Jump to content

ଏକା (ବଙ୍ଗଳାଦେଶୀ ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ଏକା
ପେଷାsଅଭିନେତ୍ରୀ
ମଡେଲ୍

ଏକା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଓ ମଡେଲ୍ । ସେ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ଏବଂ ମଡେଲ ଭାବରେ ଦୂରଦର୍ଶନ ବିଜ୍ଞାପନରେ କାମ କରିଥିଲେ ।[୧] ସେ ୩୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି ।[୨]

ଜୀବନୀ

[ସମ୍ପାଦନା]

କାଜି ହୟାତଙ୍କ ନିର୍ଦ୍ଦେଶନାରେ ନିର୍ମିତ କଥାଚିତ୍ର ତେଜି ଜରିଆରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩] ଏହି କଥାଚିତ୍ର ପରେ ସେ ଧୋରରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରର ନିର୍ଦ୍ଦେଶନା ମଧ୍ୟ କାଜି ହୟାତ ଦେଇଥିଲେ ଏବଂ ସେହି କଥାଚିତ୍ରରେ ମଧ୍ୟ ମନ୍ନାଙ୍କ ସହ-ଅଭିନେତ୍ରୀ ଭାବରେ ସେ କାମ କରିଥିଲେ । ସେ ୧୯୯୯ ମସିହାରେ ତାଙ୍କର ତୃତୀୟ ଚଳଚ୍ଚିତ୍ର ଆଜକର ଡାପୋଟରେ ସାକିବ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ।[୪]

ବଛା ବଛା ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ତେଜି[୨]
  • ଧୋର[୨]
  • ବାବା କେନୋ ଅସାମି[୨]
  • ଆଜକେର ଡାପୋଟ[୨] (୧୯୯୯)
  • ବାହାଦୁର ସନ୍ତାନ[୧]
  • ରାଜ ଗୋଲାମ[୧]
  • ପୋଲିସ୍ ଅଫିସର୍[୧]
  • ମୋରୋନ ନିୟେ ଖେଲା[୧]
  • କାଲୋ ଚୋଷମା[୧]
  1. 1 2 3 4 5 6 7 'আমাকে কাজ করতে দেয়া হয়নি'. Manab Zamin (in Bengali). 17 March 2019. Retrieved 15 September 2019.[permanent dead link]
  2. 1 2 3 4 5 হারিয়ে যাওয়া নায়িকারা. The Daily Ittefaq (in Bengali). 14 March 2019. Retrieved 15 September 2019.
  3. ↑ হারিয়ে যাওয়া নায়িকারা. Manab Zamin (in Bengali). 26 July 2019. Retrieved 15 September 2019.[permanent dead link]
  4. ↑ "Ajker Dapot | আজকের দাপট | Shakib Khan | Purnima". Bangladesh Film Archive (in ଆମେରିକୀୟ ଇଂରାଜୀ). Archived from the original on 2023-10-16. Retrieved 2021-03-01.