ସହଯୋଗ:ସାଧନ/ଲିପ୍ୟାନ୍ତର/ପୁରୁଣା ଏନକୋଡ଼ିଂ-ୟୁନିକୋଡ଼

ଉଇକିପିଡ଼ିଆ‌ରୁ



ସହଯୋଗ

କୌଣସି ଅସୁବିଧାରେ ପଡ଼ିଲେ ସହଯୋଗ ପୃଷ୍ଠାରେ ଆମକୁ ଏହି ଟୁଲ ବାବଦରେ ପ୍ରଶ୍ନ ପଚାରିପାରିବେ ।

ଏହି କନଭର୍ଟରଟି କଣ?

ୟୁନିକୋଡ଼ ବିଭିନ୍ନ ଭାଷାର ଲିପି ପାଇଁ ଏକ ବିଶ୍ୱସ୍ତରୀୟ ମାନକ । (ଓଡ଼ିଆ ୟୁନିକୋଡ଼ ସାରଣୀ ଦେଖନ୍ତୁ) । ଫଣ୍ଟ ନିର୍ମାତାମାନେ ଏହି ମାନକ ଅନୁସାରେ ବିଭିନ୍ନ ଶୈଳୀର ଫଣ୍ଟ ତିଆରି କରନ୍ତି ଏଣୁ ଫଣ୍ଟଗୁଡ଼ିକ ଦେଖିବାକୁ ଅଲଗା ଆଉ ଅଲଗା ଅଲଗା କାମ ପାଇଁ ବ୍ୟବହାର କରାଯାଇପାରିବ । ଉପରେ ଥିବା ଏହି କନଭର୍ଟରଟି ବିଭିନ୍ନ ପ୍ରକାରର ପୁରୁଣା ଅକ୍ଷର ଏନକୋଡ଼ିଂରୁ ୟୁନିକୋଡ଼କୁ ରୂପାନ୍ତର କରିବା ପାଇଁ ତିଆରି । ୟୁନିକୋଡ଼ ବ୍ୟାପକ ଭାବେ ବ୍ୟବହାର ହେବା ଆଗରୁ ଫଣ୍ଟ ତିଆରିରେ ASCII ଏନକୋଡ଼ିଂ ପ୍ରଚଳିତ ଥିଲା । ଏଥିରେ ଓଡ଼ିଆ ପାଇଁ ଫଣ୍ଟ ନିର୍ମାତାମାନେ ନିଜ ସୁବିଧା ମୁତାବକ ବିଭିନ୍ନ ଲାଟିନ ଅକ୍ଷରକୁ କାଢ଼ି ତା' ବଦଳରେ ଓଡ଼ିଆ ଅକ୍ଷର ଖଞ୍ଜିଥିଲେ । ତେଣୁ ASCII ବ୍ୟବହାର କରି ତିଆରି ଭିନ୍ନ ଭିନ୍ନ ନିର୍ମାତାଙ୍କ ଫଣ୍ଟ ଅଲଗା । ୟୁନିକୋଡ଼ ଆସିବା ପରେ ଫଣ୍ଟ ନିର୍ବିଶେଷରେ ପ୍ରତି ଲିପି ପାଇଁ ଏକ ବିଶ୍ୱସ୍ତରୀୟ ମାନକ ତିଆରି ହେଲା ଓ ଆଗରୁ ବିଭିନ୍ନ ଅଣ-ୟୁନିକୋଡ଼ ଫଣ୍ଟରେ ଟାଇପ ହୋଇଥିବା ଲେଖାଗୁଡ଼ିକୁ ଯୁନିକୋଡ଼ରେ ବଦଳାଇବା ଆବଶ୍ୟକ ହେଲା । ଅଣ-ୟୁନିକୋଡ଼ ଫଣ୍ଟଗୁଡ଼ିକ ମଧ୍ୟରେ ଶ୍ରୀଲିପି, ଆକୃତି, ILeap, Leap Office ଆଦି ପ୍ରମୁଖ । ତଳେ ଏହି ଭଳି କିଛି ଜଣାଶୁଣା ଅଣ-ୟୁନିକୋଡ଼ ଫଣ୍ଟରୁ ୟୁନିକୋଡ଼ ମାନକକୁ ବଦଳାଇବା ପାଇଁ କନଭର୍ଟରମାନ ଦିଆଯାଇଛି । ତେବେ ତଳେ ଥିବା କନଭର୍ଟରଗୁଡ଼ିକ ପୁରୁଣା ଓ ଏବେ ହୁଏତ ସକ୍ରିୟ ଭାବେ ପରିଚାଳିତ ହେଉନାହିଁ । ଓଡ଼ିଆ ଉଇକିପିଡ଼ିଆର ଉଇକିଆଳିଙ୍କ ଉଦ୍ୟମରେ ତିଆରି ଏକ କନଭର୍ଟର ଅପେକ୍ଷାକୃତ ଭାବେ ସଠିକ ଓ ଆବଶ୍ୟକ ଅନୁସାରେ ମଝିରେ ମଝିରେ ପରିଚାଳିତ ହେଉଛି ।

ଅନ୍ୟାନ୍ୟ ଟୁଲ

ସ୍ୱତ୍ତ୍ୱ

ଏହି କନଭର୍ଟରଟି ଓପନ-ସୋର୍ସ ସଫ୍ଟୱେର ଓ ଏହାକୁ କେହି କୌଣସି ସ୍ଥାନରେ ବ୍ୟବହାର କଲାବେଳେ ମୂଳ ଲେଖକ ଓ ସଫ୍ଟୱେରର ଲାଇସେନ୍ସ ଉଲ୍ଲେଖ କରିବାକୁ ବାଧ୍ୟ । ଅନ୍ୟଥା କପିରାଇଟର ଉଲ୍ଲଂଘନ ବୋଲି ଧରାଯିବ । ତଳେ ଇଂରାଜୀରେ ସମଗ୍ର ସ୍ୱତ୍ତ୍ୱ ଲେଖା ଉପଲବ୍ଧ । ଏହି କନଭର୍ଟରଟି "GNU General Public License v3.0" ଲାଇସେନ୍ସରେ ଉପଲବ୍ଧ ।

Jnanaranjan Sahu, GNU General Public License v3.0

ଅଧିକ ସୂଚନା

  • "How the Odia Wikimedia community is enriching Wikipedia with character encoding technology". Wikimedia Diff. Wikimedia Diff. 3 June 2015. Retrieved 13 December 2020.
  • "Odia language gets a new Unicode font converter". Diff. 20 June 2014. Retrieved 13 December 2020.