରା ୭ରେ ଦଣ୍ଡବିଧାନ କଥା ଉଲ୍ଲେଖ ରହିଛି । ଏହି ଧାରା ଅନୁଯାୟୀ ଧାରା ୩ର ଅବମାନନା ପୂର୍ବକ କେହି ଯଦି ଗୋହତ୍ୟା କରେ ବା ଏହି ଅପରାଧରେ ସହାୟତା କରେ ତେବେ ସେ ଅଦାଲତଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଦୁଇ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ କିମ୍ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହୋଇପାରେ ।[]
  1. ୧.୦ ୧.୧ "Orissa Act No. 5 of 1961" (PDF). odishaahvs.nic.in. Retrieved 24 March 2022.
  2. "Central Government Act". indiankanoon.org. Retrieved 24 March 2022.
  3. "Cow is the basis of Hindu faith, must declare it national animal, Allahabad High Court says". ThePrint. 1 September 2021. Retrieved 24 March 2022.