ଇଲା ଅରୁଣ

ଉଇକିପିଡ଼ିଆ‌ରୁ
ଇଲା ଅରୁଣ
ଇଲା ଅରୁଣ
Background information
ଶୈଳୀଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ (Indian Film Music), ପାର୍ଶ୍ୱ ଗାୟିକା, ଶାସ୍ତ୍ରୀୟ ଗାୟୀକା (Classical Singer), ଭାତୀୟ ପ‌ପ୍ ଗାୟିକା Pop Singer
ପେଷାଗାୟିକା ଓ ଅଭିନେତ୍ରୀ
କାର୍ଯ୍ୟକାଳ୧୯୭୯–ବର୍ତ୍ତମାନ ପର୍ଯ୍ୟନ୍ତ

ଇଲା ଅରୁଣ (ଇଂରାଜୀ ଭାଷାରେ Ila Arun) ଜଣେ ଭାରତୀୟ ଅଭିନେତ୍ରୀ, ଟିଭି କାର୍ଯ୍ୟକର୍ତ୍ତା ଓ ରାଜସ୍ଥାନୀ ଲୋକ ସଙ୍ଗୀତ (folk) ଗାୟିକା ।[୧] ସେ ଲମ୍‌ହେ, ଯୋଧା ଆକବର, ଶାଦି କେ ସାଇଡ ଇଫେକ୍ଟ ଓ ବେଗମ ଜାନ ଭଳି ଚଳଚ୍ଚିତ୍ରମାନଙ୍କରେ ଅଭିନୟ କରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଇଲା ଅ‌ରୁଣ ରାଜସ୍ଥାନର ଜୟପୁର ସ‌ହରର ବାସିନ୍ଦା । [୨] ଅଭିନେତ୍ରୀ ଇଶିତା ଅରୁଣ (Ishita Arun) ତାଙ୍କର ଝିଅ ।[୩]

ପ୍ରଚ୍ଛଦପଟ ସଂଗୀତ[ସମ୍ପାଦନା]

ହିନ୍ଦୀ ଚଳଚ୍ଚିତ୍ରରେ ଇଲା ଅରୁଣ ଅନେକ ଗୀତ ଗାଇଛନ୍ତି ଓ ଏହା ବ୍ୟତୀତ ତାମିଲ ଓ ତେଲୁଗୁ ଚଳଚ୍ଚିତରେ ମଧ୍ୟ ଗାଇଛନ୍ତି । ଖଳନାୟକ ଚଳଚ୍ଚିତ୍ରର ଚୋଲି କେ ପିଛେ (Choli Ke Peeche) ଗୀତରେ ତାଙ୍କର ସ୍ୱର ଦାନ ଯୋଗୁ ତାଙ୍କୁ ଶ୍ରେଷ୍ଠ ମହିଳା ପ୍ରଚ୍ଛଦପଟ ଗାୟିକା ଭାବରେ ଫିଲ୍ମ ଫେୟାର ପୁରସ୍କାର ଦିଆଯାଇଥିଲା; ସେହି ଗୀତରେ ଅଳକା ୟାଗନିକ ମଧ୍ୟ ଗାଇଥିଲେ ଓ ମାଧୁରୀ ଦିକ୍ଷିତ ଅଭିନେତ୍ରୀ ଥିଲେ ।[୪] କରଣ ଅର୍ଜୁନ ଚଳଚ୍ଚିତ୍ରରେ ଥିବା ଗୁପ ଚୁପ ଗୀତରେ ମଧ୍ୟ ସେ କଣ୍ଠଦାନ କରିଥିଲେ । ଲମ୍‌ହେ ଚଳଚ୍ଚିତ୍ରରେ ଲତାମଙ୍ଗେଶକର ସ‌ହିତ ସେ ମୋରନି ବାଗା ମା ବୋଲେ ଗୀତ ଗାଇଥିଲେ ଯେଉଁଥିରେ ଶ୍ରୀ ଦେବୀ ମୂଖ୍ୟ କଳାକାର ଥିଲେ । ଏ ଆର ରହମନ ସଙ୍ଗୀତ ନିର୍ଦ୍ଦେଶନାରେ ସେ ତାମିଲ ଚିଳଚ୍ଚିତ୍ର ମିସ୍ଟର ରୋମିଓରେ ଗାଇଥିଲେ । ସ୍ଲମଡଗ ମିଲିଅନେୟାର ଚଳଚ୍ଚିତ୍ରରେ ସେ ରିଙ୍ଗା ରିଙ୍ଗା ଗୀତ ଗାଇ ଆନ୍ତର୍ଜାତୀୟ ସୁନାମ ଅର୍ଜିଥିଲେ ।[୫]

ଆଲବମ/ଏକ‌କ[ସମ୍ପାଦନା]

ଭୋଟ ଫର ଘାଗରା ଭଳି କେତେକ ଏକ‌କ ଗୀତର ପ୍ର‌ଯୋଜନା କରିଥିଲେ । ରାଜସ୍ଥାନ ରୟଲ କ୍ରିକେଟ ଦଳ ନିମନ୍ତେ ସେ ହଲ୍ଲା ବୋଲ ପ୍ରଚାରଧର୍ମୀ ଗୀତ ଗାଇଥିଲେ[୬] ଯାହା ତୁରନ୍ତ ହିଟ ହୋଇଥିଲା । ରାଜସ୍ଥାନ ବାସିନ୍ଦା ହୋଇ ସେ ତାଙ୍କର ସମସ୍ତ ଆଲବମ ଓ ଚଳଚ୍ଚିତ୍ରରେ ଅନେକ ରାଜସ୍ଥାନୀ ଗୀତ ଗାଇଥିଲେ ।

ଅଭିନୟ[ସମ୍ପାଦନା]

ଦୂରଦର୍ଶନରେ ପ୍ରଦର୍ଶିକ ଡାକ୍ତରମାନଙ୍କ ଜୀବନ ଉପରେ ଆଧାରିତ ଜୀବନରେଖା ହିନ୍ଦୀ ଟିଭି ସିରିଆଲରେ ସେ ତନ୍ୱୀ ଆଜମୀଙ୍କ ସ‌ହିତ ପ୍ରଥମ ଅଭିନୟ କରିଥିବା ଦେଖାଯାଇଥିଲା । ଯୋଦ୍ଧା ଆକବର ଚଳଚ୍ଚିତ୍ର‌ରେ ସେ ଆକବରଙ୍କର ଚାଲାକ ଧାଈ ଓ ରାଜନୈତିକ ଉପଦେଷ୍ଟା ଭାବରେ ମହମ ଅଙ୍ଗ ଭୂମିକାରେ ଆଭିନୟ କରି ଅତିଶୟ ପ୍ରଶଂସା ପାଇଥିଲେ । ଚାଇନା ଗେଟ (China Gate), ଚିଙ୍ଗାରୀ (Chingari), ୱେଲ ଡନ ଆବ୍ବା (Well Done Abba), ୱେଲକମ ଟୁ ସଜ୍ଜନପୁର (Welcome to Sajjanpur), ୱେଷ୍ଟ ଇଜ ୱେଷ୍ଟ (West is West) ଓ ଘଟକ (Ghatak) ଚଳଚ୍ଚିତ୍ରମାନଙ୍କରେ ସେ ସ‌ହାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏବେକାର ସାଦିକେ ସାଇଡ ଇଫେକ୍ଟବେଗମ ଜାନ ଚଳଚ୍ଚିତ୍ରରେ ସେ ଯଥାକ୍ରମେ ଗଭର୍ନେସ ଓ ଗଣିକା ଭୂମିକା ନିର୍ବାହ କରିଛନ୍ତି ।

ଭାରତୀୟ ଟେଲିଭିଜନ ଉଦ୍ୟୋଗରେ ସେ ପ୍ରଥମରୁ ଏକ ଅଂଶ ଭାବରେ ସନ ୧୯୮୦ରେ ନିର୍ମିତ ଭାରତ ଏକ ଖୋଜ ଓ ଦୂରଦର୍ଶନର ଯାତ୍ରା ସିରିଆଲରେ ଅଂଶ ଗ୍ରହଣ କରିଥିଲେ । ଭାରତୀୟ ସମ୍ବିଧାନ ପ୍ରସ୍ତୁତିକରଣ ଉପରେ ପର୍ଯ୍ୟବସିତ ସମ୍ବିଧାନ ଟିଭି ମିନି ସିରିଆଲରେ ସେ ସ୍ୱାଧୀନ କର୍ମୀ ହଂସ ମେହେଟା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।

ଆଧାର[ସମ୍ପାଦନା]

  1. Jha, Shuchita (2 September 2019). "Singer Ila Arun remembers BV Karanth's contribution | Bhopal News - Times of India". The Times of India (in ଇଂରାଜୀ). Retrieved 12 January 2020.
  2. "Rajasthan's culture is rich: Ila Arun". The Times of India. 7 May 2011. Retrieved 2 July 2019.
  3. "My Career in Bollywood Bloomed After Becoming A Mother: Ila Arun". Outlook. 5 October 2018. Retrieved 2 July 2019.
  4. "Ila Arun". IMDb. Retrieved 5 January 2020.
  5. "Slumdog Millionaire music review : glamsham.com". glamsham.com. Archived from the original on 26 July 2018. Retrieved 6 March 2018.
  6. Hungama, Bollywood (25 March 2008). "Ila Arun to say 'Halla Bol' for IPL team of Rajasthan – Bollywood Hungama". Bollywood Hungama. Retrieved 6 March 2018.