ଉମାନନ୍ଦ ଦେବାଳୟ

ଉଇକିପିଡ଼ିଆ‌ରୁ
Umananda Temple
Umananda Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀShiva
ପର୍ବMahashivaratri
Location
ସ୍ଥାନGuwahati
StateAssam
Architecture
Constructed by Garhgayan Sandikai Borphukan on the orders of Gadadhar Singha
Completed1694
ଉମାନନ୍ଦ ଦେବାଳୟର ପ୍ରବେଶ ଦ୍ୱାର

ଉମାନନ୍ଦ ଦେବାଳୟ (Pron: ˈʊməˌnændə ˈdeɪvəˌlɔɪ) ଏକ ଶିବ ମନ୍ଦିର ଯାହା ବ୍ରହ୍ମପୁତ୍ର ନଦୀ ମଝିରେ ଥିବା ଉମାନନ୍ଦ ଦ୍ୱୀପରେ (ମୟୁର ଦ୍ୱୀପ) ଅବସ୍ଥିତ । ଏହାର ଠିକ ସାମନାରେ ଗୌହାଟିର କାମରୂପ (Kamrup) ଡେପୁଟି କମିଶନର ଅଫିସ ବା କଚେରୀ ଘାଟ ଅଛି । ଏହି ଦ୍ୱୀପ ପୃଥିବୀର ସବୁଠାରୁ କମ ଲୋକ ବାସ କରୁଥିବା ଛୋଟ ଦ୍ୱୀପ ଅଟେ । ବ୍ରହ୍ମପୁତ୍ର ନଦୀ କୂଳରୁ ଡଙ୍ଗାରେ ଆଗନ୍ତୁକମାନେ ନଦୀ ପାର ହୋଇ ଭସ୍ମକଳା ପର୍ବତ ଉପରେ ଥିବା ମନ୍ଦିର ଦେଖିବାକୁ ଯାଆନ୍ତି । ଏହାକୁ ୧୬୯୪ ମସିହାରେ ରାଜା ଗଦାଧର ସିଂହ (Gadadhar Singha) ତିଆରି କରେଇଥିଲେ କିନ୍ତୁ ୧୮୬୭ ମସିହାରେ ଏହା ଭୂମିକମ୍ପ ଯୋଗୁ ଭାଙ୍ଗି ଯାଇଥିଲା ।

କିମ୍ବଦନ୍ତୀ[ସମ୍ପାଦନା]

ପ୍ରଭୁ ଶିବ ଏହି ସ୍ଥାନରେ ଭୟାନନ୍ଦ ନାମରେ ବାସ କରୁଥିବା କୁହାଯାଏ । କାଳିକା ପୁରାଣ ଲେଖା ଅନୁସାରେ ଶିବ ଏହି ସ୍ଥାନରେ ଭସ୍ମ ବିଞ୍ଚି ପାର୍ବତୀଙ୍କୁ ଜ୍ଞାନ ଦାନ କରିଥିଲେ । ସେହି ପାହାଡ଼ ଉପରେ ଶିବ ଧ୍ୟାନମଗ୍ନ ଥିବା ସମୟରେ କାମଦେବ ତାଙ୍କ ତପସ୍ୟା ଭଗ୍ନ କରିବାକୁ ଚେଷ୍ଟା କରିବାରୁ କ୍ରୋଧରେ ଅଗ୍ନି ଜାତ ହୋଇ କାମଦେବ ଭସ୍ମ ହୋଇଯାଇଥିଲେ । ତେଣୁ ଏହି ପାହାଡ଼କୁ ଭସ୍ମକଳା କୁହାଯାଏ । ସେହି ପର୍ବତକୁ ଭସ୍ମକୂଟ ମଧ୍ୟ କୁହାଯାଏ । କାଳିକା ପୁରାଣ ଅନୁସାରେ ସେଠାରେ ଏକ ଉର୍ବଶୀ କୁଣ୍ଡ ଅଛି ଓ ସେହି ସ୍ଥାନରେ ଉର୍ବଶୀ ବାସ କରନ୍ତି । କାମାକ୍ଷା ଦେବୀଙ୍କ ମନୋରଂଜନ ନିମନ୍ତେ ଉର୍ବଶୀ ସେଠାକୁ ଅମୃତ ଆଣିଥିବାରୁ ସେହି ସ୍ଥାନକୁ ଉର୍ବଶୀ ଦ୍ୱୀପ କୁହାଯାଏ ।

ମନ୍ଦିରର ଦେବତା[ସମ୍ପାଦନା]

ମନ୍ଦିରର ଦେବତାଙ୍କ ନାମ ଉମାନନ୍ଦ । ଶିବଙ୍କ ପତ୍ନୀଙ୍କର ଅନ୍ୟ ଏକ ନାମ ଉମା । ଆନନ୍ଦ ଅର୍ଥ ଖୁସି । ବହୁତ କମ ଲୋକ ବାସ କରୁଥିବା ଛୋଟ ସ୍ଥାନ ମଧ୍ୟରୁ ମୟୁର ଦ୍ୱୀପ ଅନ୍ୟତମ । ମନ୍ଦିରର ପାରିପାର୍ଶ୍ୱିକ ଅବସ୍ଥା ଓ ଦ୍ୱୀପର ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀଙ୍କ ପାଇଁ ଆକର୍ଷଣୀୟ । ଅମାବାସ୍ୟା ଦିନ ପୂଜା କଲେ ପ୍ରଭୁଙ୍କ ଆଶୀର୍ବାଦ ମିଳେ ବୋଲି ଲୋକଙ୍କର ବିଶ୍ୱାସ ଅଛି । ବର୍ଷକୁ ଥରେ ଶିବ ଚତୁର୍ଦ୍ଦଶୀ ଦିନ ମେଳା ହୁଏ । ଅନେକ ଭକ୍ତ ସେଠାକୁ ପୂଜା କରିବା ନିମନ୍ତେ ଯାଆନ୍ତି ।

ଇତିହାସ[ସମ୍ପାଦନା]

ଉକ୍ତ ସ୍ଥାନରେ ଗୁପ୍ତ ବଂଶ ପରବର୍ତ୍ତୀ କାଳର ଏକ ପ୍ରସ୍ତର ମନ୍ଦିର ଥିବାର ପ୍ରମାଣ ମିଳୁଛି । ସେଠାରେ ପ୍ରସ୍ତର ସ୍ଥାପତ୍ୟ ଓ ଖୋଦେଇ କଳା ଥିବା ଦେଖାଯାଏ ଯାହା ମଧ୍ୟ ଯୁଗର ଜଣାଯାଏ । ଏକ ପ୍ରସ୍ତରନିର୍ମିତ ଚତୁର୍ଭୁଜ ମହିଳା ମୂର୍ତ୍ତି ଏ ପର୍ଯ୍ୟନ୍ତ ରହିଛି ଓ ପଥର କଟା ହୋଇ ତିଆରି ହୋଇଥିବା ଗଣେଶ ମୂର୍ତ୍ତି ଓ ଗୁମ୍ଫା ମଧ୍ୟ ଦେଖିବାକୁ ମିଳେ । ଆହୋମ ରାଜାବଂଶର ଶକ୍ତିଶାଳୀ ରାଜା ଗଦାଧର ସିଂହଙ୍କ (୧୬୮୧-୧୬୯୬) ଆଦେଶ ଅନୁସାରେ ବାର ଫୁକାନ ଗଢଗଣ୍ୟ ହାଣ୍ଡିକ ସେହି ଇଟା ନିର୍ମିତ ଉମାନନ୍ଦ ମନ୍ଦିର ୧୬୯୪ ମସିହାରେ ତିଆରି କରେଇଥିଲେ । ସେହି ମନ୍ଦିରକୁ ମୋଗଲ ସେନା ପରବର୍ତ୍ତୀ କାଳରେ ନଷ୍ଟ କରିଦେଇଥିଲେ । ମୂଳ ମନ୍ଦିର ୧୮୯୭ ମସିହାରେ ହୋଇଥିବା ଭୂମିକମ୍ପରେ ନଷ୍ଟ ହୋଇଯାଇଥିଲା । ଏହାକୁ ଜଣେ ଧନୀ ସୌଦାଗର ପୁନର୍ନିମାଣ କରିଥିଲେ ଓ ଶିବ ମନ୍ଦିର କାନ୍ଥରେ ବୈଷ୍ଣବ ଶ୍ଳୋଗାନ ଖୋଦେଇ କରିଥିଲେ ।[୧]

ଗଠନ[ସମ୍ପାଦନା]

ପ୍ରସ୍ତର କଟା ହୋଇ ନିର୍ମାଣ ହୋଇଥିବା ମୂର୍ତ୍ତି ଆସାମ ସ୍ଥାପତ୍ୟର ନିଦର୍ଶନ ଦର୍ଶାଏ । ହିନ୍ଦୁ ଶୈଳୀରେ ସୂର୍ଯ୍ୟ, ଗଣେଶ, ଶିବ ଓ ଦେବୀ ମୂର୍ତ୍ତି ଗଠିତ ହୋଇଛି । ଏହା ସହିତ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟ ଖୋଦେଇ ହୋଇଛି । ମୂଖ୍ୟ ମନ୍ଦିରକୁ ଯିବା ପାଇଁ ଅନେକ ଗୁଡ଼ିଏ ପାହାଚ ଚଢିବାକୁ ହୁଏ । ଅସାମର ଦକ୍ଷ କାରିଗରମାନେ ଉମାନନ୍ଦ ମନ୍ଦିର ତିଆରି କରିଥିଲେ । ଶିବଙ୍କ ବ୍ୟତୀତ ଅନ୍ୟାନ୍ୟ ଦଶ ହିନ୍ଦୁ ପ୍ରତିମୂର୍ତ୍ତି ସେଠାରେ ଅଛି ।

ସେହି ସ୍ଥାନ ଏକ ପୂଜା ସ୍ଥାନ ହୋଇଥିଲେ ମଧ୍ୟ ଏକ ଅଲଗା ବାତାବରଣ ଥିବା ଦେଖାଯାଏ । କୌଣସି ହିନ୍ଦୁ ଧର୍ମର ଶୈଳୀ ନଥାଇ ଗୋଟିଏ ଶାନ୍ତ ବାତାବରଣରେ ଘଡ଼ିଏ ବସି ରହିବାକୁ ଇଚ୍ଛା ହୁଏ ।

ଗମନାଗମନ[ସମ୍ପାଦନା]

ମୟୁର ଦ୍ୱୀପକୁ ଯିବା ପାଇଁ ଗୌହାଟି ଓ ଉତ୍ତର ଗୌହାଟିରୁ ଫେରି ଓ ଷ୍ଟିମର ମିଳିଯାଏ । ସୁକଳେଶ୍ୱର ଘାଟ ବା ଫାନ୍ସି ବଜାର ଘାଟରୁ ଭଡ଼ାରେ ଫେରି ମିଳେ । ଏହା ଖର୍ଚ୍ଚ ସାପେକ୍ଷ କିନ୍ତୁ ନଦୀ ପୃଷ୍ଠରେ ବିନା ବାଧା ଓ ଗୋଳମାଳରେ ଯାତ୍ରା ଅତି ଆନନ୍ଦ ବର୍ଦ୍ଧକ ହୁଏ । ଏହା ବ୍ୟତୀତ ଇନଲାଣ୍ଡ ଟ୍ରାନ୍ସପୋର୍ଟ ତରଫରୁ ଶସ୍ତା ଫେରି [ଆଧାର ଲୋଡ଼ା] ମଧ୍ୟ ମିଳେ, ୨୦ ଟଙ୍କା ପ୍ରତି ଲୋକ ପିଛା । କିନ୍ତୁ ମନ୍ଦିରକୁ ଯିବା ପାଇଁ ୧୫୦ଟି ପାହାଚ ଚଢିବାକୁ ହୁଏ ।

ଗ୍ୟାଲେରି[ସମ୍ପାଦନା]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]