ଏଡ଼ତାତା ନାରାୟଣନ

ଉଇକିପିଡ଼ିଆ‌ରୁ
ଏଡ଼ତାତା ନାରାୟଣନ
ଜନ୍ମ୧୯୦୭
ମୃତ୍ୟୁ୧୯୭୮
ଜାତୀୟତାବ୍ରିଟିଶ ଭାରତ (୧୯୦୭ – ୧୯୪୭)
ଭାରତୀୟ (୧୯୪୭ – ୧୯୭୮)
ବୃତ୍ତି(ସମୂହ)ସ୍ୱାଧୀନତା ସଂଗ୍ରାମୀ
ସାମ୍ବାଦିକ
ରାଜନେତା

ଏଡ଼ତାତା ନାରାୟଣନ (୧୯୦୭ – ୧୯୭୮) ଜଣେ ଭାରତୀୟ ସାମ୍ବାଦିକ ତଥା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ସମାଜବାଦୀ ଆଭିମୁଖ୍ୟ ସହିତ କଂଗ୍ରେସ ପାର୍ଟିର ଭାଗ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ଜରିଆରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ଯୋଗ ଦେଇଥିଲେ । ସମାଜବାଦ ଉପରେ କଂଗ୍ରେସ ଦଳର ଅଗ୍ରଗତି ନେଇ ସେ ନିରାଶ ହୋଇଥିବା ନେତାମାନଙ୍କ ଭିତରୁ ଜଣେ ଥିଲେ, ଯେଉଁମାନେ ୧୯୪୮ ମସିହାରେ ଏକ ନୂତନ ଦଳ ସମାଜବାଦୀ ପାର୍ଟି ଗଠନ କରିଥିଲେ ।

ପରବର୍ତ୍ତୀ ସମୟରେ କିନ୍ତୁ ସେ ଅରୁଣା ଆସଫ ଅଲ୍ଲୀଙ୍କ ସହ ସମାଜବାଦୀ ପାର୍ଟି ଛାଡିଥିଲେ ଏବଂ ସେମାନେ ରଜନୀ ପାଲମେ ଦତ୍ତଙ୍କ ସହ ମସ୍କୋ ଗସ୍ତ କରିଥିଲେ । ଜୋସେଫ ଷ୍ଟାଲିନଙ୍କ ମୃତ୍ୟୁ ପୂର୍ବରୁ ଦୁହେଁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆରେ (ସିପିଆଇ) ଯୋଗ ଦେଇଥିଲେ କିନ୍ତୁ ନିକିତା କୃସ୍ଚେଭାଙ୍କ ଷ୍ଟାଲିନଙ୍କୁ ଅସ୍ୱୀକାର କରିବା ପରେ ୧୯୫୬ ମସିହାରେ ସେ ଦଳ ଛାଡ଼ିଥିଲେ ।

ସେ ମୁଖ୍ୟ ସମ୍ପାଦକ ଭାବରେ ଏକ ଦୈନିକ ଖବରକାଗଜ, ପେଟ୍ରିଓଟ୍‌ର (୧୯୬୩) ଆରମ୍ଭ କରିଥିଲେ ଏବଂ ଅରୁଣା ଆସଫ ଅଲ୍ଲୀଙ୍କ ସହ ୧୯୫୮ ମସିହାରେ ଏକ ସାପ୍ତାହିକ ଲିଙ୍କ୍ ସହିତ ମଧ୍ୟ ଜଡ଼ିତ ଥିଲେ । ଜବାହରଲାଲ ନେହେରୁ, କୃଷ୍ଣ ମେନନ୍ ଏବଂ ବିଜୁ ପଟ୍ଟନାୟକ ଭଳି ନେତାଙ୍କ ପୃଷ୍ଠପୋଷକତା ହେତୁ ତାଙ୍କ ପ୍ରକାଶନଗୁଡ଼ିକ ସମ୍ମାନଜନକ ହୋଇପାରିଥିଲା ।

କୌଣସି ଆନୁଷ୍ଠାନିକ ବିବାହ ସତ୍ତ୍ୱେ ସେ ଓ ଅରୁଣା ଆସଫ ଅଲ୍ଲୀ ଏକା ସାଙ୍ଗରେ ବାସ କରୁଥିଲେ ବୋଲି ବିଶ୍ୱାସ କରାଯାଉଥିଲା, ଫଳରେ ତାଙ୍କ ସମ୍ପର୍କ ବିବାଦୀୟ ହୋଇପଡ଼ିଥିଲା । ଆଚାର୍ଯ୍ୟ କ୍ରିପାଳନୀଙ୍କ ଦ୍ୱରା ପ୍ରିତିଷ୍ଠିତ କିଶାନ ମଜଦୁର ପ୍ରଜା ପାର୍ଟି ସହିତ ସୋଲିଆଲିଷ୍ଟ ପାର୍ଟିର ମିଶ୍ରଣ ଉପରେ ସେ ପ୍ରଜା ସୋସିଆଲିଜିମ୍: ମୋନୋପୋଲିସ୍ ପାୱନ୍ ନାମକ ପୁସ୍ତକ ରଚନା କରିଥିଲେ ।

ବାହାର ଲିଙ୍କ୍[ସମ୍ପାଦନା]