ଉଇକିପିଡ଼ିଆ:ଭିଡିଓୱିକି/କଲେରା

ଉଇକିପିଡ଼ିଆ ରୁ
Jump to navigation Jump to search
ଭିଡିଓୱିକି/କଲେରା (Tutorial)
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-କଲେରା.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ଉପକ୍ରମ[ସମ୍ପାଦନା]

ଭିବ୍ରିଓ କଲେରି ଜୀବାଣୁର ସଂକ୍ରମଣ ଯୋଗୁ କ୍ଷୁଦ୍ର ଅନ୍ତନଳୀରେ ହେଉଥିବା ରୋଗକୁ କଲେରା କୁହାଯାଏ ।[୧][୨]

Cholera bacteria SEM.jpg

ଲକ୍ଷଣ[ସମ୍ପାଦନା]

ଏହି ରୋଗଟି ବିନା ଲକ୍ଷଣ, ସାଧାରଣ ଲକ୍ଷଣ ବା ସାଂଘାତିକ ଲକ୍ଷଣଯୁକ୍ତ ହୋଇପାରେ[୨], କିନ୍ତୁ ସାଧାରଣତଃ ଏଥିରେ ବ‌ହୁତ ପରିମାଣର ତରଳ ଝାଡ଼ା ହୋଇ କିଛି ଦିନ ପର୍ଯ୍ୟନ୍ତ ରହେ ।[୩]

Cholera feces.jpg

ଅନ୍ୟାନ୍ୟ ଲକ୍ଷଣ[ସମ୍ପାଦନା]

ବାନ୍ତିପେଶୀ ଆକୁଞ୍ଚନ (କ୍ରାମ୍ପ) ହୋଇପାରେ । [୨]

Symptoms-vomiting.jpg

ନିର୍ଜଳନ[ସମ୍ପାଦନା]

ଅତ୍ୟଧିକ ତରଳ ଝାଡ଼ା ହେଲେ ଅଳ୍ପ କିଛି ଘଣ୍ଟା ମଧ୍ୟରେ ସାଂଘାତିକ ନିର୍ଜଳନଅସନ୍ତୁଳିତ ଇଲେକ୍ଟ୍ରୋଲାଇଟ (electrolyte imbalance) ହୁଏ ।[୩]

Symptoms-diarrhea-nonbloody.jpg

ନିର୍ଜଳନ ଚିହ୍ନ[ସମ୍ପାଦନା]

ସାଂଘାତିକ ନିର୍ଜଳନରେ ଆଖି ଡୋଳା ଭିତରକୁ ପଶିଯାଏ, ଚର୍ମ ଥଣ୍ଡା ଲାଗେ, ଚର୍ମର ସ୍ଥିତିସ୍ଥାପକତ୍ୱ (elasticity) କମିଯାଏ ଓ ହାତ ପାଦ ଲୋଚାକୋଚା ହୋଇଯାଏ ।[୪] ଚର୍ମ ସ୍ୟାନୋସିସ ବା ନୀଳ ରଙ୍ଗ ଧାରଣ କରେ ।[୫]

Adult cholera patient.jpg

ଲକ୍ଷଣର ସମୟ[ସମ୍ପାଦନା]

ସଂକ୍ରମିତ ହେବାର ଦୁଇ ଘଣ୍ଟା ପରଠାରୁ ପାଞ୍ଚ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ ।[୨]

2 hours to 5 days.png

କାରଣ[ସମ୍ପାଦନା]

ବିଭିନ୍ନ କିସମର ସେରୋଟାଇପ ଭିବ୍ରିଓ କଲେରି ଜୀବାଣୁମାନଙ୍କର ସଂକ୍ରମଣ ଯୋଗୁ କଲେରା ରୋଗ ହୁଏ ଓ ସେହି ବିଭିନ୍ନତା ଯୋଗୁ କିଛି କଲେରା ସାଂଘାତିକ ମହାମାରୀ ଆକାର ଧାରଣ କରେ ଓ କିଛି କମ ପରିମାଣର ହୁଏ ।[୩]

Vibrio cholerae.jpg

ବିସ୍ତାର[ସମ୍ପାଦନା]

ଏହି ରୋଗ ମାନବ ମଳରେ ଥିବା ଜୀବାଣୁଦ୍ୱାରା ପ୍ରଦୂଷିତ ଅସୁରକ୍ଷିତ ଜଳପାନ ବା ସଂକ୍ରମିତ ଖାଦ୍ୟ ଖାଇଲେ ହୁଏ ।[୩]

Unsafe disposal of faecal sludge or sewage in Haiti (6458176073).jpg

ଅନୁପ‌ଯୁକ୍ତ ରନ୍ଧା ଖାଦ୍ୟ[ସମ୍ପାଦନା]

ସ୍ୱଳ୍ପ ରନ୍ଧନ‌ଯୁକ୍ତ ସାମୁଦ୍ରିକ ଖାଦ୍ୟ ଏହି ରୋଗର ଏକ ସାଧାରଣ ଉତ୍ସ ହୋଇଥାଏ[୬] ଓ କେବଳ ମାନବ ଜାତି ଏହି ରୋଗାକ୍ରାନ୍ତ ହୁଅନ୍ତି ।[୩]

Cooked fish vendor in Hargeisa, Somaliland (5850895870) (2).jpg

ସଙ୍କଟ କାରକ[ସମ୍ପାଦନା]

ଏହି ରୋଗର ସଙ୍କଟ କାରକମାନଙ୍କ ମଧ୍ୟରେ ଅନୁନ୍ନତ ପରିମଳ ବ୍ୟବସ୍ଥା, ପରିଷ୍କାର ପାନୀୟ ଜଳର ଅଭାବ ଓ ଦାରିଦ୍ର୍ୟ ଇତ୍ୟାଦି ଉଲ୍ଲେଖନୀୟ ।[୩]

Drain in Kalibari community (3682826791).jpg

ଭୂମଣ୍ଡଳୀୟ ଉଷ୍ମତା[ସମ୍ପାଦନା]

ଭୂମଣ୍ଡଳୀୟ ଉଷ୍ମତା ପ୍ରଭାବରେ ସମୁଦ୍ର ଜଳ ପତନର ଉତ୍ଥାନ ହୁଏ ଓ ଏହା ଯୋଗୁ ଏ ରୋଗ ହାର ବୃଦ୍ଧି ପାଇବା ସମ୍ଭାବନା ରହୁଛି ।[୩]

Flooding in Mumbai, India 2017.jpg

ରୋଗ ନିର୍ଣ୍ଣୟ[ସମ୍ପାଦନା]

ମଳ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୩]

Agar plate with colonies.jpg

ପ୍ରତିଷେଧ[ସମ୍ପାଦନା]

ଉନ୍ନତ ପରିମଳ ବ୍ୟବସ୍ଥା, ପରିଷ୍କାର ପାନୀୟ ଜଳ ଉପଲବ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଅବଲମ୍ବନ ଯୋଗୁ ଏହି ରୋଗ ପ୍ରତିଷେଧ ସମ୍ଭବ ହୋଇପାରେ ।[୪]

A SOIL EkoLakay toilet customer. (15921409131).jpg

ଟିକା[ସମ୍ପାଦନା]

ପାଟିରେ କଲେରା ଟିକା ଦେଲେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ରୋଗରୁ ସୁରକ୍ଷା ମିଳିପାରିବ[୩] ଓ ଏହା ଯୋଗୁ ଇ କୋଲାଇ (E. coli) ସଂକ୍ରମଣରୁ ମଧ୍ୟ ସୁରକ୍ଷା ମିଳିପାରିବ । [୩]

Poliodrops.jpg

ଚିକିତ୍ସା[ସମ୍ପାଦନା]

ପ୍ରାଥମିକ ଚିକିତ୍ସାରେ ଦେହରୁ ବାହାରି ଯାଇଥିବା ତରଳ ପଦାର୍ଥ ପୁନଃସ୍ଥାପନ କରିବା ଆବଶ୍ୟକ । ଏହି ତରଳ ପଦାର୍ଥରେ ସାମାନ୍ୟ ଶର୍କରା ଓ ଲବଣ ମିଶିଥାଏ ।[୩] ରୋଗୀକୁ ତୋରାଣୀ ମଧ୍ୟ ଦିଆଯାଇପାରେ । [୩]

Cholera rehydration nurses.jpg

ସୀସା[ସମ୍ପାଦନା]

ପିଲାମାନଙ୍କୁ ସୀସା (ଜିଙ୍କ) ପରିପୂରକ ଦେଲେ ଉପକାର ମିଳେ ।[୭]

Zinc pills.jpg

ଶିରାଭ୍ୟନ୍ତର ତରଳ ପଦାର୍ଥ ଓ ଆଣ୍ଟିବାୟୋଟିକ[ସମ୍ପାଦନା]

ରୋଗ ସାଂଘାତିକ ହୋଇଥିଲେ ରିଙ୍ଗର ଲାକ୍ଟେଟ ଭଳି ତରଳ ପଦାର୍ଥ ଆବଶ୍ୟକ ହୋଇପାରେ ଓ ଆଣ୍ଟିବାୟୋଟିକ ଦେଲେ ଉପକାର ମିଳେ ।[୩] ଆଣ୍ଟିବାୟୋଟିକ ସମ୍ବେଦନଶୀଳତା ପରୀକ୍ଷା ପରେ ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ ଚିହ୍ନଟ କରି ଦିଆଯାଏ ।[୨]

Hospitalized child with IV.JPG

ରୋଗାନୁଶୀଳନ[ସମ୍ପାଦନା]

ସାରା ପୃଥିବୀରେ ବର୍ଷକୁ ହାରାହାରି ୩-୫ ନିୟୁତ ଲୋକଙ୍କୁ କଲେରା ରୋଗ ହୁଏ ଓ ଏହା ଯୋଗୁ ୨୮,୦୦୦-୧୩୦,୦୦୦ ରୋଗୀ ମୃତ୍ୟୁ ବରଣ କରନ୍ତି ।[୩][୮]

Distribution of the cholera.PNG

ବିକାଶଶୀଳ ଦେଶ ସମୂହ[ସମ୍ପାଦନା]

ଏହି ରୋଗକୁ ପାଣ୍ଡେମିକ ବା ପୃଥିବୀବ୍ୟାପୀ ଥିବା ରୋଗ (ସନ ୨୦୧୦) ବିବେଚନା କରାଗଲେ ମଧ୍ୟ ବିକଶିତ ରାଷ୍ଟ୍ରରେ ଏହା କ୍ଵଚିତ ଦେଖାଯାଏ[୩] ଓ ବିକାଶଶୀଳ ଦେଶମାନଙ୍କରେ ଶିଶୁମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩][୯]

Cholera hospital in Dhaka.jpg

ମହାମାରୀ ବନାମ ସ୍ଥାୟୀ[ସମ୍ପାଦନା]

କଲେରା ରୋଗ ମହାମାରୀ (outbreaks) ଆକାର ଧାରଣ କରିପାରେ ବା କେତେକ ସ୍ଥାନରେ ସ୍ଥାନୀୟ ରୋଗ ହୋଇ ରହେ ।[୩] ଆଫ୍ରିକା ଓ ଦକ୍ଷିଣ ପୂର୍ବ ଏସିଆରେ ଏହି ରୋଗ ସଙ୍କଟ ରହିଥାଏ ।[୩]

Africa cholera2008b.jpg

ମୃତ୍ୟୁ ସଙ୍କଟ[ସମ୍ପାଦନା]

ଏହି ରୋଗରେ ମୃତ୍ୟୁ ସଙ୍କଟ ପ୍ରାୟ ୫%ରୁ କମ ଥାଏ କିନ୍ତୁ ଏହା ସମୟ ସମୟରେ ୫୦% ହୋଇପାରେ ।[୩] ଚିକିତ୍ସା ଅଭାବ ହେଲେ ମୃତ୍ୟୁ ସଙ୍କଟ ନାଟକୀୟ ଭାବରେ ଅଧିକ ହୁଏ ।[୩]

Cholera.jpg

ଇତିହାସ[ସମ୍ପାଦନା]

ସଂସ୍କୃତ ଭାଷାରେ ଏହାର ବର୍ଣ୍ଣନା ୫ମ ଶତାବ୍ଦୀରେ ଦେଖିବାକୁ ମିଳେ ।[୪] ସନ ୧୮୪୯-୧୮୫୪ ମଧ୍ୟରେ ଜନ ସ୍ନୋଙ୍କ (John Snow) ସବିଶେଷ ଅନୁଶୀଳନଦ୍ଵାରା କଲେରାର ରୋଗାନୁଶୀଳନ ସମ୍ଭବ ହୋଇଥିଲା ।[୪][୧୦] ବିଗତ ୨୦୦ ବର୍ଷରେ କଲେରା ଯୋଗୁ ୭ଟି ମହାମାରୀ ସଂଘଟିତ ହୋଇ ନିୟୁତାଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି ।[୧୧]

Chol an.gif

ଆଧାର[ସମ୍ପାଦନା]

  1. Finkelstein, Richard. "Medical microbiology". Archived from the original on 1 September 2017. Retrieved 14 August 2016.
  2. ୨.୦ ୨.୧ ୨.୨ ୨.୩ ୨.୪ "Cholera – Vibrio cholerae infection Information for Public Health & Medical Professionals". Centers for Disease Control and Prevention. January 6, 2015. Archived from the original on 20 March 2015. Retrieved 17 March 2015.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ "Cholera vaccines: WHO position paper" (PDF). Wkly. Epidemiol. Rec. 85 (13): 117–128. March 26, 2010. PMID 20349546. Archived (PDF) from the original on April 13, 2015.
  4. ୪.୦ ୪.୧ ୪.୨ ୪.୩ Harris, JB; LaRocque, RC; Qadri, F; Ryan, ET; Calderwood, SB (30 June 2012). "Cholera". Lancet. 379 (9835): 2466–76. doi:10.1016/s0140-6736(12)60436-x. PMC 3761070. PMID 22748592.
  5. Bailey, Diane (2011). Cholera (1st ed.). New York: Rosen Pub. p. 7. ISBN 978-1-4358-9437-2. Archived from the original on 2016-12-03.
  6. "Sources of Infection & Risk Factors". Centers for Disease Control and Prevention. November 7, 2014. Archived from the original on 12 March 2015. Retrieved 17 March 2015.
  7. "Cholera – Vibrio cholerae infection Treatment". Centers for Disease Control and Prevention. November 7, 2014. Archived from the original on 11 March 2015. Retrieved 17 March 2015.
  8. GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
  9. "Cholera – Vibrio cholerae infection". Centers for Disease Control and Prevention. October 27, 2014. Archived from the original on 17 March 2015. Retrieved 17 March 2015.
  10. Timmreck, Thomas C. (2002). An introduction to epidemiology (3. ed.). Sudbury, MA: Jones and Bartlett Publishers. p. 77. ISBN 978-0-7637-0060-7. Archived from the original on 2016-12-03.
  11. "Cholera's seven pandemics". CBC. 9 May 2008. Retrieved 15 July 2018.