ଉଇକିପିଡ଼ିଆ:ଭିଡିଓୱିକି/ଟାଇଫଏଡ ଜ୍ୱର
| ଭିଡିଓୱିକି/ଟାଇଫଏଡ ଜ୍ୱର (Tutorial) | |
|---|---|
| Link to Commons | |
| Steps for video creation | |
| Step 1 | Preview my changes (10 sec) |
| Step 2 | Upload to Commons (10 min) |
ସଂଜ୍ଞା
[ସମ୍ପାଦନା]ଟାଇଫଏଡ ଜ୍ୱର ବା କେବଳ ଟାଇଫଏଡ, ସାଲମୋନେଲା ଟାଇଫି ଜୀବାଣୁଦ୍ୱାରା ସଂକ୍ରମିତ ହେଉଥିବା ଏକ ରୋଗ ।[୧]

ରୋଗର ଆରମ୍ଭ
[ସମ୍ପାଦନା]ସଂକ୍ରମିତ ରୋଗୀର ମଳଦ୍ୱାରା ପ୍ରଦୂଷିତ ହୋଇଥିବା ଖାଦ୍ୟ ବା ଜଳ ସହିତ ସଂସ୍ପର୍ଶରେ ଆସିବାର ୬ରୁ ୧୫ ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଏ ।[୨]

ଲକ୍ଷଣ
[ସମ୍ପାଦନା]ସାଧାରଣତଃ ରୋଗ ସାମାନ୍ୟରୁ ଆରମ୍ଭ ହୋଇ ସାଂଘାତିକ ହୋଇପାରେ ।[୩][୪] କିଛି ଦିନ ମଧ୍ୟରେ ଉତ୍ତାପ ଧୀରେ ଧୀରେ ବଢ଼ି ଅତ୍ୟଧିକ ହୋଇଯାଏ;[୩] ଦୁର୍ବଳତା, ଉଦର ଯନ୍ତ୍ରଣା, ମୁଣ୍ଡ ବିନ୍ଧା, କୋଷ୍ଠ କାଠିନ୍ୟ ଓ ସାମାନ୍ୟ ବାନ୍ତି ମଧ୍ୟ ହୋଇପାରେ ।[୪][୫]

ଅନ୍ୟାନ୍ୟ ଲକ୍ଷଣ
[ସମ୍ପାଦନା]କେତେକ ଲୋକଙ୍କର ଚର୍ମ ରାସ୍ ହୋଇ ଗୋଲାପି ଦାଗ ହୋଇପାରେ ।[୪]

ସାଂଘାତିକ ରୋଗୀ
[ସମ୍ପାଦନା]ସଂଘାତିକ ରୋଗୀର ମାନସିକ ଦ୍ୱନ୍ଦ୍ୱ ହୁଏ ।[୫] ଅଣଚିକିତ୍ସିତ ରୋଗୀର ଲକ୍ଷଣ ସପ୍ତାହ ବା ମାସ ମାସ ବ୍ୟାପି ରହିପାରେ ।[୪]

ବାହକ
[ସମ୍ପାଦନା]ଅନେକ ଲୋକ ଜୀବାଣୁ ବାହକ ହୋଇ ମଧ୍ୟ ନିଜେ ସଂକ୍ରମିତ ହୁଅନ୍ତି ନାହିଁ କିନ୍ତୁ ଅନ୍ୟମାନଙ୍କୁ ସଂକ୍ରମିତ କରେଇପାରନ୍ତି । [୨]

କାରଣ
[ସମ୍ପାଦନା]ଏହି ରୋଗ ସୃଷ୍ଟିକାରୀ ସାଲମୋନେଲା ଟାଇଫି ଜୀବାଣୁ ଅନ୍ତନଳୀ ଓ ରକ୍ତରେ ବିକଶିତ ହୁଏ ।[୪][୫]
ବିସ୍ତାର
[ସମ୍ପାଦନା]ସଂକ୍ରମିତ ରୋଗୀର ମଳଦ୍ୱାରା ପ୍ରଦୂଷିତ ହୋଇଥିବା ଖାଦ୍ୟ ଖାଇଲେ ବା ଜଳପାନ କଲେ ଏହି ରୋଗ ବିସ୍ତାର ଲାଭ କରେ ।

ସଙ୍କଟ କାରକ
[ସମ୍ପାଦନା]ନିମ୍ନ ମାନର ପରିମଳ ବ୍ୟବସ୍ଥା ଓ ସ୍ୱସ୍ଥ୍ୟରକ୍ଷା ଏହି ରୋଗ ସଙ୍କଟ ସୃଷ୍ଟି କରେ ।[୧]

ସଙ୍କଟ କାରକ ୨
[ସମ୍ପାଦନା]ବିକାଶଶୀଳ ରାଷ୍ଟ୍ରମାନଙ୍କରେ ପରିଭ୍ରମଣ କଲେ ଏହି ସଙ୍କଟ ରହିଥାଏ ।[୫]

ରୋଗ ନିର୍ଣ୍ଣୟ
[ସମ୍ପାଦନା]ଅନ୍ୟ କେତେକ ରୋଗମାନଙ୍କର ଲକ୍ଷଣ ସହିତ ଏହି ରୋଗର ସାମଞ୍ଜସ୍ୟ ଥିବାରୁ[୫] ରୋଗ ନିର୍ଣ୍ଣୟ କରିବା ନିମନ୍ତେ ଜୀବାଣୁ କଲଚର ବା ରକ୍ତ, ମଳ ଓ ଅସ୍ଥି ମଜ୍ଜାରେ ଜୀବାଣୁର ଡିଏନଏ ଚିହ୍ନଟ କରିବା ଆବଶ୍ୟକ ହୁଏ । [୪][୧][୬]

ଅସ୍ଥି ମଜ୍ଜା ପରୀକ୍ଷା
[ସମ୍ପାଦନା]ଜୀବାଣୁ କଲଚର କଷ୍ଟକର ହୁଏ, ତେଣୁ[୭] ନିର୍ଭୁଲ ଫଳ ପାଇବା ନିମନ୍ତେ ଅସ୍ଥି ମଜ୍ଜା ପରୀକ୍ଷା କରାଯାଏ ।[୬]

ପ୍ରତିଷେଧ
[ସମ୍ପାଦନା]ବିକଶିତ ରାଷ୍ଟ୍ରମାନଙ୍କରେ ସର୍ବସାଧାରଣଙ୍କର ପାନୀୟ ଜଳ କ୍ଲୋରିନେସନ କରିବାଦ୍ୱାରା ଟାଇଫଏଡ ଜ୍ୱର ରୋଗୀ ସଂଖ୍ୟା ଅତ୍ୟଧିକ ଭାବରେ କମିଯାଇଛି ।[୮]

ଟାଇଫଏଡ ଟିକା ଦେଲେ ପ୍ରଥମ ଦୁଇ ବର୍ଷରେ ୪୦%ରୁ ୯୦% ରୋଗ ପ୍ରତିଷେଧ ହୋଇଯାଏ[୯] ଓ ସାତ ବର୍ଷ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିପାରେ ।[୧]

ସ୍ଥାନୀୟ ରୋଗ ଥିବା ଯାଗାକୁ ପରିଭ୍ରମଣ
[ସମ୍ପାଦନା]ଅଧିକ ସଙ୍କଟାପନ୍ନ ଲୋକ ଓ ରୋଗଗ୍ରସ୍ତ ଇଲାକାକୁ ଭ୍ରମଣ କରିବାକୁ ଯାଉଥିବା ଲୋକ ଟିକା ନେବା ଆବଶ୍ୟକ । [୨]

ଅନ୍ୟାନ୍ୟ ପ୍ରଚେଷ୍ଟା
[ସମ୍ପାଦନା]ବିଶୁଦ୍ଧ ପରିଷ୍କାର ପାନୀୟ ଜଳ ଯୋଗାଣ, ଉତ୍ତମ ପରିମଳ ବ୍ୟବସ୍ଥା ଓ ହସ୍ତ ପ୍ରକ୍ଷାଳନ ଯୋଗୁ ମଧ୍ୟ ରୋଗ ପ୍ରତିଷେଧ ସମ୍ଭବ ହୋଇଥାଏ ।[୪][୨]
ସଙ୍ଗରୋଧନ
[ସମ୍ପାଦନା]ସମ୍ପୁର୍ଣ୍ଣ ରୂପେ ଆରୋଗ୍ୟ ହୋଇଥିବା ପୁଷ୍ଟିକରଣ ନହେବା ପର୍ଯ୍ୟନ୍ତ ରୋଗଗ୍ରସ୍ତ ଲୋକ ଅନ୍ୟମାନଙ୍କ ନିମନ୍ତେ କୌଣସି ଖାଦ୍ୟ ପ୍ରସ୍ତୁତ କରିବାକୁ ବାରଣ କରାଯାଏ ।[୪]

ଚିକିତ୍ସା
[ସମ୍ପାଦନା]ତୃତୀୟ ପିଢ଼ିର ସେଫାଲୋସ୍ପୋରିନ, ଆଜିଥ୍ରୋମାଇସିନ ବା ଫ୍ଲୋରୋକୁଇନୋଲିନ ଭଳି ଆଣ୍ଟବାୟୋଟିକ ଦେଇ ଏ ରୋଗର ଚିକିତ୍ସା କରାଯାଏ ।[୧]

ପ୍ରତିରୋଧ
[ସମ୍ପାଦନା]ଔଷଧମାନଙ୍କ ବିରୁଦ୍ଧରେ ଜୀବାଣୁ ପ୍ରତିରୋଧ ହେଉଥିବାରୁ ଚିକିତ୍ସା ଏକ ସମସ୍ୟା ହୋଇଯାଉଛି ।[୧][୧୦]

ରୋଗାନୁଶୀଳନ
[ସମ୍ପାଦନା]ସନ ୨୦୧୫ରେ ପୃଥିବୀରେ ପ୍ରାୟ ୧୨.୫ ନିୟୁତ ନୂଆ ରୋଗୀ ଚିହ୍ନଟ ହୋଇଥିଲେ । [୧୧]

ଭୌଗଳିକ ରୋଗାନୁଶୀଳନ
[ସମ୍ପାଦନା]ଭାରତରେ ଏହା ଏକ ସାଧାରଣ ରୋଗ । [୧]

ବୟସ ରୋଗାନୁଶୀଳନ
[ସମ୍ପାଦନା]ପିଲାମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧][୨]

ପୂର୍ବାନୁମାନ
[ସମ୍ପାଦନା]ବିକଶିତ ରାଷ୍ଟ୍ରମାନଙ୍କରେ ଏହି ରୋଗ ହାର ସନ ୧୯୪୦ରୁ କମ୍ ହୋଇଯାଇଛି ।[୨]

ମୃତ୍ୟୁ ସଙ୍କଟ
[ସମ୍ପାଦନା]ଏହି ରୋଗ ଯୋଗୁ ବିନା ଚିକିତ୍ସାରେ ୨୦% ଓ ଚିକିତ୍ସିତ ହୋଇଥିଲେ ମଧ୍ୟ ୧ରୁ ୪% ମୃତ୍ୟୁ ସଙ୍କଟ ରହେ ।[୨]

ଇତିହାସ
[ସମ୍ପାଦନା]କୁଖ୍ୟାତ ଟାଇଫଏଡ ବାହକ ମଧ୍ୟରେ ସର୍ବଗ୍ରେ ମେରୀ ମାଲୋନ ନାମ ଆସେ ଯିଏ ଟାଇଫଇଡ ମେରୀ ନାମରେ ମଧ୍ୟ ବିଖ୍ୟାତ ହୋଇଥିଲେ ।

ଇତିହାସ ୨
[ସମ୍ପାଦନା]ନିୟୁ ୟୋର୍କ ସହରରେ ସନ ୧୯୦୭ରେ ମେରୀ ନାମକ ଜଣେ ମହିଳା ପ୍ରଥମ ଟାଇଫଏଡ ବାହକ ହୋଇଥିବା ଚିହ୍ନଟ ହୋଇଥିଲେ । ତାଙ୍କଦ୍ୱାରା ୫୩ ଲୋକ ରୋଗଗ୍ରସ୍ତ ହୋଇ ୩ ଜଣ ମୃତ୍ୟୁ ବରଣ କରିଥିଲେ । [୧୨]

ଇତିହାସ ୩
[ସମ୍ପାଦନା]ନିମୋନିଆ ରୋଗରେ ସଙ୍ଗରୋଧନ ବା କ୍ୟାରେଣ୍ଟାଇନ ଅବସ୍ଥାରେ ଥାଇ ୨୬ ବର୍ଷ ବୟସରେ ମେରୀ ପ୍ରାଣ ତ୍ୟାଗ କରିଥିଲେ ।

References
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Wain, J; Hendriksen, RS; Mikoleit, ML; Keddy, KH; Ochiai, RL (21 March 2015). "Typhoid fever". Lancet. 385 (9973): 1136–45. doi:10.1016/s0140-6736(13)62708-7. PMID 25458731.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Typhoid vaccines: WHO position paper" (PDF). Wkly Epidemiol Rec. 83 (6): 49–59. February 8, 2008. PMID 18260212. Archived (PDF) from the original on April 2, 2015.
- ↑ ୩.୦ ୩.୧ Anna E. Newton (2014). "3 Infectious Diseases Related To Travel". CDC health information for international travel 2014 : the yellow book. ISBN 9780199948499. Archived from the original on 2015-07-02.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Typhoid Fever". cdc.gov. May 14, 2013. Archived from the original on 6 June 2016. Retrieved 28 March 2015.
- ↑ ୫.୦ ୫.୧ ୫.୨ ୫.୩ ୫.୪ "Typhoid Fever". cdc.gov. May 14, 2013. Archived from the original on 2 April 2015. Retrieved 28 March 2015.
- ↑ ୬.୦ ୬.୧ Crump, JA; Mintz, ED (15 January 2010). "Global trends in typhoid and paratyphoid Fever". Clin Infect Dis. 50 (2): 241–6. doi:10.1086/649541. PMC 2798017. PMID 20014951.
- ↑ Alan J. Magill (2013). Hunter's tropical medicine and emerging infectious diseases (9th ed.). London: Saunders/Elsevier. pp. 568–572. ISBN 9781455740437. Archived from the original on 2017-02-28.
- ↑ Leal, John L. (1909). "The Sterilization Plant of the Jersey City Water Supply Company at Boonton, N.J." Proceedings American Water Works Association. pp. 100–9.
- ↑ Milligan, R; Paul, M; Richardson, M; Neuberger, A (31 May 2018). "Vaccines for preventing typhoid fever". The Cochrane Database of Systematic Reviews. 5: CD001261. doi:10.1002/14651858.CD001261.pub4. PMID 29851031.
- ↑ Chatham-Stephens, K; Medalla, F; Hughes, M; Appiah, GD; Aubert, RD; Caidi, H; Angelo, KM; Walker, AT; Hatley, N; Masani, S; Nash, J; Belko, J; Ryan, ET; Mintz, E; Friedman, CR (11 January 2019). "Emergence of Extensively Drug-Resistant Salmonella Typhi Infections Among Travelers to or from Pakistan - United States, 2016-2018". MMWR. Morbidity and Mortality Weekly Report. 68 (1): 11–13. doi:10.15585/mmwr.mm6801a3. PMC 6342547. PMID 30629573.
- ↑ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}:|first1=has generic name (help)CS1 maint: numeric names: authors list (link) - ↑ "Nova: The Most Dangerous Woman in America". Archived from the original on 2010-04-26.