ଉଇକିପିଡ଼ିଆ ଆଲୋଚନା:IRC/28-04-2014

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆଲୋଚନାରେ ଯୋଗ ଦେଇପାରିନଥିବାରୁ ଦୁଃଖିତ । ଆଦିତ୍ୟ ଭାଇ ଆମର ସକ୍ରିୟ ହେଇଉଠିଛନ୍ତି, ଆଉ ନଗଦବଦଳ ଖାଲି ରହିବ ନାହିଁ :) । ମୋର ମତାମତ -

  • ଯଦିଓ ଆଇଆଇଏମସି ରେ କାର୍ଯ୍ୟକ୍ରମ କିଛି ମାତ୍ରାରେ ସଫଳ ହୋଇଛି କିନ୍ତୁ କିସ୍ ପ୍ରକଳ୍ପ ଏତେ ଠିକ ଲାଗୁନାହିଁ, ସେମାନଙ୍କ ଓଡ଼ିଆ ଲେଖିବାରେ ଅସୁବିଧା ହୁଏତ ମୁଖ୍ୟ କାରଣ ହୋଇପାରେ.... ତେବେ ଉଇକିପାଠାଗାର କାର୍ଯ୍ୟକ୍ରମକୁ ଅପେକ୍ଷା ।
  • ଶୁଭ ଭାଇ ଭୁବନେଶ୍ଵରରେ ରହିବା - ସେ ମାସେ ଦି'ମାସେ ଆସି ବି ସହଯୋଗ କରିପାରିବେ । 'ଆଞ୍ଚଳିକ ପରିଚାଳକ' ଟିକିଏ ଅଡୁଆ ଲାଗୁଛି । ଆମେ ସବୁ ନିଜ ଇଚ୍ଛାରେ କାମକରୁ, କିଛି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଚାପ ଅଧିକ ରହିଲେ ଆଗ୍ରହ କମିଗଲା ଭଳି ଲାଗେ । ଅବଶ୍ୟ ଏହା ମୋ ବ୍ୟକ୍ତିଗତ ମତ, ଅନ୍ୟମାନେ ଏହା ବାବଦରେ ବିଶଦ ଆଲୋଚନା କରନ୍ତୁ ।
  • ମୁଣ୍ଡିଆ ଲେଖାର ଉନ୍ନତି - ଏହା ଏକ ଭାଲ ପ୍ରସ୍ତାବ । ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ପ୍ରକାରର ଲେଖା ଛୋଟ ହେଇ ରହିଛି । ସେଗୁଡ଼ିକୁ ଉନ୍ନତ କରିବା ଉଚିତ । ଅତିକମରେ ଓଡ଼ିଶା ଓ ଭାରତ ସହ ସମ୍ପର୍କିତ ପ୍ରସଙ୍ଗ ଗୁଡ଼ିକୁ ପ୍ରାଥମିକତା ଦିଆଯାଉ ।
  • ବଟ୍ ବାବଦରେ ସ୍ପଷ୍ଟୀକରଣ - ବଟ ଦ୍ଵାରା କେବଳ ଡାଇନୋସର ଲେଖା ତିଆରି ହୋଇଥିଲା (୧୪୦୦ +) । ଏହା ବ୍ୟତୀତ ଯେଉଁ ଲେଖା ହେଇଛି ସେଗୁଡିକ ସବୁ ଉଇକିରେ ସାଧାରଣ, ଯଥା ବର୍ଷ ଓ ତାରିଖ । ଡାଇନୋସର ପ୍ରସଙ୍ଗକୁ ଉନ୍ନତ କରିବାପାଇଁ ସମୟ ଆବଶ୍ୟକ । ଏଗୁଡ଼ିକୁ ବଟ ଦ୍ଵାରା ହିଁ ଉନ୍ନତି କରାଯିବ ।
ଏହା ବ୍ୟତୀତ ଆହୁରି ଅନେକ ପ୍ରସଙ୍ଗ ରହିଛି ଯାହାକି ଗୁରୁତ୍ତ୍ଵପୂର୍ଣ୍ଣ ଅଟେ ସେଗୁଡ଼ିକୁ ପ୍ରଥମିକତା ଦିଆଯାଉ । ବର୍ଷ ଓ ତାରିଖ ଲେଖା ସମସ୍ତେ ମିଶିଗଲେ ବହୁତ ଭଲ ରୂପ ନେଇପାରିବ । ଏହା ପାଇଁ ଦିନ ରାତି ଅକ୍ଲାନ୍ତ ପରିଶ୍ରମର ଆବଶ୍ୟକତା ନାହିଁ । ଯିଏ ଯେବେ ମୃତ୍ୟୁବରଣ କଲେ ଖବର କାଗଜରେ ଦେଖିବା ମାତ୍ରେ ବର୍ଷ ଓ ତାରିଖ ଲେଖାରେ (ଜନ୍ମ ଓ ମୃତ୍ୟୁ ଭାଗରେ) ଯୋଡିଦିଆଯାଉ । କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଘଟଣା ଘଟିଲା ସାଙ୍ଗେ ସାଙ୍ଗେ ଏହାକୁ ତାରିଖରେ ଘଟିଥିବା ଘଟଣାରେ ଯୋଡ଼ିଦିଆଯାଉ । ଏତେ ଦିବସ ସବୁ ପାଳନ ହେଉଛି, ସେଥିରୁ କେତେକ କେବଳ ଓଡ଼ିଶାରେ ହିଁ ପାଳନ ହୁଏ । ଏଗୁଡ଼ିକୁ ଯୋଡାଯାଇପାରିବ । ବର୍ଷେ ଭିତରେ ଏହି ବର୍ଷ ଓ ତାରିଖ ଲେଖା ଭଲ ହେଇଯାଇଥିବ । ଜଣେ ଦୁଇଜଣ ଉଇକିଆଳି ଏହାକୁ ନୀତିଦିନିଆ କାମ ଭାବେ ଗ୍ରହଣ କରନ୍ତୁ ।
  • ଆଉ ଉତ୍କଳ-ପ୍ରସଙ୍ଗ ଓ ବିଜ୍ଞାନ-ଦିଗନ୍ତ ଲେଖାକୁ ଇସ୍କିରୁ ୟୁନିକୋଡ କରିବା କାମ ବିଶେଷ କଷ୍ଟକର ନୁହେଁ କିନ୍ତୁ ଏହାକୁ ପୁରୁଣା ଉଇକିଆଳି କରିଲେ ଭଲ ହେବ । ବିଭିନ୍ନ ସହରରେ ଉଇକିକାର୍ମଶାଳା କରିବା ଏକ ଭଲ ପ୍ରସ୍ତାବ ।--ଶିତିକଣ୍ଠ (ଆଲୋଚନା) ୧୮:୨୩, ୨୮ ଅପ୍ରେଲ ୨୦୧୪ (UTC)

ଏହି ଆଲୋଚନା ରେ ମୁଁ ନୁଆ, କିନ୍ତୁ ମୋ ମତରେ ଆଏ ଆର୍ ସି ମାଧ୍ୟମରେ ଆମେ ଆମର ସପ୍ତାହକର ଯୋଗଦାନ ବିଷୟରେ ଆଲୋଚନା କରିବା ଠିକ୍ ହେବ ।

  • ପ୍ରତି ଦୁଇ ମାସରେ ଥରେ ବସି ସମସ୍ତ ଉଇକିଆଳି ମାନଙ୍କ ପରାମର୍ଶରେ ଟାର୍ଗେଟ୍ ରଖିବା ଉଚିତ୍ । ଆମେ ସମସ୍ତେ ସ୍ଵେଛାସେବି ଭାବେ କାମକରୁ କିନ୍ତୁ ନିଜ ସକ୍ଷମ ଅନୁସାରେ ଦାଇତ୍ବ ଗ୍ରହଣ କରିବା ଉଚିତ୍ ।
ଉଦାହରଣ- ମୁଁ ଜଣେ ସେବାୟତ , ପହଣ୍ଡି ସମୟରେ ସମସ୍ତେ ଚାହୁଁ ଜଗନ୍ନାଥଙ୍କୁ ଧରିବା ପାଇଁ । କିନ୍ତୁ ଏହା ସମ୍ଭବ ନୁହେଁ । ତେଣୁ ସ୍ଵେଛାସେବି ହେବା ସତ୍ଵେ ଏଠାରେ ଦାଇତ୍ତ୍ଵ ଦିଆଯାଏ । ସେଥିପାଇଁ ଦାଇତ୍ଵ ଦେବାରେକୌଣସି ଭୁଲ୍ ହେବ ନାହିଁ ।
  • ସମସ୍ତଙ୍କ ଦ୍ଵାରା ସବୁ କାମ ସମ୍ଭବ ନୁହେଁ । ଯେପରିକି ଲେଖା ବାଛିବା, ଫୋଟୋ ଦେବା, ଟାଇପ୍ କରିବା ଇତ୍ୟାଦି । ତେଣୁ ନିଜ ସମର୍ଥ ଅନୁଯାଇ ଦାଇତ୍ଵ ଦେବା ଉଚିତ୍ ।
  • ଲକ୍ଷ ବିନା (ଦାଇତ୍ଵ ମୁଳକ ଲକ୍ଷ) ଆମେ ଆଗେଇବା କଷ୍ଟକର ।
  • ଟୁଙ୍ଗି, ଏହା ଯେଉଁଠାରେ ହେଉ,ସେଠାରେ ସମସ୍ତ ପୁସ୍ତକ ରଖା ଯାଉ କିନ୍ତୁ ଦୁଇ ମାସିଆ ଆଲୋଚନା ଯେଉଁଠାରେ ଅଧିକ ଉଇକିଆଳି ଯୋଗ ଦେଇ ପାରିବେ କିଛି ପୁସ୍ତକ ସାଙ୍ଗରେ ନେଇ କରାଯାଉ ।--Nirmalbarik (ମୋ ଆଲୋଚନା) ୦୫:୨୩, ୩୦ ଅପ୍ରେଲ ୨୦୧୪ (UTC)