Jump to content

ଇବାଲିଜୁମାବ

ଉଇକିପିଡ଼ିଆ‌ରୁ
ଇବାଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetCD4
Clinical data
Trade namesTrogarzo
SynonymsIbalizumab-uiyk; TMB-355,[] TNX-355
AHFS/Drugs.commonograph
MedlinePlusa618020
data
Pregnancy
category
  • US: N (Not classified yet)
    Routes of
    administration
    Intravenous (IV)
    Legal status
    Legal status
      (verify)

    ଇବାଲିଜୁମାବ (ଇଂରାଜୀ ଭାଷାରେ Ibalizumab), ଟ୍ରୋଗାରଜୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚ୍ଇଭି/ଏଡସ ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[] ଅନ୍ୟାନ୍ୟ ଔଷଧ ସହିତ ଏହା ବ୍ୟବହୃତ ହୁଏ ଯେତେବେଳେ ମାନକ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ତରଳ ଝାଡ଼ା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଅଇ, ଏବଂ ଥକାପଣ ଅନୁଭବ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ପୁନଃନିର୍ମାଣ ସିଣ୍ଡ୍ରୋମ ହୋଇପାରେ ।[] ଗର୍ଭାବସ୍ଥାରେ ଔଷଧ ଦେଲେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଡି୪ ସହିତ ଅନୁବନ୍ଧିତ ହୋଇ ଏଚ୍.ଆଇ.ଭିକୁ କୋଷ ଭିତରକୁ ପ୍ରବେଶ କରିବାରେ ବାଧା ଦିଏ ।[]

    ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇବାଲିଜୁମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ପ୍ରାରମ୍ଭିକ ମାତ୍ରାର ମୂଲ୍ୟ ପ୍ରାୟ ୧୩,୪୦୦ ଡଲାର ଥିଲା, ଚିକିତ୍ସା ଚାଲୁ ରହିଲେ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୧,୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[] ୨୦୨୧ ସୁଦ୍ଧା ବ୍ରିଟେନ ଏବଂ ୟୁରୋପରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇନଥିଲା ।[]

    ସନ୍ଦର୍ଭ

    [ସମ୍ପାଦନା]
    1. "Ibalizumab (TMB-355)". TaiMed Biologics. 2009-09-09. Archived from the original on 2009-08-20.
    2. 1 2 3 4 5 6 "Trogarzo". Archived from the original on 15 July 2021. Retrieved 24 November 2021.
    3. 1 2 3 "Ibalizumab-uiyk Monograph for Professionals". Drugs.com (in ଇଂରାଜୀ). Retrieved 24 November 2021.
    4. "Trogarzo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 24 November 2021.
    5. "Ibalizumab". SPS - Specialist Pharmacy Service. 9 November 2016. Archived from the original on 20 October 2021. Retrieved 24 November 2021.