ଉଇକିପିଡ଼ିଆ:ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଗଣ-ସମ୍ପାଦନା ୨୦୨୨

ଉଇକିପିଡ଼ିଆ‌ରୁ
 ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ପ୍ରସଙ୍ଗ ତାଲିକା ଅଂଶଗ୍ରହଣ କରିଥିବା ଉଇକିଆଳି 

ଏହି ଗଣସମ୍ପାଦନାରେ ମୋଟ ଟି ପ୍ରସଙ୍ଗ ଗଢ଼ାଯାଇଛି କିମ୍ବା ଉନ୍ନତ କରାଯାଇଛି ।

ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଗଣ-ସମ୍ପାଦନା ୨୦୨୨

ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଗଣସମ୍ପାଦନା ୨୦୨୨ ଓଡ଼ିଶାରେ ଥିବା ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ବିଷୟରେ ନୂଆ ପ୍ରସଙ୍ଗ ଗଢ଼ିବାଆଗରୁ ଥିବା ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ସେଗୁଡ଼ିକର ମାନ ଉନ୍ନତ କରିବା ପାଇଁ ଏକ ସାମୁହିକ ଉଦ୍ୟମ ।

🟒 ଅବଧି: ୨୦୨୨ ଡିସେମ୍ବର ୧୦—୧୮ ତାରିଖ

💡ଡିସେମ୍ବର ୧୮ ତାରିଖରେ ଭୁବନେଶ୍ୱରରେ ପରସ୍ପର ସହ ଭେଟି ଏକ ଗଣ-ସମ୍ପାଦନା କରିବା ଯୋଜନା ରହିଛି

ଗଣସମ୍ପାଦନାର ନିୟମ

  • ଏହି ଗଣ-ସମ୍ପାଦନାରେ ଓଡ଼ିଶାରେ କୌଣସି ପର୍ଯ୍ୟଟନ ସ୍ଥଳୀ ବାବଦରେ ନୂଆ ପ୍ରସଙ୍ଗ ତିଆରି କରିପାରିବେ ଏବଂ ଆଗରୁ ତିଆରି ପ୍ରସଙ୍ଗରେ ଅଧିକ ତଥ୍ୟ ଓ ଆଧାର ଯୋଡ଼ି ମାନ ଉନ୍ନତ କରିପାରିବେ ।
  • ପ୍ରସଙ୍ଗଟିଏ ଓଡ଼ିଆ ନ ଥିଲେ ଏବଂ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରେ ଥିଲେ ସେଥିରୁ ଓଡ଼ିଆକୁ ଅନୁବାଦ କରିପାରିବେ ।
  • ନୂଆ ପ୍ରସଙ୍ଗ ଗଢ଼ୁଥିଲେ ପ୍ରସଙ୍ଗରେ ୨ ବା ତହିଁରୁ ଅଧିକ ବିଭାଗ ରଖିବେ । ପ୍ରତି ବିଭାଗରେ ନିହାତି ଆବଶ୍ୟକ ତଥ୍ୟ ଦେବେ । ଅତି କମରେ ୫-୧୦ଟି ବାକ୍ୟ ରହିବା ବିଧେୟ ।
  • ନୂଆ ପ୍ରସଙ୍ଗ ଗଢ଼ିଲେ କିମ୍ବା ପୁରୁଣା ପ୍ରସଙ୍ଗ ଉନ୍ନତ କଲା ପରେ ପ୍ରସଙ୍ଗକୁ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ିବେ । ନ ଯୋଡ଼ିଲେ ତାହା ପ୍ରତିଯୋଗିତାରେ ଗଣାଯାଇପାରିବ ନାହିଁ ।

ଦ୍ରଷ୍ଟବ୍ୟ:

  • ପ୍ରସଙ୍ଗ ଲେଖିସାରିବାପରେ ତାକୁ ଅନ୍ୟମାନେ ହୁଏତ ପରଖି ପାରନ୍ତି, ତେଣୁ ଆପଣ ଲେଖିଥିବା ତଥ୍ୟକୁ କିମ୍ବା ଧାଡ଼ିକୁ ମଧ୍ୟ ଅନ୍ୟମାନେ ବଦଳାଇ ପାରନ୍ତି ।
  • ଏଠାରେ କେହି ବଡ଼ କି ଛୋଟ ନୁହନ୍ତି, ତେଣୁ ସମସ୍ତଙ୍କର କାର୍ଯ୍ୟକୁ ଆଦର ସହକାରେ ଗ୍ରହଣ କରାଯିବ ।
  • ପ୍ରସଙ୍ଗ ନୂଆ ଲେଖିଲାପରେ କିମ୍ବା ପୂର୍ବରୁ ଥିବା ପ୍ରସଙ୍ଗକୁ ଉନ୍ନତ କରିବାପରେ ତାକୁ ଏଠାରେ ଯୋଡ଼ିବାକୁ ଅନୁରୋଧ । ଏହାର ନାଁ "ଫଉଣ୍ଟେନ୍ ଟୁଲ୍‌" ।

ଆୟୋଜକ

ପ୍ରସଙ୍ଗ ଯୋଡ଼ନ୍ତୁ

ନୂଆ ପ୍ରସଙ୍ଗ ଗଢ଼ିବା ବା ପୁରୁଣା ପ୍ରସଙ୍ଗକୁ ଉନ୍ନତ କରିବା ପରେ ତାକୁ ତଳ ନିଜ ଅବଦାନ ଯୋଡ଼ନ୍ତୁ ବଟନ୍‌ରେ କ୍ଲିକ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

ଫଳାଫଳ

ଏହି ଗଣ-ସମ୍ପାଦନାରେ ମାତ୍ର ଦୁଇଜଣ ବ୍ୟବହାରକାରୀ ଭାଗ ନେଇଥିଲେ, ଯେଉଁଥିରୁ ସଂଗ୍ରାମ କେଶରୀ ସେନାପତି ୧ଟି ପ୍ରସଙ୍ଗ ଆରମ୍ଭ କରିଥିଲେ ଏବଂ ପ୍ରୀତିରଞ୍ଜନ ତ୍ରିପାଠୀ ୫ଟି ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ସମୃଦ୍ଧ କରିଥିଲେ ।