Jump to content

ଆହେ ଦୟାମୟ ବିଶ୍ୱ ବିହାରୀ

ଉଇକିପିଡ଼ିଆ‌ରୁ
(ଆହେ ଦୟାମୟ ବିଶ୍ଵ ବିହାରୀରୁ ଲେଉଟି ଆସିଛି)

ଆହେ ଦୟାମୟ ବିଶ୍ୱ ବିହାରୀ ଓଡ଼ିଆ ଭାଷାର ଏକ ପ୍ରାର୍ଥନା । ଏହା ଓଡ଼ିଆ ଶିକ୍ଷକ ଓ କବି ରାମକୃଷ୍ଣ ନନ୍ଦଙ୍କ "ଝୁମୁକା" କବିତା ସଂକଳନରୁ ଆନୀତ ।[] ଏହି ପ୍ରାର୍ଥନାଟି ଗାନ୍ଧୀଙ୍କର ସାବରମତୀ ଆଶ୍ରମର ପ୍ରାର୍ଥନା ସଭାରେ ବୋଲାଯାଉଥିଲା। ପାରମ୍ପରିକ ଭାବେ ଏହି ଗୀତଟିକୁ ଓଡ଼ିଶୀ ସଙ୍ଗୀତର ଚକ୍ରକେଳୀ ବୃତ୍ତର ଛାନ୍ଦ ଭାବେ ଗାୟନ କରାଯାଏ । ଗୀତଟି ଓଡ଼ିଆ ଚଳଚ୍ଚିତ୍ର ବଳିଦାନରେ ମଧ୍ୟ ସ୍ଥାନ ପାଇଥିଲା ।[]

ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |୧|
ଜଳ ସ୍ଥଳ ବନ ଗିରି ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ |୨|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ତୁମେ ଶୁଭ ବୁଦ୍ଧି ପରା ସିଖାଅ, ତୁମେ ଭଲ ବାଟ ପରା ଦେଖାଅ |୩|
ମୋର କାମକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରଷ |୪|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ତୁମ ଚରଣରେ ମୋର ଭକତି, ଦିଅ ବିପଦେ ସାହସ ଶକତି |୫|
କୂଟ କପଟ ସ୍ୱଭାବ ଯାହାର, ତାଙ୍କୁ ଦୂରୁ ମୁଁ କରଇ ଜୁହାର |୬|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ମୋତେ ନମିଶାଅ ତାଙ୍କ ସାଥିରେ, ସଦା ରଖ ସାଧୁଜନ କତିରେ |୭|
ଦୟା ବିନୟ ହେଉ ମୋ ଭୂଷଣ, କାହା ମନେ ମୁଁ ନଦିଏ କଷଣ |୮|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ଦୁଃଖୀ ଅରକ୍ଷିତ ସେବା କାରଣେ, ବଳ ଦିଅ ମୋର କର ଚରଣେ |୯|
ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି |୧୦|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ମୋତେ ଏତିକି ସିଖାଅ ସାଇଁ ହେ, ମୋର ଧନଜନ ଲୋଡା ନାହିଁ ହେ |୧୧|
ତୁମେ ସବୁଠାରୁ ବଡ଼ ଠାକୁର, ସଦା ରହିବି ମୁଁ ତୁମ ପୟର |୧୨|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |[]
  1. "ଆର୍କାଇଭ୍ କପି" (PDF). Archived from the original (PDF) on 2021-07-02. Retrieved 2018-02-22. {{cite web}}: Cite has empty unknown parameter: |1= (help)
  2. Nava Kishor Das (2012). Odisha. Seagull Books. ISBN 978-81-7046-293-4.
  3. Jagannatha Mahanti; Jagannātha Mahānti; Oḍiśā Sāhitya Ekāḍemī (1993). Children's literature of Orissa. Orissa Sahitya Akademi.