ଏତଲା

ଉଇକିପିଡ଼ିଆ‌ରୁ

ଏତଲା ବା F.I.R.(First Information Report) ଏକ ଲିଖିତ ନଥି ଯାହା ଅପରାଧର ସୂଚନା ଭାବେ ପୋଲିସକୁ ଦିଆଯାଇଥାଏ । ସାଧାରଣତଃ କେବଳ ଧର୍ତ୍ତବ୍ୟ ଅପରାଧର ସୂଚନାକୁ ହିଁ ଏତଲା ରୂପେ ଗ୍ରହଣ କରାଯାଏ । ଧର୍ତ୍ତବ୍ୟ ଅପରାଧର ଅର୍ଥ ଏହି ଅପରାଧର ତଦନ୍ତ ପାଇଁ ପୋଲିସକୁ ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତିର ଆବଶ୍ୟକତା ନଥାଏ । ଫୌଜଦାରୀ ପ୍ରକ୍ରିୟା ସଂହିତାର ଧାରା ୧୫୪ରେ ଏତଲା ସମ୍ପର୍କିତ ଆଇନ ରହିଛି ।

ଧାରା ୧୫୪[ସମ୍ପାଦନା]

  1. ଧାରା ୧୫୪ର ଉପଧାରା ୧ ଅନୁଯାୟୀ ପ୍ରତ୍ୟକ ଧର୍ତ୍ତବ୍ୟ ଅପରାଧର ସୂଚନା ଥାନାର କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଦିଆଯାଇଥାଏ
  2. ଯଦି ଏହା ମୌଖିକ ଭାବେ ଦିଆଯାଏ ତେବେ ଉକ୍ତ କାର୍ଯ୍ୟନିବାହୀ ଅଧିକାରୀ କିମ୍ବା ତାଙ୍କ ନିର୍ଦ୍ଦେଶରେ ଅଉ କେହି ଅଧିକାରୀ ଏହି ସୂଚନାକୁ ଲିଖିତ ଆକାରରେ ପ୍ରକାଶ କରିବେ ।
  3. ଏହି ଲିଖିତ ସୂଚନାର ସୂଚନା ପ୍ରଦାନକାରୀଙ୍କଦ୍ୱାରା ସ୍ୱାଖରିତ ହେବ ।
  4. ଏହି ସୂଚନାର ସାରାଂଶ ଅନ୍ୟ ଏକ ନଥିରେ ଲେଖା ହୋଇ ରହିବ
  5. ସୂଚନାପ୍ରଦାନକାରୀଙ୍କୁ ଏତଲାର ଏକ କିସ୍ତା ନକଲ ବିନାମୂଲ୍ୟରେ ପ୍ରଦାନ କରାଯିବ
  6. ଯଦି ଥାନା ଅଧିକାରୀ ଏତଲା ଗ୍ରହଣ ନକରନ୍ତି ତେବେ ଜିଲ୍ଲା ପୋଲିସ ନିରୀକ୍ଷକଙ୍କୁ (Superintendent of Police) ଡାକଦ୍ୱାରା ଏହି ସୂଚନା ପଠାଇହେବ । ଯଦି ଜିଲ୍ଲା ପୋଲିସ ନିରୀକ୍ଷକ ଅନୁଭବ କରନ୍ତି ଯେ ସୂଚନାଟି ଏକ ଧର୍ତ୍ତବ୍ୟ ଅପରାଧ ସମ୍ପର୍କିତ ତେବେ ସେ ନିଜେ କିମ୍ବା କୌଣସି ଅଧସ୍ତନ କର୍ମଚାରୀଙ୍କଦ୍ୱାରା ମାମଲାଟିର ଅନୁସନ୍ଧାନ କରାଇପାରନ୍ତି । [୧][୨]

ଗୁରୁତ୍ତ୍ୱ[ସମ୍ପାଦନା]

ଏକ ଫୌଜଦାରୀ ମାମଲାରେ ଏତଲା ଅତ୍ୟନ୍ତ ଗୁରୁତ୍ତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ସୂଚନା ପ୍ରଦାନକାରୀଙ୍କ ପାଇଁ ଆଇନର ସହାୟତା ନେବାପାଇଁ ପ୍ରଥମ ସୋପାନ ଅଟେ । ସେହିପରି ଏହା ତଦନ୍ତକାରୀ ସଂସ୍ଥାପାଇଁ ପ୍ରାଥମିକ ସୂଚନା ଅଟେ ଯାହା ଆଧାରରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଲଳିତାକୁମାରୀ ବନାମ ଉତ୍ତରପ୍ରଦେଶ[୩] ମାମଲାରେ ମନ୍ୟବର ଉଚ୍ଚତମ ନ୍ୟାୟାଳୟ ପୋଲିସ ପକ୍ଷରେ ଏତଲା ଗ୍ରହଣ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ । ଯଦିଓ ଏତଲା ଆଧାରରେ ଅପରାଧ ପ୍ରମାଣିତ ହୁଏ ନାହିଁ ତଥାପି ଏହାକୁ ଅନ୍ୟ ପ୍ରମାଣର ସତ୍ୟାସତ୍ୟ ପରୀକ୍ଷା କରିବାପାଇଁ ବ୍ୟବହାର କରାଯାଇପାରେ ।

ଅଧର୍ତ୍ତବ୍ୟ ଅପରାଧ[ସମ୍ପାଦନା]

ଏତଲା କେବଳ ଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ହିଁ ଗ୍ରହଣୀୟ । ଅଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ଧାରା ୧୫୫ ଅନୁଯାୟୀ ସୂଚନା ଲିପିବଦ୍ଧ କରାଯାଏ ଏବଂ ସୂଚନାକାରୀଙ୍କୁ ମାଜିଷ୍ଟ୍ରେଟଙ୍କ ପାଖକୁ ପଠାଯାଏ । ଫୌଜଦାରୀ ମାମଲା ଆରମ୍ଭ କରିବାପାଇଁ ଏତଲା ପ୍ରଦାନ ଗୋଟିଏ ବାଟ ହୋଇଥିବା ବେଳେ ଅନ୍ୟ ଏକ ବାଟ ହେଉଛି ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିବା । ଉଭୟ ଧର୍ତ୍ତବ୍ୟ ଓ ଅଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିହୁଏ ।

ଆଧାର[ସମ୍ପାଦନା]

  1. Code of Criminal Procedure, 1973. Sec-154.{{cite book}}: CS1 maint: location (link)
  2. "Section 154 in The Code Of Criminal Procedure, 1973". IKanoon. Retrieved 6 June 2019.
  3. "Lalita Kumari vs Govt.Of U.P.& Ors on 12 November, 2013". Ikanoon. Retrieved 6 June 2019.