ଉଇକିପିଡ଼ିଆ:କର୍ମଶାଳା/କିସ ଉଇକିପାଠାଗାର ପ୍ରକଳ୍ପ/୨

ଉଇକିପିଡ଼ିଆ‌ରୁ

ଏହି କର୍ମଶାଳାଟି "କାର୍ଯ୍ୟକାରୀ ଦଳ"ର ସଦସ୍ୟମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ । ଏଥିରେ ଭାଗ ନେଇ ସେମାନେ ଓଡ଼ିଆ ଉଇକିପାଠାଗାରରେ କିପରି ବହିମାନ ଡିଜିଟାଇଜ କରାଯାଏ ତାହା ଶିଖିବେ ଓ ପରୀକ୍ଷାମୂଳକ ଭାବେ ନିଜେ ଗୋଟେ ଗୋଟେ ପୃଷ୍ଠା ଟାଇପ କରିବେ ।

ପରିଚାଳନା[ସମ୍ପାଦନା]

  • ପ୍ରୀତିନନ୍ଦା ରାୟ - ପରିଚାଳକ
  • ସୁଭାସିସ ପାଣିଗାହି

ଅଂଶଗ୍ରହଣ[ସମ୍ପାଦନା]

  1. ପ୍ରୀତିନନ୍ଦା ରାୟ (ପରିଚାଳକ)
  2. ମହତ ଶତପଥୀ
  3. ଲୁସି ପ୍ରିୟଦର୍ଶନୀ ନାୟକ
  4. ସର୍ବେଶ୍ବର ବେହେରା
  5. ଲୁସିନା ପ୍ରିୟଦର୍ଶିନୀ ରାଉତ
  6. ଶାସ୍ୱତi ଜେନା
  7. ମାନସୀ ଚନ୍ଦ୍ର ନାୟକ
  8. ନୀଳିମା ସାମନ୍ତ
  9. ଡ. ସାଗରିକା ପରିଡ଼ା

ବିବରଣୀ[ସମ୍ପାଦନା]

ଶିକ୍ଷକ ମାନେ ଡିଜିଟାଇଜ କରୁଥିବା ବହି"ଆମରି ଜାତିର ଆଗୁଆ ନେତା"
  • ଏଥିରେ ୯ ଜଣ ଶିକ୍ଷକ ଯୋଗଦେଇ ଓଡ଼ିଆ ଉଇକିପାଠାଗରରେ କିପରି ବହିଟିଏ ବାଛି ତାହାର ପୃଷ୍ଠା ପରେ ପୃଷ୍ଠା ଟାଇପ କରାଯିବ ତାହା ଶିଖାଯାଇଥିଲା ।
  • ସେମାନେ ସମସ୍ତେ ମିଶି "ଆମରି ଜାତିର ଆଗୁଆ ନେତା" ବହିର୧୨ ଗୋଟି ପୃଷ୍ଠା ଟାଇପ କରିଥିଲେ । ଏଥି ମଧ୍ୟରୁ୨ଟି ପୃଷ୍ଠାରେ କେବଳ ଛବି ରହିଛି, କିଛି ପୃଷ୍ଠା ଆଂଶିକ ଓ କିଛି ସମ୍ପୂର୍ଣ୍ଣ ରୂପେ ଟାଇପ କରାଯାଇଛି ।
  • ଶିକ୍ଷକମାନେ ଆଉ ଏକ ତାଲିମ କର୍ମଶାଳା ପାଇଁ ଅନୁରୋଧ କରିଥିଲେ ଯାହା ଅଳ୍ପ ଦିନ ମଧ୍ୟରେ ଅନୁଷ୍ଠିତ ହେବ ।
  • ଏଥିରେ ଉଇକିଆଳି ଡା. ସୁବାସ ଚନ୍ଦ୍ର ରାଉତ ଆସିବାର ଯୋଜନା ଥିଲେ ମଧ୍ୟ ପାରିବାରିକ ବ୍ୟସ୍ତ୍ତା ହେତୁ ଯୋଗ ଦେଇପାରି ନଥିଲେ ।

ବୈଷୟିକ ଅସୁବିଧା ଓ ସମାଧାନ[ସମ୍ପାଦନା]

  • କଲେଜ ଲ୍ୟାବରେ କେବଳ ଉଇଣ୍ଡୋଜ ଏକ୍ସପି ଥିବା ବେଳେ ଓଡ଼ିଆ ୱେବଫଣ୍ଟ କେବଳ ଇଣ୍ଟରଫେସ ପାଇଁ ଲୋଡ଼ ହୋଇ ସମ୍ପାଦନା ଘର ଭିତରେ ଲୋଡ଼ ହେଉନଥିଲା । ଏହା ଯୋଗୁ ସେମାନଙ୍କୁ ଯୁକ୍ତାକ୍ଷର ସବୁ ଭାଙ୍ଗି ଭାଙ୍ଗି ଦିଶୁଥିଲା ଯାହା ବୁଝିବା ପାଇଁ ସେମାନେ ଅଧିକ ସମୟ ବ୍ୟୟ କରୁଥିଲେ । ଏହା କୁ ସୁଧାରିବା ପାଇଁ ଏକ ବଗ ରିପୋର୍ଟ କରାଯାଇଛି ।
  • ଏଥି ସହିତ ଲ୍ୟାବର ସବୁ କମ୍ପୁଟରରେ ଲୋହିତ ଓଡ଼ିଆ ଫଣ୍ଟ ଇନଷ୍ଟଲ କରିବା ପାଇଁ ଲ୍ୟାବ କୋର୍ଡ଼ିନେଟରଙ୍କୁ ଅନୁରୋଧ କରାଯାଇଛି ।
  • ଓଡ଼ିଆରେ ଟାଇପ କରିବାରେ ସହାୟତା ପାଇଁ ଏକ ପୃଷ୍ଠା ଥିଲେ ମଧ୍ୟ ଏକ ଛପା ମାନୁଆଲ ଥିଲେ ଲେଖାଲେଖିରେ ଅଧିକ ସୁବିଧା ହୁଅନ୍ତା ବୋଲି ଶିକ୍ଷକମାନେ ମତ ଦେଇଥିଲେ । ଏଥିରେ ଓଡ଼ିଆ ଉଇକିପାଠାଗାରରେ ନୂଆ ଖାତାଟିଏ ଖୋଲିବାଠାରୁ ଆରମ୍ଭ କରି, ବହିଟିଏରୁ ପୃଷ୍ଠା ବାଛିବା, ଟାଇପ କରି ଲେଖିବା ଓ ସଂଶୋଧନ କରିବା ଆଦି ବାବଦରେ ସଂକ୍ଷେପରେ ରଖି ଏକ ମାନୁଆଲ ତିଆରି କରିବାର ଯୋଜନା ସୁଭାସିସ ହାତକୁ ନେବେ ।