Jump to content

ଆଶା ମେନନ୍‌ (ବିଚାରପତି)

ଉଇକିପିଡ଼ିଆ‌ରୁ

ଆଶା ମେନନ୍‌ (ଜନ୍ମ ୧୭ ସେପ୍ଟେମ୍ବର ୧୯୬୦) ଜଣେ ଭାରତୀୟ ବିଚାରପତି ତଥା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଅଶା ମେନନଙ୍କ ଜନ୍ମ ୧୭ ସେପ୍ଟେମ୍ବର ୧୯୬୦ ରେ କେରଳର ପତ୍ତାମ୍ବିରେ ହୋଇଥିଲା । ମେନନ ଲେଡି ଶ୍ରୀରାମ୍ କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୮୨ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଉତ୍ତୀର୍ଣ୍ଣ ହୋଇ ଆଇନ ଡିଗ୍ରୀ ଲାଭ କରିଥିଲେ । ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଏଲଏଲଏମ୍ ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ । ୧୯୮୫ରେ ସେ ଦିଲ୍ଲୀ ନ୍ୟାୟିକ ସେବା ପରୀକ୍ଷା ଦେଇଥିଲେ ଏବଂ ୧୯୮୬ରେ ସଫଳ ହେବା ପରେ ତାଙ୍କୁ ୪ ନଭେମ୍ବର ୧୯୮୬ରେ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଭାବେ କାର୍ଯ୍ୟରତ ଥିଲେ । ମେନନ ୨୭ ମେ ୨୦୧୯ରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ହିସାବରେ ପଦୋନ୍ନତି ପାଇଥିଲେ ।[] ସେ ୧୬ ସେପ୍ଟେମ୍ବର ୨୦୨୨ରେ ସେବାନିବୃତ ହୋଇଥିଲେ ।[]

  1. "Welcome To Delhi Highcourt". delhihighcourt.nic.in. Retrieved 2025-01-02.
  2. "CDJ Law Journal". www.cdjlawjournal.com. Retrieved 2025-01-02.
  3. "Women may be more emotional, shouldn't be apologetic: Justice Asha Menon". www.business-standard.com. Retrieved 2 January 2025.