Jump to content

ଇବାଲିଜୁମାବ

ଉଇକିପିଡ଼ିଆ‌ରୁ
ଇବାଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetCD4
Clinical data
Trade namesTrogarzo
SynonymsIbalizumab-uiyk; TMB-355,[୧] TNX-355
AHFS/Drugs.commonograph
MedlinePlusa618020
data
Pregnancy
category
  • US: N (Not classified yet)
Routes of
administration
Intravenous (IV)
Legal status
Legal status
  (verify)

ଇବାଲିଜୁମାବ (ଇଂରାଜୀ ଭାଷାରେ Ibalizumab), ଟ୍ରୋଗାରଜୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚ୍ଇଭି/ଏଡସ ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[୨] ଅନ୍ୟାନ୍ୟ ଔଷଧ ସହିତ ଏହା ବ୍ୟବହୃତ ହୁଏ ଯେତେବେଳେ ମାନକ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ତରଳ ଝାଡ଼ା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଅଇ, ଏବଂ ଥକାପଣ ଅନୁଭବ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ପୁନଃନିର୍ମାଣ ସିଣ୍ଡ୍ରୋମ ହୋଇପାରେ ।[୩] ଗର୍ଭାବସ୍ଥାରେ ଔଷଧ ଦେଲେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଡି୪ ସହିତ ଅନୁବନ୍ଧିତ ହୋଇ ଏଚ୍.ଆଇ.ଭି କୁ କୋଷ ଭିତରକୁ ପ୍ରବେଶ କରିବାରେ ବାଧା ଦିଏ ।[୨]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇବାଲିଜୁମାବ ଅନୁମୋଦିତ ହୋଇଥିଲା ।[୩] [୨] ଯୁକ୍ତରାଷ୍ଟ୍ରରେ ପ୍ରାରମ୍ଭିକ ମାତ୍ରାର ମୂଲ୍ୟ ପ୍ରାୟ ୧୩,୪୦୦ ଡଲାର ଥିଲା, ଚିକିତ୍ସା ଚାଲୁ ରହିଲେ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୧,୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[୪] ୨୦୨୧ ସୁଦ୍ଧା ବ୍ରିଟେନ ଏବଂ ୟୁରୋପରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇନଥିଲା ।[୫]

ସନ୍ଦର୍ଭ[ସମ୍ପାଦନା]

  1. "Ibalizumab (TMB-355)". TaiMed Biologics. 2009-09-09. Archived from the original on 2009-08-20.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Trogarzo". Archived from the original on 15 July 2021. Retrieved 24 November 2021.
  3. ୩.୦ ୩.୧ ୩.୨ "Ibalizumab-uiyk Monograph for Professionals". Drugs.com (in ଇଂରାଜୀ). Retrieved 24 November 2021.
  4. "Trogarzo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 24 November 2021.
  5. "Ibalizumab". SPS - Specialist Pharmacy Service. 9 November 2016. Archived from the original on 20 October 2021. Retrieved 24 November 2021.