ଉଇକିପିଡ଼ିଆ:ଭିଡିଓୱିକି/ଟାଇଫଏଡ ଜ୍ୱର

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ଟାଇଫଏଡ ଜ୍ୱର (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା[ସମ୍ପାଦନା]

ଟାଇଫଏଡ ଜ୍ୱର ବା କେବଳ ଟାଇଫଏଡ, ସାଲମୋନେଲା ଟାଇଫି ଜୀବାଣୁଦ୍ୱାରା ସଂକ୍ରମିତ ହେଉଥିବା ଏକ ରୋଗ ।[୧]

ରୋଗର ଆରମ୍ଭ[ସମ୍ପାଦନା]

ସଂକ୍ରମିତ ରୋଗୀର ମଳଦ୍ୱାରା ପ୍ରଦୂଷିତ ହୋଇଥିବା ଖାଦ୍ୟ ବା ଜଳ ସ‌ହିତ ସଂସ୍ପର୍ଶରେ ଆସିବାର ୬ରୁ ୧୫ ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଏ ।[୨]

ଲକ୍ଷଣ[ସମ୍ପାଦନା]

ସାଧାରଣତଃ ରୋଗ ସାମାନ୍ୟରୁ ଆରମ୍ଭ ହୋଇ ସାଂଘାତିକ ହୋଇପାରେ ।[୩][୪] କିଛି ଦିନ ମଧ୍ୟରେ ଉତ୍ତାପ ଧୀରେ ଧୀରେ ବଢ଼ି ଅତ୍ୟଧିକ ହୋଇଯାଏ;[୩] ଦୁର୍ବଳତା, ଉଦର ଯନ୍ତ୍ରଣା, ମୁଣ୍ଡ ବିନ୍ଧା, କୋଷ୍ଠ କାଠିନ୍ୟ ଓ ସାମାନ୍ୟ ବାନ୍ତି ମଧ୍ୟ ହୋଇପାରେ ।[୪][୫]

ଅନ୍ୟାନ୍ୟ ଲକ୍ଷଣ[ସମ୍ପାଦନା]

କେତେକ ଲୋକଙ୍କର ଚର୍ମ ରାସ୍ ହୋଇ ଗୋଲାପି ଦାଗ ହୋଇପାରେ ।[୪]

ସାଂଘାତିକ ରୋଗୀ[ସମ୍ପାଦନା]

ସଂଘାତିକ ରୋଗୀର ମାନସିକ ଦ୍ୱନ୍ଦ୍ୱ ହୁଏ ।[୫] ଅଣଚିକିତ୍ସିତ ରୋଗୀର ଲକ୍ଷଣ ସପ୍ତାହ ବା ମାସ ମାସ ବ୍ୟାପି ରହିପାରେ ।[୪]

ବାହକ[ସମ୍ପାଦନା]

ଅନେକ ଲୋକ ଜୀବାଣୁ ବାହକ ହୋଇ ମଧ୍ୟ ନିଜେ ସଂକ୍ରମିତ ହୁଅନ୍ତି ନାହିଁ କିନ୍ତୁ ଅନ୍ୟମାନଙ୍କୁ ସଂକ୍ରମିତ କରେଇପାରନ୍ତି । [୨]

ଏହି ରୋଗ ସୃଷ୍ଟିକାରୀ ସାଲମୋନେଲା ଟାଇଫି ଜୀବାଣୁ ଅନ୍ତନଳୀ ଓ ରକ୍ତରେ ବିକଶିତ ହୁଏ ।[୪][୫]

ବିସ୍ତାର[ସମ୍ପାଦନା]

ସଂକ୍ରମିତ ରୋଗୀର ମଳଦ୍ୱାରା ପ୍ରଦୂଷିତ ହୋଇଥିବା ଖାଦ୍ୟ ଖାଇଲେ ବା ଜଳପାନ କଲେ ଏହି ରୋଗ ବିସ୍ତାର ଲାଭ କରେ ।

ସଙ୍କଟ କାରକ[ସମ୍ପାଦନା]

ନିମ୍ନ ମାନର ପରିମଳ ବ୍ୟବସ୍ଥା ଓ ସ୍ୱସ୍ଥ୍ୟରକ୍ଷା ଏହି ରୋଗ ସଙ୍କଟ ସୃଷ୍ଟି କରେ ।[୧]

ସଙ୍କଟ କାରକ ୨[ସମ୍ପାଦନା]

ବିକାଶଶୀଳ ରାଷ୍ଟ୍ରମାନଙ୍କରେ ପରିଭ୍ରମଣ କଲେ ଏହି ସଙ୍କଟ ରହିଥାଏ ।[୫]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଅନ୍ୟ କେତେକ ରୋଗମାନଙ୍କର ଲକ୍ଷଣ ସ‌ହିତ ଏହି ରୋଗର ସାମଞ୍ଜସ୍ୟ ଥିବାରୁ[୫] ରୋଗ ନିର୍ଣ୍ଣୟ କରିବା ନିମନ୍ତେ ଜୀବାଣୁ କଲଚର ବା ରକ୍ତ, ମଳ ଓ ଅସ୍ଥି ମଜ୍ଜାରେ ଜୀବାଣୁର ଡିଏନଏ ଚିହ୍ନଟ କରିବା ଆବଶ୍ୟକ ହୁଏ । [୪][୧][୬]

ଅସ୍ଥି ମଜ୍ଜା ପରୀକ୍ଷା[ସମ୍ପାଦନା]

ଜୀବାଣୁ କଲଚର କଷ୍ଟକର ହୁଏ, ତେଣୁ[୭] ନିର୍ଭୁଲ ଫଳ ପାଇବା ନିମନ୍ତେ ଅସ୍ଥି ମଜ୍ଜା ପରୀକ୍ଷା କରାଯାଏ ।[୬]

ପ୍ରତିଷେଧ[ସମ୍ପାଦନା]

ବିକଶିତ ରାଷ୍ଟ୍ରମାନଙ୍କରେ ସର୍ବସାଧାରଣଙ୍କର ପାନୀୟ ଜଳ କ୍ଲୋରିନେସନ କରିବାଦ୍ୱାରା ଟାଇଫଏଡ ଜ୍ୱର ରୋଗୀ ସଂଖ୍ୟା ଅତ୍ୟଧିକ ଭାବରେ କମିଯାଇଛି ।[୮]

ଟାଇଫଏଡ ଟିକା ଦେଲେ ପ୍ରଥମ ଦୁଇ ବର୍ଷରେ ୪୦%ରୁ ୯୦% ରୋଗ ପ୍ରତିଷେଧ ହୋଇଯାଏ[୯] ଓ ସାତ ବର୍ଷ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିପାରେ ।[୧]

ସ୍ଥାନୀୟ ରୋଗ ଥିବା ଯାଗାକୁ ପରିଭ୍ରମଣ[ସମ୍ପାଦନା]

ଅଧିକ ସଙ୍କଟାପନ୍ନ ଲୋକ ଓ ରୋଗ‌ଗ୍ରସ୍ତ ଇଲାକାକୁ ଭ୍ରମଣ କରିବାକୁ ଯାଉଥିବା ଲୋକ ଟିକା ନେବା ଆବଶ୍ୟକ । [୨]

ଅନ୍ୟାନ୍ୟ ପ୍ରଚେଷ୍ଟା[ସମ୍ପାଦନା]

ବିଶୁଦ୍ଧ ପରିଷ୍କାର ପାନୀୟ ଜଳ ଯୋଗାଣ, ଉତ୍ତମ ପରିମଳ ବ୍ୟବସ୍ଥା ଓ ହସ୍ତ ପ୍ରକ୍ଷାଳନ ଯୋଗୁ ମଧ୍ୟ ରୋଗ ପ୍ରତିଷେଧ ସମ୍ଭବ ହୋଇଥାଏ ।[୪][୨]

ସଙ୍ଗରୋଧନ[ସମ୍ପାଦନା]

ସମ୍ପୁର୍ଣ୍ଣ ରୂପେ ଆରୋଗ୍ୟ ହୋଇଥିବା ପୁଷ୍ଟିକରଣ ନହେବା ପର୍ଯ୍ୟନ୍ତ ରୋଗ‌ଗ୍ରସ୍ତ ଲୋକ ଅନ୍ୟମାନଙ୍କ ନିମନ୍ତେ କୌଣସି ଖାଦ୍ୟ ପ୍ରସ୍ତୁତ କରିବାକୁ ବାରଣ କରାଯାଏ ।[୪]

ଚିକିତ୍ସା[ସମ୍ପାଦନା]

ତୃତୀୟ ପିଢ଼ିର ସେଫାଲୋସ୍ପୋରିନ, ଆଜିଥ୍ରୋମାଇସିନ ବା ଫ୍ଲୋରୋକୁଇନୋଲିନ ଭଳି ଆଣ୍ଟବାୟୋଟିକ ଦେଇ ଏ ରୋଗର ଚିକିତ୍ସା କରାଯାଏ ।[୧]

ପ୍ରତିରୋଧ[ସମ୍ପାଦନା]

ଔଷଧମାନଙ୍କ ବିରୁଦ୍ଧରେ ଜୀବାଣୁ ପ୍ରତିରୋଧ ହେଉଥିବାରୁ ଚିକିତ୍ସା ଏକ ସମସ୍ୟା ହୋଇଯାଉଛି ।[୧][୧୦]

ରୋଗାନୁଶୀଳନ[ସମ୍ପାଦନା]

ସନ ୨୦୧୫ରେ ପୃଥିବୀରେ ପ୍ରାୟ ୧୨.୫ ନିୟୁତ ନୂଆ ରୋଗୀ ଚିହ୍ନଟ ହୋଇଥିଲେ । [୧୧]

ଭୌଗଳିକ ରୋଗାନୁଶୀଳନ[ସମ୍ପାଦନା]

ଭାରତରେ ଏହା ଏକ ସାଧାରଣ ରୋଗ । [୧]

ବୟସ ରୋଗାନୁଶୀଳନ[ସମ୍ପାଦନା]

ପିଲାମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧][୨]

ପୂର୍ବାନୁମାନ[ସମ୍ପାଦନା]

ବିକଶିତ ରାଷ୍ଟ୍ରମାନଙ୍କରେ ଏହି ରୋଗ ହାର ସନ ୧୯୪୦ରୁ କମ୍ ହୋଇଯାଇଛି ।[୨]

ମୃତ୍ୟୁ ସଙ୍କଟ[ସମ୍ପାଦନା]

ଏହି ରୋଗ ଯୋଗୁ ବିନା ଚିକିତ୍ସାରେ ୨୦% ଓ ଚିକିତ୍ସିତ ହୋଇଥିଲେ ମଧ୍ୟ ୧ରୁ ୪% ମୃତ୍ୟୁ ସଙ୍କଟ ରହେ ।[୨]

ଇତିହାସ[ସମ୍ପାଦନା]

କୁଖ୍ୟାତ ଟାଇଫଏଡ ବାହକ ମଧ୍ୟରେ ସର୍ବଗ୍ରେ ମେରୀ ମାଲୋନ ନାମ ଆସେ ଯିଏ ଟାଇଫଇଡ ମେରୀ ନାମରେ ମଧ୍ୟ ବିଖ୍ୟାତ ହୋଇଥିଲେ ।

ଇତିହାସ ୨[ସମ୍ପାଦନା]

ନିୟୁ ୟୋର୍କ ସ‌ହରରେ ସନ ୧୯୦୭ରେ ମେରୀ ନାମକ ଜଣେ ମହିଳା ପ୍ରଥମ ଟାଇଫଏଡ ବାହକ ହୋଇଥିବା ଚିହ୍ନଟ ହୋଇଥିଲେ । ତାଙ୍କଦ୍ୱାରା ୫୩ ଲୋକ ରୋଗ‌ଗ୍ରସ୍ତ ହୋଇ ୩ ଜଣ ମୃତ୍ୟୁ ବରଣ କରିଥିଲେ । [୧୨]

ଇତିହାସ ୩[ସମ୍ପାଦନା]

ନିମୋନିଆ ରୋଗରେ ସଙ୍ଗରୋଧନ ବା କ୍ୟାରେଣ୍ଟାଇନ ଅବସ୍ଥାରେ ଥାଇ ୨୬ ବର୍ଷ ବୟସରେ ମେରୀ ପ୍ରାଣ ତ୍ୟାଗ କରିଥିଲେ ।

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Wain, J; Hendriksen, RS; Mikoleit, ML; Keddy, KH; Ochiai, RL (21 March 2015). "Typhoid fever". Lancet. 385 (9973): 1136–45. doi:10.1016/s0140-6736(13)62708-7. PMID 25458731.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Typhoid vaccines: WHO position paper" (PDF). Wkly Epidemiol Rec. 83 (6): 49–59. February 8, 2008. PMID 18260212. Archived (PDF) from the original on April 2, 2015.
  3. ୩.୦ ୩.୧ Anna E. Newton (2014). "3 Infectious Diseases Related To Travel". CDC health information for international travel 2014 : the yellow book. ISBN 9780199948499. Archived from the original on 2015-07-02.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Typhoid Fever". cdc.gov. May 14, 2013. Archived from the original on 6 June 2016. Retrieved 28 March 2015.
  5. ୫.୦ ୫.୧ ୫.୨ ୫.୩ ୫.୪ "Typhoid Fever". cdc.gov. May 14, 2013. Archived from the original on 2 April 2015. Retrieved 28 March 2015.
  6. ୬.୦ ୬.୧ Crump, JA; Mintz, ED (15 January 2010). "Global trends in typhoid and paratyphoid Fever". Clin Infect Dis. 50 (2): 241–6. doi:10.1086/649541. PMC 2798017. PMID 20014951.
  7. Alan J. Magill (2013). Hunter's tropical medicine and emerging infectious diseases (9th ed.). London: Saunders/Elsevier. pp. 568–572. ISBN 9781455740437. Archived from the original on 2017-02-28.
  8. Leal, John L. (1909). "The Sterilization Plant of the Jersey City Water Supply Company at Boonton, N.J." Proceedings American Water Works Association. pp. 100–9.
  9. Milligan, R; Paul, M; Richardson, M; Neuberger, A (31 May 2018). "Vaccines for preventing typhoid fever". The Cochrane Database of Systematic Reviews. 5: CD001261. doi:10.1002/14651858.CD001261.pub4. PMID 29851031.
  10. Chatham-Stephens, K; Medalla, F; Hughes, M; Appiah, GD; Aubert, RD; Caidi, H; Angelo, KM; Walker, AT; Hatley, N; Masani, S; Nash, J; Belko, J; Ryan, ET; Mintz, E; Friedman, CR (11 January 2019). "Emergence of Extensively Drug-Resistant Salmonella Typhi Infections Among Travelers to or from Pakistan - United States, 2016-2018". MMWR. Morbidity and Mortality Weekly Report. 68 (1): 11–13. doi:10.15585/mmwr.mm6801a3. PMC 6342547. PMID 30629573.
  11. GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  12. "Nova: The Most Dangerous Woman in America". Archived from the original on 2010-04-26.