ଇରା ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ଇରା ଅଗ୍ରୱାଲ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ମଡେଲ୍
  • ଅଭିନେତ୍ରୀ
  • ବକ୍ସର
ସକ୍ରିୟ ବର୍ଷ୨୦୧୭–ଏବେଯାଏଁ

ଇରା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ । ସେ ପେଷାରେ ଜଣେ ବକ୍ସର୍, ଯିଏକି ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ବିଜୟୀନି ହେବା ସହିତ ତାମିଲ ଭାଷାର କଥାଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ସେ ମୁଖ୍ୟତଃ କାମ କରନ୍ତି ।[୧]

ପେଷା[ସମ୍ପାଦନା]

୨୦୧୫ ମସିହାରେ, ସେ ମିସ୍ ସାଉଥ୍ ଇଣ୍ଡିଆ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀନି ହୋଇଥିଲେ ।[୨] ୨୦୧୭ ମସିହାରେ, ସେ ଥ୍ରୀଲର ଫିଲ୍ମ ଧାୟମ୍ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩] ୨୦୧୮ ମସିହାରେ, ସେ କଟ୍ଟୁ ପାୟା ସାର୍ ଇନ୍ଥା କାଳୀରେ ଅଭିନୟ କରିଥିଲେ ।[୪] ୨୦୧୯ ମସିହାରେ, ସେ କାଦାଇକୁଟ୍ଟି ସିଙ୍ଗମ ଧାରାବାହିକରେ ଶିବାନୀ ନାରାୟଣନଙ୍କ ବଦଳରେ ଅଭିନୟ କରିଥିଲେ ।[୫] ସେହି ବର୍ଷ ଜୀ ତାମିଲରେ ପ୍ରସାରିତ ଧାରାବାହିକ ରାଜମାଗାଲର ମୁଖ୍ୟ ନାୟିକା ଭାବରେ କାମ କରିଥିଲେ ।[୬] ଅଭିନୟ ବ୍ୟତୀତ ସେ ୟୁନାଇଟେଡ୍ ଇଣ୍ଟରନ୍ୟାସନାଲ ଗେମ୍ସ ୨୦୧୯ରେ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୭]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୭ ଧାୟମ୍ ଅଶ୍ୱିନ୍ ଅଗଷ୍ଟିନଙ୍କ ପତ୍ନୀ
୨୦୧୮ କାଟୁ ପାୟା ସାର୍ ଇନ୍ଥା କାଳୀ ଅମୁଦା ପାଲ୍

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୨୦୧୭ ଗଙ୍ଗା ମହିମା ସନ୍ ଟିଭି
୨୦୧୮ କନମନି ବନତି ରାଜା ଦୁରାଇ
୨୦୧୯ କାଦାଇ କୁଟ୍ଟି ସିଙ୍ଗମ୍ ମୀନାକ୍ଷୀ ଷ୍ଟାର ବିଜୟ
୨୦୧୯–୨୦୨୧ ରାଜା ମାଗଲ୍ ତୁଳସୀ ଜୀ ତାମିଲ୍
୨୦୧୯–୨୦୨୦ ଡ୍ୟାନ୍ସ ଯୋଡ଼ି ଡ୍ୟାନ୍ସ ସିଜିନ୍ ୩ ପ୍ରତିଯୋଗୀ
୨୦୨୧ ସେମ୍ବାରୁଥୀ ଅମ୍ମାନ
୨୦୨୨ ନାମ୍ମା ମଦୁରାଇ ସିଷ୍ଟର୍ସ କାବ୍ୟା କଲର୍ସ ତାମିଲ
ସୁପର କୁଇନ୍ ପ୍ରତିଯୋଗୀ ଜୀ ତାମିଲ୍

ଆଧାର[ସମ୍ପାଦନା]

  1. "Rajamagal fame Iraa Agarwal celebrates a quiet birthday amid lockdown". The Times of India. 2020-05-19. ISSN 0971-8257. Retrieved 2023-08-09.
  2. "Beauty queen set to wow celluloid". Deccan Chronicle. 4 April 2017. Retrieved 31 July 2018.
  3. CR, Sharanya (16 January 2017). "Iraa Agarwal to make her Tamil debut". The Times of India. Retrieved 23 August 2020.
  4. "'காட்டுப் பய சார் இந்த காளி' படத்தில் அறிமுகமான ராஜஸ்தான் நடிகை! - Samayam Tamil". Samayam Tamil (in ତାମିଲ୍). 22 February 2018. Retrieved 31 July 2018.
  5. "Kadaikutty Singam: Iraa Agarwal replaces Shivani Narayanan". The Times of India.
  6. "Iraa Agarwal all excited about her new show Raja Magal; read post". The Times of India.
  7. "Raja Magal actress Iraa Agarwal wins Gold in boxing at United International Games 2019". The Times of India.

ବାହାର ଲିଙ୍କ୍[ସମ୍ପାଦନା]