ଉଇକିପିଡ଼ିଆ:ଜନ୍ମତିଥି/୧୩/ନିମନ୍ତ୍ରଣ

ଉଇକିପିଡ଼ିଆ‌ରୁ
ନିମନ୍ତ୍ରଣ

[ପ୍ରାପ୍ତେଷୁ]
ଶ୍ରୀ/ ଶ୍ରୀମତୀ

ମହାଶୟ/ ମହାଶୟା,

ଆପଣଙ୍କୁ ଓଡ଼ିଆ ଉଇକିପିଡ଼ିଆର ୧୩ ତମ ସ୍ୱନକ୍ଷତ୍ର ଦିବସକୁ ସାଦର ନିମନ୍ତ୍ରଣ କରୁଛୁ । ଆପଣ ଅବଗତ ଥିବେ, ଇଣ୍ଟରନେଟରେ ବିନାମୂଲ୍ୟରେ ଉପଲବ୍‌ଧ ଏକ ବ‌ହୁଭାଷୀ, ବହୁଜନ‌ ସ‌ହ‌ଯୋଗୀତାରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସମ୍ପାଦିତ ଜ୍ଞାନ‌କୋଷ ଉଇକିପିଡ଼ିଆ ଓଡ଼ିଆରେ ମଧ୍ୟ https://or.wikipedia.org ଠାରେ ଉପଲବ୍ଧ । ବିଶ୍ୱ ଦରବାରରେ ଏହାର ଜନ୍ମ ୨୦୦୧ ଜାନୁୟାରୀ ମାସର ୧୫ ତାରିଖରେ ହୋଇଥିଲା ବେଳେ ଓଡ଼ିଆ ଉଇକିପିଡ଼ିଆର ଜନ୍ମ ୨୦୦୨ରେ ହୋଇଥିଲା ଓ ଏହାର ୧୩ତମ ଜନ୍ମ ଦିବସ ପାଳିତ ହେବାକୁ ଯାଉଛି । ଜ୍ଞାନ‌କୋଷ ସମ୍ପାଦନା କେବେ ସ‌ହଜସାଧ୍ୟ ନୁହେଁ । ଅନେକ ବ୍ୟକ୍ତିଙ୍କ ନିଃସ୍ୱାର୍ଥପର ଶ୍ରମର ସିଞ୍ଚନରେ ଜ୍ଞାନ‌କୋଷ ଦେଉଳ ଠିଆହୁଏ । ପ୍ରତି ମୂହୁର୍ତ୍ତରେ ଏହାର ଉନ୍ନତ ସମ୍ପାଦନା ଚାଲିଥାଏ ଯାହା ପୁସ୍ତକ ଭାବେ ମିଳୁଥିବା ଜ୍ଞାନ‌କୋଷରେ ସମ୍ଭବ ନୁହେଁ । ଉଇକିପଡ଼ିଆ ମଞ୍ଚରେ ଆମେ ପ୍ରକୃତରେ ନିଜ ଭାଷାର ଉନ୍ନତି କରିବାରେ ବ୍ରତୀ । ବିଶାଳ ପୃଥିବୀରେ ନିୟୁତ ନିୟୁତ ବିଷୟ ଜାଣିବାକୁ ଥାଏ ଓ ପ୍ରତି କଥାର ସବିଶେଷ ବ୍ୟାଖ୍ୟା ସଂସାରର ପ୍ରତିଟି ଲୋକ ଜାଣିବାକୁ ହକଦାର । ଏହି ବିଷୟକୁ ବିଚାରକୁ ନେଇ ଉଇକିପିଡ଼ିଆର ଆରମ୍ଭ । ପୃଥିବୀରେ ଇଂରାଜୀ ଭାଷା ସ‌ମେତ ୨୮୮ ଭାଷାରେ ସମ୍ପାଦିତ ଉଇକିପିଡ଼ିଆରେ ପ୍ରାୟ ୩୫ ନିୟୁତ ବିଷୟର ଅବତାରଣା କରାଯାଇଛି । ବିଭିନ୍ନ ସ୍ଥାନରେ ରହି ଆମେ ଓଡ଼ିଆଭାଷୀ ନୂତନ ବିଷୟମାନ ଯୋଗ କରୁଛୁ ତ‌ଥା ଅନ୍ୟ ଭାଷାରେ ଲିଖିତ ବିଷୟମାନଙ୍କୁ ଓଡ଼ିଆରେ ଅନୁବାଦ କରୁଛୁ ।

ଆପଣଙ୍କୁ ଆମର ବିନୀତ ଅନୁରୋଧ, ଉଇକିପଡ଼ିଆର ୧୩ ତମ ସ୍ୱନକ୍ଷତ୍ର ଦିବସରେ ଆମ ସଙ୍ଗେ ଯୋଗଦେଇ ଜନ ସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଆମ ଭାଷାକୁ ଆଗେଇ ନେବାର ଏହି ବିଶାଳ ପ୍ରଚେଷ୍ଟାକୁ ଉତ୍ସାହିତ କରିବେ ।


ପ୍ରୋଗ୍ରାମ ଅଫିସର

ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି, ଆକସେସ ଟୁ ନଲେଜ

(ବେଙ୍ଗାଲୁରୁ)

କାର୍ଯ୍ୟକ୍ରମ[ସମ୍ପାଦନା]