Jump to content

ଇଥୋସକ୍ସିମାଇଡ

ଉଇକିପିଡ଼ିଆ‌ରୁ
ଇଥୋସକ୍ସିମାଇଡ
Clinical data
Trade namesZarontin
AHFS/Drugs.commonograph
MedlinePlusa682327
Pregnancy
category
  • AU: D
  • US: C (Risk not ruled out)
    Routes of
    administration
    by mouth (capsules, solution)
    ATC code
    Legal status
    Legal status
    Pharmacokinetic data
    Bioavailability93%
    Metabolismliver (CYP3A4, CYP2E1)
    Elimination half-life53 hours
    Excretionkidney (20%)
    Identifiers
    • (RS)-3-Ethyl-3-methyl-pyrrolidine-2,5-dione
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.954 Edit this at Wikidata
    Chemical and physical data
    FormulaC7H11NO2
    Molar mass141.168 g/mol
    3D model (JSmol)
    ChiralityRacemic mixture
    • O=C1NC(=O)CC1(C)CC
    • InChI=1S/C7H11NO2/c1-3-7(2)4-5(9)8-6(7)10/h3-4H2,1-2H3,(H,8,9,10) checkY
    • Key:HAPOVYFOVVWLRS-UHFFFAOYSA-N checkY
      (verify)

    ଇଥୋସକ୍ସିମାଇଡ (ଇଂରାଜୀ ଭାଷାରେ Ethosuximide, ବିକ୍ରୟ ନାମ ଜାରୋଣ୍ଟିନ/Zarontin) ଏକ ଔଷଧ ଯାହା ଆବସେନ୍ସ ସିଜର ରୋଗର (absence seizures) ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଏହି ଔଷଧ ଏକ‌କ ଭାବରେ ଦିଆଯାଏ ବା ଅନ୍ୟାନ୍ୟ ଆଣ୍ଟିକନଭଲସାଣ୍ଟ (antiseizure medications) ଔଷଧ ଯେପରିକି ଭାଲପ୍ରୋଇକ ଏସିଡ (valproic acid) ସ‌ହିତ ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଏ । []

    ଇଥୋସକ୍ସିମାଇଡର ପାର୍ଶ୍ୱ ପ୍ରତିକ୍ରିୟା ଅତି କମ ଦେଖାଯାଏ ।[] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ପେଟ ଯନ୍ତ୍ରଣା, ତରଳ ଝାଡ଼ା ଓ ଥକ୍କା ଅନୁଭବ ଆଦି ଦେଖାଯାଏ ।[] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଚିନ୍ତା (suicidal thoughts), ସାଇଟୋପେନିଆ (low blood cell levels) ଓ ଲୁପସ ଏରିଥେମାଟୋସସ (lupus erythematosus) ଇତ୍ୟାଦି ଦେଖାଯାଏ ।[][] ଗର୍ଭାବସ୍ଥାରେ ଓ ୩ ବର୍ଷ ବୟସରୁ କମ ଶିଶୁଙ୍କ ପ୍ରତି ଏହି ଔଷଧର ନିରାପଦ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ । ଇଥୋସକ୍ସିମାଇଡ ଏକ ସକସିନିମାଇଡ (succinimide) ଶ୍ରେଣୀର ଔଷଧ । ଏହାର କାର୍ଯ୍ୟବିଧି ମଧ୍ୟ ଅସ୍ପଷ୍ଟ ।[]

    ଇଥୋସକ୍ସିମାଇଡ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୬୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ଇଥୋସକ୍ସିମାଇଡ ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୨୭.୭୭ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୪୧.୫୫ ଆମେରିକୀୟ ଡଲାର ।[]

    1. 1 2 3 4 5 6 "Ethosuximide". The American Society of Health-System Pharmacists. Retrieved 8 December 2016.
    2. 1 2 WHO Model Formulary 2008 (PDF). World Health Organization. 2009. pp. 69, 74–75. ISBN 9789241547659. Retrieved 8 December 2016.
    3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    4. "Ethosuximide". International Drug Price Indicator Guide. Retrieved 8 December 2016.[permanent dead link]
    5. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 13 December 2016.