ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି/୧୩

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହି ବର୍ଷ ଜୁନ ୩ରେ ଓଡ଼ିଆ ଉଇକିପିଡ଼ିଆର ୧୩ତମ ଜନ୍ମଦିବସ । ଏଥି ନିମନ୍ତେ ଆଲୋଚନା ଲାଗି ଏକ ଛୋଟ ମେଳଣ ଗତକାଲି (ମାର୍ଚ୍ଚ ୩୦ ତାରିଖ) ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗ ନେଇଥିଲେ:

  • ସୁବାସ ଚନ୍ଦ୍ର ରାଉତ
  • ଶିତିକଣ୍ଠ ଦାଶ
  • ଜ୍ଞାନରଞ୍ଜନ ସାହୁ
  • ଶୈଳେଶ ପଟ୍ଟନାୟକ
  • ସୁଭାସିସ ପାଣିଗାହି

ଏଥିରେ ଓଡ଼ିଆ ଉଇକିପାଠାଗାର ସଭାରେ ହୋଇଥିବା ଭୁଲଭଟକା ବାବଦେ ଆଲୋଚନା ହୋଇଥିଲା । ଗତ ଥର ବିଳମ୍ବରେ ସବୁ କାମ "ବାହାଘର ବେଳେ ବାଇଗଣ ରୁଆ" ଭଳି ହୋଇଥିବାରୁ ବିଭିନ୍ନ ଅସୁବିଧା ଘଟିଥିଲା ବୋଲି ସଭିଏଁ ମତପ୍ରକାଶ କରିଥିଲେ । ତା' ଛଡ଼ା ଜଣେ ଆମନ୍ତ୍ରିତ ଅତିଥିଙ୍କ ମତ ସ୍ୱେଚ୍ଛାରେ କାମ କରୁଥିବା ଉଇକିଆଳିଙ୍କୁ ବ୍ୟଥିତ କରିଥିଲା ଓ ଏଥର ଆରଥରର ଭୁଲସବୁକୁ ସୁଧାରି ମିଳିମିଶି କାମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏଥର ପାଇଁ ପ୍ରସ୍ତାବିତ ଯୋଜନା:

  • ସଞ୍ଜ ୪:୩୦ରେ କାର୍ଯ୍ୟକ୍ରମ ଆରମ୍ଭ କରି ୮ଟା ସୁଦ୍ଧା ସବୁ ସାରିବା ।
  • ଅଧିବେଶନ କ୍ରମ:
    • ନାମଲେଖା: ଆରମ୍ଭରେ ସଭିଙ୍କୁ ଏକ ଶିକ୍ଷଣ ପୁସ୍ତିକା ବଣ୍ଟାଯିବ ଓ ଭିତରକୁ ଯିବା ଲାଗି ଏକ ଛୋଟ ଆଇଡି କାର୍ଡ଼ ଦିଆଯିବ ।
    • ଉଇକିପିଡ଼ିଆ ବିବରଣୀ: ବିଗତ ବର୍ଷମାନଙ୍କରେ ହୋଇଥିବା କାମ, ସଫଳତା, ମିଳିତ ସହଯୋଗ ଓ ମିଳିଥିବା ଶିକ୍ଷା
    • ନିମନ୍ତ୍ରିତ ଅତିଥି ଅଭିଭାଷଣ:ଜଣେ ସୁବକ୍ତାଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରାଯାଇ ତାଙ୍କୁ ଆଗୁଆ ଓଡ଼ିଆ ଉଇକିପିଡ଼ିଆ ବାବଦରେ ବିଶଦ ଭାବେ ଜଣାଇଦିଆଯିବ ।
    • ଉଇକିପିଡ଼ିଆ ଡେମୋ: କମ୍ପୁଟରରେ ଓଡ଼ିଆ ସକ୍ରିୟ କରିବା, ଓଡ଼ିଆରେ ଟାଇପ କରିବା ଓ ଉଇକିପିଡ଼ିଆରେ କିପରି ସମ୍ପାଦନା କରିବେ ତାହା ସମସ୍ତ ଦେଖଣାହାରୀଙ୍କୁ ଦେଖାଇଦିଆଯିବ ।
    • ଚା' ବିରତି (ଏଥିରେ କୌଣସି ଜଳଖିଆ ରହିବ ନାହିଁ)
    • ଉଇକି-କୁଇଜ: ଯାହା ଶିଖିଲେ ତା' ବାବଦରେ ଏକ କୁଇଜ କରି ପଚରାଯିବ । ବିଜେତାଙ୍କୁ କିଛି ପୁରସ୍କାର ଦିଆଯିବ ।
    • ପୁରସ୍କାର ବିତରଣ: ଓଡ଼ିଆ ଉଇକିପିଡ଼ିଆରେ ବିଭିନ୍ନ ଦିଗରେ ଅବଦାନ ଲାଗି ଉଇକିଆଳିଙ୍କୁ ପୁରସ୍କାର ବିତରଣ । ପୁରସ୍କାର ପାଉଥିବା ଉଇକିଆଳି ମଞ୍ଚରେ କିଛି ସମୟ ଲାଗି ସେ "କିପରି ଉଇକିପିଡ଼ିଆରେ ଯୋଗଦେଲେ, କଣ ତାଙ୍କୁ ଏତେ କାଳ ଧରି ଏଥରିଏ ବାନ୍ଧି ରଖିଛି ଓ ସଭିଙ୍କ ପାଇଁ କିଛି ସନ୍ଦେଶ'" କହିବେ ।
  • ମଞ୍ଚରେ କୌଣସି ଅତିଥି ବସିବେ ନାହିଁ । ଏକ ବଡ଼ ଧଳା କପଡ଼ା ତିଆରି ସ୍କ୍ରିନ ବ୍ୟାନର ଉପରେରହିବ ଯେଉଁଁଥିକେ ଧୀର ଗତିରେ ଉଇକିପିଡ଼ିଆକୁ ଯାଇ ଆକାଉଣ୍ଟ ଖୋଲିବା, ଓଡ଼ିଆ ସଚଳ କରିବା, ଓଡ଼ିଆରେ ଟାଇପ କରିବା ଓ ଉଇକିପିଡ଼ିଆ ସମ୍ପାଦନା କରିବା ଭଳି ବିଷୟ ଲୁପ କରି ପ୍ରୋଜେକ୍ଟର ଜରିଆରେ ଦେଖାଯିବ । ଆରମ୍ଭରୁ ଶେଷଯାଏ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଏହା ପଛପଟରେ ଚାଲୁଥିବ ।
  • ଶିତିକଣ୍ଠ ପୃଷ୍ଠା ତିଆରି ଦାୟିତ୍ୱ ନେବେ । ସେ ପୃଷ୍ଠାଟି ତିଆରି କଲାପରେ ସେଥିରେ ସଭିଏଁ ନିଜ ମତ ରଖିବେ ଓ ନିଜେ ଦାୟୀତ୍ୱ ନେବେ । --ସୁଭାସିସ ପାଣିଗାହି (ଆଳାପ) ୦୭:୪୧, ୩୧ ମାର୍ଚ୍ଚ ୨୦୧୫ (UTC)

ସମୟ ନିର୍ଘଣ୍ଟ[ସମ୍ପାଦନା]

ସମୟ ନିର୍ଘଣ୍ଟରେ ତାରିଖ ଲେଖାଯାଇ ନାହିଁ ।--ଶିତିକଣ୍ଠ (ଆଲୋଚନା) ୦୮:୪୨, ୨୧ ମଇ ୨୦୧୫ (UTC)

ଉଇକିଆଳିଙ୍କ ଆଲୋଚନା[ସମ୍ପାଦନା]

ଜନ୍ମତିଥି ଦିନ ଉଇକିଆଳିଗଣ ପରସ୍ପର ମଧ୍ୟରେ ବିଭିନ୍ନ ଆଲୋଚନା କରିଥିଲେ । ଏଥି ସହିତ ଏକ ସର୍ଭେ ମଧ୍ୟ କରାଯାଇଥିଲା । ଓଡ଼ିଆ ଉଇକିପିଡ଼ିଆ ପରିଚାଳକ ମୃତ୍ୟୁଞ୍ଜୟ କର ଓ ସୁଭାସିସ ପାଣିଗ୍ରାହୀ ଏହା ପରିଚାଳନା କରିଥିଲେ । ଏହି ସର୍ଭେର ଫଳାଫଳ ତଳେ ଦିଆଗଲା । --ସୁଭାସିସ ପାଣିଗାହି (ଆଳାପ) ୦୬:୧୩, ୫ ଅଗଷ୍ଟ ୨୦୧୫ (UTC)

ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା[ସମ୍ପାଦନା]

ଚାର୍ଟରେ ଅସୁବିଧାମାନ ଚିତ୍ରିତ ।

ଅସୁବିଧା[ସମ୍ପାଦନା]

ଅସୁବିଧା (୧କ) ମନ୍ତବ୍ୟ
slow internetରେ edit କଲେ problem
ଡ ତଳେ ବିନ୍ଦୁ (ଡ଼) ଆସୁ ନାହିଁ
ସମ୍ବାଦପତ୍ର ଗୁଡ଼ିକ ସମାନ କଥା ଲେଖୁନାହାନ୍ତି । କାହାକୁ ମାନ୍ୟକ ନେବା ? ଗୁଗୁଲ ବୁକ୍ସରେ ଅଲଗା କଥା
କନଭର୍ଟର ଯୋଗୁ ଲେଖାଗୁଡ଼ିକ ଉଇକିମାନକ ଭଳି ନଲାଗି, ସମ୍ବାଦପତ୍ର ଭଳି ହେଇଯାଉଛି
ଅଲଗା ଅଲଗା Osରେ ଓଡ଼ିଆ ଅଲଗା ଅଲଗା ଆସେ
Scan page ଗୁଡ଼ିକ clear ଦିଶୁନଥିବା
ଓଡ଼ିଆ ଟାଇପ କରିବାର ଫର୍ମାଟ lack of proper keyboard
ମୋବାଇଲରେ ULS ଆସୁନି
ସବୁଥିଲେ inbuild keyboard ନାହିଁ । Thirdparty appre ଲେଖି copy-paste କରିବା କଷ୍ଟକର । ମୁଁ ଦେଖିବାରେ HTCରେ inbuilt keyboard ଅଛି ।
Edit Conflict
ଓଡ଼ିଶା/ ଓଡ଼ିଆ ସମ୍ବନ୍ଧିତ ଲେଖା ହେବା ଆବଶ୍ୟକ
ଛାଞ୍ଚ
ଓଡ଼ିଆ ଫଣ୍ଟର Language settingରେ ବେଳେ ବେଳେ font uploadରେ ଅସୁବିଧା ହୁଏ ।
ଆଧାର ଯୋଡ଼ିବାର କିଛିଦିନ ପରେ ଉକ୍ତ ଆଧାର link break ହୋଇଯାଏ/ page not found
ଆଧାର ଯୋଡ଼ିବା offline (english)
ଓଡ଼ିଆରେ ଥିବା କିଛି ଶବ୍ଦ ବୁଝିବାରେ ଅସୁବିଧା
Input can be more improvised.
ନୂଆ ପେଜ ତିଆରିରେ ଅସୁବିଧାର ସମ୍ମୁଖିନ ହେଉଛି । ତେଣୁ ଗୋଟିଏ video (how to create a new page) ଦିଆଗଲେ ନୂତନ ଉଇକିଆଳିଙ୍କ ସୁବିଧା ହେବ ।
HTML tag ଆଉ ସ୍ତମ୍ଭ ଲେଖିଲା ବେଳେ ବାରମ୍ବାର ଭାଷା ବଦଳେଇବାକୁ ପଡୁଛି ।
Autosave ନଥିବାରୁ ବେଳେ ବେଳେ କରିଥିବା ସମ୍ବାଦନା ସୁରକ୍ଷିତ ରହିପାରେନି ।
ଫଟୋ ଅପଲୋଡ଼ କରିବା ମତେ ଆସୁନାହିଁ ।

ଆବଶ୍ୟକତା[ସମ୍ପାଦନା]

ଆବଶ୍ୟକତା (୧ଖ) ମନ୍ତବ୍ୟ
Regular workshop by experienced people who can help other
In edit menu Need a dictionary option
ଆଧାର ପାଇବାରେ ଅସୁବିଧା
ସବୁ Scan ହୋଇଥିବା ବହି ଗୁଡ଼ିକ ଏକାଠି ମିଳିବା ଯାହାଦ୍ଵାରା ନିଜେ ସେଥିରୁ ବାଛି ଲେଖି ପାରିବେ
ତିଆରି ଚାଲିଛି templateକୁ improve କରିବା କିମ୍ବା ସେଇଟାକୁ edit-boxରେ symbol କରି ରଖିବା ।
GUI code editor (ମାନେ template or module ତିଆରି ପାଇଁ GUI editor )
ଛବି ମିଳୁନାହିଁ
ଉଇକିପିଡ଼ିଆର ବିଭିନ୍ନ ସଂସ୍ଥାମାନେ କ'ଣ କରନ୍ତି ?
ପ୍ରମେୟ ଖବରକାଗଜରେ ବହୁତ ଭଲ ଲେଖା ବାହାରେ କିନ୍ତୁ ଲୋକପ୍ରିୟ ନୁହଁ ବୋଲି ବହୁ ଲେଖା ଉଇକିପିଡ଼ିଆକୁ ଆସିପାରେ ନାହିଁ ।
Need a button of "Help"
ବିଜ୍ଞାନ ଭିତ୍ତିକ ବହିପତ୍ର
ସାଧାରଣ ବୈଜ୍ଞାନିକ ଶବ୍ଦ ମାନଙ୍କର ଓଡ଼ିଆ ଅନୁବାଦରେ ସାହାଯ୍ୟ
ବହି/ ପାଠାଗାର/ ତଥ୍ୟ
ଅଧିକରୁ ଅଧିକ ଉଇକିଆଳି ଯୋଡ଼ିହେବା ଦରକାର
ସଚେତନତା/ ଉତ୍ସାହ
ଚାଟସଭା ଉନ୍ନତି
Help link (dedicated)
ଓଡ଼ିଆ ଅକ୍ଷର ଦେଖିବାରେ ଅସୁବିଧା (ଉବଣ୍ଟୁ, ମୋବାଇଲ ଇତ୍ୟାଦିରେ)
ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଦରକାର । facebook page more active ହେବା ଦରକାର ।
ସମ୍ବାଦ ପତ୍ର କିମ୍ବା କୌଣସି ପତ୍ରିକାରେ ଉଇକିପିଡ଼ିଆ ସମ୍ପର୍କରେ article ଦିଆଯାଇପାରେ ।
ଓଡ଼ିଆ ଉଇକିପିଡ଼ିଆର ନିବନ୍ଧକୁ English and other languageରେ translate କରାଯାଇପାରିବ ।
ଉଇକିପିଡ଼ିଆକୁ ଅଧିକ ଲୋକ ଆଣିବା ପାଇଁ ଅଧିକ ଉଦ୍ୟମ କରିବା ଦରକାର ।
Autosave option ରହିଥିଲେ ଭଲ ହେଇଥାଆନ୍ତା
ଆମ ଉଇକିପିଡ଼ିଆ IRC ରୁ ଉପରକୁ ଉଠି Whatsapp ଭଳି ସାମାଜିକ ଗଣମାଧ୍ୟମକୁ ଆସିବା ଦରକାର ଯାହାଫଳରେ ତା'ର ଲଗ ପରେ ମଧ୍ୟ ପଢ଼ିହେବ ।

ଶିକ୍ଷଣ[ସମ୍ପାଦନା]

ଶିକ୍ଷଣ (୧ଗ) ମନ୍ତବ୍ୟ
ସ୍ତମ୍ଭ ଲେଖିଲା ପରେ save ନ ହେବାର ସମସ୍ୟା ହେଲା ବୋଲି ତା'ର ଏକ ନକଲ ଫାଇଲରେ ରଖିବାକୁ ପଡ଼ିଲା । ଏଇଟା ଭଲ ଉପାୟ ହେଲେ ଅଧିକ ସମୟ ଅପଚୟ ।
Formatting/ bold/ heading created while writing a book
ନିୟମାବଳୀ ଜାଣିବା ପାଇଁ ଇଂରାଜୀ ଉଇକିପିଡ଼ିଆ ବ୍ୟବହାର କରି
While writing inline it takes more time to edit & save & some the page deactivates & Says logiin again So, type offline & copy in a new doc & paste online.
Internal link- Mkar, Mediawiki- Odisha1
facebook link, ଚାଟସଭା, ଖବର କାଗଜ (News item)
ଲେଖାର ମାନ ବାବଦରେ ଅଧିକ ଦୃଷ୍ଟି ଦେବା ଦରକାର

ପ୍ରସ୍ତାବ[ସମ୍ପାଦନା]

ପ୍ରସ୍ତାବ (୧ଘ) ମନ୍ତବ୍ୟ
ଶ୍ରେଷ୍ଠ କାର୍ଯ୍ୟକୁ ପୁରସ୍କୃତ କରାଯିବା ଦରକାର
Weekly/ monthly with specific time ସମସ୍ତଙ୍କ ସହ କଥା ଏବଂ ସେମାନଙ୍କ ଅସୁବିଧା ବିଷୟରେ ବିଚାର କରିବା ଦରକାର କିମ୍ବା କୌଣସି ନୂଆ topicରେ discussion
ଶ୍ରେଷ୍ଠ ନୂତନ ଉଇକିଆଳିଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବା ଦରକାର
ନୂଆ userଙ୍କୁ ହଠାତ ହଇରାଣ କରା ନଯାଉ । ପରେ ଡେରିରେ edit କରିବା; simple edit; so that ତା'କୁ ଦେଖି ସେ ଶିଖିପାରିବେ ।
ଗୋଟିଏ ଗୋଟିଏ ବିଷୟକୁ ନେଇ ଏତେ ଆଲୋଚନା ହେଉଛି ଯେ ସେ ବିରକ୍ତ ହେଇଯିବେ ଯଥା : ହ୍ରସ୍ବ ଇ କାର ବା ଦୀର୍ଘ ଈ କାର । ହଳନ୍ତ ଯୁକ୍ତ ଅଥବା ହଳନ୍ତ ରହିତ ପଦ । ଏପରି ଆଲୋଚନା ଗୁଡ଼ିକୁ ବେଶି ନ ବଢ଼େଇ ବନ୍ଦ କରିଦିଆଯାଉ । ଗୋଟେ ଛୋଟ ବନାନ ଭୁଲ ହେଲେ ବଡ଼ କଥା ନୁହେଁ କିନ୍ତୁ ଝଗଡ଼ା ଅଧିକା ହେଲେ ଲୋକ ଛାଡ଼ି ପଳେଇବେ ।
scope for more learning ଯେତେବେଳେ କିଛି ଶିଖିବାପାଇଁ ବାକି ନଥାଏ - କିଛି ଦିନ ପରେ ବୋର ଲାଗେ ।

ପ୍ରଚାର ଓ ପ୍ରସାର[ସମ୍ପାଦନା]

ଅସୁବିଧା[ସମ୍ପାଦନା]

ଅସୁବିଧା (୨କ) ମନ୍ତବ୍ୟ
ଘରେ ଘରେ କମ୍ପ୍ୟୁଟର ଓ ଇଣ୍ଟରନେଟର ଅଭାବ
ଲୋକେ ଇଂରାଜୀ ସହ ଏତେ ଅଭ୍ୟସ୍ତ ହେଲେଣି ଯେ, ସଠିକ ଓଡ଼ିଆ ଶବ୍ଦ ମନେ ନାହିଁ
ଭାଷା ମଧ୍ୟରେ ମାତୃଭାଷା ପ୍ରତି ଅଧିକ ଗୁରୁତ୍ଵ ଦିଆଯାଉନାହିଁ ।
ନିଜର ସମସାମୟିକ ବହୁତ ବନ୍ଧୁଙ୍କ ଆଗ୍ରହ ଥିଲେ ମଧ୍ୟ ଜୀବିକାର ବାସ୍ତବତା ଓ ସମୟର ଆବଶ୍ୟକତା ତଥା କିଛି ପରିମାଣରେ ଅର୍ଥର ସମସ୍ୟା ବି ରହିଛି ।

ଆବଶ୍ୟକତା[ସମ୍ପାଦନା]

ଆବଶ୍ୟକତା (୨ଖ) ମନ୍ତବ୍ୟ
ଯେତେବେଳେ କିଛି ବଡ଼ ମେଳଣ ବା କର୍ମଶାଳାର ଆୟୋଜନର ଯୋଜନା ହେଉଛି (ଜନ୍ମତିଥି ବାଦ) ବହୁତ ଆଗରୁ ତାରିଖ ସ୍ଥିର କରି ରଖିଲେ ବହୁତ ସ୍ଵେଚ୍ଛାସେବୀ ନିଜର ସମୟ ବାହାର କରି ଆସିପାରନ୍ତେ ।
ଉଇକିପିଡ଼ିଆ ପାଇଁ ଯାହା ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା ଆଗରୁ ଅଛି ବା ଆଗକୁ ଆସୁଅଛି ସବୁ ଉଇକିଆଳିଙ୍କୁ ସେ ବାବଦରେ KT ଦରକାର ।
Front page requirements
Offline advertisement while doing workshop by pasting posters in streets
Direct invitation to some organisation so that we can get interested people (those people will come who are interested)
ରାୟଗଡ଼ା ଜିଲ୍ଲାରେ ଓଡ଼ିଆ ଉଇକିପିଡ଼ିଆ ସମ୍ପର୍କରେ ଅଧିକ ପ୍ରଚାର/ ପ୍ରସାର ପାଇଁ ଏକ Team/ body ଗଠନ କରାଯାଇପାରିଲେ ଅଧିକ ପ୍ରଭାବୀ ହୋଇପାରିବ ।
କଲେଜ ସ୍ତରରେ ପିଲାଙ୍କୁ ତାଲିମ/ ଉତ୍ସାହ ଦିଆଯିବା ଦରକାର
ଅଞ୍ଚଳର ଜଣାଶୁଣା ଲେଖକ/ ଲେଖିକା (ଯୁବ) ମାନଙ୍କୁ ସଂଶ୍ଳିଷ୍ଟ କରିବା ଦରକାର ।
ଓଡ଼ିଶା ସରକାରଙ୍କ ନିକଟରେ ଏହାର ପ୍ରଚାର ପ୍ରସାର ଓ ପ୍ରୋତ୍ସାହନ ପାଇଁ ଦାବୀ ।
କମ୍ପ୍ୟୁଟର ଜ୍ଞାନ ସହ ଓଡ଼ିଆ ଭାଷାକୁ ଭଲ ପାଉଥିବା କିଛି ସ୍ଵେଚ୍ଛାସେବୀ ଆମ ଅଞ୍ଚଳରେ ଏକତ୍ର ପାଇଁ ଉଦ୍ୟମ ହେବା ଦରକାର ।
ସବୁ ଉଇକିଆଳି ନିଜ ରାଜ୍ୟରେ ରହିଲେ ବହୁତ ସମସ୍ୟାର ସମାଧାନ ହୋଇପାରନ୍ତା । ତଥାପି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ କିଛି ଦୂରଦୃଷ୍ଟି ପୂର୍ଣ୍ଣ ଯୋଜନାବଦ୍ଧ କାମ ହେଲେ ଉଇକିପିଡ଼ିଆର ବିକାଶ ହେଇପାରିବ ।
ସମ୍ବାଦପତ୍ର ସହ ଅନୁବନ୍ଧନ କରି ଲେଖା ପ୍ରକାଶ କରାଯାଇପାରେ ।
ଅନ୍ୟମାନଙ୍କୁ ଆକୃଷ୍ଟ କରିବାକୁ ହେଲେ କିଛି ସୁବିଧା ଦେବାକୁ ହେବ । ଯେପରିକି Wikipedia domainରେ mail id. ଫଳରେ ହୁଏତ କିଛି ବ୍ୟକ୍ତି ଆକୃଷ୍ଟ ହେଇ ପାରନ୍ତି ।