ଐଶ୍ୱର୍ଯ୍ୟା ଭାସ୍କରନ୍

ଉଇକିପିଡ଼ିଆ‌ରୁ
ଐଶ୍ୱର୍ଯ୍ୟା ଭାସ୍କରନ୍‌
ଜନ୍ମ
ଶାନ୍ତା ମୀନା

ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୯–୧୯୯୫
୧୯୯୯–ଏବେଯାଏଁ
ବୈବାହିକ-ସାଥୀତନବୀର ଅହମ୍ମଦ (୧୯୯୪-୧୯୯୬)
ସନ୍ତାନ
ପିତାମାତାs
  • ଭାସ୍କାରନ
  • ଲକ୍ଷ୍ମୀ
ସମ୍ପର୍କୀୟ
  • ୱାଇ. ଭି. ରାଓ (ଜେଜେବାପା)
  • କୁମାରୀ ରୁକମଣୀ (ଜେଜିମା)

ଐଶ୍ୱର୍ଯ୍ୟା ଭାସ୍କରନ୍ (ଜନ୍ମନାମ: ଶାନ୍ତା ମୀନା) ଜଣେ ଭାରତୀୟ, ଯିଏକି ତାମିଲ, ମାଲାୟାଲାମ୍, କନ୍ନଡ଼ ଓ ତେଲୁଗୁ ଭାଷାର କଥାଚିତ୍ରରେ କାମ କରନ୍ତି । ସେ ଅନେକ ମାଲାୟାଲମ୍ ଓ ତାମିଲ୍ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି ।[୧] ତାଙ୍କ ମାଆ ଲକ୍ଷ୍ମୀ ଜଣେ ଅଭିନେତ୍ରୀ ।[୨]

ଅଭିନୟ ଜୀବନ[ସମ୍ପାଦନା]

ଐଶ୍ୱର୍ଯ୍ୟା ୧୯୯୧ ମସିହାରେ ଓଲିୟାମପୁକୁଲ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ମମାଗାରୁ (୧୯୯୧), ରସୁକୁଟି (୧୯୯୨) ଓ ମୀରା (୧୯୯୨) ଆଦି କଥାଚିତ୍ରରେ କାମ କରିଥିଲେ । ସେ ପ୍ରଜାପତି (୧୯୯୩) ଓ ଗର୍ଦିଶ (୧୯୯୩) କଥାଚିତ୍ରରେ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଜୀବନର ଆରମ୍ଭରେ, ସେ ତିରୁଦା ତିରୁଦା (୧୯୯୩) କଥାଚିତ୍ରରେ ମଣି ରତ୍ନମଙ୍କ ସହ କାମ କରିବାକୁ ମନା କରିଥିଲେ ।[୩]

୧୯୯୪ ମସିହାରେ ତାଙ୍କ ବିବାହ ପରେ ସେ କଥାଚିତ୍ର ଜଗତରୁ ଦୂରେଇ ଯାଇଥିଲେ ଏବଂ ପରିବାର ପ୍ରତିପୋଷଣ କରିବାକୁ ପ୍ରାଥମିକତା ଦେଇଥିଲେ । କିନ୍ତୁ ତାଙ୍କ ପତିଙ୍କର ନିଶା ସେବନ ଯୋଗୁଁ ୧୯୯୬ ମସିହାରେ ବିବାହ ବିଚ୍ଛେଦ ପରେ ମଧ୍ୟ ସେ ଅଭିନୟକୁ ସହଜରେ ଆପଣେଇ ପାରିନଥିଲେ । ସେ କମ୍ପ୍ୟୁଟର ବିଜ୍ଞାନରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ୧୯୯୭ ମସିହାରେ ନ୍ୟାସନାଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫରମେସନ୍ ଆଣ୍ଡ ଟେକ୍ନୋଲୋଜିରେ ଜଣେ ସଫ୍ଟୱୟାର ଇଞ୍ଜିନିୟର ଭାବରେ କାମ କରିଥିଲେ ।[୩] ଏହା ପରେ ସେ ତାଙ୍କ ବନ୍ଧୁ ଅଭିନେତ୍ରୀ ରେବତୀଙ୍କଦ୍ୱାରା ପ୍ରେରିତ ହୋଇ ସୁରେଶ ଚନ୍ଦ୍ର ମେନନଙ୍କଦ୍ୱାରା ନିର୍ମିତ ଏକ ଦୂରଦର୍ଶନ ଦାହରାବାହିକରେ କାମ କରିଥିଲେ । ତାଙ୍କ ବିବାହ, ପ୍ରସବ ଓ ଛାଡ଼ପତ୍ର ହେତୁ କଥାଚିତ୍ର ଜଗତରୁ ଚାରି ବର୍ଷ ଦୂରେଇ ରହିବା ପରେ, ସେ ଆର. ପାର୍ଥିବାନଙ୍କ ହାଉସଫୁଲ୍ (୧୯୯୯) ଜରିଆରେ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ ।[୪] ସେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେ ସୂର୍ଯ୍ୟମ୍ବରମ (୧୯୯୯), ସତ୍ୟମେବ ଜୟତେ (୨୦୦୦) ଏବଂ ନରସିଂହମ୍ (୨୦୦୦) ଭଳି କଥାଚିତ୍ରରେ ସହାୟକ ଭୂମିକାରେ ଅଭିନୟ କରିଥିଲେ ।[୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଐଶ୍ୱର୍ଯ୍ୟା ଭାସ୍କରନ୍‌ଙ୍କ ଜନ୍ମନାମ ଥିଲା ଶାନ୍ତ ମୀନା । ତାଙ୍କ ବାପାଙ୍କ ନାମ ଭାସ୍କରନ୍ ଓ ମାଆ ଲକ୍ଷ୍ମୀ ଜଣେ ଅଭିନେତ୍ରୀ ଥିଲେ ।

ସେ ୧୯୯୪ ମସିହାରେ ତନବୀର ଅହମ୍ମଦଙ୍କୁ ବିବାହ କରିଥିଲେ ଏବଂ ୧୯୯୬ ମସିହାରେ ଉଭୟଙ୍କର ବିବାହ ବିଚ୍ଛେ ହୋଇଥିଲା । ୧୯୯୫ ମସିହାରେ ଏହି ଦମ୍ପତିଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା ।[୩][୫]

ଆଧାର[ସମ୍ପାଦନା]

  1. "കണ്ണീരൊഴുക്കാന്‍ ഞാനില്ല, Interview – Mathrubhumi Movies". Mathrubhumi.com. 17 June 2010. Archived from the original on 19 December 2013.
  2. "Star Talk – Aishwarya". IndiaGlitz.com. Archived from the original on 19 April 2007. Retrieved 15 April 2010.
  3. ୩.୦ ୩.୧ ୩.୨ ୩.୩ "I don't want to act with half-baked idiots any longer". Rediff.com. March 2000.
  4. "Dub a dub a dub". Rediff.com. 16 January 1999.
  5. "കണ്ണീരൊഴുക്കാന്‍ ഞാനില്ല – articles,infocus_interview – Mathrubhumi Eves". Mathrubhumi.com. 3 March 2014. Archived from the original on 19 January 2011.

ବାହାର ଲିଙ୍କ[ସମ୍ପାଦନା]