ଈବ ରେଳ ଷ୍ଟେସନ

ଉଇକିପିଡ଼ିଆ‌ରୁ
(ଇବ ରେଳ ଷ୍ଟେସନରୁ ଲେଉଟି ଆସିଛି)

ଈବ ରେଳ ଷ୍ଟେସନ ( ଇଂରାଜୀ: IB Railway Station ) ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ପୂର୍ବ ନାମ: ବଙ୍ଗ ନାଗପୁର ରେଳପଥ) ଅନ୍ତର୍ଗତ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଷ୍ଟେସନ । ଭାରତୀୟ ରେଳରେ ଷ୍ଟେସନମାନଙ୍କ ମଧ୍ୟରେ ସବୁଠୁ ଛୋଟ ଇଂରାଜୀ ନାମ ଅଟେ । ଏହାର ଦୁଇଟି ପ୍ଲାଟଫର୍ମ ଅଛି । ଏହାର ଷ୍ଟେସନ କୋଡ଼ ହେଉଛି IB । ଇବ ନଦୀ ପାଖରେ ଥିବାରୁ ଏହାର ନାମକରଣ ଏମିତି ହୋଇଛି । ୧୯୯୧ମସିହାରେ ବଙ୍ଗ ନାଗପୁର ରେଳପଥରୁ ନାଗପୁର – ଆସନୋଲ ମୁଖ୍ୟ ଲାଇନ ଖୋଲାଯାଇ ଇବ ଷ୍ଟେଶନର କାମ ଆରମ୍ଭ ହୋଇଥିଲା । ୧୯୦୦ ମସିହାରେ ହାଓଡ଼ାନାଗପୁରମୁମ୍ବଈ ଲାଇନରେ ଇବ ଏକ ଷ୍ଟେସନର ମାନ୍ୟତା ପାଇଲା । ଏହା ୫ ଫୁଟ ୬ ଇଞ୍ଚ ବ୍ରଡ଼ଗଜ ଟ୍ରାକ ବିଶିଷ୍ଟ ଓ ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ହେଉଛି ୨୦୭ ମିଟର । ୧୯୬୯ -୭୦ ମସିହାରେ ଏହାର ବିଦ୍ୟୁତକରଣ ହୋଇଥିଲା ।

ଏହାର ନିକଟ ମୁଖ୍ୟ ଟ୍ରାଫିକ ପାସେଞ୍ଜର ଷ୍ଟେସନ ହେଉଛି ଟାଟାନଗରବିଳାସପୁର ସେକ୍ସନର ବ୍ରଜରାଜନଗର ଯାହା ଜାତୀୟ ରାଜପଥ ସଂଖ୍ୟା ୨୦୦କୁ ସ୍ପର୍ଶ କରିଛି ।

ଇବ ଉପତ୍ୟକାରେ କୋଇଲା ଭରପୁର ହୋଇ ରହିଛି । ୧୯୦୦ ମସିହାରେ ଇବ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଖୋଳିବା ସମୟରେ ଅଚାନକ କୋଇଲା ଆବିଷ୍କାର ହୋଇଥିଲା । ଏହା ପରେ ଈବ ଭ୍ୟାଲି କୋଲଫିଲ୍ଡ ରୂପେ ପରିଗଣିତ ହେଲା । ଏହି ସ୍ଥାନ ପୂର୍ବ ଭାରତର ପ୍ରମୁଖ ଔଦ୍ୟୋଗିକ ଅଞ୍ଚଳ ଭାବେ ଖ୍ୟାତ । ପର୍ଯ୍ୟଟକମାନଙ୍କ ପାଇଁ ଏହି ସ୍ଥାନ ଓ ନଦୀ ଆଖ ପାଖରେ ଅନେକ ଦେଖିବା ଯୋଗ୍ୟ ଦୃଶ୍ୟପଟ୍ଟ ଅଛି ।[୧]

ଅନ୍ୟ ଏକ ଷ୍ଟେସନ ଗୁଜରାଟର ଓଡ଼ି (ODE) ସହରରେ ଅଛି, ଯାହାର ଷ୍ଟେସନ କୋଡ଼ ହେଉଛି OD । ଏହାର ଛୋଟ ଷ୍ଟେସନ କୋଡ଼ ପାଇଁ ଏହା ଇବ ସହ ସମକକ୍ଷ କିନ୍ତୁ ଛୋଟ ସ୍ଥାନର ନାମ ଦୃଷ୍ଟିରୁ କେବଳ IB ହିଁ ସ୍ୱତନ୍ତ୍ର ମାନ୍ୟତା ଲାଭ କରିଛି । କେବଳ ଈବର ଷ୍ଟେସନ ନାମ ଓ କୋଡ଼ ଦୁହେଁ ସମାନ ସବୁଠୁ ଛୋଟ ଅଛି । ସେହିପରି ଭାରତୀୟ ରେଳର ସବୁଠୁ ବଡ଼ ନାମଧାରୀ ଷ୍ଟେସନ ହେଉଛି ଆନ୍ଧ୍ରପ୍ରଦେଶର Venkatanarasimharajuvaripeta ବା Venkatanarasimha Rajuvaripet

ଆଧାର[ସମ୍ପାଦନା]

  1. http://www.bhubaneswarbuzz.com/citizen-bloggers/daily-column/odiapostat11-ib-railway-station-shortest-name-station