ଇଲା ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଇଲା ପଟ୍ଟନାୟକ
ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା, ଅର୍ଥ ମନ୍ତ୍ରଣାଳୟ
କାର୍ଯ୍ୟକାଳ
୦୧ ମଇ ୨୦୧୪ – ଫେବୃଆରୀ ୨୦୧୭
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ

ଭାରତୀୟ ବିଦେଶ ବ୍ୟାପାର ସଂସ୍ଥାନ (୨୦୦୪)

ଜାତୀୟ ଲୋକ ବିତ୍ତ ଏବଂ ନୀତି ସଂସ୍ଥାନ (୨୦୦୬-୨୦୨୨)
ପୂର୍ବ ଅଧିକାରୀଦୀପକ ଦାସଗୁପ୍ତା
ପର ଅଧିକାରୀସଞ୍ଜୀବ ସାନ୍ୟାଲ
ବ୍ୟକ୍ତିଗତ ସବିଶେଷ
ଜନ୍ମନୂଆ ଦିଲ୍ଲୀ
ଜୀବନ ସାଥୀଅଜୟ ପଟ୍ଟନାୟକ
ସନ୍ତାନମେଘା ପଟ୍ଟନାୟକ, ଆୟୁଷ ପଟ୍ଟନାୟକ
ଶିକ୍ଷାନୁଷ୍ଠାନଦିଲ୍ଲୀ ବିଶ୍ୱବିଦ୍ୟାଳୟ (ସ୍ନାତକ)
ଜବାହରଲାଲ ବିଶ୍ୱବିଦ୍ୟାଳୟ (ସ୍ନାତକୋତ୍ତର, ଏମଫିଲ)
ସରେ ବିଶ୍ୱବିଦ୍ୟାଳୟ (ପିଏଚଡ଼ି)
ବୃତ୍ତିଅର୍ଥନୀତିଜ୍ଞ

ଇଲା ପଟ୍ଟନାୟକ ଜଣେ ଭାରତୀୟ ଅର୍ଥନୀତିଜ୍ଞ ଅଟନ୍ତି । [୧][୨] ସେ ଭାରତ ସରକାରଙ୍କର ପ୍ରମୂଖ ଅର୍ଥନୀତିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି ।[୩] ୨୦୧୩-୧୪ ଆର୍ଥିକ ବର୍ଷ ନିମନ୍ତେ ସେ ଅର୍ଥନୀତିକ ସର୍ଭେ ପ୍ରସ୍ତୁତ କରିଥିଲେ ।[୪][୫][୬][୭] ସେ ଭାରତ ସରକାରଙ୍କଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ଅର୍ଥନୈତିକ କମିଟିରେ ସ୍ଥାନ ପାଇଛନ୍ତି ।[୮] ୨୦୧୪ ମସିହାରେ ସେ ଭାରତର ଶ୍ରେଷ୍ଠ ୧୦ଜଣ ଅର୍ଥନୀତିଜ୍ଞ ମଧ୍ୟରେ ସ୍ଥାନ ପାଇଥିଲେ ।[୯] ଇଣ୍ଡିଆନ ଏକ୍ସପ୍ରେସ ଖବରକାଗଜ ପାଇଁ ସେ ନିୟମିତ ସ୍ତମ୍ଭ ଲେଖନ୍ତି ।

୨୦୦୬ ମସିହାରୁ ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେ ଜାତୀୟ ଲୋକ ବିତ୍ତ ଏବଂ ନୀତି ସଂସ୍ଥାନରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ଓ ତା ପରେ ସେ ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ଯ୍ୟରମ୍ଭ କରିଥିଲେ ।[୧୦]

ଶିକ୍ଷା[ସମ୍ପାଦନା]

ଇଲା ପଟ୍ଟନାୟକ ୧୯୮୫ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ହିନ୍ଦୁ କଲେଜରୁ ଅର୍ଥନୀତିରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ସେ ୧୯୮୭ ମସିହାରେ ସ୍ନାତକୋତ୍ତର ଓ ୧୯୮୯ ମସିହାରେ ଏମଫିଲ ଶିକ୍ଷାଲାଭ କରିଥିଲେ । ୧୯୯୬ ମସିହାରେ ସେ ଇଂଲଣ୍ଡର ସରେ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଇଲା ଇଣ୍ଡିଆନ ଏକ୍ସପ୍ରେସ ଓ ବିଜନେସ ଷ୍ଟାଣ୍ଡାର୍ଡ଼ ଖବରକାଗଜ ପାଇଁ ନିୟମିତ ସ୍ତମ୍ଭ ଲେଖୁଥିଲେ । ୧୯୯୭ରୁ ୨୦୦୧ ମସିହା ମଧ୍ୟରେ ସେ ମାକ୍ରୋ ଟ୍ରାକ ନାମକ ପାକ୍ଷିକ ପତ୍ରିକାର ସମ୍ପାଦନା ସହିତ ଜଡ଼ିତ ଥିଲେ । ଏନଡିଟିଭି ଟିଭି ଚ୍ୟାନେଲରେ ସେ ପଲିସି ଉଇଥ ପଟ୍ଟନାୟକ ନାମକ କାର୍ଯ୍ୟକ୍ରମର ସଂଚାଳକ ଥିଲେ । ପ୍ରିଣ୍ଟ ପତ୍ରିକା ସହ ମଧ୍ୟ ସେ ଜଡ଼ିତ ଥିଲେ ।

ପରିବାର[ସମ୍ପାଦନା]

ଇଲା, ଜବାହରଲାଲ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ଅଜୟ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି । ଅଜୟ ମୟୂରଭଞ୍ଜ ଜିଲ୍ଲାର ମୂଳ ବାସିନ୍ଦା ଓ ବର୍ତ୍ତମାନ ନୂଆଦିଲ୍ଲୀରେ ବସବାସ କରୁଛନ୍ତି ।[୧୧]

ଆଧାର[ସମ୍ପାଦନା]

  1. Mukherjee, Andy (2004-11-01). "Who Owns the Key to India's $120 Billion Kitty?: Andy Mukherjee". Bloomberg. Retrieved 2014-08-15.
  2. "Face The Budget: Chidambaram's tough task - IBNLive". Ibnlive.in.com. Archived from the original on 2012-10-12. Retrieved 2014-08-15.
  3. "NIPFP | Faculty". Archived from the original on 2022-03-30. Retrieved 2022-03-31.
  4. "FM Arun Jaitley tables Economic Survey: Highlights". 9 July 2014.
  5. "All the Arun Jaitley's mandarins". DNA India. 28 June 2014.
  6. "India Delivers Economic Survey Ahead of Budget: Highlights". NDTV. 9 July 2014. Retrieved 19 August 2018.
  7. "Highlights - Economic Survey calls for sharp fiscal correction". Reuters. 9 July 2014. Archived from the original on 24 April 2019. Retrieved 31 March 2022 – via in.reuters.com.
  8. http://www.finmin.nic.in/sites/default/files/SahooCommittee_ecbReport_20150225.pdf ଛାଞ୍ଚ:Bare URL PDF
  9. "ie 100 Most Powerful Indians 2014: Top 10 economists". The Financial Express. 13 March 2014.
  10. "Ila Patnaik, former Principal Economic Advisor, to join Aditya Birla Group as Chief Economist". www.moneycontrol.com. money control. Retrieved 31 March 2022.
  11. "Ila Patnaik New Principal Economic Advisor To Finance Ministry". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 March 2022. Retrieved 31 March 2022.

ବାହାର ଆଧାର[ସମ୍ପାଦନା]