ଏତଲା
ଏତଲା ବା F.I.R.(First Information Report) ଏକ ଲିଖିତ ନଥି ଯାହା ଅପରାଧର ସୂଚନା ଭାବେ ପୋଲିସକୁ ଦିଆଯାଇଥାଏ । ସାଧାରଣତଃ କେବଳ ଧର୍ତ୍ତବ୍ୟ ଅପରାଧର ସୂଚନାକୁ ହିଁ ଏତଲା ରୂପେ ଗ୍ରହଣ କରାଯାଏ । ଧର୍ତ୍ତବ୍ୟ ଅପରାଧର ଅର୍ଥ ଏହି ଅପରାଧର ତଦନ୍ତ ପାଇଁ ପୋଲିସକୁ ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତିର ଆବଶ୍ୟକତା ନଥାଏ । ଫୌଜଦାରୀ ପ୍ରକ୍ରିୟା ସଂହିତାର ଧାରା ୧୫୪ରେ ଏତଲା ସମ୍ପର୍କିତ ଆଇନ ରହିଛି ।
ଧାରା ୧୫୪
[ସମ୍ପାଦନା]- ଧାରା ୧୫୪ର ଉପଧାରା ୧ ଅନୁଯାୟୀ ପ୍ରତ୍ୟକ ଧର୍ତ୍ତବ୍ୟ ଅପରାଧର ସୂଚନା ଥାନାର କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଦିଆଯାଇଥାଏ
- ଯଦି ଏହା ମୌଖିକ ଭାବେ ଦିଆଯାଏ ତେବେ ଉକ୍ତ କାର୍ଯ୍ୟନିବାହୀ ଅଧିକାରୀ କିମ୍ବା ତାଙ୍କ ନିର୍ଦ୍ଦେଶରେ ଅଉ କେହି ଅଧିକାରୀ ଏହି ସୂଚନାକୁ ଲିଖିତ ଆକାରରେ ପ୍ରକାଶ କରିବେ ।
- ଏହି ଲିଖିତ ସୂଚନାର ସୂଚନା ପ୍ରଦାନକାରୀଙ୍କଦ୍ୱାରା ସ୍ୱାଖରିତ ହେବ ।
- ଏହି ସୂଚନାର ସାରାଂଶ ଅନ୍ୟ ଏକ ନଥିରେ ଲେଖା ହୋଇ ରହିବ
- ସୂଚନାପ୍ରଦାନକାରୀଙ୍କୁ ଏତଲାର ଏକ କିସ୍ତା ନକଲ ବିନାମୂଲ୍ୟରେ ପ୍ରଦାନ କରାଯିବ
- ଯଦି ଥାନା ଅଧିକାରୀ ଏତଲା ଗ୍ରହଣ ନକରନ୍ତି ତେବେ ଜିଲ୍ଲା ପୋଲିସ ନିରୀକ୍ଷକଙ୍କୁ (Superintendent of Police) ଡାକଦ୍ୱାରା ଏହି ସୂଚନା ପଠାଇହେବ । ଯଦି ଜିଲ୍ଲା ପୋଲିସ ନିରୀକ୍ଷକ ଅନୁଭବ କରନ୍ତି ଯେ ସୂଚନାଟି ଏକ ଧର୍ତ୍ତବ୍ୟ ଅପରାଧ ସମ୍ପର୍କିତ ତେବେ ସେ ନିଜେ କିମ୍ବା କୌଣସି ଅଧସ୍ତନ କର୍ମଚାରୀଙ୍କଦ୍ୱାରା ମାମଲାଟିର ଅନୁସନ୍ଧାନ କରାଇପାରନ୍ତି । [୧][୨]
ଗୁରୁତ୍ତ୍ୱ
[ସମ୍ପାଦନା]ଏକ ଫୌଜଦାରୀ ମାମଲାରେ ଏତଲା ଅତ୍ୟନ୍ତ ଗୁରୁତ୍ତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ସୂଚନା ପ୍ରଦାନକାରୀଙ୍କ ପାଇଁ ଆଇନର ସହାୟତା ନେବାପାଇଁ ପ୍ରଥମ ସୋପାନ ଅଟେ । ସେହିପରି ଏହା ତଦନ୍ତକାରୀ ସଂସ୍ଥାପାଇଁ ପ୍ରାଥମିକ ସୂଚନା ଅଟେ ଯାହା ଆଧାରରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଲଳିତାକୁମାରୀ ବନାମ ଉତ୍ତରପ୍ରଦେଶ[୩] ମାମଲାରେ ମନ୍ୟବର ଉଚ୍ଚତମ ନ୍ୟାୟାଳୟ ପୋଲିସ ପକ୍ଷରେ ଏତଲା ଗ୍ରହଣ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ । ଯଦିଓ ଏତଲା ଆଧାରରେ ଅପରାଧ ପ୍ରମାଣିତ ହୁଏ ନାହିଁ ତଥାପି ଏହାକୁ ଅନ୍ୟ ପ୍ରମାଣର ସତ୍ୟାସତ୍ୟ ପରୀକ୍ଷା କରିବାପାଇଁ ବ୍ୟବହାର କରାଯାଇପାରେ ।
ଅଧର୍ତ୍ତବ୍ୟ ଅପରାଧ
[ସମ୍ପାଦନା]ଏତଲା କେବଳ ଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ହିଁ ଗ୍ରହଣୀୟ । ଅଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ଧାରା ୧୫୫ ଅନୁଯାୟୀ ସୂଚନା ଲିପିବଦ୍ଧ କରାଯାଏ ଏବଂ ସୂଚନାକାରୀଙ୍କୁ ମାଜିଷ୍ଟ୍ରେଟଙ୍କ ପାଖକୁ ପଠାଯାଏ । ଫୌଜଦାରୀ ମାମଲା ଆରମ୍ଭ କରିବାପାଇଁ ଏତଲା ପ୍ରଦାନ ଗୋଟିଏ ବାଟ ହୋଇଥିବା ବେଳେ ଅନ୍ୟ ଏକ ବାଟ ହେଉଛି ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିବା । ଉଭୟ ଧର୍ତ୍ତବ୍ୟ ଓ ଅଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିହୁଏ ।
ଆଧାର
[ସମ୍ପାଦନା]- ↑ Code of Criminal Procedure, 1973. Sec-154.
{{cite book}}
: CS1 maint: location (link) - ↑ "Section 154 in The Code Of Criminal Procedure, 1973". IKanoon. Retrieved 6 June 2019.
- ↑ "Lalita Kumari vs Govt.Of U.P.& Ors on 12 November, 2013". Ikanoon. Retrieved 6 June 2019.