ଏଲମ ଏନ୍ଦିରା ଦେବୀ

ଉଇକିପିଡ଼ିଆ‌ରୁ
ଏଲମ ଏନ୍ଦିରା ଦେବୀ‌
Born୧ ସେପ୍ଟେମ୍ବର ୧୯୫୪
Occupationଶାସ୍ତ୍ରୀୟ ନର୍ତ୍ତକୀ
Spouseହାଓବମ ମଣିଗୋପାଲ ସିଂହ
Children୨ ଝିଅ ଓ ତିନି ପୁଅ
Parent(s)ଏଲାମ ବିଧୁମଣି ସିଂହ
ଏଲାମ ରୋଜୋମଣୀ ଦେବୀ
Awardsପଦ୍ମଶ୍ରୀ

ଏଲମ ଏନ୍ଦିରା ଦେବୀ‌ (ଇଂରାଜୀ ଭାଷାରେ Elam Endira Devi) ଜଣେ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ ଓ ଶିକ୍ଷୟିତ୍ରୀ ଯିଏ ମଣିପୁରୀ ଶାସ୍ତ୍ରୀୟ ନୃତ୍ୟରେ ବିଶାରଦ ଅଛନ୍ତି ବିଶେଷତଃ 'ଲାଇ ହରାଓବା' ଓ 'ରାସ' ନୃତ୍ୟରେ ।[୧] ସନ ୨୦୧୪ରେ ଏନ୍ଦିରାଙ୍କର କଳା ଓ ସଂସ୍କୃତିରେ ଅବଦାନ ଯୋଗୁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ସମ୍ମାନିତ କରିଥିଲେ । [୨]

ଜୀବନୀ[ସମ୍ପାଦନା]

ଲାଇ ହରାଓବା.

ମଣିପୁର ପ୍ରଦେଶର ଇମ୍ପାଲରେ ଥିବା ଖ୍ୱାଇ ନ‌ଗମ୍ପାଲ ସୁଙ୍ଗଜୁବୁଙ୍ଗ ଲେଇରକ ନାମକ ସ୍ଥାନରେ ଏଲମ ବିଧୁମଣି ସିଂହ ଓ ଏଲମ ରୋଜୋମଣି ଦେବୀଙ୍କର ଔରଷରୁ ଏଲମ ଏନ୍ଦିରା ଦେବୀଙ୍କର ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୮ ବର୍ଷ ବୟସରୁ ଗୁରୁ ଲୌରେମ୍ବମ ଅମୁୟାଇମା ସିଂହ ତ‌ତ୍ତ୍ୱାବଧାନରେ ସେ ମଣିପୁରୀ ନୃତ୍ୟ ଶିଖିବାକୁ ଆରମ୍ଭ କରିଥିଲେ ।[୩] ପରେ ସେ ଆର.କେ.ଅକେସନ, ପଦ୍ମଶ୍ରୀ ମଇସ୍ନମ ଅମ୍ବୁଇ ସିଂହ, [୪] ଥିଙ୍ଗବାଜମ ବାବୁ ସିଂହ (Thingbaijam Babu Singh) ଓ ଥିୟମ ତରୁନ‌କୁମାର ସିଂହ ଭଳି ଶିକ୍ଷକମାନଙ୍କଠାରୁ ସେ ଶିକ୍ଷା ଲାଭ କରିଥିଲେ । ଏହା ପରେ ସେ ମଣିପୁର ନୃତ୍ୟ ଏକାଡେମୀରେ ଆର.କେ. ପ୍ରିୟଗୋପାଲ ସନ, ୟୁମଶାନବି ମାଇବି, ଥମ୍ବଲଙ୍ଗୌ, ଏଞ୍ଜି କୁମାର ମାଇବି ଓ ହାଓବମ ଗାନବି ଭଳି ଗୁରୁଙ୍କଠାରୁ ଶିକ୍ଷା କରିବାର ସୌଭାଗ୍ୟ ଲାଭ କରିଥିଲେ । ସନ ୧୯୬୭ରେ 'ନିତ୍ୟ ଚର୍ଯ୍ୟା' ନାମକ ଏକ ଡିପ୍ଲୋମା ପାଠ୍ୟକ୍ରମ ପାସ କରିଥିଲେ ।[୩]

ଏକାଧାରରେ ଇନ୍ଦିରା ତାଙ୍କର ଶିକ୍ଷା ଜାରି ରଖି ବି.ଏ. ଡିଗ୍ରୀ ହାସଲ କରିଥିଲେ । ସନ ୧୯୭୯ରେ ଗୁୱାହାଟି ବିଶ୍ୱବିଦ୍ୟାଳୟରୁ (Guwahati University) ସେ ମଣିପୁରି ସଂସ୍କୃତି ଓ ସାହିତ୍ୟରେ ଏମ.ଏ. ଡିଗ୍ରୀ ହାସଲ କରିଥିଲେ । ଇତି ମଧ୍ୟରେ ସେ ନୃତ୍ୟ ଅଧ୍ୟୟନ ଜାରି ରଖିଥିଲେ ଓ ଭାରତ ସରକାରର ମିନିସ୍ଟ୍ରି ଅଫ କଲଚର ତରଫରୁ 'ଯୁବ କଳାକାର ସ୍କଲାରସିପ' ପାଇ ସନ ୧୯୭୯ରେ 'ରାସ' ଓ ୧୯୮୪ରେ 'ଲାଇ ହରଓବା' (Lai haraoba) ପାଠ୍ୟକ୍ରମରେ ସ୍ନତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୧][୩][୫]

ସନ ୧୯୭୨ରେ ସେ ମେଇତେଇ (Meitei) ଭାଷାରେ ନିର୍ମିତ 'ମତମ୍‌ଗି ମଣିପୁର' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହା ଶ୍ରେଷ୍ଠ ଚଳଚ୍ଚିତ୍ର ନିମନ୍ତେ ବିଂଶତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । [୩][୫] She has also performed at many regional, national and international stages.[୩] ଜାତୀୟ ପ୍ରଦର୍ଶନରେ ସେ ଅଭିନୟ କରିଥିବା କେତେକ ନାମ:

  • ଏକ‌କ ପ୍ରଦର୍ଶନ ଦୂରଦର୍ଶନ Doordarshan - ୧୯୯୦[୩]
  • ଏକ‌କ ପ୍ରଦର୍ଶନ - ବିଶ୍ୱ ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କର ୧୫୦ତମ ଜନ୍ମ ଦିବସ ପାଳନ ଉପଲକ୍ଷେ - ସନ ୨୦୧୧ [୩]
  • ଏକ‌କ ପ୍ରଦର୍ଶନ - ନବମ ଭାଗ୍ୟଚନ୍ଦ୍ର ଶାସ୍ତ୍ରୀୟ ନୃତ୍ୟ ଉତ୍ସବ - ସନ ୨୦୧୧ [୩]
  • ଏକ‌କ ପ୍ରଦର୍ଶନ - ମସ୍କୋରେ ଅନୁଷ୍ଠିତ ଇଣ୍ଡୋ-ସୋଭିଏତ ସାଂସ୍କୃତିକ ବନ୍ଧୁତ୍ୱ - ୧୯୭୮[୩][୫]
  • ପ୍ୟାରିସରେ ଅନଷ୍ଠିତ 'ଲାଇ ହରାଓବେ' ପାରମ୍ପରିକ ନୃତ୍ୟ - ୧୯୮୫ [୩][୫]
  • ଭାରତୀୟ ସାଂସ୍କୃତିକ ସମ୍ପର୍କ କାଉନସିଲ (ICCR) ତରଫରୁ ଫ୍ରାନ୍ସରେ ହୋଇଥିବା 'ଲାଇ ହରାଓବେ' ଶାସ୍ତ୍ରୀୟ ନୃତ୍ୟ - ୨୦୧୦[୩][୫]
  • ଏକ‌କ ପ୍ରଦର୍ଶନ - ଲୋକୁତ୍ସବ ଉତ୍ସବ, ନୂଆ ଦିଲ୍ଲୀ - ୧୯୮୮[୫]

ଅନେକ ବାଲେ ନୃତ୍ୟ ଓ ନୃତ୍ୟ ନାଟକରେ ଏନ୍ଦିରା ଦେବୀ ଭାଗ ନେଇଛନ୍ତି । [୩]

ହାଓବମ ମଣିଗୋପାଲ ସିଂହଙ୍କ ସ‌ହିତ ସେ ବିବାହ କରିଛନ୍ତି ଓ ତାଙ୍କର ତିନୋଟି ପୁଅ ଓ ଦୁଇଟି ଝିଅ ଅଛନ୍ତି ।

ମେଇତେଇ ପାରମ୍ପରିକ ନୃତ୍ୟ ଶିକ୍ଷା ସ୍କୁଲ ଓ ପ୍ରଦର୍ଶନ‌କାରୀ କେନ୍ଦ୍ର[ସମ୍ପାଦନା]

ସନ ୨୯୯୩ରେ ଏନ୍ଦିରା ଦେବୀ 'ମେଇତେଇ ପାରମ୍ପରିକ ନୃତ୍ୟ ଶିକ୍ଷା ସ୍କୁଲ ଓ ପ୍ରଦର୍ଶନ‌କାରୀ କେନ୍ଦ୍ର' ନାମକ ଏକ ଅନୁଷ୍ଠାନ ସ୍ଥାପନ କରିଥିଲେ । [୬] ଏହା ଇମ୍ଫାଲରେ ଅବସ୍ଥିତ ଓ ସେ ନିଜେ ଏହି ଅନୁଷ୍ଠାନର ନିର୍ଦ୍ଦେଶିକା ହୋଇ ଆରମ୍ଭରୁ ରହିଛନ୍ତି । [୫] ଏହି ଅନୁଷ୍ଠାନରେ ଶାସ୍ତ୍ରୀୟ ଓ ପାରମ୍ପରିକ ନୃତ୍ୟ ସ‌ହିତ ବାଲେ ମଧ୍ୟ ଶିକ୍ଷା ଦିଆଯାଏ[୭] ଓ ଭାରତ ସରକାରଙ୍କର ସାଂସ୍କୃତିକ ବିଭାଗଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି ।[୮]

ପଦବୀ[ସମ୍ପାଦନା]

ଏନ୍ଦିରା ଦେବୀ ଅଳଙ୍କୃତ କରିଥିବା ପଦବୀମାନଙ୍କର ନାମ: [୩]

  • ସଭ୍ୟ - ପୂର୍ବ କ୍ଷେତ୍ର ସାଂସ୍କୃତିକ କେନ୍ଦ୍ର (East Zone Cultural Centre), କୋଲକାତା - ୨୦୦୯-୧୨
  • ଜୁରୀ ସଭ୍ୟ - ସାଂସ୍କୃତିକ ସାଧନ ଓ ପ୍ରଶିକ୍ଷଣ କେନ୍ଦ୍ର,[୯] ଶିକ୍ଷା ଓ ସଂସ୍କୃତି ନିମନ୍ତେ ଭାରତ ସରକାର ପ୍ରାୟୋଜିତ ଏକ ଅଟୋନୋମସ ଅନୁଷ୍ଠାନ ।
  • ସଭ୍ୟ - ଅଡିସନ ପ୍ୟାନେଲ - ଦୂରଦର୍ଶନ ଗୁୱାହାଟୀ - ୧୯୯୮-୨୦୦୦
  • ସଭ୍ୟ - କୋଲକାତାରେ ୟୁଏସଏସଆର ଲୋକ ଉତ୍ସବରେ ସରକାରୀ ପ୍ରତିନିଧି - ୧୯୮୭

ସନ ୨୦୦୯ରୁ ସେ ୟୁନେସ୍କୋ (UNESCO) କ୍ଲବର ଆଜୀବନ ସଦସ୍ୟ ଅଛନ୍ତି ଓ ୧୯୮୯ରୁ ଏ ପର୍ଯ୍ୟନ୍ତ ସେ ଇମ୍ଫାଲର ଅଲ ଇଣ୍ଡିଆ ରେଡିଓରେ (All India Radio) ମଣିପୁରି ନୃତ୍ୟର ବିଶେଷଜ୍ଞ ଟିପ୍ପଣୀକାର ପଦବୀରେ ଅଛନ୍ତି ।[୩] ସନ ୨୦୦୧ରୁ ୨୦୧୩ ପର୍ଯ୍ୟନ୍ତ ସେ ମଣିପୁର ବିଶ୍ୱବିଦ୍ୟାଳୟର ଏକାଡେମିକ ସ୍ଟାଫ କଲେଜରେ ୟୁନିଭରସିଟି ଗ୍ରାଣ୍ଟସ କମିସନ ତରଫରୁ ଅତିଥି ବକ୍ତା ଥିଲେ [୩][୫] ଓ ଅଧୁନା ସେ ମଣିପୁରର ଜ‌ୱାହରଲାଲ ନେହରୁ ନୃତ୍ୟ ଏକାଡେମୀରେ ବରିଷ୍ଠ ଗୁରୁ ରୂପରେ କର୍ମରତ ହୋଇ[୧୦] ସନ ୧୯୯୬ରୁ ଇମ୍ଫାଲରେ ଅଛନ୍ତି । [୧]

ମଣିପୁରି ନୃତ୍ୟ ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Sunil Kothari (26 November 2011). "Sunil Kothari Column". Narthaki.com. Retrieved 25 August 2014.
  2. "Padma Awards Announced". Circular. Press Information Bureau, Government of India. 25 January 2014. Archived from the original on 2 March 2014. Retrieved 23 August 2014.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Daniel Chabungbam (2014). "Elam Indira Devi (Padmashree Awardee in the field of Dance ) A Profile". Web article. E Pao. Retrieved 23 August 2014.
  4. "Maisnam Amubi Singh". Oxford University Press. 2011. ISBN 9780195650983. Retrieved 24 August 2014.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ "Bhagyachandra National Festival of Classical Dance 2011 : Part 2". E Pao. 14 November 2011. Retrieved 25 August 2014.
  6. "MTDTSPC Profile". Indi mapped.com. Archived from the original on 4 March 2016. Retrieved 25 August 2014.
  7. "Kangla Online". Kangla Online.com. 11 August 2013. Retrieved 25 August 2014.
  8. "MTDTSPC" (PDF). Ministry of Culture. Archived from the original (PDF) on 10 April 2009. Retrieved 25 August 2014.
  9. "Centre for Cultural Resources and Training". Centre for Cultural Resources and Training. Retrieved 25 August 2014.
  10. "JN Manipur Dance Academy". Kendra Sangeet Natak Akademi. Archived from the original on 3 September 2014. Retrieved 25 August 2014.