ଉଇକିପିଡ଼ିଆ:ମାସର ବଛା ଲେଖା/ସେପ୍ଟେମ୍ବର ୨୦୧୭

ଉଇକିପିଡ଼ିଆ‌ରୁ

ବାରବାଟୀ ଗୋସାଣି

ଗୋସାଣୀ ଯାତ୍ରା (ଗୋଷାଣୀ ଯାତ) ପୁରୀର ଏକ ପ୍ରସିଦ୍ଧ ପର୍ବ । ଦଶହରା ସମୟରେ ଦୁର୍ଗାପୂଜାକୁ ପୁରୀରେ ଗୋଷାଣି ଯାତ୍ରା ଭାବେ ପାଳନ କରାଯାଏ । ମହିଷାସୁରର ପତ୍ତନ ପରେ ଦୁର୍ଗାଙ୍କ ସହଚରୀ ଯୋଗିନୀମାନେ ବିଭିନ୍ନ ପୀଠରେ ଅବସ୍ଥାନ କଲେ । ଏହି ମାନଙ୍କ ରୂପକୁ ଗୋସାଣୀ କୁହାଯାଏ । ଗୋସାଣୀମାନଙ୍କ ମୃଣ୍ମୟୀ ମୂର୍ତ୍ତି ଦୁର୍ଗାମୂର୍ତ୍ତିଙ୍କ ଠାରୁ ଭିନ୍ନ । ଶ୍ରୀକ୍ଷେତ୍ରରେ ଗୋସାଣୀମାନଙ୍କ ଭିନ୍ନ ଭିନ୍ନ ଯଥା କାକୁଡ଼ିଖାଇ, ବାରହାଟି, ଜହ୍ନିଖାଇ, ଶୂନ୍ୟଗୋସାଣୀ, ବଜ୍ରକୋଟ, କଣ୍ଟାକାଢ଼ି, ପଣାପ୍ରିୟା, ବେଳବାଇ, ହଜୁରି, ନାଗକୋଟ ଇତ୍ୟାଦି ।

ପ୍ରତ୍ୟେକ ବର୍ଷ ଆଶ୍ଵିନମାସର ମୂଳାଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ତିଥି ପର୍ଯ୍ୟନ୍ତ ୧୬ ଦିବସ ବ୍ୟାପୀ ଶାରଦୀୟ ଦୁର୍ଗାପୂଜାର ସ୍ଵତନ୍ତ୍ର ପୂଜା ଉତ୍ସବରେ ଆଶ୍ଵିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ଦେବୀ ସଭା ନାମରେ ନାମିତ ଆସ୍ଥାନ ବଡ଼ଦାଣ୍ଡ ଉପରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ଏବଂ ନାଗା, ସ୍ପାତୀ ଚଢ଼େଇ, ବୁଢ଼ାବୁଢ଼ୀ, ରଥ, ରାବଣ ଇତ୍ୟାଦିଙ୍କୁ ଏକତ୍ର କରାଯାଇ ସ୍ଥାପନ କରାଯାଏ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ମହାପ୍ରଭୁଙ୍କର ଏକାଦଶୀ କାଳିନ ମହାଦୀପ ଉଠିଲେ ଦେବୀ ମାଆ ଗୋଷାଣୀ, ନାଗା ଓ ଅନ୍ୟାନ୍ୟ ମୂର୍ତ୍ତିମାନଙ୍କୁ ଶୋଭାଯାତ୍ରାରେ ନିଆଯାଇ ମୂଷାନଦୀର ଦେବୀଘାଟରେ ବିସର୍ଜନ କରାଯାଏ । ...


ପୁରା ପଢ଼ନ୍ତୁ...