ଇରଫାନ ପଠାଣ
![]() | ||||
Irfan Pathan at the Domestic Airport | ||||
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | Irfan Khan | |||
ଜଣାଶୁଣା ନାଆଁ | batati | |||
ଉଚ୍ଚତା | ୬ ft ୨ in (୧.୮୮ m) | |||
ବ୍ୟାଟିଙ୍ଗ ପ୍ରକାର | Left-hand bat | |||
ବୋଲିଂ ପ୍ରକାର | Left arm fast medium | |||
ଭୁମିକା | Bowling All rounder | |||
ସମ୍ପର୍କ | Yusuf Pathan (brother) | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | India କ୍ରିକେଟ ଦଳ | |||
ଶେଷ ଟେଷ୍ଟ | 5 April 2008 v South Africa | |||
ପ୍ରଥମ ଦିନିକିଆ | 9 January 2004 v Australia | |||
ଶେଷ ଦିନିକିଆ କ୍ରିକେଟ | 4 Aug 2012 v Sri Lanka | |||
ଦିନିକିଆ ଜାମା ନମ୍ବର | 56 | |||
ପ୍ରଥମ ଟି୨୦ | 1 December 2006 v South Africa | |||
ଶେଷ ଟି୨୦ଆଇ | 2 October 2012 v South Africa | |||
Domestic team information | ||||
Years | ଦଳ | |||
2000–present | Baroda | |||
2005 | Middlesex | |||
2008–2010 | Kings XI Punjab | |||
2011–2013 | Delhi Daredevils (#56) | |||
2014 | Sunrisers Hyderabad (#56) | |||
2015 | Chennai Super Kings (#56) | |||
2016 - Present | Rising Pune Supergiants (#28) | |||
କ୍ୟାରିଅର ତଥ୍ୟ | ||||
ପ୍ରତିଯୋଗିତା | Test | ODI | FC | T20Is |
ମ୍ୟାଚ | 29 | 120 | 94 | 24 |
ରନ | 1,105 | 1,544 | 3,303 | 172 |
ବ୍ୟାଟିଙ୍ଗ ହାର | 31.89 | 23.39 | 31.45 | 24.57 |
ଶତକ/ଅର୍ଦ୍ଧଶତକ | 1/9 | 0/5 | 2/18 | 0/0 |
ସବୁଠୁ ବେସି ସ୍କୋର | 102 | 83 | 121 | 33* |
ବୋଲିଂ କରିଥିବା ବଲ | 5884 | 5,855 | 18484 | 462 |
ଉଇକେଟ | 100 | 173 | 338 | 28 |
ବୋଲିଂ ହାର | 32.26 | 29.72 | 28.55 | 22.07 |
ଇନିଙ୍ଗସରେ ୫ଟି ଉଇକେଟ | 7 | 2 | 17 | 0 |
ମ୍ୟାଚରେ ୧୦ଟି ଉଇକେଟ | 2 | 0 | 3 | n/a |
ସବୁଠୁ ଭଲ ବୋଲିଙ୍ଗ | 7/59 | 5/27 | 7/35 | 3/16 |
କ୍ୟାଚ/ଷ୍ଟମ୍ପ କରାଯାଇଥିବା | 8/– | 21/– | 27/– | 2/– |
Source: Cricinfo, 5 November |
୨୭ ଡିସେମ୍ବର ୧୯୮୪ରେ ଜନ୍ମ ଗ୍ରହଣ କରିଥିବା ଇରଫାନ ପଠାଣ ୨୦୦୩/୪ରେ ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ ଜାତୀୟ କ୍ରିକେଟ ଦଳକୁ ପ୍ରବେଶ କରିବା ପରେ ୨୦୦୫ ଯାଏ ନିୟମିତ ଭାବେ ଖେଳିଆସିଥିଲେ । ତାହା ପରେ ସେ ବାରମ୍ବାର ଦଳକୁ ପ୍ରତ୍ୟାବର୍ତନ କଲେ ମଧ୍ୟ ଆଉ ପୂର୍ଣ ଫର୍ମ ପାଇ ପରି ନଥିଲେ । ଜଣେ ବାମ ହାତି ଦ୍ରୁତ ବୋଲର ହେବା ସହ ଜଣେ ଉପଯୋଗୀ ବେଟସମେନ ହିସାବରେ ଦଳର ଜଣେ ମୁଲ୍ୟବାନ ସଦସ୍ୟ ଥିଲେ । ସେ ତାଙ୍କର ଶେଷ ଟେଷ୍ଟ ୨୦୦୮ରେ ଖେଳିଥିଲେ ଓ ସେତେବେଳେ ତାଙ୍କର ବୟସ ମାତ୍ର ୨୪ ହେଇଥିଲା ।
୧୯ ବର୍ଷ ବୟସରେ ଜାତୀୟ ଦଳକୁ ପ୍ରବେଶ କଲା ବେଳେ ସେ ବେଶ ଦ୍ରୁତ ଗତିରେ ବୋଲିଂ କରୁଥିଲେ । ଏପରି କିଙ୍କୁ ପାକିସ୍ଥାନର କିମ୍ବଦନ୍ତୀ ବୋଲର ବାସିମ ଅକ୍ରମଙ୍କ ସହ ତୁଳନା ମଧ୍ୟ କରା ଯାଉଥିଲା । ୨୦୦୪ରେ ସେ ICCଦ୍ୱାରା ଏମରଜିଙ୍ଗ ପ୍ଲେୟାର ପୁରସ୍କାର ମଧ୍ୟ ପାଇଥିଲେ । ୨୦୦୪ରେ ପାକିସ୍ଥାନରେ ହେଇଥିବା ଟେଷ୍ଟ ଓ ଏକଦିବସୀୟ ସିରିଜରେ ବିଜଯରେ ତାଙ୍କର ଅହମ ଭୂମିକା ଥିଲା । ସେହି ବର୍ଷ ସେ ବାଂଲାଦେଶ ବିରୁଦ୍ଧରେ ୨ଟି ଟେଷ୍ଟରେ ୧୮ଟି ୱିକେଟ ନେଇ ଚହଳ ପକେଇଥିଲେ । କିନ୍ତୁ ୨୦୦୫ ବେଳକୁ ତାଙ୍କର ଫର୍ମରେ ଦ୍ରୁତ ଅବନତି ଘଟିବାରୁ ତାଙ୍କୁ ସାମୟିକ ଭାବେ ଦଳରୁ ବିଦାୟ ନେବାକୁ ହେଇଥିଲା । ପରେ ଗ୍ରେଗ ଚାପେଳ ଭାରତୀୟ କୋଚ ହେବା ପରେ ତାଙ୍କର ବେଟିଙ୍ଗର ଉନ୍ନତି ପାଇଁ ଉପଦେଶ ଦେଇଥିଲେ , ଯାହା ଫଳରେ ସେ କ୍ରମାଗତ ଭାବେ ଟେଷ୍ଟ ଓ ଏକଦିବାସୀୟରେ ଉପଯୋଗୀ ବେଟିଙ୍ଗ କରି ପାରିଥିଲେ । ବିଶ୍ୱର ଅଲରାଉଣ୍ଡର ତାଲିକାରେ ସେ ୨ ୟ ସ୍ଥାନ ମଧ୍ୟ ଅଧିକାର କରିଥିଲେ । ୨୦୦୬ ମସିହାରେ ସେ ପାକିସ୍ଥାନ ବିପକ୍ଷ୍ ଟେଷ୍ଟରେ ପ୍ରଥମ ଭାରତୀୟ ବୋଲର ଭାବେ hat - trick ଅର୍ଜନ କରିଥିଲେ । ପ୍ରଥମ ବିଶ୍ୱ T୨୦ , ଯାହାକି ଭାରତ ଜିତି ଥିଲା , ଇରଫାନ ପଠାଣ ତାଙ୍କର ମୂଲ୍ୟବାନ ଅବଦାନ ଦେଇଥିଲେ । ତା ପରେ ସେ ଦଳରେ ସ୍ଥାନ ପାଇ ନଥିଲେ ଭି ଦୀର୍ଘ ୧୯ ମାସ ପରେ ୨୦୦୭ରେ ପୁଣି ଟେଷ୍ଟ ଦଳକୁ ବଛା ହେଲା ପରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ ।
ଇରଫାନ ପଠାଣ ଜାତୀୟ ଦଳରୁ ବଡ ପଡିଥିଲେ ମଧ୍ୟ ରଣଜୀ ଟ୍ରଫି , IPL, ଓ ଅନନ୍ୟ ତୁର୍ଣାମେଣ୍ଟରେ ନିୟମିତ ଖେଳି ଆସୁଛନ୍ତି । କିନ୍ତୁ ସେ ତାଙ୍କର ମୁଖ୍ୟ ଆୟୁଧ ଥିବା ଦ୍ରୁତ ବୋଲିଂରେ ଆଉ ପୂର୍ବ ପରି ଗତି ପାଉନଥିବାରୁ ଜାତୀୟ ଦଳ ପାଇଁ ଆଉ ପ୍ରାର୍ଥୀ ହେଇ ପାରୁ ନାହାନ୍ତି । ତାଙ୍କର ବଡ ଭାଇ ୟୁସୁଫ ପଠନ ମଧ୍ୟ ଜେନ ଆକ୍ରାମକ ବେଟସ ମେନତଥା ସ୍ପିନ ବୋଲାର ହିସାବରେ କିଛି କଳା ଭାରତୀୟ ଜାତୀୟ ଦଳରେ ଖେଳିଥିଲେ ।
ବିଷୟସୂଚୀ
ଇରଫାନ ଓ ୟୁସୁଫ ପଠନଙ୍କ କ୍ରିକେଟ ଏକାଡେମୀ [ସମ୍ପାଦନା]
ଇରଫାନ ପଠନ ଓ ୟୁସୁଫ ପଠନ ଏକ କ୍ରିକେଟ ଏକାଡେମି ମଧ୍ୟ ଖୋଲିଥିଲେ । ଏହା ଗ୍ରେ ଚ୍ଯାପେଲଙ୍କ ଏକାଡେମି ସହ ସହବନ୍ଧିତ ହେଇଥିଲା । [୧]
ପରିସଙ୍ଖ୍ଯାନ[ସମ୍ପାଦନା]
ଇରଫାନଙ୍କ ରେକର୍ଡ[ସମ୍ପାଦନା]
ଇରଫାନ ପଠନ ୧୦୦୦ ରନ ଓ ୧୦୦ ୱିକେଟ ନେବାର ବିଶ୍ୱ ରେକର୍ଡ କରିଥିଲେ । ସେ ଏହି କୃତି ୧୦୫୬ ଦିନରେ କରିଥିଲେ । .[୨]
- ସେ ୧୦୦ଟି ୱିକେଟ ନେବାରେ ଦ୍ରୁତତମ ଭାରତୀୟ ( ୫୯ ତି ମେଚ ) [୩]