ଉଇକିପିଡ଼ିଆ:ଭିଡିଓୱିକି/ପୋଲିଓ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ପୋଲିଓ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା[ସମ୍ପାଦନା]

ପୋଲିଓ ବା ପୋଲିଓମାୟେଲାଇଟିସ ବା ଇନଫାଣ୍ଟାଇଲ ପାରାଲିସିସ ଏକ ପୋଲିଓ ଭୂତାଣୁ ଜନିତ ସଂକ୍ରମକ ରୋଗ । [୧]

ଲକ୍ଷଣ[ସମ୍ପାଦନା]

ପୋଲିଓ ଭୂତାଣୁ ସଂକ୍ରମଣ ଯୋଗୁ ରୋଗୀର ମାଂସପେଶୀ ଦୁର୍ବଳ ହୋଇଯିବା ଏହା ଫଳରେ ୦.୫% ରୋଗୀ ଚଳପ୍ରଚଳ କ୍ଷମତା ହରାନ୍ତି । [୧]

ଲକ୍ଷଣ ଆରମ୍ଭ[ସମ୍ପାଦନା]

ଭୂତାଣୁ ସଂକ୍ରମିତ ହେବାର କିଛି ଘଣ୍ଟାରୁ କିଛି ଦିନ ମଧ୍ୟରେ ଲକ୍ଷଣ ପ୍ରକାଶିତ ହୁଏ । [୧][୨]

ଶରୀରର ପ୍ରଭାବିତ ହେଉଥିବା ସ୍ଥାନ[ସମ୍ପାଦନା]

ଅଧିକାଂଶ ସମୟରେ ପକ୍ଷାଘାତ ଗୋଡ଼ରେ ହୁଏ କିନ୍ତୁ ଏହା ମୁଣ୍ଡ, ବେକ ଓ ଛାତିର ମଧ୍ୟଚ୍ଛଦାରେ ମଧ୍ୟ ହୋଇପାରେ । [୧]

ମୃତ୍ୟୁ ସଙ୍କଟ[ସମ୍ପାଦନା]

ଅନେକ ଲୋକ ସମ୍ପୁର୍ଣ୍ଣ ଆରୋଗ୍ୟ ଲାଭ କରନ୍ତି,[୧] କିନ୍ତୁ ମୃତ୍ୟୁ ସଙ୍କଟ ରହେ । ମାଂସପେଶୀ ଦୁର୍ବଳ ହୋଇଗଲେ ପିଲାଙ୍କ ମଧ୍ୟରୁ ୨-୫% ଓ ବଡ଼ ମଣିଷଙ୍କ ମଧ୍ୟରୁ ୧୫-୩୦% ମୃତ୍ୟୁ ବରଣ କରନ୍ତି । [୧]

ସାମାନ୍ୟ ଲକ୍ଷଣ[ସମ୍ପାଦନା]

ପ୍ରାୟ ୨୪% ରୋଗୀଙ୍କର ଜ୍ୱର ଓ ତଣ୍ଟି ଦରଜ ଭଳି ସାମାନ୍ୟ ଲକ୍ଷଣ ବାହାରି ଏକ ବା ଦୁଇ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ । [୧] ପ୍ରାୟ ୫% ଲୋକଙ୍କର ମୁଣ୍ଡ ବିନ୍ଧା, ବେକ ଶକ୍ତ ଓ ଗୋଡ଼ ଓ ହାତରେ ଯନ୍ତ୍ରଣା ହୁଏ । [୧][୨] ପ୍ରୟ ୭୨% ସଂକ୍ରମିତ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶିତ ହୁଏନି । [୧]

ପୋଷ୍ଟ-ପୋଲିଓ ସିଣ୍ଡ୍ରୋମ[ସମ୍ପାଦନା]

ଆରୋଗ୍ୟ ହେବାର ଅନେକ ବର୍ଷ ପରେ, ମୂଳ ଲକ୍ଷଣ ଭଳି ମାଂସପେଶୀ ଦୁର୍ବଳତା ଧୀରେ ଧୀରେ ସୃଷ୍ଟି ହୋଇପାରେ ଯାହାକୁ ପୋଷ୍ଟ-ପୋଲିଓ ସିଣ୍ଡ୍ରୋମ ନାମ ଦିଆଯାଏ । [୩]

ରୋଗ ବିସ୍ତାର[ସମ୍ପାଦନା]

ମାନବଠାରୁ ମାନବକୁ ରୋଗ ବିସ୍ତାର ଲାଭ କରେ, [୧] ଯାହା ମଣିଷ ମଳଦ୍ୱାରା ପ୍ରଦୂଷିତ ଖାଦ୍ୟ ବା ଜଳ ବା କମ୍ ସାଧାରଣ ଭାବରେ ସଂକ୍ରମିତ ଲାଳ ମାଧ୍ୟମରେ ବିସ୍ତାର ଲାଭ କରେ । [୧][୨]

ସଂକ୍ରମଣର ସମୟ ସୀମା[ସମ୍ପାଦନା]

ଲକ୍ଷଣ ବିହୀନ ଥାଇ ମଧ୍ୟ ସଂକ୍ରମିତ ବ୍ୟକ୍ତି ୬ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣକ୍ଷମ ରହିପାରେ । [୧]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ମଳରେ ଭୂତାଣୁ ଥିଲେ ବା ଏହାର ଆଣ୍ଟବଡି ରକ୍ତରେ ମିଳିଲେ ରୋଗ ନିର୍ଣ୍ଣୟ ହୁଏ । [୧] ଏହି ରୋଗ କେବଳ ମାନବଠାରେ ଦେଖିବାକୁ ମିଳେ । [୧]

ପ୍ରତିଷେଧ[ସମ୍ପାଦନା]

ପୋଲିଓ ଟିକା ସାହାଯ୍ୟରେ ରୋଗର ପ୍ରତିଷେଧ କରାଯାଏ ଓ ଏହାର ପ୍ରଭାବ ପାଇଁ ଏକାଧିକ ମାତ୍ରା ଆବଶ୍ୟକ ହୁଏ । [୨]

ବୁଷ୍ଟର ଟିକା[ସମ୍ପାଦନା]

ପୋଲିଓ ପ୍ରବଣ ଇଲାକାରେ ଥିବା ଲୋକ ଓ ସେଠାକୁ ଭ୍ରମଣରେ ଯାଉଥିବା ଲୋକ ବୁଷ୍ଟର ଟିକା ନେବାକୁ ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ସଂସ୍ଥା ସୁପାରିସ କରେ । [୪]

ଚିକିତ୍ସା ଓ ସାମ୍ପ୍ରତିକ ରୋଗ[ସମ୍ପାଦନା]

ଥରେ ରୋଗ ଆରମ୍ଭ ହେବା ପରେ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । [୨] ସନ ୨୦୧୮ରେ ୩୩ଟି ସ‌ହସା ଉତ୍ପନ୍ନ ପୋଲିଓ ଓ ୧୦୩ଟି ଟିକା ଜନିତ ପୋଲିଓ ଚିହ୍ନଟ ହୋଇଥିଲା । [୫] ସନ ୧୯୮୮ରେ ସ‌ହସା ଉତ୍ପନ୍ନ ହୋଇଥିବା ୩୫୦,୦୦୦ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଅଧୁନା କମିଯାଇଛି । [୨] ସନ ୨୦୧୮ରେ ପାକିସ୍ଥାନ ଓ ଆଫଗାନିସ୍ଥାନର ଲୋକଙ୍କ ମଧ୍ୟରେ ଏହି ରୋଗ ବ୍ୟାପିଥିଲା ।[୫]

ଇତିହାସ[ସମ୍ପାଦନା]

ପୋଲିଓ ରୋଗ ହଜାର ହଜାର ବର୍ଷ ଧରି ପୃଥିବୀରେ ଅଛି ଯାହା ପୁରାତନ କଳାକୃତିରେ ଦେଖିବାକୁ ମିଳୁଛି । [୧] ସନ ୧୭୮୯ରେ ଇଂରେଜ ଚିକିତ୍ସକ ମାଇକେଲ ଉଣ୍ଡରଉଡ ପ୍ରଥମେ ଏହାକୁ ଏକ ସ୍ୱତନ୍ତ୍ର ରୋଗ ଭାବରେ ଚିହ୍ନଟ କରିଥିଲେ[୧] ଓ ରୋଗ ଭୂତାଣୁକୁ ଅଷ୍ଟ୍ରିଆ ଦେଶର ଇମ୍ମ୍ୟୁନୋଲୋଜିଷ୍ଟ କାର୍ଲ ଲ୍ୟାଣ୍ଡସ୍ଟିନର ପ୍ରଥମେ ଚିହ୍ନଟ କରିଥିଲେ । [୬]

ସ୍ଥାନିକ ପୋଲିଓର ଇତିହାସ[ସମ୍ପାଦନା]

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ପୋଲିଓ ମଡ଼କ ଆରମ୍ଭ ହୋଇଥିଲା । [୧] ଏହି ଦେଶମାନଙ୍କରେ ବିଂଶ ଶତାବ୍ଦୀରେ ଶିଶୁ ରୋଗ ଭାବରେ ପୋଲିଓ ଏକ ଚିନ୍ତାର କାରଣ ହୋଇଥିଲା । [୭]

ପୋଲିଓ ଟିକାର ଇତିହାସ[ସମ୍ପାଦନା]

ଜୋନାସ ସଲ୍‌କ ପ୍ରଥମେ ୧୯୫୦ ମସିହାରେ ପୋଲିଓ ଟିକା ବିକଶିତ କରିଥିଲେ । [୮] ସନ ୨୦୧୩ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶା କରିଥିଲେ, ଟିକାକରଣ ପ୍ରଚେଷ୍ଟା ଓ ପ୍ରାକ୍ ରୋଗ ଚିହ୍ନଟ ଯୋଗୁ ସନ ୨୦୧୮ ସୁଦ୍ଧା ପୃଥିବୀ ପୋଲିଓ ମୁକ୍ତ ହୋଇଯିବ ।[୯]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Hamborsky J, Kroger A, Wolfe C, eds. (2015), "Poliomyelitis", Epidemiology and Prevention of Vaccine-Preventable Diseases (The Pink Book) (13th ed.), Washington DC: Public Health Foundation, (chap. 18), archived from the original on 30 ଡିସେମ୍ବର 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Poliomyelitis Fact sheet N°114". who.int. October 2014. Archived from the original on 18 April 2017. Retrieved 3 November 2014.
  3. "Post-Polio Syndrome Fact Sheet". NIH. 16 April 2014. Archived from the original on 29 July 2011. Retrieved 4 November 2014.
  4. "Guidance to US Clinicians Regarding New WHO Polio Vaccination Requirements for Travel by Residents of and Long-term Visitors to Countries with Active Polio Transmission". CDC. 2 ଜୁନ 2014. Archived from the original on 4 ଜୁନ 2014. Retrieved 4 ଜୁନ 2014.
  5. ୫.୦ ୫.୧ "This page allows you to request a table with AFP/polio data". WHO. Retrieved 8 March 2019.
  6. Daniel, Thomas M.; Robbins, Frederick C., eds. (1999). Polio (1st ed.). Rochester, N.Y.: University of Rochester Press. p. 11. ISBN 9781580460668. Archived from the original on 17 June 2016.
  7. Wheeler, Derek S.; Wong, Hector R.; Shanley, Thomas P., eds. (2009). Science and practice of pediatric critical care medicine. London: Springer. pp. 10–11. ISBN 9781848009219. Archived from the original on 17 June 2016.
  8. Aylward R (2006). "Eradicating polio: today's challenges and tomorrow's legacy". Annals of Tropical Medicine and Parasitology. 100 (5–6): 401–13. doi:10.1179/136485906X97354. PMID 16899145.
  9. "Global leaders support new six-year plan to deliver a polio-free world by 2018". who.int. 25 April 2013. Archived from the original on 18 October 2014. Retrieved 4 November 2014.