Jump to content

ଆଶନା ହବିବ ଭାବନା

ଉଇକିପିଡ଼ିଆ‌ରୁ
ଆଶନା ହବିବ ଭାବନା
আশনা হাবিব ভাবনা
ଜନ୍ମ (1994-08-03) ୩ ଅଗଷ୍ଟ ୧୯୯୪ (ବୟସ ୩୦)
ଜାତୀୟତାବାଂଲାଦେଶୀ
ବୃତ୍ତି
  • ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୬–ଏବେଯାଏଁ
ଜୀବନସାଥୀଅନିମେଷ ଆଇଚ (୨୦୧୮–ଏବେଯାଏଁ)

ଆଶନା ହବିବ ଭାବନା (ଜନ୍ମ: ୩ ଅଗଷ୍ଟ ୧୯୯୪; ଭାବନା ଭାବରେ ମଧ୍ୟ ଜଣାଶୁଣା) ଜଣେ ବାଂଲାଦେଶୀ ଅଭିନେତ୍ରୀ । ସେ ମୁଖ୍ୟତଃ ବାଂଲାଦେଶୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି ।[][] ତାଙ୍କୁ ବାଂଲାଦେଶୀ କଥାଚିତ୍ର ଜଗତର ଅନ୍ୟତମ ଜଣାଶୁଣା କଳାକାର ଭାବେ ଗଣମାଧ୍ୟମରେ ଦର୍ଶାଯାଇଛି ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ତାଙ୍କ ପିତା ହବିବୁଲ ଇସଲାମ ହବିବ ଜଣେ ବାଂଲାଦେଶୀ କଥାଚିତ୍ର ନିର୍ଦ୍ଦେଶକ । ୨୦୨୨ ମସିହାରେ, ସେ ତାଙ୍କ ବାପାଙ୍କ ପ୍ରଯୋଜନାରେ ଜାପିତୋ ଜୀବନ ନାମକ କଥାଚିତ୍ରରେ କାମ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ଭାବନା ୨୦୧୫ ମସିହାରେ, ସେ ଧାରାବାହିକ ନଟ୍ ଆଉଟ୍ ଜରିଆରେ ବାଂଲାଦେଶୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ପରମବ୍ରତ ଚାଟାର୍ଜୀଙ୍କ ବିପକ୍ଷରେ ଅନିମେଶ ଆଇଚଙ୍କ ଭୋୟୋଙ୍ଗକୋର ସୁନ୍ଦର (୨୦୧୭) କଥାଚିତ୍ରରେ ଅଭିନୟ କରିଥିଲେ ।[] ସେ ଏକାଧିକ ନାଟକରେ କାମ କରିଛନ୍ତି ଏବଂ ପଦ୍ମା ଭୂମିକାରେ ମୁକ୍ତି ସଂଗ୍ରାମ ଉପରେ ଆଧାଇତ କଥାଚିତ୍ର ଲାଲ ମୋରୋଗର ଝୁଟିରେ (୨୦୨୧) ମଧ୍ୟ ଅଭିନୟ କରିଛନ୍ତି ।[][]

ଚୋରକି କାର୍ନିଭାଲ ୨୦୨୩ରେ, ସେ ଚଞ୍ଚଳ ଚୌଧୁରୀଙ୍କ ବିପକ୍ଷରେ ଟିଭି ଧାରାବାହିକ ଓଭରଟ୍ରମ୍ପରେ ତାଙ୍କ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ - ଧାରାବାହିକ ବର୍ଗରେ ମନୋନୀତ ହୋଇଥିଲେ ।[]

ନଭେମ୍ବର ୨୦୨୩ ସୁଦ୍ଧା ସେ ଆଗାମୀ ତିନୋଟି କଥାଚିତ୍ର: ଦୁମ୍ପାରା, ଜାପିତୋ ଜୀବନପାୟେଲ ଆଦିରେ କାମ କରିଛନ୍ତି ।[][୧୦]

ଅଭିନିତ କଥାଚିତ୍ର

[ସମ୍ପାଦନା]
  • ଭୋୟୋଙ୍ଗକୋର ସୁନ୍ଦର (୨୦୧୭)[]
  • ଲାଲ ମୋରୋଗେର ଝୁଟି (୨୦୨୧)[]
  • ଜାପିତୋ ଜୀବନ (୨୦୨୨)
  • ଦୁମ୍ପାରା (୨୦୨୩)
  • ପାୟେଲ (୨୦୨୩)

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ନଟ୍ ଆଉଟ୍ (୨୦୧୫)[]
  • ଓଭର୍‌ଟ୍ରମ୍ପ୍ (୨୦୨୩)[୧୧]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ୨୦୧୮ ମସିହାରୁ ଫିଲ୍ମ ନିର୍ମାତା ଅନିମେଶ ଆଇଚଙ୍କୁ ଡେଟ୍ କରୁଛନ୍ତି ।[୧୨] ସେମାନଙ୍କର ବୟସ ବ୍ୟବଧାନ ଓ ଧାର୍ମିକ ମତଭେଦ କାରଣରୁ ସେମାନେ ସର୍ବସାଧାରଣଙ୍କ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି ବୋଲି ଗଣମାଧ୍ୟମ ଦାବି କରିଛି, କିନ୍ତୁ ସେମାନେ ସର୍ବସାଧାରଣରେ କିମ୍ବା ସ୍ପଷ୍ଟ ଭାବରେ କିଛି କହିନାହାଁନ୍ତି ।[][]

  1. "Ashna Habib Bhabna: Sari not sorry! This Bangladeshi actress dressed better than any Bollywood star at Cannes". The Times of India. ISSN 0971-8257. Retrieved 2024-08-05.
  2. ୨.୦ ୨.୧ Halder, Deep; Biswas, Avishek (2023-11-23). Being Hindu In Bangladesh: The Untold Story (in ଇଂରାଜୀ). Harper Collins. p. 10. ISBN 978-93-5699-581-9.
  3. ୩.୦ ୩.୧ Halder, Deep (2023-08-01). "Dhaka's elite Muslims party & pose as Barbie, Krishna. Double life in conservative Bangladesh". ThePrint (in ଆମେରିକୀୟ ଇଂରାଜୀ). Retrieved 2024-08-05.
  4. ୪.୦ ୪.୧ "Bhabna to star in father's film 'Japito Jibon'". Business Post BD (in ଇଂରାଜୀ). Retrieved 2024-08-10.
  5. ୫.୦ ୫.୧ "Aruna's daughter Bhabna!". Daily Sun (in ଇଂରାଜୀ). 2021-02-14. Retrieved 2024-08-14.
  6. বাংলাদেশ, Daily Bangladesh :: ডেইলি. "Bhabna at Cannes Film Festival". Daily Bangladesh (in ଇଂରାଜୀ). Retrieved 2024-08-10.
  7. ୭.୦ ୭.୧ "Bhabna signed up for new movie 'Lal Moroger Jhuti'". The Business Standard (in ଇଂରାଜୀ). 2020-09-30. Retrieved 2024-08-14.
  8. Arts & Entertainment Desk (2024-02-22). "Chorki Carnival announces nominations for most popular artistes, shows of 2023". The Daily Star (in ଇଂରାଜୀ). Retrieved 2024-08-14.
  9. "Bhabna's multiple films in pipeline". The Bangladesh Post (in ଇଂରାଜୀ). Retrieved 2024-08-10.
  10. "Bhabna to shine in women-centric 'Payel'". The Bangladesh Post (in ଇଂରାଜୀ). Retrieved 2024-08-10.
  11. "Chanchal, Bhabna, Nayeem starrer crime-comedy 'Overtrump' releases today". Business Post BD (in ଇଂରାଜୀ). Retrieved 2024-08-20.
  12. Mahmud, Rashed (2020-01-27). "Bhabna doesn't know when she'll marry Animesh". Prothom Alo (in ଇଂରାଜୀ). Retrieved 2024-08-10.

ବାହାର ଲିଙ୍କ୍

[ସମ୍ପାଦନା]