ଇସଲାମର ସମାଲୋଚନା

ଉଇକିପିଡ଼ିଆ‌ରୁ
Jump to navigation Jump to search

ଇସଲାମର ସମାଲୋଚନା ହେଉଛି ଇସଲାମୀୟ ଧର୍ମବିଶ୍ୱାସ, ରୀତିନୀତି ତଥା ସିଦ୍ଧାନ୍ତର ସମାଲୋଚନା ।

ଇସଲାମର ସମାଲୋଚନା, ଏହାର ସ୍ଥାପନ ଦିନଠାରୁ ରହିଆସିଛି । ପ୍ରାଥମିକ ଲିଖିତ ତିରସ୍କାର ସେକାଳର ଇହୁଦୀ ଏବଂ ଖ୍ରୀଷ୍ଟୀଆନଙ୍କଦ୍ୱାରା ତଥା କେତେକ ପୂର୍ବ-ମୁସଲମାନ ଯେପରିକି ଇବ୍ନ ଅଲ୍-ରୱାଣ୍ଡିଙ୍କଦ୍ୱାରା ହୋଇଥିଲା ।[୧] ପରେ ପରେ ସମ୍ପୂର୍ଣ୍ଣ ମୁସଲମାନ ସାମ୍ରାଜ୍ଯ ସମାଲୋଚନାର ଶିକାର ହୋଇଥିଲା ।[୨][୩][୪] ସେପ୍ଟେମ୍ବର ୨୧ର ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଇସଲାମୀୟ ଶାସ୍ତ୍ର ତଥା ଏହାର ଶିକ୍ଷାଗୁଡ଼ିକୁ ଆତଙ୍କବାଦର ମୁଖ୍ୟ ସ୍ରୋତ ବୋଲି ଦାବି ଆଧାରରେ[୫][୬] ପାଶ୍ଚାତ୍ୟରେ ଇସଲାମର ସମାଲୋଚନା ବଢ଼ିଥିଲା ।[୭][୮]

ସମାଲୋଚନାର କେତେକ ବିଷୟ ହେଲା ଉଭୟ ବ୍ଯକ୍ତିଗତ ଏବଂ ସାମାଜିକ ଜୀବନରେ, ଇସଲାମର ସଂସ୍ଥାପକ ମହମ୍ମଦଙ୍କର ଜୀବନର ନୈତିକତା[୯][୧୦], ଏବଂ ଇସଲାମୀୟ ଧର୍ମଗ୍ରନ୍ଥ କୋରାନ ଏବଂ ହଦିଥର ନୈତିକତା ଏବଂ ପ୍ରାମାଣିକତା ।[୧୧] ଇସଲାମକୁ ଆରବୀୟ ସାମ୍ରାଜ୍ୟବାଦର ଏକ ରୂପ ଯାହା ଅନେକ ମୂଳ ସଂସ୍କୃତିକୁ ନଷ୍ଟ କରିଦେଇଛି, ବୋଲି ଆକ୍ଷାୟିତ କରି ଭାରତୀୟ ତଥା ଆଫ୍ରିକୀୟ ଆଲୋଚକମାନେ ଏହାର ସମାଲୋଚନା କରିଛନ୍ତି ।[୧୨] ଦାସପ୍ରଥାକୁ ଇସଲାମର ସମର୍ଥନ[୧୩][୧୪] ଜଣାଇବା ଯୋଗୁଁ ମୁସଲମାନ ବ୍ୟବସାୟୀମାନେ ପ୍ରାୟ ୧୭ ନିୟୁତ ନିରୀହ ଲୋକଙ୍କୁ ଦାସ ଆକାରରେ ବିକ୍ରି କରିଦେଇଥିବାରୁ ମଧ୍ଯ ଇସଲାମର ସମାଲୋଚନା କରାଯାଏ ।

ଅନ୍ୟ ଏକ ସମାଲୋଚନା ଇସଲାମୀୟ ଆଇନ ଏବଂ ଅଭ୍ୟାସରେ ଦର୍ଶାଯାଇଥିବା ମହିଳା, ଏଲଜିବିଟି ଲୋକ ଏବଂ ଧାର୍ମିକ ଏବଂ ଜାତିଗତ ସଂଖ୍ୟାଲଘୁଙ୍କ ବ୍ୟବହାର ସମେତ ଉଭୟ ଐତିହାସିକ ଏବଂ ଆଧୁନିକ ଇସଲାମୀୟ ଦେଶରେ ମାନବାଧିକାରର ପ୍ରଶ୍ନ ଉପରେ ଧ୍ୟାନ ଦେଇଥାଏ |[୧୫][୧୬] କିଛି ସମାଲୋଚକ ପାଶ୍ଚାତ୍ୟ ଜଗତକୁ ମୁସଲମାନ ପ୍ରବାସ ବିରୋଧରେ ଜାତିଗତ ବିବିଧତା ବିରୋଧୀ ଯୁକ୍ତି କରିଛନ୍ତି ।[୧୭] ମୁସଲମାନମାନେ ସଂଖ୍ୟାଲଘୁ ଥିବା ଅନ୍ୟ ଦେଶ ଯଥା ଚୀନ, ଭାରତ[୧୮][୧୯] ଏବଂ ରୁଷିଆରେ[୨୦][୨୧] ମଧ୍ୟ ଜାତିଗତ ବିବିଧତା ବିରୋଧୀ ଯୁକ୍ତି କରାଯାଇଛି ।

ଇତିହାସ[ସମ୍ପାଦନା]

ପ୍ରାରମ୍ଭିକ ଇସଲାମ[ସମ୍ପାଦନା]

ଡାମାସ୍କସର ଜୋନ୍, ଏକ ସିରୀୟ ଭିକ୍ଷୁପ୍ରେସ୍ବିଟର, ଊନବିଂଶ ଶତାବ୍ଦୀର ଆରବୀୟ ପ୍ରତୀକ

ପ୍ରାରମ୍ଭିକ ଇସଲାମୀୟ ଖିଲାଫତ ଅଧୀନରେ ଆସିଥିବା ଖ୍ରୀଷ୍ଟୀଆନମାନଙ୍କ ଲେଖାରେ ଇସଲାମର ପ୍ରାରମ୍ଭିକ ସମାଲୋଚନାର ପ୍ରମାଣ ମିଳେ । ସେହିପରି ଏକ ଖ୍ରୀଷ୍ଟିଆନ ହେଉଛନ୍ତି ଡାମାସ୍କସର ଜୋନ୍ (ଖ୍ରୀଷ୍ଟୀୟ ୬୭୬-୭୪୮), ଯେ ଇସଲାମ ଓ ଆରବି ଭାଷା ସହ ପରିଚିତ ଥିଲେ । ତାଙ୍କ ପୁସ୍ତକ ଜ୍ଞାନର ଝରଣାର ଦ୍ୱିତୀୟ ଅଧ୍ୟାୟ ପାଖଣ୍ଡ ସମ୍ବନ୍ଧୀୟରେ ସେ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ମଧ୍ଯରେ ହୋଇଥିବା କଥୋପକଥନ ବିଷୟରେ ଲେଖିଛନ୍ତି । ଜୋନଙ୍କ ମତରେ ଜଣେ ଆରିଆନ ଭିକ୍ଷୁ ମହମ୍ମଦଙ୍କୁ ପ୍ରଭାବିତ କରିଥିଲେ ଏବଂ ଅଧିକାଂଶ ଇସଲାମୀୟ ସିଦ୍ଧାନ୍ତଗୁଡିକ ବାସ୍ତବରେ ବାଇବେଲରୁ ସଂଗୃହୀତ ଅଟେ ।[୨୨] ଇସଲାମର ଆବ୍ରାହମୀୟ ବଂଶାନୁକ୍ରମର ଦାବି ଉପରେ ଟିପ୍ପଣୀ କରିବାକୁ ଯାଇ ଜୋନ କହିଲେ ଯେ, ଆରବମାନଙ୍କୁ ସାରାସେନୀୟ (ଗ୍ରୀକ୍ Σαρακενοί, ସାରାକେନୋଇ) ବୋଲି କୁହାଯାଏ କାରଣ ସେମାନେ ସାରାଃଶୂନ୍ଯ (κενός, କେନୋସ୍, ଗ୍ରୀକରେ) ଥିଲେ । ସେମାନଙ୍କୁ ହାଗାରେୟ ବୋଲି ମଧ୍ଯ କୁହାଯାଉଥିଲା କାରଣ ସେମାନେ ଦାସୀ ହାଗାରର ବଂଶଧର ଥିଲେ ।[୨୩] ଇସଲାମର ପ୍ରାରମ୍ଭିକ କାଳରେ ଏହାର ସମାଲୋଚନା ସାଧାରଣତଃ ଗୁପ୍ତ ଥିଲା, କାରଣ ମହମ୍ମଦ କିମ୍ବା କୋରାନର ଖୋଲାେଖାଲି ସମାଲୋଚନାର ଦଣ୍ଡ କେବଳ ସମାଲୋଚକ ନୁହେଁ ବରଂ ତା'ର ପୁରା ସମ୍ପ୍ରଦାୟକୁ ମଧ୍ଯ ମିଳୁଥିଲା । ଉଦାହରଣ ସ୍ବରୂପ - ଇହୁଦୀମାନେ ମୌଖିକ ରୂପେ ମହମ୍ମଦଙ୍କ ସମାଲୋଚନା କରିଯାଇଛନ୍ତି । ଏକ ବିବରଣୀ ଅନୁସାରେ, କେତେକ ଇହୁଦୀ କୁରାଣରେ ଗୁପ୍ତ-ସନ୍ଦେଶ ପ୍ରବେଶ କରାଇଥିଲେ, ଯେପରିକି ମୁକାତ୍ତା'ତ୍ (ରହସ୍ଯମୟୀ ଅକ୍ଷର) ଯାହା ମିଥ୍ଯା ପୈଗମ୍ବର ବିଷୟରେ ତନାଖରେ ଲିଖିତ ଏକ ହିବ୍ରୁ ଶବ୍ଦକୁ ଦର୍ଶାଏ ।[୨୪]


ଇସଲାମର ଅନ୍ୟ ଉଲ୍ଲେଖନୀୟ ପ୍ରାରମ୍ଭିକ ସମାଲୋଚକମାନେ ହେଲେ:

ମଧ୍ଯଯୁଗୀୟ ବିଶ୍ୱ[ସମ୍ପାଦନା]

ମଧ୍ଯଯୁଗୀୟ ଇସଲାମୀୟ ଜଗତ[ସମ୍ପାଦନା]

ଇସଲାମୀୟ ଖିଲାଫତୀୟ ସାମ୍ରାଜ୍ଯ ସ୍ଥାପନର ପ୍ରାରମ୍ଭିକ କିଛି ଶତାବ୍ଦୀ ପର୍ଯ୍ୟନ୍ତ ଲୋକମାନଙ୍କୁ ସେମାନଙ୍କ ଦୃଷ୍ଟିକୋଣ ତଥା ଇସଲାମର ସମାଲୋଚନା ପାଇଁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇଥିଲା ।[୨୮][୨୯] ତେଣୁକରି ଇସଲାମୀୟ ସମାଜରୁ ହିଁ କେତେକ ଉଲ୍ଲେଖନୀୟ ସମାଲୋଚକଙ୍କ ଆବିର୍ଭାବ ହୋଇଥିଲା । ସେମାନଙ୍କ ମଧ୍ଯରୁ ଜଣେ ପ୍ରଖ୍ୟାତ ସମାଲୋଚକ ହେଲେ ଦଶମ-ଏକାଦଶ ଶତାବ୍ଦୀର ସିରୀୟ ଅନ୍ଧକବି ଅଲ୍-ମା'ଆର୍ରୀ । ବ୍ୟାପକ-ନିରାଶାବାଦ ଦ୍ୱାରା ପ୍ରଭାବିତ ଏକ କବିତା ପାଇଁ ସେ ପ୍ରସିଦ୍ଧ ହୋଇଥିଲେ । ସେ ସାଧାରଣତଃ ମତ-ସମ୍ପ୍ରଦାୟକୁ "ବିଷାକ୍ତ ତୃଣକ" ବୋଲି ଆଖ୍ୟାୟିତ କରିଥିଲେ ଏବଂ କହିଥିଲେ ଯେ ସତ୍ଯତା ଉପରେ ଇସଲାମର ଏକାଧିକାର ନାହିଁ । ଉଲେମାର ଅବମାନନା କରିବାକୁ ଯାଇ ସେ ଲେଖିଥିଲେ ଯେ:

ସେମାନେ ତାଙ୍କ ପବିତ୍ର ବିହି ଇତ୍ୟାଦିର ପଠନ କରୁଥିଲେ, ଯଦିଓ ସତ୍ୟ ମୋତେ ସୂଚିତ କରେ ଯେ ଏଗୁଡ଼ିକ ପ୍ରଥମରୁ ଶେଷ ପର୍ଯ୍ୟନ୍ତ କାଳ୍ପନିକ । ହେ ସଦବୁଦ୍ଧି, ତୁମେ (ଓ କେବଳ ତୁମେ ହିଁ) ସତ୍ୟ କୁହ । ତା’ପରେ ସେହି ମୂର୍ଖମାନଙ୍କୁ ଧ୍ବଂସ କର, ଯେଉଁମାନେ ଧାର୍ମିକ ପରମ୍ପରାରେ ବ୍ୟତିକ୍ରମ ଆଣିଲେ କିମ୍ବା ସେମାନଙ୍କୁ ବ୍ୟାଖ୍ୟା କଲେ![୩୦][୩୧]

ବର୍ନାର୍ଡ଼ ଲିଉଇସଙ୍କ ମତରେ, ଯେପରି ସାଧାରଣ ମୁସଲମାନ ଭାବେ ଯେ ତାର ମତକୁ ମତାନ୍ତରଣ କରି ଆସିଥିବା ଲୋକ ଇସଲାମର ସତ୍ୟତା ପ୍ରତି ଆକର୍ଷିତ ହୋଇ ଆସିଥାଏ, ଠିକ୍ ସେହିପରି ମତାନ୍ତରିତ ଲୋକର ପୂର୍ବ ମତର ଲୋକମାନେ ଭାବନ୍ତି ଯେ ଏକ ସେ ଲୋକଟିକୁ ଇସଲାମ ପ୍ରଲୋଭନ ଦେଇ ଡ଼ାକିଥିଲା । ଇବ୍ନ କମ୍ମୁନାଙ୍କ ସୂଚୀରେ ସେହିଭଳି କେତେକ ଅସାମ୍ପ୍ରଦାୟିକ ପ୍ରଲୋଭନର ସୂଚୀ ରହିଛି ।[୩୨] ଦ୍ୱାଦଶ ଶତାବ୍ଦୀର ଜଣେ ଅଗ୍ରଣୀ ରାବ୍ବୀୟ ପୋସେକ ତଥା ଦାର୍ଶନିକ, ମାଇମୋନାଇଡ୍ସ, ଇସଲାମର ଇହୁଦୀମତ ସହ ସମ୍ପର୍କକୁ କେବଳ ସୈଦ୍ଧାନ୍ତିକ ବୋଲି ମତ ପୋଷଣ କରୁଥିଲେ । ଇସଲାମର କଠୋର ଏକେଶ୍ୱରବାଦ ସହ ତାଙ୍କର କୌଣସି କଳହ ନ ଥିଲା, କିନ୍ତୁ ଇସଲାମୀୟ ଶାସକଙ୍କର ବାସ୍ତବିକ ବ୍ୟବହାରରେ ସେ ତ୍ରୁଟି ପାଉଥିଲେ । ଇସଲାମୀୟ ନୈତିକତା ଓ ରାଜନୀତିକୁ ଇହୁଦୀମାନଙ୍କ ନୈତିକତା ଓ ରାଜନୀତିଠାରୁ ତୁଚ୍ଛ ମନେକରୁଥିଲେ ।[୩୩]ସେ ମହମ୍ମଦଙ୍କୁ "ହାମେଶୁଗା" – "ସେହି ପାଗଳ" ବୋଲି କହିଛନ୍ତି ।[୩୪]

ଅବ୍ଦୁଲ୍ଲାଃ ଇବ୍ନ ଅଲ୍-ମୁକାଫାଙ୍କ ଦ୍ୱାରା ଲିଖିତ ମତରକ୍ଷା ଲେଖଗୁଡ଼ିକ, କେବଳ ମନିଧର୍ମକୁ ଇସଲାମଠାରୁ ରକ୍ଷା କରିନାହିଁ, ବରଂ ଈଶ୍ୱରଙ୍କ ବିଷୟରେ ଇସଲାମୀୟ ଧାରଣାକୁ ମଧ୍ୟ ସମାଲୋଚନା କରିଛି । ଏଥିରେ ଉଲ୍ଲିଖିତ ଯେ କୁରାନୀୟ ଦେବତା ଏକ ଅନ୍ୟାୟୀ, ଆତଙ୍କୀ, ଅବାସ୍ତବୀ ଓ ହିଂସ୍ର ରାକ୍ଷସ ସ୍ୱରୂପୀ, ଯେ "ଏକ ସିଂହାସନ ଉପରେ ବସିଥାଏ, ଯେଉଁଠାରୁ ସେ ଅବତରଣ କରେ" ଏବଂ "ମନୁଷ୍ୟଙ୍କ ସହିତ ଲଢେ ଓ ନିଜ ବିଜୟ ବଖାଣେ" ।[୩୫][୩୬] ମନିଧର୍ମର ଦିବ୍ୟତାର ଧାରଣାଠାରୁ ଇସଲାମର ଈଶ୍ୱର ଧାରଣା ସମ୍ପୂର୍ଣ୍ଣ ଭିନ୍ନ ତଥା ମାନବରୂପୀ ଅଟେ । ତା ଛଡ଼ା ମନିଧର୍ମରେ ଏହା ମାନ୍ୟତା ଅଛି ଯେ ସତ୍ୟ ଓ ଅସତ୍ୟର ଉତ୍ପତ୍ତି ଏକଠାରୁ ହୋଇପାରିବ ନାହିଁ, ଅତଏବ, ଇସଲାମର ଈଶ୍ୱର ମିଥ୍ୟାବାଦୀ ଅଟେ ।

ମଧ୍ୟଯୁଗୀୟ ଖ୍ରୀଷ୍ଟଧର୍ମ[ସମ୍ପାଦନା]

ଆଧୁନିକ ଯୁଗ[ସମ୍ପାଦନା]

ଭାରତୀୟ ଲେଖକ[ସମ୍ପାଦନା]

ହିନ୍ଦୁ ଦାର୍ଶନିକ ବିବେକାନନ୍ଦ ଇସଲାମ ଉପରେ ଟିପ୍ପଣୀ କରିଥିଲେ ଯେ:

କେତେକ ମହମ୍ମଦୀୟମାନେ ଅତ୍ୟନ୍ତ ବର୍ବର ଅଟନ୍ତି । ତାଙ୍କର ନାରା ହେଉଛି: "ଈଶ୍ୱର ଏକ ଓ ମହମ୍ମଦ ତାଙ୍କ ପୈଗମ୍ୱର" ତା ପରେ ବାକି ସବୁ ମତ ନ କେବଳ ଖରାପ ବରଂ ତୁରନ୍ତ ବିନାଶ ଯୋଗ୍ୟ, ଏଥିରେ ବିଶ୍ୱାସ କରୁଥିବା ସମସ୍ତ ନରନାରୀଙ୍କୁ ମାରି ଦିଆଯିବା ଉଚିତ; ତାଙ୍କ ଆଲ୍ଲାଃଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପୂଜା ଭଙ୍ଗ ଆବଶ୍ୟକ; ଅନ୍ୟ ସମସ୍ତ ପୁସ୍ତକ ଜଳେଇ ଦିଆଯିବା ଉଚିତ. ପ୍ରଶାନ୍ତରୁ ଆଟଲାଣ୍ଟିକ ପର୍ଯ୍ୟନ୍ତ, ପଞ୍ଚ ଶତାବ୍ଦୀ ପର୍ଯ୍ୟନ୍ତ ପୂରା ବିଶ୍ୱ ରକ୍ତ ରଞ୍ଜିତ ହୋଇଥିଲା । ଏହା ହିଁ ମହମ୍ମଦୀୟ ମତ । [୩୭]

ଦୟାନନ୍ଦ ସରସ୍ୱତୀ ଇସଲାମର ଜ୍ଞାନକୁ ଅତ୍ୟନ୍ତ ଆପତ୍ତିଜନକ କହିଥିଲେ ଓ ଇସଲାମର ଭଗବାନଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି ମଧ୍ୟ କହିଥିଲେ:

ଯଦି କୁରାନରେ ବର୍ଣ୍ଣିତ ଈଶ୍ୱର ସମ୍ପୂର୍ଣ୍ଣ ବିଶ୍ୱ ଓ ସମସ୍ତ ଜୀବଙ୍କର ସ୍ୱାମୀ ଥାଆନ୍ତେ, ଏବଂ ସମସ୍ତଙ୍କ ପାଇଁ ଦୟା ଓ କ୍ଷମାର ପ୍ରତିମୂର୍ତ୍ତୀ ଥାଆନ୍ତେ, ତେବେ ସେହି (କୁରାନର) ଈଶ୍ୱର କେବେହେଁ ଅନ୍ୟ ମତ-ସମ୍ପ୍ରଦାୟର ଲୋକମାନଙ୍କୁ ତଥା ପଶୁପକ୍ଷୀଙ୍କୁ ମାରିବା ପାଇଁ ଆଦେଶ ଦେଇ ନ ଥାନ୍ତେ । ଯଦି ସେ ଦୟାବାନ, ସେ କଣ ଏକ ପାପୀକୁ ମଧ୍ୟ କ୍ଷମା କରିବେ? ଏହାର ଉତ୍ତର ହଁ ହୋଇ ପାରିବ ନାହିଁ, କାରଣ କୁରାନରେ ହିଁ କୁହାଯାଇଛି ଯେ ଅବିଶ୍ୱାସୀଙ୍କୁ (କୁରାନ ଓ ମହମ୍ମଦଙ୍କ ଉପରେ ବିଶ୍ୱାସ କରୁନଥିବା ଲୋକଙ୍କୁ) ମାରିଦିଆଯାଉ ।[୩୮]

ପଣ୍ଡିତ ଲେଖରାମ କହିଛନ୍ତି ଯେ ଇସଲାମର ଉତ୍ପତ୍ତି ହିଂସା ଓ ଧନ-ଲୋଭରୁ ହୋଇଛି । ସେ ଆହୁରି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଇସଲାମ ନିର୍ଦ୍ଦିଷ୍ଟ ହିଂସା ଏବଂ ଅତ୍ୟାଚାରକୁ ମୁସଲମାନମାନେ ଅସ୍ୱୀକାର କରୁଛନ୍ତି ଏବଂ କରୁଥିବେ । ସେ ଲେଖିଛନ୍ତି:

ଯେବେଠାରୁ ସମସ୍ତ ଶିକ୍ଷିତ ଲୋକମାନେ ବାଧ୍ୟତାମୂଳକ ଧର୍ମାନ୍ତରଣ ଉପରେ ଧ୍ୟାନ ଦେବା ଆରମ୍ଭ କଲେ ଏବଂ ଏହାର ଆଧାର ଉପରେ ଆପତ୍ତି କରିବା ଆରମ୍ଭ କଲେ, ସେବେଠାରୁ କିଛି ପ୍ରାକୃତିକବାଦୀ ମହମ୍ମଦୀ [ମୁସଲମାନ], ମିଥ୍ୟାକୁ ବିରୋଧ ଏବଂ ସତ୍ୟକୁ ଗ୍ରହଣ କରିବା ବଦଳରେ, ଅନାବଶ୍ୟକ ଭାବେ ତଥା ଭୁଲ ପ୍ରମାଣ ଦେଇ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ଯେ, ଇସଲାମ ଜିହାଦ କେବେହେଲେ କରି ନାହିଁ ଏବଂ ଲୋକମାନେ ସ୍ୱଇଚ୍ଛାରେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି । କୌଣସି ମନ୍ଦିରକୁ ଭଙ୍ଗାଯାଇନଥିଲା କିମ୍ବା ମନ୍ଦିରରେ ଗାଈମାନଙ୍କୁ ହତ୍ୟା କରାଯାଇ ନଥିଲା। ଅନ୍ୟ ଧାର୍ମିକ ସମ୍ପ୍ରଦାୟର ମହିଳା ଏବଂ ଶିଶୁମାନଙ୍କୁ କଦାପି ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇନଥିଲ । ସେମାନଙ୍କ ସହିତ କୌଣସି ଯୌନ-ଉତ୍ପିଡ଼ନ କରାଯାଇନଥିଲା, ଯେପରି ଦାସ ଓ ଦାସୀଙ୍କ ସହିତ ହୋଇଥାନ୍ତା ।[୩୯]

ବିଂଶ ଶତାବ୍ଦୀର ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପୁରୋଧା, ମହାତ୍ମା ଗାନ୍ଧୀ, କହିଥିଲେ ଯେ ମୁସଲମାନଙ୍କ ଇତିହାସ ହିଂସାତ୍ମକ ଅଟେ:

ଯଦିଓ ମୋ ମତରେ କୁରାନରେ ଅହିଂସାର ଏକ ମୁଖ୍ୟ ଭୂମିକା ରହିଛି, ତେରଶହ ବର୍ଷର ସାମ୍ରାଜ୍ୟବାଦୀ ବିସ୍ତାର, ମୁସଲମାନଙ୍କୁ ଯୁଦ୍ଧ ଖୋର ବନେଇ ଦେଇଛି । ତେଣୁକରି ସେମାନେ ହିଂସାତ୍ମକ ଅଟନ୍ତି । ହିଂସାତ୍ମକ ଚିନ୍ତାଧାରାର ପ୍ରାକୃତିକ ଫଳ ହେଉଛି ପରୋତ୍ପିଡ଼ନ ।[୪୦][୪୧]

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଜୱାହରଲାଲ ନେହେରୁ, ତାଙ୍କ ପୁସ୍ତକ ଭାରତର ଆବିଷ୍କାରରେ ଲେଖିଛନ୍ତି, ଇସଲାମ ଏକ ସୈନ୍ୟବାଦୀ ସମ୍ପ୍ରଦାୟ. "ଇସଲାମ ମନର ଜୟ କରିବା ପରିବର୍ତ୍ତେ ଭୂମିର ଜୟକୁ ପ୍ରଶ୍ରୟ ଦିଏ" । ମୁସଲମାନମାନେ ଭାରତକୁ କିଛି ନୂଆ ଦେଇ ନାହାନ୍ତି ।

ବାହାରୁ ଆସିଥିବା ମୁସଲମାନମାନେ, ଭାରତକୁ କୌଣସି ନୂତନ ଶୈଳୀ କିମ୍ୱା କୌଣସି ନୂତନ ରାଜନୀତିକ କିମ୍ୱା ଅର୍ଥନୈତିକ ବ୍ୟବସ୍ଥା ଆଣିନାହାନ୍ତି । ଇସଲାମୀୟ ଭ୍ରାତୁତ୍ୱଭାବର ଧାର୍ମିକ ମତପୋଷଣ କରୁଥିଲେ ସୁଧା ସେମାନେ ବିଭିନ୍ନ ଗୋଷ୍ଠୀରେ ବିଭାଜିତ ଥିଲେ ।[୪୨]

ଅନ୍ୟାନ୍ୟ ଲେଖକ[ସମ୍ପାଦନା]

ଈରାନୀୟ ଲେଖକ ସାଦେଘ ହିଦାୟତ ଇସଲାମକୁ ଇରାନର ବିନାଶକ ବୋଲି ଅଭିହିତ କରି କହିଛନ୍ତି:

ଜୀବନ ଓ ମନର ପ୍ରତ୍ୟେକ ବିଷୟ, ଏପରିକି ମହିଳାମାନଙ୍କର ଅବସ୍ଥା, ଇସଲାମ ଆସିବା ପରେ ବଦଳିଗଲା । ପୁରୁଷଙ୍କ ଦ୍ୱାରା ପ୍ରତାଡ଼ିତ ହୋଇ ମହିଳାମାନେ ଘର ଭିତରେ ବାନ୍ଧି ହୋଇ ରହିଲେ । ବହୁ-ପତ୍ନି-ବିବାହ, ବିନାଶକାରୀ ଚିନ୍ତାଧାରାର ପ୍ରବେଶ, ଶୋକ, ଦୁଃଖ ତଥା ପଶ୍ଚାତାପାଦି, ଲୋକମାନଙ୍କୁ ଯାଦୁ, ଗୁଣିଗାରେଡ଼ି ଆଦିର ସାହାଯ୍ୟ ନେବାପାଇଁ ବାଧ୍ୟ କରିଥିଲା ।[୪୩]

ଗ୍ରନ୍ଥ[ସମ୍ପାଦନା]

କୁରାନର ସମାଲୋଚନା[ସମ୍ପାଦନା]

ଦ୍ୱାଦଶ ଶତାବ୍ଦୀର ଆନ୍ଦାଲୁସୀୟ କୁରାନ


କୁରାନୀୟ ପାଣ୍ଡୁଲିପିଗୁଡ଼ିକର ମୌଳିକତା. ପାରମ୍ପରିକ ଇସଲାମୀୟ ପଣ୍ଡିତମାନଙ୍କ ମତାନୁସାରେ, ଯଦିଓ କୁରାନ ମୂଳତଃ ଏକ ମୌଖିକ ଗ୍ରନ୍ଥ ଥିଲା, ତଥାପି ମହମ୍ମଦଙ୍କ ଜୀବନ କାଳରେ (୬୧୦-୬୩୨ ମଧ୍ଯରେ) ହିଁ ସମ୍ପୂର୍ଣ୍ଣ କୁରାନକୁ ତାଙ୍କ ସହକର୍ମୀମାନେ ଲେଖି ସାରିଥିଲେ । ଆଜି ଆମେ ଦେଖୁଥିବା କୁରାନର ସଂକଳନ ମହମ୍ମଦଙ୍କ ମୃତ୍ଯୁର ବହୁବର୍ଷ ପରେ ମଧ୍ଯ ସମ୍ପୂର୍ଣ୍ଣ ହୋଇନଥିଲା ।[୪୪] ଜୋନ୍ ୱାନ୍ସବ୍ରୌହ, ପାଟ୍ରିସିଆ କ୍ରୋନ୍ୟେହୁଦା ଡି ନେଭୋଙ୍କ ମତରେ ଇସଲାମ ସହିତ ସମ୍ବନ୍ଧିତ ଘଟଣାଗୁଡ଼ିକର ବିବରଣୀ ଘଟଣା ଘଟିବା ବହୁ ପରେ ଲେଖାଯାଇଥିଲା ।[୪୫][୪୬][୪୭]

କୁରାନରେ ଅପାରଗତା. କୁରାନରେ ଦାବି କରାଯାଇଛି ଯେ - ଏହା ଚମତ୍କାର ଭାବେ ସିଦ୍ଧ ଓ ଅନୁକରଣ କରିବା ଅସମ୍ଭବ । କିନ୍ତୁ ସମାଲୋଚକମାନେ ଏହି ଦାବିକୁ ପ୍ରତ୍ଯାଖ୍ଯାନ କରିଛନ୍ତି ।[୪୮] ଉଦାହରଣ ସ୍ବରୂପ, ୧୯୦୧-୧୯୦୬ର ଜିଉଇସ୍ ଏନ୍ସାଇକ୍ଲୋପିଡ଼ିଆ, ଲେଖିଛି ଯେ: "ମହମ୍ମଦୀୟମାନେ କୁରାନର ଭାଷାକୁ ସିଦ୍ଧିର ଅତୁଳନୀୟ ପ୍ରତିରୂପ ବୋଲି ବିବେଚନା କରନ୍ତି । କିନ୍ତୁ ସମାଲୋଚକଙ୍କ ମତରେ କୁରାନର ପାଠରେ ମଧ୍ଯ ଅନେକ ଅସମଞ୍ଜତା ପରିଲକ୍ଷିତ ହୁଏ । ଉଦାହରଣ ରୂପେ, ବେଳେବେଳେ କୌଣସି ଏକ ବାକ୍ଯରେ ଅଲ୍ଲାଃ ତୃତୀୟ ପୁରୁଷରେ ଥିବା ବେଳେ ତା ପରବର୍ତ୍ତୀ ବାକ୍ଯରେ ସେ ପ୍ରଥମ ପୁରୁଷ ଅଟନ୍ତି (ଯଥା - ୧୬:୮୧, ୨୭:୬୧, ୩୧:୯, ଓ ୪୩:୧୦ ଆଦି ସୁରାଃ). ଛନ୍ଦପୂର୍ତ୍ତି ହେତୁ ଅନେକ ସ୍ଥାନରେ ଶବ୍ଦର ସ୍ଥିତି (୬୯:୩୧, ୭୪:୩), ତଥା ନୂତନ ଓ ଦୁର୍ଲଭ ଶବ୍ଦର ପ୍ରୟୋଗ ୧୯: ୮, ୯, ୧୧, ୧୬)ମଧ୍ଯ ରହିଛି ।."[୪୯]

କୁରାନ ଓ ଇହୁଦୀମତ. ଜିଉଇସ୍ ଏନ୍ସାଇକ୍ଲୋପିଡ଼ିଆ ମତାନୁସାରେ, "ଇହୁଦୀ ଶିକ୍ଷକ ହୁଅନ୍ତୁ ଅବା ଇହୁଦୀ ହଗ୍ଗାଦାଃ ଓ ଇହୁଦୀ ପରମ୍ପରା ବିଷୟରେ ଶୁଣାଶୁଣୀ କଥା, ଏଗୁଡ଼ିକ ଉପରେ ମହମ୍ମଦଙ୍କ ନିର୍ଭରଶୀଳତା ଏବେ ସର୍ବମାନ୍ୟ ।"[୪୯] ଜୋନ ୱାନ୍ସବ୍ରୌଃ ବିଶ୍ୱାସ କରନ୍ତି ଯେ, କୁରାନର ଅର୍ଦ୍ଧାଧିକ ଭାଗ, ବିଭିନ୍ନ ପବିତ୍ର ଗ୍ରନ୍ଥ, ବିଶେଷକରି ଇହୁଦୀ-ଖ୍ରୀଷ୍ଟୀଆନ ଗ୍ରନ୍ଥଗୁଡ଼ିକର ଅଂଶ ବିଶେଷ ।[୫୦][୫୧]

ବାଚକ ରୂପେ ମହମ୍ମଦ ଓ ଅଲ୍ଲାଃ. ଇବ୍ନ ୱାରାକଙ୍କ ମତରେ, ଇରାନୀୟ ବାସ୍ତବବାଦୀ ଅଲି ଦସ୍ତି କୁରାନର ସମାଲୋଚନା କରିବାକୁ ଯାଇ କହିଥିଲେ ଯେ, କେତେକ ଅନୁଚ୍ଛେଦରେ ବାଚକ ଅଲ୍ଲାଃ ହୋଇପାରିବେ ନାହିଁ ।"[୫୨] ଉଦାହରଣ ସ୍ୱରୂପ, ସୁରାଃ ଅଲ୍-ଫତିହାର ଏକ ଅନୁଚ୍ଛେଦ ସ୍ପଷ୍ଟ ଭାବରେ “ଅଲ୍ଲାଃଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ପ୍ରାର୍ଥନା" ଅଟେ ।[୫୨] ଏହି ବାକ୍ୟରେ କେବଳ "କହ" ବୋଲି ଯୋଡ଼ି ଦେଇଥିଲେ ଏହି କାଠିନ୍ୟତା ହଟିଯାଇଥାନ୍ତା । ତା ଛଡ଼ା ମହମ୍ମଦଙ୍କ ସାଥୀ ଇବ୍ନ ମସୁଦ ସୁରାଃ ଫତିହାକୁ ହିଁ କୁରାନର ଅଂଶ ବୋଲି ଗ୍ରହଣ କରନ୍ତି ନାହିଁ ।[୫୨]

ଅନ୍ୟାନ୍ୟ ସମାଲୋଚନା:

  • କୁରାନରେ ଏପରି କେତେକ ଶ୍ଳୋକ ରହିଛି ଯେଉଁ ଗୁଡ଼ିକ ଅବୋଧ୍ୟ କିମ୍ବା ଅନ୍ତଃବିରୋଧ ପୂର୍ଣ୍ଣ ।[୫୩]
  • ଇସଲାମର ଇତିହାସ ବିଷୟରେ ଶୁଣିବାକୁ ମିଳେ ଯେ, କୁରାନର ଦୁଇଟି ଶ୍ଳୋକ ସଇତାନ ମହମ୍ମଦଙ୍କୁ ଠକି ଯୋଡ଼ା ଯାଇଥିଲା ("ସାରସମାନଙ୍କର କାହାଣୀ" ଘଟଣାର ଅନ୍ତର୍ଭୁକ୍ତ, ଏଗୁଡ଼ିକ ପରେ "ସୈତନୀୟ ଶ୍ଳୋକ" ବୋଲି ଜଣାଗଲେ) । ଏହି ଶ୍ଳୋକଗୁଡ଼ିକ ପରେ ଦିବ୍ୟଦୂତ ଗାବ୍ରିଏଲଙ୍କ ଆଦେଶରେ ହଟା ଯାଇଥିଲା ।[୫୪][୫୫]
  • ଅଲ୍-କିଣ୍ଡିଙ୍କ କ୍ଷମାପ୍ରାର୍ଥନାର ଲେଖକ ଅବ୍ଦ ଅଲ୍-ମସିଃ ଇବ୍ନ ଇସାକ୍ ଅଲ୍-କିଣ୍ଡି (ପ୍ରସିଦ୍ଧ ଦାର୍ଶନିକ ଅଲ୍-କିଣ୍ଡି ନୁହଁ) ଦାବିକରିଥିଲେ ଯେ, କୁରାନରେ ବର୍ଣ୍ଣିତ ଘଟଣା ଗୁଡ଼ିକ ଏପରି ଭାବେ ଭିଣାଭିଣି ହୋଇ ରହିଛି ଯେପରିକି ତାହା ଜଣେ ନୁହେଁ ବରଂ ଅନେକ ଲୋକଙ୍କର କୃତି ଅଟେ । କୁରାନର ରଚନା କିମ୍ୱା ସଂକଳନ ବେଳେ ସେଥିରେ ନିୟୋଜିତ ଲୋକମାନେ ମନଇଚ୍ଛା ସେଥିରେ ଫେରବଦଳ କରିଥିଲେ ।[୫୬]
  • ଇବ୍ନ ମସୁଦଉବୟ ଇବ୍ନ କା’ବଙ୍କ ପରି ମହମ୍ମଦଙ୍କ ସାଥୀମାନେ ଏଥିରେ ଦ୍ୱନ୍ଦ୍ୱରେ ପଡ଼ିଥିଲେ ଯେ କେଉଁ ସୁରାଃଗୁଡ଼ିକ କୁରାନର ଅନ୍ତର୍ଭୁକ୍ତ ଥିଲା ଓ କେଉଁ ଗୁଡ଼ିକ ନୁହଁ ।[୫୭]

ନୈତିକତା[ସମ୍ପାଦନା]

ମହମ୍ମଦଙ୍କ ସମାଲୋଚନା[ସମ୍ପାଦନା]

ଦାନ୍ତେ ଅଲିଘ୍ଯେରୀ ତାଙ୍କର ଚିତ୍ର ଦ୍ବାରା ମହମ୍ମଦଙ୍କ ସମାଲୋଚନା କରିଛନ୍ତି । ଏଠାରେ ମହମ୍ମଦ ନର୍କରେ ପ୍ରତାରିତ ହେଉଛନ୍ତି ।

ଇସଲାମରେ ମହମ୍ମଦଙ୍କୁ ଏକ ଭବିଷ୍ଯଦ୍ବକ୍ତା ଏବଂ ଆଦର୍ଶ ବ୍ଯକ୍ତିତ୍ବ ଭାବେ ବର୍ଣ୍ଣନା କରିଯାଇଛି । ସିଗିସ୍ମୁଣ୍ଡ କୋଏଲେ ଏବଂ ଇବ୍ନ ୱାରାକଙ୍କ ମତରେ ମହମ୍ମଦଙ୍କ ଜୀବନ ଅନୈତିକ ପୂର୍ଣ୍ଣ ଥିଲା ।

କାବ ଇବ୍ନ ଅଲ୍-ଅଶ୍ରଫ କୁରେଇଶ ଜାତିର ମୃତ ବ୍ଯକ୍ତିବିଶେଷଙ୍କ ପାଇଁ ପ୍ରଶସ୍ତି ପୂର୍ବକ ପଦାଯ ରଚନା କରିଥିଲେ । ପରେ ସେ ମକ୍କା ଯାଇ କୁରେଇଶ ଲୋକମାନଙ୍କୁ ମୁସଲମାନଙ୍କ ସହ ଲଢିବା ପାଇଁ ପ୍ରବର୍ତ୍ତାଇ ଥିଲେ । ସେ ମଧ୍ଯ ମୁସଲମାନ ସ୍ତ୍ରୀଲୋକଙ୍କ ପ୍ରତି ଆପତ୍ତିଜନକ ପଦ୍ଯ ରଚନା କରିଥିଲେ । ସେଥିପାଇଁ ମହମ୍ମଦ କାବଙ୍କ ହତ୍ଯା ପାଇଁ ଆଦେଶ ଦେଇଥିଲେ ।

ମହମ୍ମଦଙ୍କ ସ୍ତ୍ରୀ ଆଇଶାଙ୍କ ବୟସ[ସମ୍ପାଦନା]

ସୁନ୍ନି ହଦିଥ ଅନୁସାରେ, ବାହାଘର ସମୟରେ ଆଇଶା ଛଅ କିମ୍ବା ସାତ ବର୍ଷ ବୟସର ଏବଂ ସହବାସ ସମୟରେ ନଅ ବର୍ଷ ବୟସର ଥିଲେ ।[୫୮][୫୯][୬୦][୬୧][୬୨][୬୩]

ମହମ୍ମଦଙ୍କ ମୃତ୍ଯୁର ୨୦୦ ବର୍ଷ ପରେ ଜନ୍ମିତ ମୁହମ୍ମଦ ଇବ୍ନ ଯରୀର ଅଲ୍-ତୱାରିଙ୍କ ମତରେ ଆଇଶାଙ୍କ ବୟସ ୧୦ ବର୍ଷ ଥିଲା । ମହମ୍ମଦଙ୍କ ୬୦୦ ବର୍ଷ ପରେ ଇବ୍ନ ଖଲ୍ଲୀକନ୍ କହିଲେ ବିବାହ ସମୟରେ ଆଇଶାଙ୍କ ବୟସ ୯ ଥିଲା ଏବଂ ସହବାସ ବେଳକୁ ୧୨ ହୋଇଯାଇଥିଲା ।

କୋରାନର ନୈତିକତା[ସମ୍ପାଦନା]

Quran rzabasi1.JPG

କେତେକ ସମାଲୋଚକଙ୍କ ମତରେ କୋରାନରେ ବର୍ଣ୍ଣିତ ନୈତିକ ମୂଲ୍ଯବୋଧ, ଇହୁଦୀ ଏବଂ ଖ୍ରୀଷ୍ଟୀୟ ନୈତିକ ମୂଲ୍ଯବୋଧର ଅଧଃଗାମୀ ରୂପ ।

  • ସମାଲୋଚକମାନେ କହନ୍ତି ଯେ - କୋରାନ ମୁସଲମାନ ପୁରୁଷଙ୍କୁ ନିଜ ସ୍ତ୍ରୀଙ୍କୁ ମାରିବାର ଅଧିକାର ଦେଇଛି ।
  • କେତେକ ସମାଲୋଚକ ତର୍କ ଦିଅନ୍ତି ଯେ - ଇସଲାମ କେବେହେଁ ଅନ୍ୟ ଧର୍ମବିଶ୍ୱାସ ସହ ଶାନ୍ତିରେ ସହଜୀବୀ ସମ୍ପର୍କ ସ୍ଥାପନ କରିପାରିବ ନାହିଁ କାରଣ କୋରାନ ସେମାନଙ୍କ ପ୍ରତି ଘୃଣାଭାବ ଜନ୍ମାଏ ।[୬୪][୬୫][୬୬][୬୭]

ଦାସପ୍ରଥା[ସମ୍ପାଦନା]

ଆଧାର[ସମ୍ପାଦନା]

  1. De Haeresibus by John of Damascus. See Migne. Patrologia Graeca, vol. 94, 1864, cols 763–73. An English translation by the Reverend John W Voorhis appeared in The Moslem World for October 1954, pp. 392–98.
  2. Warraq, Ibn (2003). Leaving Islam: Apostates Speak Out. Prometheus Books. p. 67. ISBN 1-59102-068-9.
  3. Ibn Kammuna, Examination of the Three Faiths, trans. Moshe Perlmann (Berkeley and Los Angeles, 1971), pp. 148–49
  4. Mohammed and Mohammedanism, by Gabriel Oussani, Catholic Encyclopedia. Retrieved 16 April 2006.
  5. "Islam and the Patterns in Terrorism and Violent Extremism". www.csis.org. Retrieved 2019-04-02.
  6. "How Many Muslims Still Support Terrorism?". www.telospress.com. 25 September 2017. Retrieved 2019-04-02.
  7. Akyol, Mustafa (13 January 2015). "Islam's Problem With Blasphemy". The New York Times. Retrieved 16 January 2015.
  8. Friedmann, Yohanan (2003). Tolerance and Coercion in Islam: Interfaith Relations in the Muslim Tradition. Cambridge University Press. p. 18, 35. ISBN 978-0-521-02699-4.
  9. Mohammed and Mohammedanism, by Gabriel Oussani, Catholic Encyclopedia. Retrieved 16 April 2006.
  10. Ibn Warraq, The Quest for Historical Muhammad (Amherst, Mass.:Prometheus, 2000), 103.
  11. Bible in Mohammedian Literature., by Kaufmann Kohler Duncan B. McDonald, Jewish Encyclopedia. Retrieved 22 April 2006.
  12. Karsh, Ephraim (2007). Islamic Imperialism: A History. Yale University Press. ISBN 9780300198171.
  13. Brunschvig. 'Abd; Encyclopedia of Islam
  14. Dror Ze’evi (2009). "Slavery". In John L. Esposito (ed.). The Oxford Encyclopedia of the Islamic World. Oxford: Oxford University Press. Archived from the original on 23 February 2017. Retrieved 23 February 2017.
  15. "Saudi Arabia". Archived from the original on 9 November 2011. Retrieved 7 October 2006.
  16. Timothy Garton Ash (5 October 2006). "Islam in Europe". The New York Review of Books.
  17. Tariq Modood (6 April 2006). Multiculturalism, Muslims and Citizenship: A European Approach (1st ed.). Routledge. p. 29. ISBN 978-0-415-35515-5.
  18. "Indian Nepalis: Issues and Perspectives", pp. 355–56, Tanka Bahadur Subba, Concept Publishing Company, 2009, 9788180694462
  19. "Illegal immigration from Bangladesh has turned Assam explosive". Niticentral. 31 October 2012. Archived from the original on 15 December 2013.
  20. "Tatarstan: The Battle over Islam in Russia's Heartland". 2013. Archived from the original on 25 December 2013. Retrieved 25 March 2014.
  21. Russia and Islam: State, Society and Radicalism. Taylor & Francis. 2010. p. 94. by Roland Dannreuther, Luke March
  22. "St. John of Damascus's Critique of Islam". Writings by St John of Damascus. The Fathers of the Church. 37. Washington, DC: Catholic University of America Press. 1958. pp. 153–160. Retrieved July 8, 2019.
  23. John McManners, The Oxford History of Christianity, Oxford University Press, p. 185
  24. Firestone, Reuven (2019). "Muhammad, the Jews, and the Composition of the Qur'an: Sacred History and Counter-History". Religions. 10: 63. doi:10.3390/rel10010063.
  25. ୨୫.୦ ୨୫.୧ Hecht, Jennifer Michael (2003). Doubt: A History: The Great Doubters and Their Legacy of Innovation from Socrates and Jesus to Thomas Jefferson and Emily Dickinson. Harper San Francisco. ISBN 0-06-009795-7.
  26. Reynold Alleyne Nicholson, 1962, A Literary History of the Arabs, p. 319. Routledge
  27. "Abu-L-Ala al-Maarri Facts". biography.yourdictionary.com. Retrieved 13 July 2015.
  28. Boisard, Marcel A. "On the Probable Influence of Islam on Western Public and International Law". International Journal of Middle East Studies. 11 (4).
  29. Ronald Bontekoe, Mariėtta Tigranovna Stepaniants (1997). Justice and Democracy. University of Hawaii Press. p. 251. ISBN 0-8248-1926-8.
  30. ଆଧାର ଭୁଲ: ଅଚଳ <ref> ଚିହ୍ନ; WarraqPoetry ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  31. Moosa, Ebrahim (2005). Ghazālī and the Poetics of Imagination. UNC Press. p. 9. ISBN 0-8078-2952-8.
  32. Bernard Lewis, The Jews of Islam, p. 95
  33. The Mind of Maimonides, by David Novak. Retrieved 29 April 2006.
  34. Hartman, David; Halkin, Abraham S. (1993). Epistles of Maimonides: crisis and leadership. Jewish Publication Society. p. 5. ISBN 978-0-8276-0430-8.
  35. Tilman Nagel Geschichte der islamischen Theologie: von Mohammed bis zur Gegenwart C.H. Beck 1994 ISBN 9783406379819 p. 215
  36. Camilla Adang, Hassan Ansari, Maribel Fierro, Sabine Schmidtke Accusations of Unbelief in Islam: A Diachronic Perspective on Takfir Brill, 30 October 2015 ISBN 9789004307834 p. 61
  37. Complete works of Swami Vivekananda, Vol 4 http://www.ramakrishnavivekananda.info/vivekananda/volume_4/lectures_and_discourses/the_great_teachers_of_the_world.htm
  38. Title = "Journal of Indian Council of Philosophical Research, Volume 19, Issue 1", publisher : ICPR, 2002, p. 73
  39. "Américo Castro and the Meaning of Spanish Civilization", by José Rubia Barcia, Selma Margaretten, p. 150
  40. The Gandhian Moment, p. 117, by Ramin Jahanbegloo
  41. Gandhi's responses to Islam, p. 110, by Sheila McDonough
  42. "Narrative Construction of India: Forster, Nehru, and Rushdie", p. 160, by Mukesh Srivastava, 2004
  43. "Words, Not Swords: Iranian Women Writers and the Freedom of Movement", p. 64, by Farzaneh Milani
  44. William Montgomery Watt in The Cambridge History of Islam, p. 32
  45. Yehuda D. Nevo "Towards a Prehistory of Islam," Jerusalem Studies in Arabic and Islam, vol.17, Hebrew University of Jerusalem, 1994 p. 108.
  46. John Wansbrough The Sectarian Milieu: Content and Composition of Islamic Salvation History, Oxford, Oxford University Press, 1978 p. 119
  47. Patricia Crone, Meccan Trade and the Rise of Islam, Princeton University Press, 1987 p. 204.
  48. See the verses Quran 2:2, Quran 17:88–89, Quran 29:47, Quran 28:49
  49. ୪୯.୦ ୪୯.୧ "Koran". From the Jewish Encyclopedia. Retrieved 21 January 2008.
  50. Wansbrough, John (1977). Quranic Studies: Sources and Methods of Scriptural Interpretation
  51. Wansbrough, John (1978). The Sectarian Milieu: Content and Composition of Islamic Salvation History.
  52. ୫୨.୦ ୫୨.୧ ୫୨.୨ Warraq (1995). Why I am Not a Muslim (PDF). Prometheus Books. p. 106. ISBN 0-87975-984-4. Archived from the original (PDF) on 17 January 2015. Retrieved 16 January 2015.
  53. Lester, Toby (January 1999). "What is the Koran?". The Atlantic.
  54. Watt, W. Montgomery (1961). Muhammad: Prophet and Statesman. Oxford University Press. p. 61. ISBN 0-19-881078-4.
  55. "The Life of Muhammad", Ibn Ishaq, A. Guillaume (translator), 2002, p. 166 ISBN 0-19-636033-1
  56. Quoted in A. Rippin, Muslims: their religious beliefs and practices: Volume 1, London, 1991, p. 26
  57. Warraq, Ibn (1998). The Origins of the Koran. Prometheus Books. ISBN 978-1573921985.
  58. Armstrong 1992, p. 157
  59. ଛାଞ୍ଚ:Hadith-usc, ଛାଞ୍ଚ:Hadith-usc, ଛାଞ୍ଚ:Hadith-usc, ଛାଞ୍ଚ:Hadith-usc, ଛାଞ୍ଚ:Hadith-usc, ଛାଞ୍ଚ:Hadith-usc, ଛାଞ୍ଚ:Hadith-usc, ଛାଞ୍ଚ:Hadith-usc, ଛାଞ୍ଚ:Hadith-usc, ଛାଞ୍ଚ:Hadith-usc
  60. "Mountain Rigger". The Economist. 11 November 2006.
  61. Spellberg 1994, p. 40
  62. Watt 1960
  63. Barlas 2002, pp. 125–26
  64. ଆଧାର ଭୁଲ: ଅଚଳ <ref> ଚିହ୍ନ; BibleInQuran ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  65. Gerber (1986), pp. 78–79
  66. "Anti-Semitism". Encyclopaedia Judaica
  67. Saudi Arabia's Curriculum of Intolerance Archived 18 March 2009 at the Wayback Machine. (pdf), Freedom House, May 2006, pp. 24–25.